ପିଏମଇଣ୍ଡିଆ
ମୋର ପ୍ରିୟ ଦେଶବାସୀ,
ମୁଁ ସାରା ଦିନ ପଞ୍ଜାବରେ ଥିଲି ।
ମୋର କର୍ତ୍ତବ୍ୟ ହେଉଛି କି ମୁଁ ଆପଣମାନଙ୍କ ସହିତ ସିଧାସଳଖ କଥା ହୁଏ ।
ଆଜି ସୁପ୍ରିମକୋର୍ଟ ଏକ ଏପରି ଗୁରୁତ୍ୱପୂର୍ଣ୍ଣ ମାମଲାରେ ରାୟ ଦେଇଛନ୍ତି, ଯାହା ପଛରେ ଶହ ଶହ ବର୍ଷର ଏକ ଇତିହାସ ରହିଛି ।
ସାରା ଦେଶର ଇଚ୍ଛା ଥିଲା ଯେ ଏହି ମାମଲାରେ ନ୍ୟାୟାଳୟରେ ପ୍ରତ୍ୟେକ ଦିନ ଶୁଣାଣି ହେଉ,
ସେପରି ହେଲା, ଏବଂ ଆଜି ରାୟ ଆସିସାରିଛି ।
ଦଶନ୍ଧି ଧରି ଜାରି ରହିଥିବା ନ୍ୟାୟିକ ପ୍ରକ୍ରିୟା ଏବେ ଶେଷ ହୋଇଛି ।
ବନ୍ଧୁଗଣ,
ସାରା ବିଶ୍ୱ ଏହା ଗ୍ରହଣ କରିଥାଏ ଯେ ଭାରତ ବିଶ୍ୱର ସବୁଠୁ ବଡ଼ ଗଣତାନ୍ତ୍ରିକ ଦେଶ କିନ୍ତୁ ଆଜି ବିଶ୍ୱ
ଏହା ମଧ୍ୟ ଜାଣିଲା ଯେ ଭାରତର ଗଣତନ୍ତ୍ର କେତେ ଜୀବନ୍ତ ଏବଂ ମଜବୁତ ।
ଆଜି ରାୟ ପ୍ରକାଶ ପାଇବା ପରେ,
ଯେପରି ଭାବେ ପ୍ରତ୍ୟେକ ସମ୍ପ୍ରଦାୟ,
ପ୍ରତ୍ୟେକ ଧର୍ମ ଏବଂ ସାରା ଦେଶର ଲୋକମାନେ,
ଖୋଲା ହୃଦୟରେ ଏହାକୁ ସ୍ୱୀକାର କଲେ,
ଏହା ଭାରତର ପୁରାତନ ସଂସ୍କୃତି, ପରମ୍ପରା ଏବଂ ସୌହାର୍ଦ୍ଦ୍ୟ ଭାବନାକୁ ପ୍ରତିଫଳିତ କରୁଛି ।
ଭାଇ ଓ ଭଉଣୀମାନେ,
ଭାରତର ପରିଚୟ-ବିବିଧତା ମଧ୍ୟରେ ଏକତା, ଆଜି ଏହି ମନ୍ତ୍ର ସମ୍ପୂର୍ଣ୍ଣ ଭାବେ ଚରିତାର୍ଥ ହୋଇଥିବା ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି ।
ହଜାର ହଜାର ବର୍ଷ ପରେ ମଧ୍ୟ ଯଦି କାହାକୁ ବିବିଧତାରେ ଏକତା, ଭାରତର ଏହି ପ୍ରାଣତତ୍ୱ ବିଷୟରେ ବୁଝାଇବାକୁ ହେବ ତ’ ସେ ଆଜିର ଐତିହାସିକ ଦିନ, ଆଜିର ଘଟଣାକୁ ଉଦାହରଣ ଭାବେ ନେଇପାରିବେ, ଯାହାକୁ ଆମେ ସମସ୍ତେ ମିଶି ନିଜେ ଲେଖିଛୁ, ରଚନା କରିଛୁ ।
ବନ୍ଧୁଗଣ,
ଭାରତର ନ୍ୟାୟପାଳିକା ଇତିହାସରେ ମଧ୍ୟ ଆଜିର ଏହି ଦିନ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଭଳି ।
ଏହି ପ୍ରସଙ୍ଗରେ ଶୁଣାଣି ସମୟରେ ସୁପ୍ରିମକୋର୍ଟ ସମସ୍ତ ପକ୍ଷଙ୍କୁ ଶୁଣିଥିଲେ, ଅତ୍ୟନ୍ତ ଧୈର୍ଯ୍ୟର ସହ ଶୁଣିଥିଲେ ଏବଂ ସର୍ବସମ୍ମତିକ୍ରମେ ରାୟ ଦେଇଥିଲେ । ଏହା ସରଳ କାର୍ଯ୍ୟ ନୁହେଁ ।
ସୁପ୍ରିମକୋର୍ଟ ଏହି ରାୟ ପଛରେ ଦୃଢ଼ ଇଚ୍ଛାଶକ୍ତି ବ୍ୟକ୍ତ କରିଛନ୍ତି ।
ସେଥିପାଇଁ ଦେଶର ନ୍ୟାୟାଧୀଶ, ନ୍ୟାୟାଳୟ ଏବଂ ଆମର ନ୍ୟାୟିକ ବ୍ୟବସ୍ଥା ଅଭିନନ୍ଦନ ପାଇବାର ହକଦାର ।
ବନ୍ଧୁଗଣ,
9 ନଭେମ୍ବର ହେଉଛି ସେହି ତାରିଖ, ଯେଉଁ ଦିନ ବର୍ଲିନ ପ୍ରାଚୀର ଧରାଶାୟୀ ହୋଇଥିଲା । ଦୁଇଟି ବିପରୀତ ବିଚାରର ଲୋକ ଏକଜୁଟ ହୋଇ ନୂତନ ସଂକଳ୍ପ ନେଲେ ।
ଆଜି 9 ନଭେମ୍ବରରେ ହିଁ କରତାରପୁର ସାହିବ କରିଡର ଆରମ୍ଭ ହୋଇଛି । ଏଥିରେ ଭାରତର ସହଯୋଗ ରହିଛି, ପାକିସ୍ତାନର ମଧ୍ୟ ।
ଆଜି ଅଯୋଧ୍ୟା ମାମଲାରେ ରାୟ ସହିତ, 9 ନଭେମ୍ବରର ଏହି ତାରିଖ ଆମକୁ ସାଥୀ ହୋଇ ଆଗକୁ ବଢ଼ିବା ଲାଗି ଶିକ୍ଷା ମଧ୍ୟ ଦେଉଛି ।
ଆଜି ଦିନର ବାର୍ତ୍ତା ହେଉଛି ଯୋଡ଼ିବାର ଓ ଏକଜୁଟ ହେବାର ଏବଂ ମିଳିମିଶି ବଂଚିବାର ।
ଏହି ବିଷୟକୁ ନେଇ କେବେବି, କାହା ମନରେ କିଛି କଟୁ ଭାବନା ଥିଲେ, ଆଜି ତା’କୁ ଜଳାଞ୍ଜଳି ଦେବାର ଦିନ ।
ନୂଆ ଭାରତରେ ଭୟ, କଟୁତା, ନକାରାତ୍ମକତାର ସ୍ଥାନ ନାହିଁ ।
ବନ୍ଧୁଗଣ,
ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଜିର ରାୟ ଦେଶକୁ ଏହି ବାର୍ତ୍ତା ମଧ୍ୟ ଦେଇଛି ଯେ କଠିନରୁ କଠିନ ମାମଲାର ସମାଧାନ ସମ୍ବିଧାନର ପରିଧି ମଧ୍ୟରେ ରହିଛି, ଆଇନର ପରିଧି ମଧ୍ୟରେ ରହିଛି ।
ଆମକୁ ଏହି ରାୟରୁ ଶିକ୍ଷା ଗ୍ରହଣ କରିବାକୁ ହେବ ଯେ କିଛି ସମୟ ବିଳମ୍ବ ହେଉ ପଛେ ଧୈର୍ଯ୍ୟ ରଖିବା ଆମ ସମସ୍ତଙ୍କ ପାଇଁ ସର୍ବୋଚିତ ।
ପ୍ରତ୍ୟେକ ପରିସ୍ଥିତିରେ ଭାରତର ସମ୍ବିଧାନ, ଭାରତର ନ୍ୟାୟିକ ପ୍ରକ୍ରିୟା ଉପରେ ଆମର ବିଶ୍ୱାସ ରହୁ, ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
ବନ୍ଧୁଗଣ,
ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ରାୟ ଆମ ପାଇଁ ଏକ ନୂତନ ସକାଳ ନେଇ ଆସିଛି ।
ଏହି ବିବାଦର ପ୍ରଭାବ ଅନେକ ପିଢ଼ି ଉପରେ ପଡ଼ିଥାଉ ପଛେ, କିନ୍ତୁ ଏହି ରାୟ ପରେ ଆମକୁ ସଂକଳ୍ପ ନେବାକୁ ହେବ ଯେ ଏବେ ନୂଆ ପିଢ଼ି, ନୂତନ ଭାବେ ନ୍ୟୁ ଇଣ୍ଡିଆର ନିର୍ମାଣରେ ନିୟୋଜିତ ହେବ ।
ଆସନ୍ତୁ ଏକ ନୂତନ ଅଧ୍ୟାୟ ଆରମ୍ଭ କରିବା ।
ଏକ ନୂତନ ଭାରତର ନିର୍ମାଣ କରିବା ।
ଆମକୁ ନିଜ ବିଶ୍ୱାସ ଏବଂ ବିକାଶ ଏହାକୁ ନେଇ ନିର୍ଦ୍ଧାରଣ କରିବାକୁ ହେବ ଯେ ଆମ ସହିତ ଚାଲୁଥିବା ଲୋକ ପଛରେ ପଡ଼ିଯାଉନାହିଁ ତ’ ।
ଆମକୁ ସମସ୍ତଙ୍କୁ ସାଥୀରେ ନେଇ,
ସଭିଙ୍କର ବିକାଶ କରି ଓ ସବୁରି ବିଶ୍ୱାସ ଜିତି ଆଗକୁ ବଢ଼ିବାକୁ ହେବ ।
ସାଥୀଗଣ,
ରାମ ମନ୍ଦିର ନିର୍ମାଣ ରାୟ ସୁପ୍ରିମକୋର୍ଟ ଦେଇଛନ୍ତି ।
ଏବେ ଦେଶର ପ୍ରତ୍ୟେକ ନାଗରିକ ଉପରେ ରାଷ୍ଟ୍ର ନିର୍ମାଣର ଦାୟିତ୍ୱ ଆହୁରି ବୃଦ୍ଧି ପାଇଛି ।
ଏହା ସହିତ ନାଗରିକ ଭାବେ ଦେଶର ନ୍ୟାୟିକ ପ୍ରକ୍ରିୟାକୁ ପାଳନ କରିବା ଓ ଆଇନକାନୁନକୁ ସମ୍ମାନ ଦେବାର ଦାୟିତ୍ୱ ମଧ୍ୟ ଆମ ସମସ୍ତଙ୍କର ବୃଦ୍ଧି ପାଇଛି ।
ଏବେ ସମାଜ ପାଇଁ ପ୍ରତ୍ୟେକ ଭାରତୀୟକୁ ନିଜ କର୍ତ୍ତବ୍ୟ, ନିଜ ଦାୟିତ୍ୱକୁ ପ୍ରାଥମିକତା ଦେଇ କାମ କରିବାକୁ ହେବ ।
ଆମ ଭିତରେ ସୌହାର୍ଦ୍ଦ୍ୟ,
ଆମ ଏକତା,
ଆମ ଶାନ୍ତି,
ଦେଶର ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ।
ଆମକୁ ଭବିଷ୍ୟତ ଦିଗରେ ଦେଖିବାକୁ ହେବ, ଭବିଷ୍ୟତର ଭାରତ ପାଇଁ କାମ କରିବାକୁ ହେବ ।
ଭାରତ ସମ୍ମୁଖରେ, ଅନେକ ଆହ୍ୱାନ ରହିଛି ।
ଅନେକ ଲକ୍ଷ୍ୟ ଓ ଲକ୍ଷ୍ୟସ୍ଥଳୀ ମଧ୍ୟ ରହିଛି ।
ପ୍ରତ୍ୟେକ ଭାରତୀୟ,
ସାଥୀ ହୋଇ ଆଗକୁ ବଢ଼ିବା ସହ ଏହି ଲକ୍ଷ୍ୟ ହାସଲ କରିବେ ।
ଲକ୍ଷ୍ୟସ୍ଥଳୀରେ ପହଁଚିବେ ।
ଜୟ ହିନ୍ଦ!
**********
देश के सर्वोच्च न्यायालय ने अयोध्या पर अपना फैसला सुना दिया है। इस फैसले को किसी की हार या जीत के रूप में नहीं देखा जाना चाहिए।
— Narendra Modi (@narendramodi) November 9, 2019
रामभक्ति हो या रहीमभक्ति, ये समय हम सभी के लिए भारतभक्ति की भावना को सशक्त करने का है। देशवासियों से मेरी अपील है कि शांति, सद्भाव और एकता बनाए रखें।
सुप्रीम कोर्ट का यह फैसला कई वजहों से महत्वपूर्ण है:
— Narendra Modi (@narendramodi) November 9, 2019
यह बताता है कि किसी विवाद को सुलझाने में कानूनी प्रक्रिया का पालन कितना अहम है।
हर पक्ष को अपनी-अपनी दलील रखने के लिए पर्याप्त समय और अवसर दिया गया।
न्याय के मंदिर ने दशकों पुराने मामले का सौहार्दपूर्ण तरीके से समाधान कर दिया।
यह फैसला न्यायिक प्रक्रियाओं में जन सामान्य के विश्वास को और मजबूत करेगा।
— Narendra Modi (@narendramodi) November 9, 2019
हमारे देश की हजारों साल पुरानी भाईचारे की भावना के अनुरूप हम 130 करोड़ भारतीयों को शांति और संयम का परिचय देना है।
भारत के शांतिपूर्ण सह-अस्तित्व की अंतर्निहित भावना का परिचय देना है।
The Honourable Supreme Court has given its verdict on the Ayodhya issue. This verdict shouldn’t be seen as a win or loss for anybody.
— Narendra Modi (@narendramodi) November 9, 2019
Be it Ram Bhakti or Rahim Bhakti, it is imperative that we strengthen the spirit of Rashtra Bhakti.
May peace and harmony prevail!
SC’s Ayodhya Judgment is notable because:
— Narendra Modi (@narendramodi) November 9, 2019
It highlights that any dispute can be amicably solved in the spirit of due process of law.
It reaffirms the independence, transparency and farsightedness of our judiciary.
It clearly illustrates everybody is equal before the law.
The halls of justice have amicably concluded a matter going on for decades. Every side, every point of view was given adequate time and opportunity to express differing points of view. This verdict will further increase people’s faith in judicial processes.
— Narendra Modi (@narendramodi) November 9, 2019
The calm and peace maintained by 130 crore Indians in the run-up to today’s verdict manifests India’s inherent commitment to peaceful coexistence.
— Narendra Modi (@narendramodi) November 9, 2019
May this very spirit of unity and togetherness power the development trajectory of our nation. May every Indian be empowered.