Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆଣ୍ଡାମାନରେ ପ୍ରଧାନମନ୍ତ୍ରୀ: ପୋର୍ଟ ବ୍ଲେୟାର ସେଲ୍ୟୁଲାର ଜେଲ ପରିଦର୍ଶନ ସହ ଉଚ୍ଚ ମାସ୍ତୁଲ ପତାକା ଉତ୍ତୋଳନ

ଆଣ୍ଡାମାନରେ ପ୍ରଧାନମନ୍ତ୍ରୀ: ପୋର୍ଟ ବ୍ଲେୟାର ସେଲ୍ୟୁଲାର ଜେଲ ପରିଦର୍ଶନ ସହ ଉଚ୍ଚ ମାସ୍ତୁଲ ପତାକା ଉତ୍ତୋଳନ

ଆଣ୍ଡାମାନରେ ପ୍ରଧାନମନ୍ତ୍ରୀ: ପୋର୍ଟ ବ୍ଲେୟାର ସେଲ୍ୟୁଲାର ଜେଲ ପରିଦର୍ଶନ ସହ ଉଚ୍ଚ ମାସ୍ତୁଲ ପତାକା ଉତ୍ତୋଳନ

ଆଣ୍ଡାମାନରେ ପ୍ରଧାନମନ୍ତ୍ରୀ: ପୋର୍ଟ ବ୍ଲେୟାର ସେଲ୍ୟୁଲାର ଜେଲ ପରିଦର୍ଶନ ସହ ଉଚ୍ଚ ମାସ୍ତୁଲ ପତାକା ଉତ୍ତୋଳନ


 

ସୁଭାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳି: ନେତାଜୀଙ୍କ ଦ୍ୱାରା ଭାରତ ମାଟିରେ ତ୍ରିରଙ୍ଗା ଉତ୍ତୋଳନର 75 ବର୍ଷ ପୂର୍ତ୍ତି ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଂଶଗ୍ରହଣ

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆଣ୍ଡାମାନ ଏବଂ ନିକୋବାର ଦ୍ୱୀପ ସମୂହରେ ପୋର୍ଟ ବ୍ଲେୟାର ଗସ୍ତ କଲେ ।

ପୋର୍ଟ ବ୍ଲେୟାର ଠାରେ ପ୍ରଧାନମନ୍ତ୍ରୀ ସହିଦ ସ୍ତମ୍ଭରେ ମାଲ୍ୟାର୍ପଣ କରିଥିଲେ ଏବଂ ସେଲ୍ୟୁଲାର ଜେଲ ପରିଦର୍ଶନ କରିଥିଲେ । ସେଲ୍ୟୁଲାର ଜେଲରେ ସେ ବୀର ସାଭରକର ଏବଂ ଅନ୍ୟ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସେଲ-ପ୍ରକୋଷ୍ଠ ବୁଲି ଦେଖିଥିଲେ । ସେ ଉଚ୍ଚ ମାସ୍ତୁଲ ପତାକା ଉତ୍ତୋଳନ କରିଥିଲେ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ ।

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ଭାରତୀୟ ଭୂମିରେ ତ୍ରିରଙ୍ଗା ଉତୋଳନର 75 ବର୍ଷ ପୂରଣ ଅବସରରେ ଆୟୋଜିତ ଏକ ସାଧାରଣ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଏକ ସ୍ମାରକୀ ଡାକ ଟିକେଟ, ମୁଦ୍ରା ଏବଂ ଫାଷ୍ଟ-ଡେ-କଭର ମଧ୍ୟ ଜାରି କରିଥିଲେ ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ଶକ୍ତି, ଯୋଗାଯୋଗ ଏବଂ ସ୍ୱାସ୍ଥ୍ୟ କ୍ଷେତ୍ର ସହ ଜଡ଼ିତ ବିଭିନ୍ନ ବିକାଶ ପ୍ରକଳ୍ପର ମଧ୍ୟ ଶୁଭାରମ୍ଭ କରିଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଣ୍ଡାମାନ ଏବଂ ନିକୋବାର ଦ୍ୱୀପ ସମୂହ କେବଳର ଭାରତ ପ୍ରାକୃତିକ ସୌନ୍ଦର୍ଯ୍ୟର ପ୍ରତୀକ ନୁହେଁ, ବରଂ ଭାରତୀୟମାନଙ୍କ ପାଇଁ ଏହା ତୀର୍ଥସ୍ଥଳ ଭଳି ସ୍ଥାନ । ସେ କହିଥିଲେ ଯେ ଆଣ୍ଡାମାନ ଏବଂ ନିକୋବାର ଦ୍ୱୀପ ସମୂହ ଆମକୁ ଆମର ସ୍ୱାଧୀନତା ସଂଗ୍ରାମୀମାନଙ୍କ ସାମୂହିକ ସଂକଳ୍ପର ସ୍ମରଣ କରାଇ ଦେଇଥାଏ ।

ସେ କହିଥିଲେ ଯେ କେନ୍ଦ୍ର ସରକାର ଦ୍ୱୀପ ସମୂହଗୁଡ଼ିକୁ ସଶକ୍ତ କରିବା ଏବଂ ବିକଶିତ କରିବା ଲାଗି ପ୍ରତିବଦ୍ଧ । ସେ କହିଥିଲେ ଯେ ଆଜି ଯେଉଁ ବିକାଶ ପ୍ରକଳ୍ପଗୁଡ଼ିକର ଅନାବରଣ କରାଯାଇଛି ସେଗୁଡ଼ିକ ଶିକ୍ଷା, ସ୍ୱାସ୍ଥ୍ୟ, ଯୋଗାଯୋଗ, ପର୍ଯ୍ୟଟନ ଏବଂ ନିଯୁକ୍ତି କ୍ଷେତ୍ରରେ ଏହି ଲକ୍ଷ୍ୟକୁ ଆହୁରି ଆଗକୁ ନେବ ।

ସେଲ୍ୟୁଲାର ଜେଲ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଯେଉଁ ସ୍ଥାନରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରିଥିଲେ ସେହି ସ୍ଥାନର ପରିଦର୍ଶନ ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ସେଲ୍ୟୁଲାର ଜେଲ, ଯେଉଁଠି ହଜାର ହଜାର ସ୍ୱାଧୀନତା ସଂଗ୍ରାମୀଙ୍କୁ ନିର୍ଯାତନା ଦିଆଯାଇଥିଲା, ତାଙ୍କ ପାଇଁ କୌଣସି ପୂଜାସ୍ଥଳୀ ଠାରୁ କମ ନୁହେଁ । ସେ କହିଥିଲେ ଯେ ଦେଶ କେବେ ବି ସ୍ୱାଧୀନତା ସଂଗ୍ରାମୀମାନଙ୍କ ବଳିଦାନକୁ ଭୁଲିବ ନାହିଁ ।

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ନେତାଜୀଙ୍କ ଆହ୍ୱାନରେ ଆଣ୍ଡାମାନର ଅନେକ ଯୁବକ ନିଜକୁ ଭାରତର ସ୍ୱାଧୀନତା ଲାଗି ସମର୍ପି ଦେଇଥିଲେସେ କହିଥିଲେ ଯେ ନେତାଜୀ 1943ରେ ଆଜିର ତାରିଖରେ ହିଁ ଏଠାରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରିଥିଲେ । ସେହି ବିଗତ ଦିନର ସ୍ମୃତିକୁ ଉଜ୍ଜିବିତ କରିବାର ପ୍ରୟାସ ସ୍ୱରୂପ 150 ଫୁଟ ଉଚ୍ଚ ମାସ୍ତୁଲ ଉପରେ ଆଜି ପତାକା ଉତ୍ତୋଳନ କରାଯାଇଛି ।

ଏହି ଅବସରରେ ସେ ଘୋଷଣା କରିଥିଲେ ଯେ ରସ ଦ୍ୱୀପ ସମୂହର ନାମ ଏବେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଦ୍ୱୀପ ରଖାଯିବ; ନୀଳ ଦ୍ୱୀପକୁ ସହିଦ ଦ୍ୱୀପ ସମୂହ ନାମରେ ସମ୍ବୋଧନ କରାଯିବ ଏବଂ ହାବଲକ ଦ୍ୱୀପର ନୂଆ ନାମ ହେବ ସ୍ୱରାଜ ଦ୍ୱୀପ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଭାରତର ଲୋକମାନେ ନେତାଜୀଙ୍କ ସଂକଳ୍ପ ଅନୁରୂପ ଏକ ସୁଦୃଢ଼ ଭାରତର ନିର୍ମାଣ କରିବା ଦିଗରେ କାର୍ଯ୍ୟ କରୁଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ସାରା ଦେଶରେ ଯୋଗାଯୋଗକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରୁଛନ୍ତି । ସେ କହିଥିଲେ ଯେ ନିଜ ନାୟକମାନଙ୍କୁ ସ୍ମରଣ କରିବା ଏବଂ ସେମାନଙ୍କୁ ସମ୍ମାନ କରିବା ଏକତ୍ରୀକରଣ ଲାଗି ଆମ ଭାବନାକୁ ଦୃଢ଼ କରିବାରେ ସହାୟତା କରିଥାଏ । ସେ କହିଥିଲେ ଯେ କେନ୍ଦ୍ର ସରକାର ଆମ ଇତିହାସର ପ୍ରତ୍ୟେକ ଗୌରବଶାଳୀ ଅଧ୍ୟାୟକୁ ରେଖାଙ୍କିତ କରିବା ଲାଗି ପ୍ରୟାସ କରୁଛନ୍ତି । ଏ ସନ୍ଦର୍ଭରେ ସେ ବାବା ସାହେବ ଆମ୍ବେଦକର, ଜାତୀୟ ପୋଲିସ ମେମେରିଆଲ ଏବଂ ଷ୍ଟାଚ୍ୟୁ ଅଫ ୟୁନିଟି ସହ ଜଡ଼ିତ ପଂଚତୀର୍ଥର ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ସର୍ଦ୍ଦାର ପଟେଲଙ୍କ ନାମରେ ଅନେକ ଜାତୀୟ ପୁରସ୍କାର ଘୋଷଣା ମଧ୍ୟ କରାଯାଇଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ମହାନ ନେତାମାନଙ୍କ ପ୍ରେରଣା ସହିତ ନିର୍ମାଣ କରାଯାଉଥିବା ନୂତନ ଭାରତର କେନ୍ଦ୍ର ବିନ୍ଦୁରେ ବିକାଶ ରହିଛି ।

ସେ କହିଥିଲେ ଯେ ସରକାର ପର୍ଯ୍ୟାବରଣର ଆବଶ୍ୟକତା ଅନୁରୂପ ଦ୍ୱୀପ ସମୂହର ବିକାଶ କରିବା ଲାଗି ପ୍ରତିବଦ୍ଧ । ସେ କହିଥିଲେ ଯେ ଶିଳ୍ପ ବିକାଶର ଗୋଟିଏ ଭାଗ ରୂପରେ ପର୍ଯ୍ୟଟନ, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ସୂଚନା ପ୍ରଯୁକ୍ତି ଭଳି କ୍ଷେତ୍ରଗୁଡ଼ିକ ପ୍ରତି ବିଶେଷ ଧ୍ୟାନ ଦିଆଯିବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଣ୍ଡାମାନ ଏବଂ ନିକୋବାର ଦ୍ୱୀପ ସମୂହକୁ ଯଥାସମ୍ଭବ ଆତ୍ମନିର୍ଭରଶୀଳ କରିବା ଲାଗି ପ୍ରୟାସ କରାଯାଉଛି । ସେ ପୋର୍ଟ ବ୍ଲେୟାର ଡକୟାର୍ଡର ସମ୍ପ୍ରସାରଣ ବିଷୟରେ ଉଲ୍ଲେଖ କରିଥିଲେ, ଯାହା ବଡ଼ ଜାହାଜର ରକ୍ଷଣାବେକ୍ଷଣରେ ସହାୟକ ହେବ । ସେ ଦୁଇ ସପ୍ତାହ ଭିତରେ ଦ୍ୱୀପ ସମୂହରେ ଗ୍ରାମୀଣ ସଡ଼କଗୁଡ଼ିକର ସ୍ଥିତି ଉପରେ ଏକ ରିପୋର୍ଟ ମାଗିଥିଲେ ଏବଂ କହିଥିଲେ ଯେ ଏହି ରିପୋର୍ଟ ଯାଂଚ ହୋଇଯିବା ପରେ କେନ୍ଦ୍ର ସରକାର ଯଥାସମ୍ଭବ ସହାୟତା ଦେବେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବୀର ସାଭରକର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏକ ନୂଆ ଏକୀକୃତ ଟର୍ମିନାଲ ବିଲ୍ଡିଂର ନିର୍ମାଣ କରାଯାଉଛି । ସେ କହିଥିଲେ ଯେ ଚେନ୍ନାଇରୁ ସମୁଦ୍ର ମଧ୍ୟରେ ଅପ୍ଟିକାଲ ଫାଇଭର କେବୁଲ ଭଲ ଇଂଟରନେଟ ସଂଯୋଗ ଉପଲବ୍ଧ କରାଇବ । ସେ ଜଳ, ବିଦ୍ୟୁ, ସ୍ୱଚ୍ଛ ଇନ୍ଧନ ଏବଂ ସ୍ୱାସ୍ଥ୍ୟ ଭଳି କ୍ଷେତ୍ରରେ ମଧ୍ୟ ବିକାଶ କାର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ ।

 

***********