Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆନ୍ଧ୍ର ପ୍ରଦେଶରେ ଜାତୀୟ ବୈଷୟିକ ଅନୁଷ୍ଠାନ (ଏନ୍.ଆଇ.ଟି) ପ୍ରତିଷ୍ଠା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ମଂଜୁରୀ


ଆନ୍ଧ୍ର ପ୍ରଦେଶରେ ଏକ ନେସନାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ସ୍ଥାପନକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର (୨୫.୦୫.୨୦୧୬) ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ପିଛିଲାଭାବେ ଅନୁମୋଦନ କରାଯାଇଛି । ଏହି ବୈଷୟିକ ଶିକ୍ଷାନୁଷ୍ଠାନଟି ଆନ୍ଧ୍ର ପ୍ରଦେଶ ସମିତି ପଞ୍ଜିକରଣ ଆଇନ-୨୦୦୧ ଅନୁଯାୟୀ ପଞ୍ଜିକୃତ ହୋଇଥିଲା ବେଳେ ୨୦୧୫ ଅଗଷ୍ଟ ୨୦ ତାରିଖରୁ କାର୍ଯ୍ୟକ୍ଷମ ହୋଇଛି ।

ଏହି ପରିପ୍ରେକ୍ଷୀରେ କେନ୍ଦ୍ର କ୍ୟାବିଟେନ ମଧ୍ୟ ଏକ ବିଧେୟକ ଅଣାଯିବା ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି । ସେହି ବିଧେୟକଟିର ନାମ ହେଉଛି ନେସନାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି, ସାଇନ୍ସ ଏଜୁକେଶନ ଏଣ୍ଡ ରିସର୍ଚ୍ଚ (ଆମେଣ୍ଡମେଣ୍ଟ) ବିଲ – ୨୦୧୬ । ତାହାର ପ୍ରଥମ ପରିଚ୍ଛେଦରେ ଆନ୍ଧ୍ର ପ୍ରଦେଶର ଏନ୍.ଆଇ.ଟି ସ୍ଥାନ ପାଇବ । ଏହା ଦ୍ୱାରା ସେହି ଏନ୍.ଆଇ.ଟି କୁ ଆଇନଗତ ଅଧିକାର ମିଳିପାରିବ । ଏହି ବୈଷୟିକ ଶିକ୍ଷା ଅନୁଷ୍ଠାନକୁ ଭାରତ ସରକାର ଆର୍ଥିକ ଅନୁଦାନ ଦେଉଥିବା ବେଳେ ସଂପୃକ୍ତ ସମିତି ଦ୍ୱାରା ପରିଚାଳିତ ହୋଇ ଆସୁଛି । ଏଣିକି ତାହା ସଂପୂର୍ଣ୍ଣ ଭାବେ କେନ୍ଦ୍ର ସରକାରଙ୍କ ଅଧିନକୁ ଆସିବ । ସି.ଏ.ଜି ଏହାର ଆକାଉଣ୍ଟ୍ସକୁ ଅଡିଡ କରିବେ ବୋଲି କୁହାଯାଇଛି ।

**********