Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତ-ଅଷ୍ଟ୍ରେଲିଆ ସର୍କୁଲାର ଇକୋନୋମୀ ହାକାଥନ୍ (I-ACE) କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧ

ଭାରତ-ଅଷ୍ଟ୍ରେଲିଆ ସର୍କୁଲାର ଇକୋନୋମୀ ହାକାଥନ୍ (I-ACE) କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଆମର ବ୍ୟବହାର ପଦ୍ଧତି ଏବଂ ପରିବେଶ ଉପରେ ଏହାର ପ୍ରଭାବକୁ କିପରି ହ୍ରାସ କରାଯାଇପାରିବ ସେ ବିଷୟରେ ବିଚାର କରିବା ଆବଶ୍ୟକ ସେ କହିଛନ୍ତି କ୍ଷେତ୍ରରେ ଆସୁଥିବା ଅନେକ ଆହ୍ୱାନକୁ ସମାଧାନ ଦିନରେ ସର୍କୁଲାର ଇକୋନୋମୀ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହୋଇପାରିବ ପ୍ରଧାନମନ୍ତ୍ରୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭାରତଅଷ୍ଟ୍ରେଲିଆ ବୃତ୍ତିଗତ ହାକାଥନର ଉଦ୍ଯାପନୀ ସମାରୋହକୁ ସମ୍ବୋଧିତ କରିଛନ୍ତି

Speaking at the India-Australia Circular Economy Hackathon Award Ceremony. https://t.co/nM1wYCQNQg

— Narendra Modi (@narendramodi) February 19, 2021

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜିନିଷଗୁଡିକର ପୁନଃ ବ୍ୟବହାର ଏବଂ ବର୍ଜ୍ୟବସ୍ତୁ ଦୂର କରିବା ସମ୍ପଦର ଦକ୍ଷତା ବୃଦ୍ଧି ଆମ ଜୀବନଶୈଳୀର ଏକ ଅଂଶ ହେବା ଆବଶ୍ୟକ ସେ ଆଶା ପ୍ରକଟ କରିଛନ୍ତି ଯେ ହ୍ୟାକଥନରେ ପ୍ରଦର୍ଶିତ ଉଦ୍ଭାବନ ଦୁଇ ଦେଶକୁ ସର୍କୁଲାର ଇକୋନୋମୀ ସମାଧାନରେ ନେତୃତ୍ୱ ନେବାକୁ ପ୍ରେରଣା ଯୋଗାଇବ ଏହି ଚିନ୍ତାଧାରାକୁ ଆକଳନ ଏବଂ ଅନ୍ତର୍ଭୁକ୍ତ କରିବାର ଉପାୟ ଖୋଜିବାକୁ ମଧ୍ୟ ସେ କହିଥିଲେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମେ କଦାପି ଭୁଲିଯିବା ଉଚିତ ନୁହେଁ ଯେ ଧରିତ୍ରୀ ମାଦ୍ୱାରା ପ୍ରଦାନ କରାଯାଉଥିବା ସମସ୍ତ ଜିନିଷର ମାଲିକ ନୁହଁ, ବରଂ ଭବିଷ୍ୟତ ପୀଢି ପାଇଁ କେବଳ ଏହାର ଟ୍ରଷ୍ଟି ଅଟୁ

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ହାକାଥନରେ ଆଜିର ଯୁବ ଅଂଶଗ୍ରହଣକାରୀଙ୍କ ଶକ୍ତି ଏବଂ ଉତ୍ସାହ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆଗାମୀ ଭାଗିଦାରୀର ପ୍ରତୀକ ଅଟେ କୋଭିଡ ପରବର୍ତ୍ତୀ ବିଶ୍ୱ ଗଠନରେ ଶକ୍ତିଶାଳୀ ଭାରତଅଷ୍ଟ୍ରେଲିଆ ସହଭାଗୀତା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଏବଂ ଆମର ଯୁବକ, ଆମର ଯୁବ ଉଦ୍ଭାବକ, ଆମର ଷ୍ଟାର୍ଟଅପ୍ ଏହି ସହଭାଗୀତାର ଅଗ୍ରଭାଗରେ ରହିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

****

HS