ପିଏମଇଣ୍ଡିଆ
ଅକ୍ଷୟ ଶକ୍ତି କ୍ଷେତ୍ରରେ ଭାରତ ଓ ଗୁଏନା ମଧ୍ୟରେ ବୁଝାମଣା ପତ୍ରକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି ।
ଉଦ୍ଦେଶ୍ୟ:
ଏହି ବୁଝାମଣା ପତ୍ରର ଉଦ୍ଦେଶ୍ୟ ନିମ୍ନରେ ପ୍ରଦାନ କରାଗଲା:
i) ସହଯୋଗୀ ସଂସ୍ଥାଗତ ସମ୍ବନ୍ଧ ପାଇଁ ଆଧାର ସ୍ଥାପନ କରିବା
ii) ଦୁଇ ପକ୍ଷଙ୍କ ମଧ୍ୟରେ ପାରସ୍ପରିକ ହିତ, ସମାନତା ଓ ପାରସ୍ପରିକତା ଆଧାରରେ ନବୀକରଣ ଶକ୍ତି ବିକାଶ କ୍ଷେତ୍ରରେ ଦ୍ୱିପାକ୍ଷିକ ବୈଷୟିକ ସହଯୋଗକୁ ପ୍ରୋତ୍ସାହନ ପ୍ରଦାନ କରିବା
iii) ସହଯୋଗ କ୍ଷେତ୍ରରେ ସୌର ଶକ୍ତି, ପବନ ଶକ୍ତି, ଜୈବ ଶକ୍ତି, ବର୍ଯ୍ୟ ବସ୍ତୁରୁ ଶକ୍ତି, ଛୋଟ ହାଇଡ୍ରୋ ଭଣ୍ଡାରଣ ଏବଂ କ୍ଷମତା ନିର୍ମାଣ ସାମିଲ ରହିଛି ।
ଏହି ବୁଝାମଣା ସନଦ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗକୁ ମଜଭୁତ କରିବାରେ ସହାୟକ ହେବ ।