ପିଏମଇଣ୍ଡିଆ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ନୌସେନା ସହିତ ଆଇଏନଏସ ବିକ୍ରାନ୍ତରେ ତାଙ୍କର ଦୀପାବଳି ଉତ୍ସବ ପାଳନର କିଛି ଝଲକ ଶେୟାର କରିଛନ୍ତି । ଏହାକୁ ଏକ ଉଲ୍ଲେଖନୀୟ ଦିନ, ଉଲ୍ଲେଖନୀୟ ମୁହୂର୍ତ୍ତ ଏବଂ ଉଲ୍ଲେଖନୀୟ ଦୃଶ୍ୟ ଉଲ୍ଲେଖ କରି ଶ୍ରୀ ମୋଦୀ କହିଛନ୍ତି ଯେ, ଗୋଟିଏ ପାର୍ଶ୍ଵରେ ବିଶାଳ ସମୁଦ୍ର ଏବଂ ଅନ୍ୟ ପାର୍ଶ୍ଵରେ ଭାରତ ମାତାର ସାହସୀ ସୈନିକମାନଙ୍କର ଅପାର ଶକ୍ତି । ସେ କହିଛନ୍ତି ଯେ, ଗୋଟିଏ ପାଖରେ ଅସୀମ ଦିଗନ୍ତ ଏବଂ ଅସୀମ ଆକାଶ ଦେଖାଯାଉଛି, ଅନ୍ୟ ପାର୍ଶ୍ଵରେ ଅସୀମ ଶକ୍ତିର ପ୍ରତୀକ ଆଇଏନଏସ ବିକ୍ରାନ୍ତର ବିଶାଳ ପରାକ୍ରମ ପ୍ରଦର୍ଶନ କରାଯାଉଛି । ପ୍ରଧାନମନ୍ତ୍ରୀ ଅବଲୋକନ କରିଥିଲେ ଯେ, ସମୁଦ୍ରରେ ସୂର୍ଯ୍ୟକିରଣର ଚମକ ଦୀପାବଳି ସମୟରେ ବୀର ସୈନିକମାନଙ୍କ ଦ୍ୱାରା ପ୍ରଜ୍ଜ୍ୱଳିତ ଦୀପ ସହିତ ସମାନ, ଯାହା ଆଲୋକର ଏକ ଦିବ୍ୟମାଳା ସୃଷ୍ଟି କରିଥାଏ । ସେ କହିଥିଲେ ଯେ, ଭାରତୀୟ ନୌସେନାର ସାହସୀ ସୈନିକମାନଙ୍କ ସହିତ ତାଙ୍କୁ ଦୀପାବଳି ପାଳନ କରିବାର ସୌଭାଗ୍ୟ ପ୍ରାପ୍ତ ହୋଇଛି ।
ଏକ୍ସରେ ଭିନ୍ନ ଭିନ୍ନ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;
“ଆଇଏନଏସ ବିକ୍ରାନ୍ତରେ ଆମର ସାହସୀ ନୌସେନା କର୍ମଚାରୀଙ୍କ ସହିତ ଦୀପାବଳି ପାଳନ ଅବସରରେ ।”
“ଲୋକମାନେ ସେମାନଙ୍କ ପରିବାର ସହିତ ଦୀପାବଳି ପାଳନ କରିବାକୁ ଭଲ ପାଆନ୍ତି ଏବଂ ମୁଁ ମଧ୍ୟ, ତେଣୁ ମୁଁ ପ୍ରତି ବର୍ଷ ଆମ ଦେଶର ସୁରକ୍ଷା କରୁଥିବା ସେନା ଏବଂ ସୁରକ୍ଷାକର୍ମୀଙ୍କ ପାଖକୁ ଯାଇଥାଏ । ଗୋଆ ଏବଂ କରୱାରର ପଶ୍ଚିମ ସମୁଦ୍ରକୂଳରେ ଭାରତୀୟ ନୌସେନାର ଜାହଜରେ ଥିବା ଆମର ବୀର ନୌସେନା ସହ ଆଇଏନଏସ ବିକ୍ରାନ୍ତରେ ଉପସ୍ଥିତ ହୋଇ ମୁଁ ଖୁବ୍ ଖୁସୀ ।”
“ଆଇଏନଏସ ବିକ୍ରାନ୍ତରେ ମୁଁ ଯାହା ଦେଖିଲି, ସେଥିରେ ବାୟୁ ଶକ୍ତି ପ୍ରଦର୍ଶନ, ଜୀବନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଅନେକ କିଛି ସାମିଲ ରହିଛି …”
“ଆଇଏନଏସ ବିକ୍ରାନ୍ତର ଭବ୍ୟ ଉଡାଣ ଡେକରେ ମିଗ୍-୨୯ ଲଢ଼ୁଆ ବିମାନ ସହ ।”
“ମୁଁ ଆଇଏନଏସ ବିକ୍ରାନ୍ତରେ ଆଶ୍ଚର୍ଯ୍ୟଜନକ ବାୟୁ ଶକ୍ତି ପ୍ରଦର୍ଶନ ଦେଖିଲି, ଯାହା ସଠିକତା ଏବଂ ପରାକ୍ରମ ପ୍ରଦର୍ଶନ କରିଥିଲା । ଦିନ ଆଲୋକରେ ଏବଂ ଅନ୍ଧାର ରାତିର ଏକ ଛୋଟ ରନୱେରେ ମିଗ୍-୨୯ଯୁଦ୍ଧ ବିମାନର ଉଡ଼ାଣ ଏବଂ ଅବତରଣ ଦକ୍ଷତା, ଶୃଙ୍ଖଳା ଏବଂ ପ୍ରଯୁକ୍ତିବିଦ୍ୟା ଉତ୍କୃଷ୍ଟତାର ଏକ ମନୋରମ ପ୍ରଦର୍ଶନ ଥିଲା ।”
“ବଡା ଖାନା ସଶସ୍ତ୍ର ବାହିନୀ ପରମ୍ପରାର ଏକ ଅବିଚ୍ଛେଦ୍ୟ ଅଂଶ । ଗତ କାଲି ସନ୍ଧ୍ୟାରେ ଆଇଏନଏସ ବିକ୍ରାନ୍ତରେ, ନୌସେନା କର୍ମଚାରୀଙ୍କ ସହିତ ବଡା ଖାନାରେ ଯୋଗ ଦେଇଥିଲି ।”
“ଆଇଏନଏସ ବିକ୍ରାନ୍ତ ହେଉଛି ଭାରତର ଗର୍ବ !
ଏହା ସ୍ୱଦେଶୀ ଭାବରେ ନିର୍ମିତ ସବୁଠାରୁ ବଡ ଯୁଦ୍ଧ ଜାହଜ । କୋଚିରେ ଏହାକୁ ନୌସେନାର ସେବାରେ ସାମିଲ କରାଯିବା ସମୟର କାର୍ଯ୍ୟକ୍ରମକୁ ମୁଁ ମନେ ପକାଉଛି ଏବଂ ଆଜି ଦୀପାବଳି ଅବସରରେ ମୋତେ ଏଠାରେ ରହିବାର ସୁଯୋଗ ମିଳିଛି ।”
“ଗତ ସନ୍ଧ୍ୟାରେ ଆଇଏନଏସ ବିକ୍ରାନ୍ତରେ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମକୁ ମୁଁ ସର୍ବଦା ମନେ ରଖିବି । ନୌସେନା କର୍ମଚାରୀମାନେ ପ୍ରକୃତରେ ସୃଜନଶୀଳ ଏବଂ ବହୁମୁଖୀ । ସେମାନେ ‘କସମ ସିନ୍ଦୁର କି’ ଗୀତ ଲେଖିଛନ୍ତି, ଯାହା ମୋ ସ୍ମୃତିରେ ସ୍ମରଣୀୟ ହୋଇ ରହିବ ।”
“ଆଇଏନଏସ ବିକ୍ରାନ୍ତରେ ବାୟୁ ଶକ୍ତି ପ୍ରଦର୍ଶନରୁ!”
ଆଇଏନଏସ ବିକ୍ରାନ୍ତରେ ଯୋଗ !
ଭାରତର ଗର୍ବ, ଆଇଏନ୍ଏସ୍ ବିକ୍ରାନ୍ତରେ ସାହସୀ ନୌସେନା କର୍ମଚାରୀମାନଙ୍କୁ ଯୋଗ ଅଧିବେଶରେ ଅଂଶ ଗ୍ରହଣ କରୁଥିବା ଦେଖି ଭଲ ଲାଗୁଛି ।
ଯୋଗ ଆମକୁ ଏକତ୍ରିତ କରି ଆମର ଶାରୀରିକ ଏବଂ ମାନସିକ ସୁସ୍ଥତାକୁ ସୁଦୃଢ଼ କରେ ।
“ଆପଣମାନଙ୍କ ପରି ମୋତେ ମଧ୍ୟ ନିଜର ପରିବାର ସହିତ ଦୀପାବଳି ପାଳନ କରିବା ବହୁତ ପସନ୍ଦ । ସେଥିପାଇଁ ଏହି ପବିତ୍ର ଅବସରରେ ମୁଁ ଦେଶର ସୁରକ୍ଷାରେ ନିୟୋଜିତ ଆମର ସୈନିକ ଏବଂ ସୁରକ୍ଷାକର୍ମୀମାନଙ୍କ ସହ ପ୍ରତି ବର୍ଷ ସାକ୍ଷାତ କରିଥାଏ । ଚଳିତ ବର୍ଷ ଗୋଆ ଏବଂ କରୱାରର ପଶ୍ଚିମ ସମୁଦ୍ରକୂଳରେ ଥିବା ଆଇଏନଏସ ବିକ୍ରାନ୍ତକୁ ଆସିବାର ସୌଭାଗ୍ୟ ମିଳିଛି । ଆମର ବୀର ଜବାନମାନଙ୍କ ସହ ଏହି ସୁଯୋଗ ମୋତେ ନୂଆ ଶକ୍ତି ଏବଂ ଉତ୍ସାହରେ ଭରି ଦେଇଛି ।”
“ଆଇଏନଏସ ବିକ୍ରାନ୍ତ ଭାରତର ଗର୍ବ !
ଏହା ସ୍ୱଦେଶୀ ଭାବରେ ନିର୍ମିତ ସବୁଠାରୁ ବଡ ଯୁଦ୍ଧ ଜାହଜ । କୋଚିରେ ଏହାକୁ ନୌସେନାର ସେବାରେ ସାମିଲ କରାଯିବା ସମୟର କାର୍ଯ୍ୟକ୍ରମକୁ ମୁଁ ମନେ ପକାଉଛି ଏବଂ ଆଜି ଦୀପାବଳି ଅବସରରେ ଏଠାକୁ ଆସି ମୁଁ ଗୌରବାନ୍ୱିତ ମନେ କରୁଛି ।”
“ଗତ ସନ୍ଧ୍ୟାରେ ଆଇଏନଏସ ବିକ୍ରାନ୍ତରେ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ସର୍ବଦା ସ୍ମରଣୀୟ ହୋଇ ରହିବ । ଆମର ନୌସୈନିକମାନେ ପ୍ରତିଭାଶାଳୀ ଏବଂ ପରାକ୍ରମୀ ହେବା ସହ ସୃଜନଶୀଳ ମଧ୍ୟ । ସେମାନଙ୍କର ଗୀତ ‘କସମ ସିନ୍ଦୁର କି’ ସର୍ବଦା ମୋ ସ୍ମୃତିରେ ସ୍ମରଣୀୟ ହୋଇ ରହିବ ।”
ଆଜିର ଷ୍ଟିମପାଷ୍ଟରେ ଅଂଶଗ୍ରହଣ କରିଥିବା ଯୁଦ୍ଧଜାହଜଗୁଡିକ ମଧ୍ୟରେ ଆଇଏନଏସ ବିକ୍ରାନ୍ତ (ସମୀକ୍ଷା ପ୍ଲାଟଫର୍ମ), ଆଇଏନଏସ ବିକ୍ରମାଦିତ୍ୟ (ଯେଉଁଠାରେ ଦଶ ବର୍ଷ ପୂର୍ବେ ମୁଁ ମିଳିତ କମାଣ୍ଡର ସମ୍ମିଳନୀ ପାଇଁ ରହିଥିଲି), ଆଇଏନଏସ ସୁରତ (ଯାହା ଚଳିତ ବର୍ଷ ଆରମ୍ଭରେ ମୁମ୍ବାଇରେ କମିଶନ କରାଯାଇଥିଲା), ଆଇଏନଏସ ମୋରମୁଗାଓ, ଆଇଏନଏସ ଚେନ୍ନାଇ (ଯାହା ଫ୍ରାନ୍ସରେ ୨୦୨୩ ବାଷ୍ଟିଲ ଦିବସ ପାଳନର ଏକ ଅଂଶ ଥିଲା), ଆଇଏନଏସ ଇମଫାଲ (ଯାହା ଚଳିତ ବର୍ଷ ମରିସସ ଜାତୀୟ ଦିବସ ପାଳନରେ ଅଂଶଗ୍ରହଣ କରିଥିଲା), ଆଇଏନଏସ କୋଲକାତା, ଆଇଏନଏସ ତୁଷିଲ, ଆଇଏନଏସ ତବର, ଆଇଏନଏସ ତେଗ, ଆଇଏନଏସ ବେତୱା, ଆଇଏନଏସ ଦୀପକ ଏବଂ ଆଇଏନଏସ ଆଦିତ୍ୟ ସାମିଲ ଥିଲା ।”
“ଆଇଏନଏସ ବିକ୍ରାନ୍ତରେ ଫ୍ଲାଏପାଷ୍ଟରେ ପତାକା ଏବଂ ନୌସେନା ପତାକା ସହିତ ଚେତକ, ଏମଏଚ ୬୦ଆର, ସିକିଙ୍ଗ, କାମୋଭ ୩୧, ଡୋରନିଅର, ପି୮ଆଇ ଏବଂ ମିଗ ୨୯କେ ସାମିଲ ଥିଲା ।”
SR
Celebrating Diwali with our brave Navy personnel on board the INS Vikrant. https://t.co/5J9XNHwznH
— Narendra Modi (@narendramodi) October 20, 2025
People love celebrating Diwali with their families. And so do I, which is why every year I meet our army and security personnel who keep our nation safe. Happy to be among our brave naval personnel on the western seaboard off Goa and Karwar on Indian Naval Ships with INS Vikrant… pic.twitter.com/Pb41kQnMMR
— Narendra Modi (@narendramodi) October 20, 2025
Highlights from INS Vikrant, including the Air Power Demo, a vibrant cultural programme and more… pic.twitter.com/Br943m0oCC
— Narendra Modi (@narendramodi) October 20, 2025
At the majestic flightdeck of INS Vikrant, with the MiG-29 fighters. pic.twitter.com/SRjeSpP4sg
— Narendra Modi (@narendramodi) October 20, 2025
Witnessed an awe-inspiring Air Power Demo on INS Vikrant, showcasing precision and prowess.
— Narendra Modi (@narendramodi) October 20, 2025
The take-off and landing of MiG-29 fighters on a short runway, both in daylight and in the dark night, was a breathtaking display of skill, discipline and technological excellence. pic.twitter.com/V0wwaOeYGH
Bara Khana is an integral part of the armed forces traditions. At INS Vikrant last evening, took part in the Bara Khana with naval personnel. pic.twitter.com/y0MsHsuYvQ
— Narendra Modi (@narendramodi) October 20, 2025
INS Vikrant is India’s pride!
— Narendra Modi (@narendramodi) October 20, 2025
This is the largest warship constructed indigenously. I recall the programme in Kochi when it was commissioned. And now, today, I had the opportunity to be here to mark Diwali. pic.twitter.com/FRCh3K7hJ9
Will always cherish the cultural programme on board INS Vikrant last evening. The naval personnel are truly creative and versatile. They penned a song ‘Kasam Sindoor Ki’ which will remain etched in my memory. pic.twitter.com/3S6bruQAkT
— Narendra Modi (@narendramodi) October 20, 2025
From the Air Power Demo at INS Vikrant! pic.twitter.com/XvrFL9peOK
— Narendra Modi (@narendramodi) October 20, 2025
Yoga on INS Vikrant!
— Narendra Modi (@narendramodi) October 20, 2025
Good to see brave naval personnel aboard India’s pride, INS Vikrant, take part in a Yoga session.
May Yoga continue to unite us and strengthen both our physical and mental well-being. pic.twitter.com/DLZZLkAgOI
आप सभी की तरह मुझे भी अपने परिवारवालों के साथ दिवाली मनाना बहुत पसंद है। यही वजह है कि इस पावन अवसर पर मैं देश की रक्षा में जुटे अपने सैनिकों और सुरक्षा बलों के जवानों से हर साल मिलता हूं। इस बार यह सौभाग्य मुझे गोवा और कारवार के पास पश्चिमी समुद्री सीमा पर अपने फ्लैगशिप INS… pic.twitter.com/HEPZMSweDM
— Narendra Modi (@narendramodi) October 20, 2025
INS विक्रांत भारतवर्ष का गौरव है!
— Narendra Modi (@narendramodi) October 20, 2025
यह स्वदेशी टेक्नोलॉजी से बना हुआ भारत का सबसे बड़ा युद्धपोत है। मुझे वह कार्यक्रम याद है, जब इसे कोच्चि में नौसेना के बेड़े में शामिल किया गया था। आज दीपावली के पावन अवसर पर यहां आकर गौरवान्वित हूं। pic.twitter.com/v54GygoHE5
पिछली शाम INS विक्रांत पर हुआ सांस्कृतिक कार्यक्रम अविस्मरणीय रहेगा। हमारे नौसैनिक प्रतिभाशाली और पराक्रमी होने के साथ-साथ बहुत क्रिएटिव भी हैं। उनका गीत 'कसम सिंदूर की' मेरी स्मृतियों में सदा बसा रहेगा। pic.twitter.com/UVqQWEwHa4
— Narendra Modi (@narendramodi) October 20, 2025
The warships which took part in today’s Steampast included INS Vikrant (the review platform), INS Vikramaditya (where I had been ten years ago for the Combined Commanders' Conference), INS Surat (which was commissioned earlier this year in Mumbai), INS Mormugao, INS Chennai… pic.twitter.com/qKqwMn3vI7
— Narendra Modi (@narendramodi) October 20, 2025
The Flypast at INS Vikrant included the Chetak with flag and navy ensign, MH 60 R, Seaking, Kamov 31, Dornier, P8I and MiG 29K. pic.twitter.com/sm8bLD4dJk
— Narendra Modi (@narendramodi) October 20, 2025