Search

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆଇଟିବିପିର ଜମିକୁ ଏରିଆଲ୍‍ ଯାତ୍ରୀ ରୋପୱେ ବ୍ୟବସ୍ଥା ବିକାଶ ନିମନ୍ତେ ଉତ୍ତରାଖଣ୍ଡ ସରକାରଙ୍କୁ ହସ୍ତାନ୍ତର ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତ- ତିବ୍ଦତ ସୀମା ପୁଲିସ (ଆଇଟିବିପି)ର ମସୌରୀଠାରେ ଥିବା ୧୫୦୦ ବର୍ଗମିଟର ଜମିକୁ ଉତ୍ତରାଖଣ୍ଡ ସରକାରଙ୍କୁ ହସ୍ତାନ୍ତର କରାଯିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ଜମି ଡେରାଡୁନ ଏବଂ ମସୌରୀ ମଧ୍ୟରେ “ଏରିଆଲ୍‍ ପାସେଞ୍ଜର ରୋପୱେ ବ୍ୟବସ୍ଥା”ର ଭିତ୍ତିଭୂମି ବିକାଶ ନିମନ୍ତେ ଉପଯୋଗ କରାଯିବ ।

ପ୍ରସ୍ତାବିତ ରୋପୱେ ଏକ ମୋନୋ- କେବଲ ରୋପୱେ ଯାହାର ଦୈର୍ଘ୍ୟ ୫୫୮୦ ମିଟର ଯାହାକି ସରକାରୀ ଘରୋଇ ସହଭାଗୀତା (ପିପିପି)ରେ ବିକାଶ ଘଟାଯିବ । ଏହା ଡେରାଡୁନ (ଲୋୱର ଟର୍ମିନାଲ ଷ୍ଟେସନ୍‍) ଏବଂ ମସୌରୀ ଲାଇବ୍ରେରୀ (ଅପର ଟର୍ମିନାଲ ଷ୍ଟେସନ) ମଧ୍ୟରେ ସ୍ଥାପିତ ହେବ ଯାହା ୨୮୫ କୋଟି ଟଙ୍କା ବ୍ୟୟରେ ନର୍ମାଣ କରାଯାଉଛି । ଏଥିରେ ଗୋଟିଏ ଦିଗକୁ ପ୍ରତି ଘଣ୍ଟାରେ ୧୦୦୦ ପର୍ଯ୍ୟନ୍ତ ଯାତ୍ରୀ ଯାତାୟାତ କରିପାରିବେ । ତଦ୍ୱାରା ଡେରାଡୁନ ଏବଂ ମସୌରୀ ମଧ୍ୟରେ ସଡ଼କ ପଥରେ ଯାତ୍ରୀଙ୍କ ଭିଡ଼କୁ ପର୍ଯ୍ୟାପ୍ତ ପରିମାଣରେ ହ୍ରାସ କରିବ ।

ଏହାତିରିକ୍ତ, ଏହା ପ୍ରତ୍ୟକ୍ଷ ଭାବେ ପ୍ରାୟ ୩୫୦ ଜଣଙ୍କ ପାଇଁ କର୍ମନିଯୁକ୍ତିର ସୁଯୋଗ ସୃଷ୍ଟି କରିବା ବେଳେ ପରୋକ୍ଷ ଭାବେ ଏହି ପ୍ରକଳ୍ପ ଦ୍ୱାରା ୧୫୦୦ରୁ ଅଧିକ ଲୋକ କର୍ମକ୍ଷମ ହୋଇପାରିବେ । ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେବା ପରେ, ରୋପୱେ ବିଶେଷ କରି ପର୍ଯ୍ୟଟକମାନଙ୍କ ପାଇଁ ଏକ ବିଶେଷ ଆକର୍ଷଣ ହେବ ଯାହାକି  ରାଜ୍ୟର ପର୍ଯ୍ୟଟନ ଶିଳ୍ପକୁ ଯଥେଷ୍ଟ ପ୍ରୋତ୍ସାହନ ଯୋଗାଇବ ଓ ଏହି କ୍ଷେତ୍ରରେ ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ।

******

 

SS