ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ, ନେପାଳ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହ ନଭେମ୍ବର ୨୨ ଓ ୨୩, ୨୦୨୬ରେ ଭାରତ ଗସ୍ତ କରିଛନ୍ତି । ଉଭୟ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀରେ ସୌହାର୍ଦ୍ଦ୍ୟପୂର୍ଣ୍ଣ, ଗୁରୁତ୍ୱପୂର୍ଣ୍ଣ ଏବଂ ଭବିଷ୍ୟତମୁଖୀ ଆଲୋଚନା କରିବା ସହ ଦ୍ୱିପାକ୍ଷିକ ସମ୍ପର୍କର ବିସ୍ତୃତ ସମୀକ୍ଷା କରିଛନ୍ତି ।
ଉଭୟ ନେତା ସ୍ୱୀକାର କରିଛନ୍ତି ଯେ ଭାରତ ଓ ନେପାଳ ମଧ୍ୟରେ ଥିବା ପ୍ରାଚୀନ ସଭ୍ୟତାଗତ ସମ୍ପର୍କ ଏକ ବହୁମୁଖୀ ସହଭାଗିତାରେ ପରିଣତ ହୋଇଛି । ଏହି ଭାଗୀଦାରୀ ପାରସ୍ପରିକ ସମ୍ମାନ ଓ ଲାଭର ନୀତି ଉପରେ ଆଧାରିତ ହେବା ସହିତ ଉଭୟ ଦେଶର ଜନସାଧାରଣଙ୍କ ମଧ୍ୟରେ ଥିବା ଗଭୀର ସମ୍ପର୍କରୁ ଶକ୍ତି ଲାଭ କରିଥାଏ।
୨୦୨୬ ମସିହା ଅଗଷ୍ଟ ମାସରେ ରସୁୱା-ତ୍ରିଶୂଳୀ ଅବବାହିକା ଏବଂ ଅନ୍ୟାନ୍ୟ ସ୍ଥାନରେ ଆସିଥିବା ବନ୍ୟା ଓ ଭୂସ୍ଖଳନ ପରେ, ଭାରତ ଯେପରି ତୁରନ୍ତ ମାନବୀୟ ସହାୟତା ତଥା ଉଦ୍ଧାର କାର୍ଯ୍ୟରେ ସହଯୋଗ ଯୋଗାଇ ଦେଇଥିଲା ସେଥିପାଇଁ ନେପାଳ କୃତଜ୍ଞତା ଜ୍ଞାପନ କରିଛି। ନେପାଳର ପୁନଃନିର୍ମାଣ ପ୍ରୟାସ ପାଇଁ ଆଗାମୀ ଦିନରେ ଯୋଗାଇ ଦିଆଯିବାକୁ ଥିବା ଅତିରିକ୍ତ ସହାୟତା ସମ୍ବନ୍ଧରେ ଆଲୋଚନା ଜାରି ରଖିବାକୁ ଉଭୟ ଦେଶର ନେତାମାନେ ସହମତ ହୋଇଛନ୍ତି ।
ଉଭୟ ନେତା ଏକମତ ହୋଇଛନ୍ତି ଯେ, ଦ୍ୱିପାକ୍ଷିକ ଭାଗୀଦାରୀ ବର୍ତ୍ତମାନର ରାଜନୈତିକ, ଆର୍ଥିକ ଏବଂ ବୈଷୟିକ ବାସ୍ତବତାକୁ ପ୍ରତିଫଳିତ କରିବା ଉଚିତ୍ । ଏହା ଏକ ଅତ୍ୟାଧୁନିକ ଏବଂ ଭବିଷ୍ୟତ-ମୁଖୀ ଆଇନଗତ ଢାଞ୍ଚା ଉପରେ ଆଧାରିତ ହେବା ଆବଶ୍ୟକ, ଯେଉଁଥିରେ ୧୯୫୦ ମସିହାର ‘ଶାନ୍ତି ଓ ବନ୍ଧୁତ୍ୱ ଚୁକ୍ତି’ ସମେତ ପ୍ରଚଳିତ ଦ୍ୱିପାକ୍ଷିକ ଚୁକ୍ତିଗୁଡ଼ିକୁ ପାରସ୍ପରିକ ସହମତି ଆଧାରରେ ସମୀକ୍ଷା କରାଯାଇପାରିବ। ଜଳ ସମ୍ପଦ, ଶକ୍ତି, ବାଣିଜ୍ୟ ଓ ବ୍ୟବସାୟ ତଥା ସୀମା ସମ୍ବନ୍ଧୀୟ ବିଷୟ ସମେତ ଅନ୍ୟ ସମସ୍ତ ବିଚାରାଧୀନ ପ୍ରସଙ୍ଗର ସମାଧାନ ପାରସ୍ପରିକ ଆଲୋଚନା ଓ ବାର୍ତ୍ତାଳାପ ମାଧ୍ୟମରେ କରାଯିବ ।
ଉଭୟ ଦେଶର ଲୋକଙ୍କୁ ଲାଭଦାୟକ ସୁବିଧା ପ୍ରଦାନ କରିବା ସକାଶେ ଭାରତ-ନେପାଳ ସମ୍ପର୍କକୁ ଏକ ଆଧୁନିକ ଏବଂ ଫଳାଫଳ-ଆଧାରିତ ସହଭାଗୀତାରେ ରୂପାନ୍ତରିତ କରିବା ଲାଗି ଦୁଇ ନେତା ଏକ ‘ମିଳିତ ଦୃଷ୍ଟିକୋଣ’ ଗ୍ରହଣ କରିଛନ୍ତି । ଏହା ଭାରତ ଏବଂ ନେପାଳର ଜନସାଧାରଣ, ବିଶେଷକରି ଯୁବକମାନଙ୍କ ଆକାଂକ୍ଷା ଉପରେ ଧ୍ୟାନ ଦେଇଥାଏ । ଏହି ଦୃଷ୍ଟିକୋଣ ନିମ୍ନଲିଖିତ ଦଶଟି ସ୍ତମ୍ଭ ଉପରେ ଧ୍ୟାନ ଦେଇ ଦ୍ୱିପାକ୍ଷିକ ଭାଗୀଦାରୀର ଭବିଷ୍ୟତ ପାଇଁ ଏକ ବିସ୍ତୃତ ରୂପରେଖ ପ୍ରଦାନ କରିବ:
୧. ବ୍ୟାପକ ଆର୍ଥିକ ଏବଂ ବିକାଶ ଭାଗୀଦାରୀ
ଭାରତର ଜାତୀୟ ଦୃଷ୍ଟିକୋଣ ‘ବିକଶିତ ଭାରତ ୨୦୪୭’ ଏବଂ ନେପାଳର ଜାତୀୟ ଆକାଂକ୍ଷା ‘ସମୁନ୍ନତ ନେପାଳ’ ମଧ୍ୟରେ ଅନେକ ସମାନତା ଓ ପାରସ୍ପରିକ ପରିପୂରକତା ରହିଛି । ଏହାର ଉପଯୋଗ କରି ଉଭୟ ଦେଶ ମଧ୍ୟରେ ଥିବା ବ୍ୟାପକ ଆର୍ଥିକ ସମ୍ପର୍କକୁ ଆହୁରି ସୁଦୃଢ଼ କରାଯାଇପାରିବ। ଏଥିରେ ନିମ୍ନଲିଖିତ ବିଷୟଗୁଡ଼ିକ ଅନ୍ତର୍ଭୁକ୍ତ ହୋଇପାରେ:
କ). ଉଭୟ ଦେଶ ମଧ୍ୟରେ ଏକ ଅଧିକ ବ୍ୟାପକ ଆର୍ଥିକ ଭାଗୀଦାରୀକୁ ସୁଗମ କରିବା ଲକ୍ଷ୍ୟରେ ବାଣିଜ୍ୟ ଓ ନିବେଶ ସମ୍ବନ୍ଧୀୟ ବ୍ୟବସ୍ଥା ଏବଂ ଚୁକ୍ତିନାମାଗୁଡ଼ିକର ସମୀକ୍ଷା କରିବା।
ଖ). ଉନ୍ନତ ପ୍ରବେଶାଧିକାର ସୁନିଶ୍ଚିତ କରିବା ଏବଂ ସଂଯୋଗୀକରଣକୁ ସୁଦୃଢ଼ କରିବା ପାଇଁ ନୂତନ ପରିବହନ ମାର୍ଗ ଏବଂ ବିମାନ ଚଳାଚଳ ପଥ ଖୋଲିବା।
ଗ). ଭାରତ-ନେପାଳ ସୀମା ନିକଟରେ ରପ୍ତାନି-ଭିତ୍ତିକ ଉତ୍ପାଦନ ପାଇଁ ‘ସୀମା-ପାର୍ ‘ସ୍ୱତନ୍ତ୍ର ଆର୍ଥିକ କ୍ଷେତ୍ର’ କିମ୍ବା ପାର୍କ ସ୍ଥାପନ କରିବା ଦିଗରେ ସହଯୋଗ କରିବା, ଯାହା ଫଳରେ ଉତ୍ପାଦନ ଓ ଅନ୍ୟାନ୍ୟ ପ୍ରକ୍ରିୟାକରଣ ଶିଳ୍ପଗୁଡ଼ିକର ଯୋଗାଣ ଶୃଙ୍ଖଳା ସହିତ ସଂଯୋଗ ସ୍ଥାପିତ ହୋଇପାରିବ; ଏହା ସହିତ ଆଇଟି ପାର୍କ ବିକାଶ କ୍ଷେତ୍ରରେ ମଧ୍ୟ ସହଯୋଗ କରିବା।
ଘ). ନେପାଳର ପ୍ରାଥମିକତା ପ୍ରାପ୍ତ କ୍ଷେତ୍ରଗୁଡ଼ିକରେ ଭାରତୀୟ ନିବେଶକୁ ଉତ୍ସାହିତ କରାଯିବ। ଏଥିପାଇଁ ଏପରି ବ୍ୟବସ୍ଥା ଗ୍ରହଣ କରାଯିବ ଯାହା ନିବେଶକଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିବ ଏବଂ ବ୍ୟବସାୟ କରିବାକୁ ଅଧିକ ସହଜ ଓ ସୁବିଧାଜନକ କରିବ।
ଙ). ଭାରତ ନେପାଳକୁ ୧୫,୦୦୦ କୋଟି ଭାରତୀୟ ଟଙ୍କା (୨୪,୦୦୦ କୋଟି ନେପାଳୀ ଟଙ୍କା) ମୂଲ୍ୟର ବିକାଶମୂଳକ ସହାୟତା ପ୍ରଦାନ କରିବ। ଏଥିରେ ବିପର୍ଯ୍ୟୟ ପରବର୍ତ୍ତୀ ପୁନଃନିର୍ମାଣ ଏବଂ ନୂତନ ଭିତ୍ତିଭୂମି ପ୍ରକଳ୍ପ ପାଇଁ ୩,୫୦୦ କୋଟି ଭାରତୀୟ ଟଙ୍କା (୫,୬୦୦ କୋଟି ନେପାଳୀ ଟଙ୍କା) ଅନୁଦାନ ଏବଂ ଶକ୍ତି କ୍ଷେତ୍ରର ପ୍ରକଳ୍ପଗୁଡ଼ିକ ପାଇଁ ୧୧,୫୦୦ କୋଟି ଭାରତୀୟ ଟଙ୍କା (୧୮,୪୦୦ କୋଟି ନେପାଳୀ ଟଙ୍କା) ମୂଲ୍ୟର ‘ଲାଇନ୍ ଅଫ୍ କ୍ରେଡିଟ୍’ (ଋଣ ସୁବିଧା) ଅନ୍ତର୍ଭୁକ୍ତ ରହିଛି । ନିର୍ଦ୍ଦିଷ୍ଟ ପ୍ରକଳ୍ପଗୁଡ଼ିକ ଏବଂ ଏହି ବିକାଶମୂଳକ ସହାୟତା ପ୍ରଦାନ କରିବାର କାର୍ଯ୍ୟପଦ୍ଧତି ଉଭୟ ଦେଶର ପାରସ୍ପରିକ ବିଚାରବିମର୍ଶ ମାଧ୍ୟମରେ ଚୂଡ଼ାନ୍ତ କରାଯିବ।
୨. ଭୌତିକ ଏବଂ ଡିଜିଟାଲ୍ ଯୋଗାଯୋଗ:
ଆର୍ଥିକ ସହଯୋଗକୁ ଗଭୀର କରିବା ଏବଂ ଲୋକଙ୍କ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଯୋଗାଯୋଗ ଏକ ମୁଖ୍ୟ ମାଧ୍ୟମ ଅଟେ। ଏହି କ୍ଷେତ୍ରରେ ହୋଇଥିବା ଉଲ୍ଲେଖନୀୟ ଅଗ୍ରଗତିକୁ ସ୍ୱୀକାର କରି, ଉଭୟ ନେତା ଅଯୋଧ୍ୟା (ଭାରତ) ଓ ଜନକପୁର (ନେପାଳ) ମଧ୍ୟରେ ସିଧାସଳଖ ଏକ୍ସପ୍ରେସ୍ ରେଳ ସେବା ଏବଂ ଧାରଚୁଲା (ଭାରତ) ଓ ଦାରଚୁଲା (ନେପାଳ) ମଧ୍ୟରେ ମହାକାଳୀ ନଦୀ ଉପରେ ଗାଡ଼ି ଚଳାଚଳ ଯୋଗ୍ୟ ସେତୁର ଲୋକାର୍ପଣ ସ୍ୱାଗତ ଜଣାଇଲେ। ସେମାନେ ନିମ୍ନଲିଖିତ ବିଷୟଗୁଡ଼ିକ ଉପରେ ମଧ୍ୟ ସହମତ ହେଲେ:
୩. ଶକ୍ତି, ଜଳ ସମ୍ପଦ ଏବଂ ଜଳବାୟୁ ସହନଶୀଳତା:
ଶକ୍ତି, ଜଳ ସମ୍ପଦ ଏବଂ ଜଳବାୟୁ ସହନଶୀଳତା କ୍ଷେତ୍ରରେ ଭାରତ ଓ ନେପାଳ ମଧ୍ୟରେ ସହଯୋଗକୁ ଆହୁରି ଗଭୀର କରିବାର ପ୍ରଚୁର ସମ୍ଭାବନାକୁ ଉପଲବ୍ଧି କରି, ଉଭୟ ପକ୍ଷ ସଂସ୍ଥାଗତ ସହଯୋଗକୁ ସୁଦୃଢ଼ କରିବା, ପାରସ୍ପରିକ ଲାଭଦାୟକ ଭାଗୀଦାରୀକୁ ପ୍ରୋତ୍ସାହିତ କରିବା ଏବଂ ନିରନ୍ତର, ସହନଶୀଳ ତଥା ସମାବେଶୀ ବିକାଶ ଦିଗରେ ମିଳିତ ପ୍ରୟାସକୁ ଆଗକୁ ବଢ଼ାଇବା ପାଇଁ ସହମତ ହୋଇଛନ୍ତି। ଏହି ଲକ୍ଷ୍ୟ ହାସଲ ପାଇଁ:
୪). ସୁଶାସନ:
ନେପାଳର ସୁଶାସନ ସହିତ ଜଡିତ ପ୍ରାଥମିକତା ଏବଂ ଭାରତ ଦ୍ୱାରା ଗ୍ରହଣ କରାଯାଇଥିବା ଆଭିମୁଖ୍ୟ ମଧ୍ୟରେ ଯଥେଷ୍ଟ ସମ୍ପର୍କ ରହିଛି, ବିଶେଷକରି ଡିଜିଟାଲ ପ୍ରଯୁକ୍ତିବିଦ୍ୟା ଗ୍ରହଣ ଏବଂ ନାଗରିକ-ସରକାର ଇଣ୍ଟରଫେସକୁ ଅଧିକ ସ୍ୱଚ୍ଛ, ସୁବିଧାଜନକ ଏବଂ ପ୍ରଭାବଶାଳୀ କରିବା ସହିତ ଜଡିତ ବିଷୟଗୁଡ଼ିକରେ। ଏହି ଦିଗରେ:
୫). ପ୍ରଯୁକ୍ତିବିଦ୍ୟା, ମହାକାଶ ଏବଂ ଉଦ୍ଭାବନ:
ପ୍ରଯୁକ୍ତିବିଦ୍ୟାର ଅଧିକ ଗ୍ରହଣ ଓ ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ, ଏକ ପ୍ରଯୁକ୍ତିବିଦ୍ୟା କେନ୍ଦ୍ର (ଟେକ୍ନୋଲୋଜି ହବ୍) ରୂପେ ବିକଶିତ ହେବା ନେଇ ନେପାଳର ଲକ୍ଷ୍ୟକୁ ଦୃଷ୍ଟିରେ ରଖି ଏବଂ ଏହି କ୍ଷେତ୍ରଗୁଡ଼ିକରେ ଭାରତର ଦକ୍ଷତାକୁ ବିଚାରକୁ ନେଇ, ଭାରତ-ନେପାଳ ଭାଗୀଦାରୀ ମାଧ୍ୟମରେ ନିମ୍ନଲିଖିତ ପଦକ୍ଷେପଗୁଡ଼ିକ ଗ୍ରହଣ କରାଯିବ:
୭). କ୍ରୀଡା:
କ୍ରୀଡାର ଅଭିବୃଦ୍ଧି ଏବଂ ଆବଶ୍ୟକ ଭିତ୍ତିଭୂମିର ବିକାଶ ଉପରେ ନେପାଳର ଗୁରୁତ୍ୱକୁ ସୁଦୃଢ଼ କରିବା ପାଇଁ, ଭାରତ ଓ ନେପାଳ ନିମ୍ନଲିଖିତ ମୁଖ୍ୟ ପଦକ୍ଷେପଗୁଡ଼ିକରେ ଏକାଠି କାମ କରିବେ:
୮). ସଂସ୍କୃତି ଏବଂ ପର୍ଯ୍ୟଟନ:
୯). ସ୍ୱାସ୍ଥ୍ୟ:
ନେପାଳ ସରକାରଙ୍କ ଦ୍ୱାରା ସାରା ଦେଶରେ ମୌଳିକ ସ୍ୱାସ୍ଥ୍ୟସେବାର ଏକ ସମନ୍ୱିତ ମଡେଲ ଉପରେ ଗୁରୁତ୍ୱ ଦେବାର ସ୍ୱାସ୍ଥ୍ୟ ପ୍ରତି ଭାରତର ଆଭିମୁଖ୍ୟ ସହିତ ଯଥେଷ୍ଟ ସମନ୍ୱୟ ରହିଛି। ବିଦ୍ୟମାନ ପରିପୂରକତାକୁ ଦୃଷ୍ଟିରେ ରଖି ଏବଂ ଏହି କ୍ଷେତ୍ରରେ ଦୃଢ଼ ସହଯୋଗକୁ ପୋଷଣ କରିବା ପାଇଁ, ଉଭୟ ପକ୍ଷ:
୧୦. କୃଷି:
କାର୍ଯ୍ୟକାରିତା ପଦ୍ଧତି
ଉଭୟ ପ୍ରଧାନମନ୍ତ୍ରୀ ନେପାଳର ବୈଦେଶିକ ସଚିବ ଏବଂ ଭାରତର ରାଷ୍ଟ୍ରଦୂତଙ୍କ ନେତୃତ୍ୱରେ ଗଠିତ ‘ଉଚ୍ଚ-ସ୍ତରୀୟ ନିରୀକ୍ଷଣ ଗୋଷ୍ଠୀ’କୁ ସକ୍ରିୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନିରୀକ୍ଷଣ ଗୋଷ୍ଠୀ ଅନ୍ତତଃ ପ୍ରତି ଛଅ ମାସରେ ଥରେ ବୈଠକ କରିବେ ଏବଂ ନିର୍ଦ୍ଧାରିତ ପ୍ରକଳ୍ପ, ଧାରଣା ଓ ପଦକ୍ଷେପଗୁଡ଼ିକର ତ୍ୱରିତ କାର୍ଯ୍ୟକାରିତା ସୁନିଶ୍ଚିତ କରିବା ସହ ଆବଶ୍ୟକୀୟ ଅନୁମତି/ଅନୁମୋଦନ ପାଇବାରେ ସହାୟତା କରିବେ ।
ଉଭୟ ନେତା ଏକମତ ହୋଇଛନ୍ତି ଯେ, ଏହି ଉଚ୍ଚ-ସ୍ତରୀୟ ନିରୀକ୍ଷଣ ଗୋଷ୍ଠୀ ନିଜର ରିପୋର୍ଟ ‘ଭାରତ-ନେପାଳ ଯୁଗ୍ମ ଆୟୋଗ’ ନିକଟରେ ଦାଖଲ କରିବେ; ଯେଉଁ ଆୟୋଗର ସହ-ଅଧ୍ୟକ୍ଷତା ଉଭୟ ଦେଶର ବୈଦେଶିକ ମନ୍ତ୍ରୀମାନେ କରିଥାନ୍ତି। ନେତାମାନେ ନିଷ୍ପତ୍ତି ନେଇଛନ୍ତି ଯେ, ଭାରତ-ନେପାଳ ଯୁଗ୍ମ ଆୟୋଗର ପରବର୍ତ୍ତୀ ବୈଠକ ୨୦୨୭ ମସିହାରେ ଅନୁଷ୍ଠିତ ହେବ।
ପ୍ରଧାନମନ୍ତ୍ରୀମାନେ ଆଶା ବ୍ୟକ୍ତ କରିଛନ୍ତି ଯେ, ଏହି ‘ଯୁଗ୍ମ ଦୃଷ୍ଟିକୋଣ ଦସ୍ତାବିଜ’ ଦୁଇ ବନ୍ଧୁତ୍ୱପୂର୍ଣ୍ଣ ଦେଶ ମଧ୍ୟରେ ଏକ ଆକାଂକ୍ଷାପୂର୍ଣ୍ଣ, ଆଧୁନିକ ଓ ପାରସ୍ପରିକ ଲାଭଦାୟକ ଭାଗୀଦାରୀ ପାଇଁ ଏକ ରୂପରେଖ ପ୍ରଦାନ କରୁଛି। ସେମାନେ ଭାରତ ଓ ନେପାଳର ଅଧିକାରୀମାନଙ୍କୁ ଏହି ସାଧାରଣ ଲକ୍ଷ୍ୟ ବା ଦୃଷ୍ଟିକୋଣକୁ ବାସ୍ତବ ରୂପ ଦେବା ଦିଗରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
*******
PS