ପିଏମଇଣ୍ଡିଆ
ଆର୍ଜେଣ୍ଟିନାର ସମର୍ପିତ ଯୋଗ-ସାଧକ, ଭାରତ ଏବଂ ଭାରତୀୟ ସଂସ୍କୃତି ପ୍ରତି ଅଗାଧ ସ୍ନେହ ରଖୁଥିବା ଆର୍ଜେଣ୍ଟିନାର ଜନସାଧାରଣ, ଆର୍ଜେଣ୍ଟିନାରେ ରହୁଥିବା ଭାରତୀୟ ଭଉଣୀ ଓ ଭାଇ ମାନେ, ଆର୍ଟ ଅଫ୍ ଲିଭିଂର କାର୍ଯ୍ୟକର୍ତ୍ତା ଏବଂ ସଦସ୍ୟବୃନ୍ଦ,
ନମସ୍କାର!
ବୁଏନ୍ସ ତାର୍ଦେର୍ସ । ବୁଏନ୍ସ ଏୟାର୍ସରେ ସକାଳ, ଦିନ ଏବଂ ସନ୍ଧ୍ୟା ବୁଏନ୍ସ, ଅର୍ଥାତ୍ ସକାଳଟି ହେଉଛି ସ୍ୱାଭାବିକ । ମହର୍ଷି ପତଞ୍ଜଳୀଙ୍କ ପରମ୍ପରା ସହିତ ଜଡ଼ିତ ଆପଣମାନଙ୍କୁ ସମସ୍ତଙ୍କୁ, ଶହେ ପଚିଶ କୋଟି ଭାରତୀୟଙ୍କ ତରଫରୁ ମୋର ବହୁତ ବହୁତ ଅଭିନନ୍ଦନ । ମୁଁ ଆର୍ଟ ଅଫ୍ ଲିଭିଂର ସଦସ୍ୟମାନଙ୍କୁ ଆଉ ଆପଣମାନଙ୍କୁ ସମସ୍ତଙ୍କୁ ଏହି ଭବ୍ୟ ଆୟୋଜନ ପାଇଁ ହୃଦୟ ପୂର୍ବକ ଅଭିନନ୍ଦନ ଜଣାଉଛି ।
ସାଥୀଗଣ,
ମୁଁ 24 ଘଂଟାରୁ ମଧ୍ୟ ଅଧିକ ସମୟରେ 15 ହଜାର କିଲୋମିଟରରୁ ଅଧିକ ପଥ ଅତିକ୍ରମ କରି କିଛି ସମୟ ପୂର୍ବରୁ ହିଁ ବୁଏନ୍ସ ଏୟାର୍ସରେ ପହଂଚିଛି । କିନ୍ତୁ ଆପଣମାନଙ୍କର ଉତ୍ସାହ ଏବଂ ଭଲ ପାଇବା ଦେଖି ମୋତେ ଏହା ଆଦୌ ଲାଗିଲା ନାହିଁ କି ମୁଁ କେଉଁଠି ଭାରତ ବାହାରେ ଅଛି । ଏଠାକାର ବହୁତ ଲୋକ, ବଡ କୁଶଳତା ଏବଂ ଆଦରର ସହିତ ସୂର୍ଯ୍ୟ ନମସ୍କାର କରୁଥିଲେ । ଆର୍ଜେଣ୍ଟିନାର ଏହି ରୂପେଲୀ ସନ୍ଧ୍ୟାକାଳରେ ଆପଣମାନଙ୍କର ଯୋଗସାଧନା ମୋତେ ଉତ୍ଫୁଲ୍ଲିତ କରିଦେଲା ଏବଂ ଉତ୍ସାହରେ ଭରିଦେଲା ।
ସାଥୀଗଣ,
ଆଜିର କାର୍ଯ୍ୟକ୍ରମର ନାମ ହେଉଛି ‘ଯୋଗ ଫର୍ ପିସ୍’ ଅର୍ଥାତ ‘ଶାନ୍ତି ପାଇଁ ଯୋଗ’ । ଯୋଗର କୌଣସି କାର୍ଯ୍ୟକ୍ରମର ଏହାଠାରୁ ଭଲ ନାମ ଖୋଜି ପାଇବା ହେଉଛି କଷ୍ଟକର । ଯୋଗ ଦ୍ୱାରା ଆମକୁ ଶରୀର ଏବଂ ମନ ଦୁଇଟି ଯାକୁ ସ୍ୱାସ୍ଥ୍ୟ ମିଳିଥାଏ । ଯୋଗ ଆମ ଶରୀରକୁ ଶକ୍ତି ଦେଇଥାଏ ଏବଂ ମନକୁ ଶାନ୍ତି ମିଳିଥାଏ । ଯେତେବେଳେ ବ୍ୟକ୍ତିର ମନରେ ଶାନ୍ତି ଥିବ, ସେତିକି ବେଳେ ହିଁ ପରିବାରରେ, ସମାଜରେ, ଦେଶରେ ଏବଂ ବିଶ୍ୱରେ ମଧ୍ୟ ଶାନ୍ତି ରହିଥିବ । ସ୍ୱାସ୍ଥ୍ୟ, ସନ୍ତୁଳନ ଏବଂ ଶାନ୍ତି ପାଇଁ ଦୁନିଆକୁ ଯୋଗ ହେଉଛି ଭାରତର ଉପହାର । 21 ଜୁନରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଏହି ମୂଲ୍ୟଗୁଡ଼ିକ ପ୍ରତି ଆର୍ଜେଣ୍ଟିନା ସମେତ ସଂପୂର୍ଣ୍ଣ ଦୁନିଆର ପ୍ରତିବଦ୍ଧତାକୁ ଦର୍ଶାଇ ଥାଏ । ସର୍ବେ ଭବନ୍ତୁ ସୁଖିନଃ ଏବଂ ବସୁଧୈବ କୁଟୁମ୍ବକମ୍ ଏହି ଭାରତୀୟ ଦର୍ଶନର ଏହା ହେଉଛି ବ୍ୟବହାରିକ ଅଭିବ୍ୟକ୍ତି । ଏହା ମୁଁ ଜାଣି ଖୁସି ଯେ ଏ ବର୍ଷ ବୁଏନ୍ସ ଏୟାର୍ସରେ ମଧ୍ୟ ଯୋଗ ଦିବସରେ 10ହଜାର ଲୋକ ଅଂଶଗ୍ରହଣ କରିଥିଲେ ।
ସାଥୀଗଣ,
ଯୋଗର ଅର୍ଥ ହେଉଛି ଯୋଡ଼ିବା । ଏହା ଆମକୁ ସୁସ୍ଥ ରହିବା ସହିତ ଯୋଡ଼ିଥାଏ । ଖୁସି ରହିବା ସହିତ ଯୋଡ଼ିଥାଏ । ଆଉ ଆଜି, ଭାରତ ଏବଂ ଆର୍ଜେଣ୍ଟିନା ମଧ୍ୟରେ ହଜାର ହଜାର କିଲୋମିଟରର ଦୂରତାକୁ ଯୋଗ ହ୍ରାସ କରି ଦେଇଛି ଆଉ ଆମର ଦୁଇ ଦେଶକୁ, ଆମର ଲୋକମାନଙ୍କୁ ଯୋଡ଼ି ରଖିଛି । ଆମକୁ ଏକ ଆତ୍ମୀୟ ସମ୍ବନ୍ଧ ସହିତ ବାନ୍ଧି ରଖୁଛି । । ଭାରତ ଏବଂ ଆର୍ଜେଣ୍ଟିନା ମଧ୍ୟରେ 15 ହଜାର କିଲୋମିଟରର ଦୂରତା ରହିଛି । ଆମ ଦୁଇ ଦେଶ ମଧ୍ୟରେ ଦୁଇଟି ବିଶାଳ ମହାସାଗର ଏବଂ ମହାଦ୍ୱୀପ ରହିଛି । ଦୁଇ ଦେଶର ସମୟ ମଧ୍ୟରେ 8 ଘଂଟା ଏବଂ ତିରିଶ ମିନିଟ ସମୟ ବ୍ୟବଧାନ ରହିଛି । ଅର୍ଥାତ ଏବେ ଆପଣଙ୍କର ଏଠି ସନ୍ଧ୍ୟା, କିନ୍ତୁ ଭାରତରେ ଲୋକେ ବ୍ରାହ୍ମ ମୁହୂର୍ତ୍ତର ସାଧନାକୁ ଆରମ୍ଭ କରିବାକୁ ଯାଉଥିବେ ।
କିନ୍ତୁ ଆପଣମାନଙ୍କର ଯୋଗାଭ୍ୟାସ ଦେଖାଇ ଦେଇଛି କି ଭାରତ ଏବଂ ଆର୍ଜେଣ୍ଟିନା ମଧ୍ୟରେ ଜଣଙ୍କର ଅନ୍ୟଜଣଙ୍କ ସଂସ୍କୃତି ପ୍ରତି ଆଦର ଭାବନା ସମ୍ମୁଖରେ ହଜାର ହଜାର କିଲୋମିଟରର ଦୂରତା ହେଉଛି କେବଳ ଗୋଟିଏ ସଂଖ୍ୟା ମାତ୍ର । ଆର୍ଜେଣ୍ଟିନାକୁ ଭାରତର ଦର୍ଶନ, କଳା, ସଙ୍ଗୀତ ଏବଂ ନୃତ୍ୟରେ ରୁଚି ରହିଛି, ତ ଭାରତରେ ଆର୍ଜେଣ୍ଟିନାର ଫୁଟବଲ ଷ୍ଟାର୍ ମାନଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ରହିଛନ୍ତି । ମାରାଡୋନାଙ୍କ ନାମ ତ ଆମ ଦେଶର କଥା ଏବଂ ଲୋକକଥାରେ ମଧ୍ୟ ଆସି ଯାଇଛି, ତେଣୁ ଶୁଣିବାକୁ ମିଳିଥାଏ ।
ଏବେ ଭାରତର ଗୋଟିଏ ରାଜ୍ୟ ଓଡ଼ିଶାରେ ହକି ବିଶ୍ୱ କପ୍ ଚାଲିଛି ଯେଉଁ କାରଣରୁ ଭାରତରେ ଖୁବ୍ ଉତ୍ସାହ ଦେଖାଯାଉଛି । ଆଜି ହିଁ ଆର୍ଜେଣ୍ଟିନା ହକି ବିଶ୍ୱ କପ୍ ମ୍ୟାଚରେ ନିଜର ପ୍ରଥମ ଖେଳ ଜିତିଲା । ମୁଁ ଶୁଣିଲି ଯେ ମୁକାବିଲା ଖୁବ୍ ରୋମାଂଚକର ଥିଲା । ମୁଁ ଆର୍ଜେଣ୍ଟିନାର ହକି ଟିମ୍ କୁ ସେମାନଙ୍କ ମ୍ୟାଚ ଗୁଡ଼ିକ ପାଇଁ ଶୁଭକାମନା ଜଣାଉଛି ।
ଭାରତ ଏବଂ ଆର୍ଜେଣ୍ଟିନାର ଲୋକମାନଙ୍କର ସ୍ୱପ୍ନ ଏବଂ ଆଶା ଗୁଡ଼ିକ ହେଉଛି ସମାନ । ଦୁଇ ଦେଶ ମଧ୍ୟରେ ସମ୍ବନ୍ଧ ସୌହାର୍ଦ୍ଦ୍ୟଭରା ଏବଂ ମୈତ୍ରୀପୂର୍ଣ୍ଣ । ଆମେ ଦୁହେଁ ହେଉଛେ ବିକାଶଶୀଳ ଏବଂ ଲୋକତାନ୍ତ୍ରିକ, ଆଉ ଆମର ସହଯୋଗ ଭିତ୍ତିକ ମୂଲ୍ୟବୋଧ ରହିଛି । ଦୁହିଁଙ୍କୁ ବିଶ୍ୱରେ ଜଣଙ୍କୁ ଅନ୍ୟଜଣଙ୍କ ଭୂମିକା ଏବଂ ପ୍ରଭାବ ଦ୍ୱାରା ସାହାଯ୍ୟ ମିଳୁଛି ।
ଆଜି ଯେତେବେଳେ ଭାରତର ମିତ୍ର ଦେଶ ଆର୍ଜେଣ୍ଟିନା ଜି-20 ଶିଖର ସମ୍ମିଳନୀର ଆୟୋଜନ କରୁଛି, ତ ଏହା ମଧ୍ୟ ହେଉଛି ଆମ ମାନଙ୍କ ପାଇଁ ଗୋଟିଏ ଖୁସି ଏବଂ ଗର୍ବର ବିଷୟ । ଏହି ସମ୍ମିଳନୀରେ ଯେଉଁ ପ୍ରସଙ୍ଗ ଉପରେ ଅଲୋଚନା ହେବ, ଯେପରି ବିଶ୍ୱ ଅର୍ଥବ୍ୟବସ୍ଥା, ନିରନ୍ତର ବିକାଶ, ଜଳବାୟୁ ପରିବର୍ତ୍ତନ, ପଳାତକ ଆର୍ଥିକ ଅପରାଧୀ, ସେମାନଙ୍କ ସହିତ କେବଳ ଭାରତ ଅଥବା ଆର୍ଜେଣ୍ଟିନା ହିଁ ନୁହେଁ, ସମଗ୍ର ବିଶ୍ୱର ହିତ ଜଡ଼ିତ ହୋଇ ରହିଛି ।
ଆମ ଦୁଇ ଦେଶ ମଧ୍ୟରେ ପରସ୍ପର ସହଯୋଗର ଅପାର ସମ୍ଭାବନା ରହିଛି । ବ୍ୟବସାୟ, ଔଷଧ, ତୈଳ ଏବଂ ଗ୍ୟାସ ଆଇଟି ଏବଂ ମହାକାଶ, ଭଳି ଅନେକ କ୍ଷେତ୍ର ରହିଛି ଯେଉଁଠାରେ ଆମେ ଜଣେ ଅନ୍ୟଜଣଙ୍କର କ୍ଷମତାର ପରସ୍ପର ସହଯୋଗ ମଧ୍ୟରେ ଲାଭ ଉଠାଇ ପାରିବା ।
ଭାରତ ଏବଂ ଆର୍ଜେଣ୍ଟିନାର ସହଯୋଗ ଜଳ, ସ୍ଥଳ ଏବଂ ଆକାଶ ପ୍ରତ୍ୟେକ କ୍ଷେତ୍ରରେ ଏକ ନୂତନ ଭାଗୀଦାରୀ ଏବଂ ସୁନେଲୀ ଭବିଷ୍ୟତ ସୃଷ୍ଟି କରି ପାରିବ । ଏହି ସମ୍ବନ୍ଧକୁ ନୂତନ ଶିଖରକୁ ନେଇ ଯିବା ପାଇଁ ଆପଣ ସମସ୍ତଙ୍କର ମହତ୍ୱପୂର୍ଣ୍ଣ ଭୂମିକା ରହିଛି । ଆପଣ ସମସ୍ତେ ହେଉଛନ୍ତି ଭାରତର ରାଷ୍ଟ୍ରଦୂତ । ଆପଣମାନଙ୍କର ଯୋଗଦାନ ହେଉଛି ସେହି ସେତୁ ଯାହା ଆମ ଦୁଇ ଦେଶକୁ ଯୋଡ଼ୁଛି । ଆଜି ଯୋଗ ଆମ ସମସ୍ତଙ୍କୁ ଏକାଠି କରିଛି । ମୁଁ ଚାହିଁବି କି ଏଭଳି ଅନେକ ସୁଯୋଗ ସୃଷ୍ଟି କରାଯାଉ ଯାହାଦ୍ୱାରା ଆମର ସମ୍ପର୍କ, ଆଲୋଚନା ଏବଂ ସହଯୋଗ ବୃଦ୍ଧି ପାଉ । ଆଉ ଭାରତ ଏବଂ ଆର୍ଜେଣ୍ଟିନାର ବିକାଶକୁ ଆହୁରି ଦ୍ରୁତ ଗତି ମିଳୁ । ଆତ୍ମୀୟତାର ଆହୁରି ମଧୁରତା ଗୋଳି ହୋଇଯାଉ ।
ସାଥୀଗଣ,
ଆର୍ଜେଣ୍ଟିନାରେ ଭାରତୀୟମାନଙ୍କୁ ଏବଂ ଭାରତର ବନ୍ଧୁମାନଙ୍କୁ ମୁଁ ଭାରତକୁ ଆହୁରି ଅଧିକ ବିସ୍ତାର ଭାବେ ଜାଣିବା ପାଇଁ ଆମନ୍ତ୍ରଣ କରୁଛି । ଆର୍ଜେଣ୍ଟିନାରେ ରହୁଥିବା ଆପଣ ସମସ୍ତ ଭାରତୀୟମାନେ, ଜାନୁୟାରୀରେ କାଶୀରେ ହେଉଥିବା ପ୍ରବାସୀ ଭାରତୀୟ ଦିବସରେ ନିଶ୍ଚିତ ଭାବେ ଆସନ୍ତୁ ଆଉ ଆର୍ଜେଣ୍ଟିନାର ନିଜର ବନ୍ଧୁମାନଙ୍କୁ ମଧ୍ୟ ସାଙ୍ଗରେ ନେଇ ଆସନ୍ତୁ ।
ଏ ସମୟ ମଧ୍ୟରେ ପ୍ରୟାଗରାଜରେ ମଧ୍ୟ ଅର୍ଦ୍ଧକୁମ୍ଭ ଚାଲୁଛି । ଏହି ଅଦ୍ଭୁତ ଅବସରର, ଭାରତର ସାଂସ୍କୃତିକ ସମୃଦ୍ଧିର, ପରିବର୍ତ୍ତିତ ଭାରତର, ନିଉ ଇଣ୍ଡିଆର ଦର୍ଶନ ମଧ୍ୟ ଆପଣମାନେ ସମସ୍ତେ କରି ପାରିବେ । ମୁଁ ଆପଣମାନଙ୍କ ନିକଟରେ କୃତଜ୍ଞ ଯେ ଆପଣମାନେ ମୋତେ ଭାରତର, ଯୋଗ ସମ୍ବନ୍ଧରେ କିଛି କଥା କହିବା ପାଇଁ ଅବସର ଦେଲେ । ମୁଁ ଆର୍ଟ ଅଫ୍ ଲିଭିଂକୁ ତାଙ୍କର ପ୍ରୟାସ ପାଇଁ ସାଧୁବାଦ ଦେବାକୁ ଚାହୁଁଛି ।
ସୁଶ୍ରୀ ପାତ୍ରିସିୟା ସୋସାଙ୍କ ନିକଟରେ ମଧ୍ୟ କୃତଜ୍ଞ ଯେ ସେ ଯୋଗର ଏହି ସୁରମ୍ୟ ସନ୍ଧ୍ୟାକୁ ଆହୁରି ମଧ୍ୟ ସୁରମ୍ୟ କରି ଦେଲେ । ଆପଣ ଯୋଗ ସହିତ ଏହିଭଳି ଭାବେ ଯୋଡ଼ି ହୋଇ ରହନ୍ତୁ । ଯୋଗ ଦୁନିଆକୁ ଏହି ଭଳି ଭାବେ ଯୋଡ଼ି ରଖୁ । ଖୁସି ରହନ୍ତୁ, ଶାନ୍ତ ରହନ୍ତୁ, ସୁଖୀ ରହନ୍ତୁ ।
ମୂଚାସ ଗ୍ରାସିୟାସ.
ଧନ୍ୟବାଦ ।
महर्षि पतंजलि की परंपरा से जुड़े आप सभी जनों को सवा सौ करोड़ भारतीयों की तरफ से मेरा बहुत-बहुत अभिवादन: PM @narendramodi
— PMO India (@PMOIndia) November 29, 2018
मैं @ArtofLiving के सदस्यों को और आप सब को इस शानदार आयोजन के लिए बधाई देता हूं: PM @narendramodi
— PMO India (@PMOIndia) November 29, 2018
मैं २४ घंटे से भी अधिक में १५ हज़ार किलोमीटर से भी अधिक का सफ़र तय कर कुछ देर पहले ही बुएनोस आइरेस पहुंचा हूँ।
— PMO India (@PMOIndia) November 29, 2018
पर आप लोगों के उत्साह और प्रेम से मुझे बिलकुल नहीं लगा कि मैं कहीं भारत से बाहर हूं।
यहां पर बहुत सारे लोग, बड़ी कुशलता और आदर से सूर्य नमस्कार कर रहे थे: PM
आज के कार्यक्रम का नाम है "Yoga For Peace"।
— PMO India (@PMOIndia) November 29, 2018
योग के किसी कार्यक्रम का इससे बेहतर नाम ढूंढ पाना मुश्किल है।
योग से हमें तन और मन दोनों का स्वास्थ्य मिलता है।
योग हमारे शरीर को शक्ति देता है और मन को शांति: PM @narendramodi
जब व्यक्ति के मन में शांति होगी, तभी परिवार में, समाज में, देश में और विश्व में भी शांति होगी।
— PMO India (@PMOIndia) November 29, 2018
हेल्थ, वेलनेस और पीस के लिए दुनिया को योग भारत का उपहार है: PM @narendramodi
योग का अर्थ ही है जोड़ना।
— PMO India (@PMOIndia) November 29, 2018
यह हमें wellness से जोड़ता है। Happiness से जोड़ता है।
और आज, भारत और अर्जेंटीना के बीच हजारों किलोमीटर की दूरी को योग पाट रहा है और हमारे दोनों देशों को, हमारे लोगों को जोड़ रहा है। हमें एक आत्मीय संबंध में बाँध रहा है: PM @narendramodi
अर्जन्टीना को भारत के दर्शन, कला, संगीत और नृत्य में रुचि है, तो भारत में अर्जंटीना के फुटबाल स्टार्स के लाखों Fans हैं। Maradona का नाम तो हमारे देश की बोलचाल और कहावतों तक में आ गया है: PM @narendramodi
— PMO India (@PMOIndia) November 29, 2018
I congratulate the Argentinian hockey team for winning their first match during the Hockey World Cup being held in Odisha, India. Best wishes to the team for the coming matches: PM @narendramodi
— PMO India (@PMOIndia) November 29, 2018
@ArgFieldHockey @FIH_Hockey #HWC2018
जब अर्जेंटीना G २० समिट की मेजबानी कर रहा है, यह हमारे लिए भी ख़ुशी और गर्व की बात है। इस समिट में जिन मुद्दों पर बात होगी, जैसे global economy, sustainable development, climate change, आर्थिक भगोड़े अपराधी, उनसे सिर्फ भारत या अर्जेंटीना का ही नहीं, सारे विश्व का हित जुडा है: PM
— PMO India (@PMOIndia) November 29, 2018
भारत और अर्जेंटीना के खुशनुमा टैंगो में विकास की और गति आये। आत्मीयता की और मिठास घुले: PM @narendramodi
— PMO India (@PMOIndia) November 29, 2018
The ‘Yoga For Peace’ programme in Buenos Aires was special.
— Narendra Modi (@narendramodi) November 30, 2018
Glad to see the immense popularity of Yoga among the people, especially the youth, of Argentina.
Talked about how Yoga is a means to wellness and brings societies together. pic.twitter.com/s4tLkrDY6r
Talked about the vibrant India-Argentina friendship and how people in India are admirers of Argentina’s culture as well as their accomplishments in sports.
— Narendra Modi (@narendramodi) November 30, 2018
Also invited the Indian diaspora and the people of Argentina for the 2019 PBD in Kashi and the Kumbh in Prayagraj.