Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆସନ୍ତାକାଲି ପ୍ରଗତି ବୈଠକରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଜାନୁଆରୀ 22, 2020ରେ ସୂଚନା ଏବଂ ସଂଚାର ପ୍ରଯୁକ୍ତି ଆଧାରିତ ସକ୍ରିୟ ପ୍ରଶାସନ ଏବଂ ସମୟବଦ୍ଧ କାର୍ଯ୍ୟାନ୍ୱୟନ ପାଇଁ ବହୁ ଉଦ୍ଦେଶ୍ୟ ମଞ୍ଚ-ପ୍ରଗତି ଜରିଆରେ 32ତମ  ସମୀକ୍ଷା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବେ ।

ପ୍ରଗତିର ଗତ 31ତମ ସମୀକ୍ଷା କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ 12 ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ପ୍ରକଳ୍ପର ଗୁଡ଼ିକର ସମୀକ୍ଷା କରିଥିଲେ । 2019ର ବିଗତ ପ୍ରଗତି ବୈଠକରେ 16ଟି ରାଜ୍ୟ ତଥା ଜମ୍ମୁ ଓ କଶ୍ମୀର କେନ୍ଦ୍ରଶାସିତ ଅଂଚଳରେ କାର୍ଯ୍ୟକାରୀ ହେବାକୁ ଥିବା 61,000 କୋଟି ଟଙ୍କାରୁ ଅଧିକ 9ଟି ପ୍ରକଳ୍ପ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା । ବିଦେଶରେ କାମ କରୁଥିବା ଭାରତୀୟ ନାଗରିକଙ୍କ ଅଭିଯୋଗ, ରାଷ୍ଟ୍ରୀୟ କୃଷି ବଜାର, ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଏବଂ ଭିତ୍ତିଭୂମି ବିକାଶ କାର୍ଯ୍ୟକ୍ରମ ଭଳି ବିଭିନ୍ନ ବିଷୟ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା ।

ପ୍ରଧାନମନ୍ତ୍ରୀ ମାର୍ଚ୍ଚ 25, 2015ରେ ବହୁ ଉଦ୍ଦେଶ୍ୟ ସମ୍ପନ୍ନ ଏବଂ ବହୁମୁଖି ପ୍ରଶାସନ ମଞ୍ଚ ପ୍ରଗତିର ଶୁଭାରମ୍ଭ କରିଥିଲେ । ପ୍ରଗତି ହେଉଛି ଏକ ସମନ୍ୱିତ ଭାବ ବିନିମୟର ମଞ୍ଚ ଯାହାର ଉଦ୍ଦେଶ୍ୟ ହେଉଛି ଜନ ସାଧାରଣଙ୍କ ଅଭିଯୋଗର ସମାଧାନ କରିବା । ପ୍ରଗତି ଜରିଆରେ ଭାରତ ସରକାରଙ୍କ ବିଭିନ୍ନ ମହତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଓ ପ୍ରକଳ୍ପ ତଥା ବିଭିନ୍ନ ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଉଥିବା ପ୍ରକଳ୍ପଗୁଡ଼ିକର ପରିଚାଳନା ଓ ସମୀକ୍ଷାରେ ସହାୟତା ମିଳିଥାଏ ।

 

**********