Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କୋଲକାତାରେ ପଞ୍ଚମ ଭାରତ ଆନ୍ତର୍ଜାତିକ ବିଜ୍ଞାନ ଉତ୍ସବକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ


 

କୋଲକାତାଠାରେ ଅନୁଷ୍ଠିତ ପଞ୍ଚମ ଭାରତ ଆନ୍ତର୍ଜାତିକ ବିଜ୍ଞାନ ଉତ୍ସବକୁ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ  ଶ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିଛନ୍ତି ।

ଏହି ସମାରୋହକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଏହି ଉତ୍ସବର ପ୍ରସଙ୍ଗ ହେଉଛି ଗବେଷଣା, ଉଦ୍ଭାବନ, ବିଜ୍ଞାନ ଦ୍ଵାରା ଦେଶର ସଶକ୍ତିକରଣ (RISEN) ଯାହାକି, ଏକବିଂଶ ଶତାବ୍ଦୀରେ ଦେଶଆଶାକୁ ସାକାର କରିବ

ସେ କହିଲେ ଯେ ସମାଜ ଉପରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଏକ ପ୍ରମୁଖ ପ୍ରଭାବ ରହିଛି ଏବଂ ସେଥିପାଇଁ ଉଭୟ ଉଦ୍ଭାବନ ଓ ନୂତନତାକୁ ସରକାର ଆନୁଷ୍ଠାନିକ ସମର୍ଥନ ପ୍ରଦାନ କରୁଛନ୍ତି ।

ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପାଇଁ ଉତ୍ତମ ପରିବେଶ ସମ୍ବନ୍ଧରେ ଗୁରୁତ୍ୱାରୋପ କରି ସେ କହିଲେ ଯେ ଦେଶରେ ନୂତନତାକୁ ସମର୍ଥନ କରିବା ପାଇଁ ସମସ୍ତ ପ୍ରକାରର ପ୍ରୟାସ କରାଯାଉଛି । ଏ ପ୍ରସଙ୍ଗରେ ସେ ପ୍ରକାଶ କରିଥିଲେ ଯେ 5 ହଜାରରୁ ଉର୍ଦ୍ଧ୍ଵ ଅଟଳ ଟିଙ୍କରିଙ୍ଗ ଲ୍ୟାବ ଓ 200ରୁ ଉର୍ଦ୍ଧ୍ଵ ଅଟଳ ଇନକ୍ୟୁବେସନ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ।

ପ୍ରଧାନମନ୍ତ୍ରୀ କହିଲେ, “ବିଜ୍ଞାନ ଆମ ଜୀବନକୁ କିପରି ଭାବେ ସହଜ କରିବାରେ ସହାୟକ ହେବ ସେ ନେଇ ଆମେ ଚିନ୍ତା କରିବା ଆବଶ୍ୟକ । ସମାଜ ପାଇଁ ବିଜ୍ଞାନର ଅନେକ ଆବଶ୍ୟକତା ରହିଛି । ପ୍ରତ୍ୟେକ ବୈଜ୍ଞାନିକ ଏବଂ ନାଗରିକ ଏ ଦିଗରେ ଚିନ୍ତା କରି କାର୍ଯ୍ୟ କଲେ, ଦେଶ ଉନ୍ନତି କରିବ ।

ବିଜ୍ଞାନ ଆମକୁ ପ୍ରଦାନ କରୁଥିବା ଦୀର୍ଘକାଳୀନ ସମାଧାନ ଓ ଲାଭ ଉପରେ ଧ୍ୟାନ ଦେବା ପାଇଁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ସେ କହିଲେ, “ଆନ୍ତର୍ଜାତିକ ଆଇନ ଓ ଗୁଣବତ୍ତାକୁ ନେଇ ତୁମକୁ ନିୟମିତ ଭାବେ ସତର୍କ ରହିବା ଉଚିତ ।

ସେ କହିଲେ, “ଆମେ ସମସ୍ତେ ଭଲ ଭାବେ ଜାଣିଛୁ ଯେ ପ୍ରଯୁକ୍ତି ବିଦ୍ୟା ହେଉଛି ଦୁଇଟି ବିଷୟର ସମିଶ୍ରଣ ପ୍ରଥମଟି ହେଲା ସମସ୍ୟା ଓ ଅନ୍ୟଟି ଏହାର ସମାଧାନ ।

ସେ କହିଲେ, “ବିଜ୍ଞାନ କ୍ଷେତ୍ରରେ କୌଣସି ବିଫଳତା ନାହିଁ । ଏଥିରେ ରହିଛି କେବଳ ଉଦ୍ୟମ, ପରୀକ୍ଷଣ ଓ ସଫଳତା । କାମ କରିବା ସମୟରେ ଏହି କଥା ମନରେ ରଖିଲେ ନିଜର ବୈଜ୍ଞାନିକ ଅନୁସନ୍ଧାନ କିମ୍ବା ନିଜ ଜୀବନରେ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡିନଥାଏ ।

 

*************