Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ତେଲଙ୍ଗାନା ଗଠନ ଦିବସ ଅବସରରେ ରାଜ୍ୟବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତେଲଙ୍ଗାନା ଗଠନ ଦିବସ ଅବସରରେ ସେଠାକାର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେହିପରି ଆନ୍ଧ୍ର ପ୍ରଦେଶର ଜନସାଧାରଣଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି ।

“ତେଲଙ୍ଗାନାର ରାଜ୍ୟ ଗଠନ ଦିବସରେ ରାଜ୍ୟର ଜନସାଧାରଣଙ୍କୁ ମୋର ହାର୍ଦ୍ଧିକ ଶୁଭେଚ୍ଛା । ଆଗାମୀ ଦିନରେ ଏହି ରାଜ୍ୟ ପ୍ରଗତିର ଶୀର୍ଷ ସୋପାନକୁ ଛୁଇଁବ ବୋଲି ମୋର ଆଶା ।
ଆନ୍ଧ୍ର ପ୍ରଦେଶର ଭାଇ ଓ ଭଉଣୀମାନଙ୍କୁ ମଧ୍ୟ ମୋର ଅନୁରୂପ ଶୁଭେଚ୍ଛା । ଆଗାମୀ ଦିନରେ ଏହି ରାଜ୍ୟ ବିକାଶର ଶୀର୍ଷକୁ ପହଞ୍ଚିବ ବୋଲି ମୋର ଆଶା” । ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତରେ ଏହା କହିଛନ୍ତି ।