Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଇଣ୍ଡିଆ ପୋର୍ଟସ ଗ୍ଲୋବାଲ ଲିଃ (ଆଇପିଜିଏଲ) ଉପରୁ ଡିପିଇ ଗାଇଡଲାଇନ ଛାଡ଼ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି


 

ସଂରକ୍ଷଣ ଏବଂ ସତର୍କତା ନୀତିକୁ ବାଦ ଦେଇ ଇଣ୍ଡିଆ ପୋର୍ଟସ ଗ୍ଲୋବାଲ ଲିଃ (ଆଇପିଜିଏଲ) ଉପରେ ଡିପିଇ ଗାଇଡଲାଇନ ଲାଗୁ ହେବ ନାହିଁ । ଆଜି ଏ ସଂକ୍ରାନ୍ତ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ମଞ୍ଜୁର କରିଛନ୍ତି ।

କମ୍ପାନୀ ଆଇନ 2013 ଅନ୍ତର୍ଗତ ଏକ ଏସପିଭି (ସ୍ୱତନ୍ତ୍ର ଉଦ୍ଦେଶ୍ୟ ବାହନ) ରୂପରେ ଆଇପିଜିଏଲର ଗଠନ କରାଯାଇଥିଲା । ଜବାହରଲାଲ ନେହରୁ ବନ୍ଦର ଟ୍ରଷ୍ଟ (ଜେଏନପିଟି) ଏବଂ ଦୀନଦୟାଲ ପୋର୍ଟ ଟ୍ରଷ୍ଟ (ଡିପିଟି) (ପୂର୍ବରୁ କାଣ୍ଡଲା ପୋର୍ଟ ଟ୍ରଷ୍ଟ ନାମରେ ପରିଚିତ) ଏହାର ପୃଷ୍ଠପୋଷକ ଥିଲେ । ଜାହଜ ଚଳାଚଳ ମନ୍ତ୍ରଣାଳୟର ପ୍ରଶାସନିକ ନିୟନ୍ତ୍ରଣ ଅଧୀନରେ ଇରାନର ଚାବାହର ସାହିଦ ବେହେସ୍ତି ବନ୍ଦରର ବିକାଶ ଏବଂ ପରିଚାଳନା ପାଇଁ ଆଇପିଜିଏଲର ଗଠନ କରାଯାଇଥିଲା ।

ଯୁଗ୍ମ ବିସ୍ତୃତ କାର୍ଯ୍ୟ ଯୋଜନା (ଜେସିପିଓଏ)ରୁ ଯୁକ୍ତରାଷ୍ଟ୍ର ଆମେରିକା ଓହରିଯିବା ପରେ ଆମେରିକୀୟ କଟକଣାର ସମ୍ଭାବ୍ୟ ପ୍ରଭାବରୁ ଜେଏନପିଟି ଓ ଡିପିଟିକୁ ସୁରକ୍ଷିତ ରଖିବା ଲାଗି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ 29 ଅକ୍ଟୋବର 2018ରେ ଜାହାଜ ଚଳାଚଳ ମନ୍ତ୍ରଣାଳୟକୁ ପରାମର୍ଶ ଦିଆଯାଇଥିଲା ।

ଏହାକୁ ଆଧାର କରି କ୍ଷମତାସମ୍ପନ୍ନ ସମିତିର ଅନୁମୋଦନ କ୍ରମେ ଜେଏନପିଟି ଓ ଡିପିଟିର ସମସ୍ତ ଅଂଶଧନକୁ 17 ଡିସେମ୍ବର, 2018ରେ ସାଗରମାଳା ବିକାଶ କମ୍ପାନୀ ଲିଃ” (ଏସଡିସିଏଲ) କିଣି ନେଇଥିଲା । ଏସଡିସିଏଲ ଏକ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ କ୍ଷେତ୍ର ଉଦ୍ୟୋଗ (ସିପିଏସଇ) ହୋଇଥିବା ଦୃଷ୍ଟିରୁ ଏହାର ସହଯୋଗୀ ଭାବେ ଆଇପିଜିଏଲ ମଧ୍ୟ ଏହି ସିପିଏସଇରେ ପରିଣତ ହୋଇଯାଇଛି । ଯାହାର ଫଳସ୍ୱରୂପ, ପ୍ରାୟୋଗିକ ଦୃଷ୍ଟିରୁ ଡିପିଇର ଗାଇଡଲାଇନ ଆଇପିଜିଏଲ ଉପରେ ଲାଗୁ ହେଉଛି ।

ଚାବାହର ବନ୍ଦର ଦେଶର ପ୍ରଥମ ବିଦେଶୀ ବନ୍ଦର ପ୍ରକଳ୍ପ । ଏହାର ରଣନୈତିକ ଉଦ୍ଦେଶ୍ୟ ମଧ୍ୟ ରହିଛି । ଏହାକୁ ଦୃଷ୍ଟିରେ ରଖି ଜାହାଜ ଚଳାଚଳ ମନ୍ତ୍ରଣାଳୟ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ନିର୍ଦ୍ଦେଶନାମା ଅନୁଯାୟୀ ଆଇପିଜିଏଲକୁ 5 ବର୍ଷ ଲାଗି ଏକ ବୋର୍ଡ ଦ୍ୱାରା ପରିଚାଳିତ କମ୍ପାନୀ ଭାବେ ଚାଲୁ ରଖିବା ଜରୁରି । ଏହି ଆଧାରରେ, ପ୍ରକଳ୍ପର ସୁପରିଚାଳନା ନିମନ୍ତେ ଡିପିଇ ଗାଇଡଲାଇନ ପ୍ରୟୋଗରୁ ଆଇପିଜିଏଲକୁ ମୁକ୍ତ ରଖିବା ଲାଗି ଜାହାଜ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଅନୁରୋଧ କରାଯାଇଥିଲା ।