Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଇକୋନୋମିକ୍ ଟାଇମ୍ସ ୱାର୍ଲ୍ଡ ଲିଡର୍ସ ଫୋରମ୍ 2026ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଇକୋନୋମିକ୍ ଟାଇମ୍ସ ୱାର୍ଲ୍ଡ  ଲିଡର୍ସ ଫୋରମ୍ 2026ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ


ୱାର୍ଲ୍ଡ ଲିଡର୍ସ ଫୋରମର ଏହି ପ୍ରତିଷ୍ଠିତ ମଞ୍ଚ, ବ୍ୟବସାୟ ଏବଂ ଶିଳ୍ପ ଜଗତର ସମସ୍ତ ପ୍ରତିଷ୍ଠିତ ଜଣାଶୁଣା ନେତା, ନୀତି ନିର୍ଦ୍ଧାରକ, ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି , ମହିଳା ଏବଂ ଭଦ୍ରବ୍ୟକ୍ତିମାନେ।

 

ଆପଣସମସ୍ତଙ୍କ  ମଧ୍ୟରେ ଆସି ଉପସ୍ଥିତ ରହିବା ଏବଂ ଆନନ୍ଦିତ ହେବା ସ୍ୱାଭାବିକ। ଚଳିତ ବର୍ଷର ଶିଖର ସମ୍ମିଳନୀର ଫୋକସ୍ ସେୟାରଡ୍ ଫ୍ୟୁଚର ଉପରେ ରହିଛି। ଗତ କିଛି ବର୍ଷ ମଧ୍ୟରେ ବିଶ୍ୱ ଅନେକ ଉତ୍ଥାନ-ପତନ ଦେଖିଛି। ଏବଂ ଏହି ଅଭିଜ୍ଞତାଗୁଡ଼ିକ ଗୋଟିଏ କଥା ସ୍ପଷ୍ଟ କରି ଦେଇଛି, କେହି ପସନ୍ଦ କରନ୍ତୁ କି ନ’କରନ୍ତୁ, ପ୍ରତ୍ୟେକ ଦେଶର ଭବିଷ୍ୟତ ପରସ୍ପର ସହିତ ଯୋଡ଼ିହୋଇଛନ୍ତି, ପୃଥକ ଭାବରେ କିଛି ସମ୍ଭବ ନୁହେଁ।  ସେଥିପାଇଁ ସେୟାରଡ୍ ଫ୍ୟୁଚରର  ଏହି ବିଷୟବସ୍ତୁ , ଆଜି ଆହୁରି ପ୍ରାସଙ୍ଗିକ ହୋଇଯାଇଛି। ଭାରତ ସର୍ବଦା ଏହି ଭାବନାକୁ ନେଇ ଚାଲିଛି ।  ସେଥିପାଇଁ, ଜି-୨୦ର ସଭାପତିତ୍ୱ ସମୟରେ ଏଥିପାଇଁ  ଭାରତର ମନ୍ତ୍ର ଥିଲା, ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ ସେୟାରଡ୍ ଫ୍ୟୁଚରର ଏହି ଭାବନା ଏବଂ ଏହା ସହିତ ଜଡ଼ିତ ଥିବା ଦାୟିତ୍ୱବୋଧ,ଏକବିଂଶ ଶତାବ୍ଦୀରେ ବିଶ୍ୱର ଅନେକ ସମସ୍ୟାର ସମାଧାନ ପ୍ରଦାନ କରିଥାଏ।

ବନ୍ଧୁଗଣ,

ଆଜି, ବିଶ୍ୱ ଅଭିବୃଦ୍ଧିକୁ ନେଇ ଅନେକ ପ୍ରକାରର ଚିନ୍ତା ହେଉଛି। ନିକଟରେ ବିଶ୍ୱ ଏକ ଅତ୍ୟନ୍ତ ଭୟଙ୍କର ପରିସ୍ଥିତି ଦେଖିଛି।  ସମ୍ପଦଗୁଡ଼ିକୁ ଅସ୍ତ୍ର କରାଯାଉଛି।  ଅବିଶ୍ୱାସର ଏକ ବାତାବରଣ ବିଶ୍ୱ ପାଇଁ ଅନେକ ନୂତନ ଆହ୍ବାନ ନେଇ ଆସୁଛି। କିନ୍ତୁ ଏପରି ସମୟରେ ମଧ୍ୟ ବିଶ୍ୱ ଭାରତକୁ ଅଭିବୃଦ୍ଧି ଏବଂ ଆଶାର ଏକ ଉଜ୍ଜ୍ୱଳ ସ୍ଥାନ ଭାବରେ ଦେଖୁଛି। ଭାରତ ଗତ ୧୦-୧୨  ବର୍ଷ ମଧ୍ୟରେ ପଚିଶ କୋଟି ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିଛି। ଏହା ବ୍ୟତୀତ, ଯଦି ଆଗାମି ଭବିଷ୍ୟତକୁ ନେଇ ଆଲୋଚନା କରାଯାଏ,ତେବେ ଆଇଏମ୍ ଏଫ୍  ପୂର୍ବାନୁମାନ କରିଛି ଯେ ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ପ୍ରମୁଖ ଅର୍ଥନୀତି ହୋଇରହିବ। ଏବଂ ଭାରତ ନିରନ୍ତର ଏପରି ପଦକ୍ଷେପ ନେଉଛି, ଯାହାକି ତାହାର ବିକାଶକୁ ତ୍ୱରାନ୍ୱିତ କରୁଛି।

ବନ୍ଧୁଗଣ,

ଗତ ସପ୍ତାହରେ, ଅଗଷ୍ଟ ୧୫ ତାରିଖରେ ଲାଲକିଲ୍ଲାରୁ ସପ୍ତ-ଧାରାର  ସପ୍ତ-ଶକ୍ତିଙ୍କ ବିଷୟରେ ମୁଁ କହିଥିଲି।  ଯେଉଁଥିରେ ଉତ୍ପାଦନ, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ସବୁଜ ଏବଂ ନୀଳ ଅର୍ଥନୀତି ସମେତ , ମୁଁ ଏମିତି ସାତଟି କ୍ଷେତ୍ର ଉପରେ କହିଥିଲି , ଯାହା ଉପରେ ଭାରତ ଆଜି ଗଭୀର ଭାବରେ ଗୁରୁତ୍ତ୍ବ ଦେଉଛି। ଏବଂ ସେଥିପାଇଁ ଭାରତ ଆଜି , ଆମର ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ନୀତି ସ୍ତରରେ, ପରବର୍ତ୍ତୀ ପିଢ଼ିର ସଂସ୍କାର କାର୍ଯ୍ୟକାରୀ କରୁଛି। ଆମେ ଶାସନ ଏବଂ ଜୀବନଧାରଣରେ ସହଜତା ଉପରେ ସଂସ୍କାର କାର୍ଯ୍ୟକାରୀ କରୁଛୁ। ଗତ ଥର ଯେତେବେଳେ  ମୁଁ ଏହି ମଞ୍ଚ ମାଧ୍ୟମରେ ଆପଣମାନଙ୍କ ସହିତ ଯୋଡ଼ିହୋଇଥିଲି ସେତେବେଳେ ମୁଁ କହିଥିଲି, “ଏହି ସଂସ୍କାରଗୁଡ଼ିକ ଆମ ପାଇଁ ବାଧ୍ୟତାମୂଳକ ନୁହେଁ। ଏଗୁଡ଼ିକ ଆମର ପ୍ରତିବଦ୍ଧତା, ଆମର ବିଶ୍ୱାସ।”

ବନ୍ଧୁଗଣ,

୨୦୧୪ରେ ଯେତେବେଳେ ଆମ ସରକାର କ୍ଷମତାକୁ ଆସିଲା,ତା’ପରଠାରୁ ସଂସ୍କାରଗୁଡ଼ିକ ଦେଶର ଦିଗ ଏବଂ ଅବସ୍ଥାକୁ କିପରି ପରିବର୍ତ୍ତନ କରିଛି ତାହାର ଏକ ବହୁତ ଆକର୍ଷଣୀୟ ଉଦାହରଣ ମୁଁ ଆପଣଙ୍କୁ ଦେବାକୁ ଚାହୁଁଛି। ଏଠାରେ ଉପସ୍ଥିତ ଥିବା କେହି ବୋଧହୁଏ ପିଏଲ୍ ପି ବିଷୟରେ ଜାଣିଥିବେ , ଯିଏ ପିଏଲ୍ ପି ବିଷୟରେ ଜାଣିଥିବେ ହାତ ଉଠାନ୍ତୁ। ଏଠାରେ ଅନେକ ଗଣମାଧ୍ୟମର ପ୍ରତିଷ୍ଠିତ ବ୍ୟକ୍ତି ବସିଛନ୍ତି, ଆପଣ ପିଏଲ୍ ପି ବିଷୟରେ ଜାଣନ୍ତି କି ? ଏବଂ ଆପଣ ଏହା ଶୁଶି  ଆଶ୍ଚର୍ଯ୍ୟ ହୋଇଯିବେ।  ପିଏଲ୍ ପି  ଅର୍ଥ ହେଉଛି ପ୍ରଡ଼କ୍ସନ୍  ଲିଙ୍କ୍ଡ୍ ପନିସମେଣ୍ଟ , ଏହା ବିଷୟରେ କେହି ଜାଣନ୍ତି ନାହିଁ। ଏବଂ ଆପଣ ନିଶ୍ଚିତ ଭାବରେ ଆଉ ଏକ ଶବ୍ଦ ନିଶ୍ଚିତ ଶୁଣିଥିବେ ପି ଏଲ୍ ଆଇ ,ଯାହାକୁ ଅଧିକାଂଶ ଲୋକ ଜାଣିଥିବେ।  ପି ଏଲ୍ ଆଇ ର ଅର୍ଥ ହେଉଛି ଉତ୍ପାଦନ ଲିଙ୍କ୍ଡ୍ ଇନସେନଣ୍ଟିଭ୍।

 

ବନ୍ଧୁଗଣ,

ଏହି ଦୁଇଟି ଶବ୍ଦ, ଭାରତର ଦୁଇଟି ଭିନ୍ନ-ଭିନ୍ନ ସମୟର ଅବଧିକୁ ପରିଭାଷିତ କରୁଛି ।  ଆଜିକାଲି ବ୍ୟାଖ୍ୟାକାରୀଙ୍କ ଯୁଗ, ତେବେ ମୁଁ  ଆପଣଙ୍କୁଏହା ବୁଝାଇବାକୁ ଚାହେଁ।

ବନ୍ଧୁଗଣ,

ଆଜିର ଯୁବ ପିଢ଼ିଙ୍କୁ ଏହା ଶୁଣି ଆଶ୍ଚର୍ଯ୍ୟ ଲାଗିବ ଯେ , ଆମ ଦେଶରେ ଏପରି ଏକ ସମୟ ମଧ୍ୟ ଥିଲା ଯେ , ଯେତେବେଳେ କୌଣସି କମ୍ପାନୀ ନିର୍ଦ୍ଧାରିତ ସୀମାଠାରୁ ଅଧିକ ଉତ୍ପାଦନ କରିଥାଆନ୍ତି , ସେତେବେଳେ ତାଙ୍କୁ ଦଣ୍ଡିତ କରାଯାଉଥିଲା। ଏହା ପୂର୍ବରୁ ଲାଇସେନ୍ସ-ରାଜ ଥିବା ସରକାରଗୁଡ଼ିକରେ , ପି ଏଲ୍ ପି ଅର୍ଥାତ୍  ଉତ୍ପାଦନ ଲିଙ୍କ୍ଡ୍ ଦଣ୍ଡ ମଡେଲ୍ ଥିଲା।  ଏପରି ମଧ୍ୟ ଉଦାହରଣ ରହିଛି ଯେ ଯଦି କୌଣସି କାରଖାନା ଅଧିକ ଚାହିଦାକୁ ଦୃଷ୍ଟିରେ ରଖି ଅଧିକ ଉତ୍ପାଦନ କରିଦେଉଥିଲା, ତେବେ ତାକୁ ନୋଟିସ୍ ପଠାଯାଉଥିଲା। ବାଧ୍ୟ ବାଧକତାରେ ସେହି କମ୍ପାନୀ ନିଜ ଜିନିଷଗୁଡ଼ିକୁ ବଜାରରେ ବିକ୍ରି କରିବା ପରିବର୍ତ୍ତେ ,ଏହାର ଉତ୍ପାଦକୁ ନିଜେ ନଷ୍ଟ କରିଦେଉଥିଲେ।

ବନ୍ଧୁଗଣ,

ଆଜି ଯେଉଁମାନେ ମେକ୍ ଇନ୍ ଇଣ୍ଡିଆ ଏବଂ ଆତ୍ମନିର୍ଭର ଭାରତ ଅଭିଯାନକୁ ପରିହାସ କରୁଛନ୍ତି, ସେମାନଙ୍କ ପୂର୍ବପୁରୁଷଙ୍କ ଚିନ୍ତାଧାରା ସେହିପରି ଥିଲା, ପି ଏଲ୍ ପି ଅର୍ଥାତ୍ ପ୍ରଡ଼କ୍ସନ୍  ଲିଙ୍କ୍ଡ୍ ପନିସମେଣ୍ଟ | ଏହା କରିବା ପଛରେ ଏକ ବିଶେଷ ପ୍ରକାରର ବିକୃତ ମାନସିକତା କାମ କରୁଥିଲା | ଏପରି ମାନସିକତା ଥିବା ଲୋକମାନେ ସବୁବେଳେ ଚାହୁଁଥିଲେ ଯେ ଅତ୍ୟାବଶ୍ୟକ ଜିନିଷର ଅଭାବ ରହିବା ରହିଥାଉ | ଦେଶର ନାଗରିକମାନଙ୍କୁ ଅଭାବ ମଧ୍ୟରେ ରଖିବା ସେମାନଙ୍କର ନୀତି ଥିଲା। ସେମାନେ ଚାହୁଁଥିଲେ ଯେ ଜନସାଧାରଣ ତାଙ୍କ ସାମ୍ନାରେ ହାତ ଯୋଡ଼ନ୍ତୁ, ହାତ ପତାନ୍ତୁ, ଆପଣ ବୁଝିପାରୁଥିବେ ଯେ ମୁଁ କେଉଁ ଲୋକଙ୍କ ବିଷୟରେ କହୁଛି | ଲୋକମାନଙ୍କୁ ହାତ ପତାଇବା ପରେ ଅନୁଗ୍ରହ କରିବା, ସେହି ସରକାରଙ୍କର ଉପାୟ ଥିଲା, ସେଥିପାଇଁ ସେମାନେ ଉତ୍ପାଦନ ଲିଙ୍କ୍ଡ୍ ଦଣ୍ଡ ମଡେଲକୁ ଅନୁସରଣ କରୁଥିଲେ | ଆପଣ କଳ୍ପନା କରିପାରୁଥିବେ, ଏହା କରି ସେମାନେ ରୋଜଗାର ଜେନେରେସନ୍ ର ମୌଳିକ ଆବଶ୍ୟକତାକୁ ପୁରା ହଟାଇ ଦେଇଥିଲେ | ଏବଂ ଏକ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ଲୋକମାନଙ୍କର ରାଜସଭାରେ ବସୁଥିବା ସଦସ୍ୟମାନେ , ମୁଁ ପୁନର୍ବାର ଦୋହରାଉଛି, ଏହି ରାଜସଭାରେ ବସୁଥିବା ସଦସ୍ୟମାନେ, ଏହା ବିରୁଦ୍ଧରେ କୌଣସି ସ୍ୱର କେବେ ଉଠାଇ ନାହାଁନ୍ତି |

ବନ୍ଧୁଗଣ,

ପ୍ରତ୍ୟେକ ସଂସ୍କାର ସର୍ବପ୍ରଥମେ, ଆପଣଙ୍କର ଚିନ୍ତା କରିବାର ଧାରା , ଆପଣଙ୍କର ମାନସିକତା, କେମିତି ଆପଣ କାର୍ଯ୍ୟ କରୁଛନ୍ତି, ଏହି ଭାବନା ଅପଣଙ୍କ ପରିସରରେ ଥିବା ସଂସ୍କାର ସହିତ ଆରମ୍ଭ ହୁଏ  ହୋଇଥାଏ | ଯେଉଁଠାରେ ପୂର୍ବରୁ ଉତ୍ପାଦନ ବୃଦ୍ଧି ପାଇଁ ଦଣ୍ଡ ମିଳୁଥିଲା , ସେଠାରେ ଆଜି ଆମ ସରକାର ଉତ୍ପାଦନ ବୃଦ୍ଧି ପାଇଁ ପ୍ରୋତ୍ସାହନ ଦେଉଛନ୍ତି | ଏବଂ ଆଜି ପିଏଲ୍ଆଇ ଯୋଜନାର ସଫଳତା ଉପରେ ବିଶ୍ୱ ନଜର ରଖିଛି | କେବଳ ଏହି ଗୋଟିଏ ଯୋଜନା, ମୁଁ ସମସ୍ତ ଯୋଜନା ବିଷୟରେ କହୁନାହିଁ, ମୁଁ ଗୋଟିଏ ବିଷୟରେ କହୁଛି, ପ୍ରାୟ ଅଢେଇ  ଲକ୍ଷ କୋଟି ଟଙ୍କାର ପ୍ରକୃତ ବିନିଯୋଗ ହୋଇ ପାରିଛି।  ବାଇଶ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଉତ୍ପାଦନ ଏବଂ ବିକ୍ରୟ କରାଯାଇଛି। ପନ୍ଧର ଲକ୍ଷ କୋଟି ଟଙ୍କାରୁ ଅଧିକ ରପ୍ତାନି ହୋଇଛି ଏବଂ ଚଉଦ ଲକ୍ଷରୁ ଅଧିକ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୃଷ୍ଟି ହୋଇଛି। ଏବଂ ମୁଁ ପୁଣିଥରେ ମନେ ପକାଇ ଦେଉଛି , ଏହି ସଂଖ୍ୟାଗୁଡ଼ିକ କେବଳ ଗୋଟିଏ ଯୋଜନା ପାଇଁ ଅଟେ | ଆପଣ ଚିନ୍ତାକରନ୍ତୁ , ପୂର୍ବର ଲାଇସେନ୍ସ ରାଜ୍ ଥିବା ସରକାରଙ୍କ ଦଣ୍ଡ ମଡେଲ୍ ବେକାରୀ ବୃଦ୍ଧି କରୁଥିଲା , ମାତ୍ର ସେଠାରେ ଆଜିର ଆମର ପ୍ରୋତ୍ସାହନ ମଡେଲ୍ ଲକ୍ଷ -ଲକ୍ଷ ନୂତନ ନିଯୁକ୍ତି ସୃଷ୍ଟି କରୁଛି |

ବନ୍ଧୁଗଣ,

ଆଜି ଭାରତରେ ଏହି ଦ୍ରୁତ ବିକାଶ, ଏହି ଦ୍ରୁତ ସଂସ୍କାର ସେଥିପାଇଁ ଘଟୁଛି , କାରଣ ଭାରତରେ ରାଜନୈତିକ ସ୍ଥିରତା ଅଛି ଯାହା ସତ୍ୟ ଉଲ୍ଲେଖ କରୁଥିଲେ , ତାହା ଆମର ନୀତିରେ ନିରନ୍ତରତା ଅଛି | ପୂର୍ବରୁ ଦେଶରେ ସଂସ୍କାର ବିଷୟରେ ଘୋଷଣା କରୁଥିଲେ , ପରେ ସେଗୁଡ଼ିକୁ ଭୁଲିଯାଉଥିଲେ। କିନ୍ତୁ ସଂସ୍କାର ବିଷୟରେ ଆମେ ଏକ ସ୍ପଷ୍ଟ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିଛୁ। ଏହି ରୋଡମ୍ୟାପର ମୁଖ୍ୟ ଦିଗ ହେଉଛି – ଶାସନ ସ୍ତରର ସଂସ୍କାର ହେଉ ! ଏଥିପାଇଁ, ଆଜି ଏକବିଂଶ ଶତାବ୍ଦୀର ଭାରତରେ, ଆମେ କେବଳ ନିୟମାବଳୀ ପରିବର୍ତ୍ତନ କରୁନାହୁଁ, ନିୟମର ସମ୍ପୂର୍ଣ୍ଣ ତତ୍ତ୍ବଜ୍ଞାନକୁ ପରିବର୍ତ୍ତନ କରୁଛୁ | ପୂର୍ବରୁ ନିୟମର ପଦ୍ଧତି ଥିଲା – “ଅନୁମତି ନଥିଲେ ନିଷେଧ ” ଏହାର ଅର୍ଥ, ଯେପର୍ଯ୍ୟନ୍ତ ସରକାର ଅନୁମତି ନ ଦେଇଛନ୍ତି, ସେତେବେଳ ପର୍ଯ୍ୟନ୍ତ ଆପଣ କୌଣସି କାମ କରିପାରିବେ ନାହିଁ | ଆମେ ଏହି ପଦ୍ଧତିକୁ ପରିବର୍ତ୍ତନ କରି “ନିଷେଧ ନହେଲେ ଅନୁମତିପ୍ରାପ୍ତ” ଆଡ଼କୁ ନେଇଯାଉଛି। ତାହା ହେଉଛି, ଯେଉଁ କାର୍ଯ୍ୟ ଆଇନ ସ୍ପଷ୍ଟ ଭାବରେ ନିଷେଧ କରିନାହିଁ , ସେଥିପାଇଁ ପ୍ରତ୍ୟେକ ପଦକ୍ଷେପରେ ଅନୁମତିର ଆବଶ୍ୟକତା ନାହିଁ | ଏବଂ ଏହା ପଛରେ ଥିବା ଚିନ୍ତାଧାରା ଅତି ସରଳ, ସରକାର ଏବଂ ନାଗରିକଙ୍କ ମଧ୍ୟରେ ସମ୍ପର୍କର ଆଧାର , ସନ୍ଦେହ ନୁହେଁ, ବିଶ୍ୱାସ ହେବା ଉଚିତ୍ |

ବନ୍ଧୁଗଣ,

ଆପଣ ଜନ ବିଶ୍ୱାସ ବିଲ୍‌ରେ ମଧ୍ୟ ଏହି ସମାନ ଚିନ୍ତାଧାରା ଦେଖିପାରିବେ।  ମୁଁ ମାନୁଛି, ଯେ ପ୍ରତ୍ୟେକ ପ୍ରକ୍ରିୟାଗତ ତ୍ରୁଟିକୁ ଏକ ଅପରାଧିକ ଅପରାଧ ଭାବରେ ଗ୍ରହଣ କରିବା ଠିକ୍ ନୁହେଁ। ସେଥିପାଇଁ ଅନେକ ଅପରାଧକୁ ଅପରାଧମୁକ୍ତ କରାଯାଇଛି। ଅନେକ କ୍ଷେତ୍ରରେ, ଜେଲ୍ ଦଣ୍ଡ ବଦଳରେ କେବଳ ଆର୍ଥିକ ଦଣ୍ଡ ପ୍ରଚଳନ କରାଯାଇଛି।  ଆମେ ସରକାର ଏବଂ ଉଦ୍ୟୋଗ ମଧ୍ୟରେ, ଆମେ ଏହି ସଂସ୍କାର ମାନସିକତାକୁ ଅନୁସରଣ କରୁଛୁ। ଗତ ବର୍ଷଗୁଡ଼ିକରେ ଚାଳିଶ ହଜାରରୁ ଅଧିକ ଅନୁପାଳନକୁ ହଟାଇ ଦିଆଯାଇଛି, ଚାଳିଶ ହଜାର । ଆମେ ଦେଢହଜାରରୁ ଅଧିକ ପୁରୁଣା ଏବଂ ଅପ୍ରଚଳିତ ଆଇନକୁ ଉଚ୍ଛେଦ କରିଛୁ ଏବଂ ଯେତେବେଳେ ଆମେ ଏହି ସମସ୍ତ ସଂସ୍କାରକୁ ଏକାଠି ଦେଖୁଛୁ, ସେତେବେଳେ  ଆମେ କଳ୍ପନା କରିପାରିବା ଯେ ଆମର ଶିଳ୍ପ ଏବଂ ବ୍ୟବସାୟର କାନ୍ଧରୁ କେତେ ବୋଝ ଉଠାଇ ଦିଆଯାଇଛି।

ବନ୍ଧୁଗଣ,

ଆମେ ଶାସନ ସଂସ୍କାରର ଏହି ପ୍ରକ୍ରିୟା ଉପରେ ନିରନ୍ତର କାମ କରୁଛୁ। ସମ୍ପ୍ରତି, ସଂସଦର ମୌସୁମୀ ଅଧିବେଶନରେ, ଆମେ ‘ବ୍ୟାଙ୍କର୍ସ ବୁକ୍ ପ୍ରମାଣ ବିଲ୍’ ପାରିତ କରିଛୁ। ଏବଂ ତାହା ମଧ୍ୟ ଯେତେବେଳେ ବିରୋଧୀ ଦଳ ଲଗାତାର ସଂସଦରେ ବାଧା ସୃଷ୍ଟି କରୁଥିଲେ। ଆମେ ଦେଶର ସେବା କରିବାର କାର୍ଯ୍ୟକୁ ବନ୍ଦ ହେବାକୁ ଦେଇନାହୁଁ।  ଏହି ଆଇନ ଏବେ ଉନ୍ନବିଂଶ ଶତାବ୍ଦୀର ଇଂରାଜୀ ଆଇନକୁ ବଦଳାଇ ଦେଇଛି। ଏବେ ଡିଜିଟାଲ୍ ବ୍ୟାଙ୍କ ରେକର୍ଡର ଗ୍ରହଣକୁ ଆଇନଗତ ଭାବରେ ସ୍ୱୀକୃତି ଦିଆଯାଇଛି। ଏହା ଆଇନଗତ ଜଟିଳତାକୁ ହ୍ରାସ କରିବ, ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବ ଏବଂ ବ୍ୟବସାୟ କରିବାର ସହଜତାକୁ ବୃଦ୍ଧି କରିବ।

ବନ୍ଧୁଗଣ,

ଶାସନରେ ସଂସ୍କାରର ଅର୍ଥ ଏହା ମଧ୍ୟ ହେଉଛି ଯେ ଏପରି ବ୍ୟବସ୍ଥା ସୃଷ୍ଟି କରିବା ଯାହା ପ୍ରତ୍ୟେକ ମାନବ ଜୀବନ ଏବଂ ଏହାର ସମୟ ପ୍ରତି ସମ୍ବେଦନଶୀଳ ହୋଇଥିବ । ମୁଁ ରେଳବାଇର ଉଦାହରଣ ଦେବି। ଆମର ରେଳବାଇ ମଧ୍ୟ ଏହି ପଦ୍ଧତି ସହିତ କାମ କରିଛି। ଆଜି, ସାଢେ ଛଅ ହଜାରରୁ ଅଧିକ ରେଳ ଷ୍ଟେସନରେ ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ସିଷ୍ଟମ ଅଛି। ଦଶ ହଜାରରୁ ଅଧିକ ଲେଭଲ୍ କ୍ରସିଂ ଗେଟ୍ କୁ ମଧ୍ୟ ଇଣ୍ଟରଲକ କରାଯାଇଛି। ଏହା ମାନବ ତ୍ରୁଟି ଯୋଗୁଁ ଦୁର୍ଘଟଣାର ଆଶଙ୍କାକୁ ଯଥେଷ୍ଟ ହ୍ରାସ କରିଛି।

ବନ୍ଧୁଗଣ,

୨୦୧୪ରେ ଆମ ସରକାର କ୍ଷମତାକୁ ଆସିଲେ, ପ୍ରାୟ ନଅ ହଜାର ଫାଟକ ଏମିତି ଥିଲା ଯାହା ମାନବହୀନ ଫାଟକ ଥିଲା। ସେଗୁଡ଼ିକୁ ହଟାଇବା କୌଣସି ରକେଟ୍ ବିଜ୍ଞାନ ନୁହେଁ। ମାନବହୀନ କ୍ରସିଂ ଯୋଗୁଁ ହଜାର ହଜାର ଲୋକ ପ୍ରାଣ ହରାଇଥିଲେ, କିନ୍ତୁ ପୂର୍ବ ସରକାରମାନେ ଏଥିରେ ବ୍ୟସ୍ତ ହୋଇନଥିଲେ। ମିଶନ ମୋଡ୍‌ରେ, ଗତ ଦଶ ବର୍ଷ ମଧ୍ୟରେ, ଆମେ ଏହି ମାନବହୀନ କ୍ରସିଂଗୁଡ଼ିକୁ ହଟାଇ ଦେଇଛୁ। ଆମେ ରାସ୍ତା ଓଭରବ୍ରିଜ୍ ଏବଂ ରାସ୍ତା ଅଣ୍ଡରବ୍ରିଜ୍ ନିର୍ମାଣର ଗତିକୁ ମଧ୍ୟ ବହୁ ଗୁଣ ବୃଦ୍ଧି କରିଛୁ। ଫଳସ୍ୱରୂପ, ୨୦୧୪ ପୂର୍ବ ତୁଳନାରେ ରେଳ ଦୁର୍ଘଟଣା ସଂଖ୍ୟା ୯୦ ପ୍ରତିଶତ ହ୍ରାସ ପାଇଛି। ବାର ବର୍ଷ ପୂର୍ବେ ପ୍ରତିବର୍ଷ ପ୍ରାୟ ୧୫୦ଟି ରେଳ ଦୁର୍ଘଟଣା ହେଉଥିଲା, କିନ୍ତୁ ଏବେ ଏହାର ସଂଖ୍ୟା ୧୫-୨୦କୁ ହ୍ରାସ ପାଇଛି। ଏବଂ ଆମେ ଏହାକୁ ଆହୁରି ହ୍ରାସ କରିବା ପାଇଁ ନିରନ୍ତର ପ୍ରୟାସ କରୁଛୁ।

ବନ୍ଧୁଗଣ,

ରେଳପଥରେ ସ୍ୱଚ୍ଛତା ମଧ୍ୟ ପ୍ରଶାସନ ସଂସ୍କାରର ଏକ ବଡ଼ ଉଦାହରଣ। ଗୋଟିଏ ସମୟ ଥିଲା, ଯେତେବେଳେ ରେଳପଥରେ ମାଟି ଏବଂ ମାନବ ମଇଳା ଏକ ପ୍ରମୁଖ ସମସ୍ୟା ଥିଲା। ଆଜି ପରିସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି। ୨୦୧୪ ପୂର୍ବରୁ ଆମର ଟ୍ରେନ୍‌ଗୁଡ଼ିକରେ ପ୍ରାୟ ୧୨ ହଜାର ବାୟୋ-ଟଏଲେଟ୍ ସ୍ଥାପନ କରାଯାଇଥିଲା, ୨୦୧୪ ପରଠାରୁ ଟ୍ରେନଗୁଡ଼ିକରେ ୩ ଲକ୍ଷ ୬୦ ହଜାରରୁ ଅଧିକ ବାୟୋ-ଟଏଲେଟ୍ ସ୍ଥାପନ କରାଯାଇଛି। ଅର୍ଥାତ୍, ଗତ ୧୨ ବର୍ଷ ମଧ୍ୟରେ ୯୭ ପ୍ରତିଶତରୁ ଅଧିକ ବାୟୋ-ଟଏଲେଟ୍ ସ୍ଥାପନ କରାଯାଇଛି। ଏହି ପରିବର୍ତ୍ତନ କେବଳ ସ୍ୱଚ୍ଛତା ବିଷୟରେ ନୁହେଁ, ଏହା ଯାତ୍ରୀଙ୍କ ମର୍ଯ୍ୟାଦା, ପରିଷ୍କାର-ପରିଚ୍ଛନ୍ନତା ଏବଂ ଏକ ଆଧୁନିକ ଭାରତ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଥିବା ଶାସନର ଏକ ନୂତନ ମଡେଲ୍। ଏହା ଲକ୍ଷ-ଲକ୍ଷ ଯାତ୍ରୀଙ୍କୁ ଏକ ଉତ୍ତମ ଅଭିଜ୍ଞତା ପ୍ରଦାନ କରିବା ପାଇଁ ଏକ ଅଭିଯାନ ମଧ୍ୟଅଟେ।

ବନ୍ଧୁଗଣ,

ଶାସନର ଗୁଣର ଅନ୍ୟ ଏକ ମାପ, ଏବଂ ତାହା ହେଉଛି – ସମୟ | ଯାହା ବି ପ୍ରକଳ୍ପ ଆରମ୍ଭ ହେଉଛି , ତାହା ଠିକ୍ ସମୟରେ ଶେଷ ହେବା ଉଚିତ୍ | ଏବଂ ଯେଉଁ ସେବା ଲୋକମାନେ ପାଇବେ ,ତାହା ମଧ୍ୟ ସମୟର ପରୀକ୍ଷଣରେ ଛିଡା ହେବା ଉଚିତ୍ | ଦିଲ୍ଲୀ-ମେରଟ ନାମୋ ଭାରତ ରାପିଡ ରେଳ ସିଷ୍ଟମ ଏହାର ଏକ ଉତ୍ତମ ଉଦାହରଣ | ଏହି କରିଡରରେ ଘଣ୍ଟା ପ୍ରତି ୧୬୦ କିଲୋମିଟର ବେଗରେ ଟ୍ରେନ୍ ଚାଲୁଛି | ଏହା ଆମ ଦେଶରେ ପୂର୍ବରୁ କେବେ ଚିନ୍ତା କରାଯାଇ ପାରୁନଥିଲା | ବର୍ତ୍ତମାନ ପର୍ଯ୍ୟନ୍ତ ଚାରି କୋଟିରୁ ଅଧିକ ଯାତ୍ରୀ ଏଥିରେ ଯାତ୍ରା କରିଛନ୍ତି। ଏବଂ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କାରଣ ଅଛି ଯାହା ଉପରେ ଆଲୋଚନା କରାଯାଉ ନାହିଁ | ଦିଲ୍ଲୀ ମେରଟ ନାମୋ ଭାରତ ରାପିଡ ରେଳର ସମୟସୀମା ୯୯.୯ ପ୍ରତିଶତ ଅଟେ। ନଚେତ୍ ଆମେ ପ୍ରତ୍ୟେକ କ୍ଷେତ୍ରରେ କହିଥାଉ, ଯଦି ଆମେ ବିଳମ୍ବ କରୁ ତେବେ ଆମେ କହିଥାଉ, ଏହା ହେଉଛି ଭାରତୀୟ ସମୟ | ସମୟ ବଦଳିଛି, ମୁଁ ଆପଣଙ୍କୁ ଏହି ଛୋଟ ଛୋଟ ଜିନିଷଗୁଡିକୁ କହୁଛି କାରଣ ଯାହାଦ୍ବାରା ଆପଣମାନେ ବୁଝିପାରିବେ ଯେ କିଭଳି ଭାବରେ ବହୁ ପରିମାଣରେ କେତେ କାର୍ଯ୍ୟ କରାଯାଉଛି | ସେହିଭଳି ଦିଲ୍ଲୀ ମେଟ୍ରୋର ସମୟାନୁବର୍ତ୍ତୀତା | ଦିଲ୍ଲୀ ମେଟ୍ରୋର ସମୟାନୁବର୍ତ୍ତୀତା ହେଉଛି ୯୯.୯ ପ୍ରତିଶତ | ଏବଂ ଏହି ସମୟାନୁବର୍ତ୍ତୀତା, ନ୍ୟୁୟର୍କ, ହଂକଂ ଏବଂ ପ୍ୟାରିସ୍ ପରି ସହରର ମେଟ୍ରୋ ସହିତ ସମାନ | ଏହା କେବଳ ମେଟ୍ରୋ ଏବଂ ନାମୋ ରାପିଡ୍ ରେଳ ଠିକ୍ ସମୟରେ ଚାଲିବାର କାହାଣୀ ନୁହେଁ, ସମୟ ସହିତ ବଦଳୁଥିବା ଭାରତର ପରିଚୟ | ମୁଁ ଜାଣେ ଯେ ବର୍ତ୍ତମାନ ସୁଦ୍ଧା, ଏବଂ ମୁଁ ସେଭଳି ଜଣେ ବ୍ୟକ୍ତି ନୁହଁ ଯିଏ ଏଥିରେ ସନ୍ତୁଷ୍ଟ ହୋଇ ବସିଯିବି, ଆମକୁ ଏହି ଦିଗରେ ଅନେକ କିଛି କରିବାକୁ ବାକି ଅଛି, ଅନେକ ବାକି ଅଛି, କିନ୍ତୁ ଆମେ କ୍ରମାଗତ ଭାବରେ କରୁଛୁ | କିନ୍ତୁ ଏକ ଆରମ୍ଭ ହୋଇଛି ଏବଂ ଏହି ଆରମ୍ଭ ପ୍ରଶଂସନୀୟ |

ବନ୍ଧୁଗଣ,

ଆମର ସଂସ୍କାର ରୋଡମ୍ୟାପର ଆଉ ଏକ ବଡ଼ ଦିଗ ଅଛି – ନୀତି ସ୍ତରରେ ହେଉଥିବା ସଂସ୍କାର ! ଆଜି ଆମେ ଏପରି ନୀତି ପ୍ରସ୍ତୁତ କରୁଛୁ ଯାହା ପ୍ରୋ-ପିପୁଲ୍ , ପ୍ରୋ-ଗ୍ରୋଥ୍ ,ପ୍ରୋ-ଡେଭଲପମେଣ୍ଟ ଥିବ ! ନୀତି ଦେଶ ତଥା ଏହାର ଲୋକମାନଙ୍କର ଆବଶ୍ୟକତା ଅନୁଯାୟୀ ହେବା ଉଚିତ ଏବଂ ନୀତିକୁ ଆପଣେଇ ଦେଶ ସେମାନଙ୍କୁ ଅନୁସରଣ କରିବାକୁ ବାଧ୍ୟ କରାଯିବା ଉଚିତ ନୁହେଁ !  ମୁଁ ଆପଣଙ୍କୁ ଆଉ ଏକ ରୋଚକ ଉଦାହରଣ ଦେବାକୁ ଚାହୁଁଛି | କିଛି ବର୍ଷ ପୂର୍ବେ, ଦେଶର ମାନଚିତ୍ର ତିଆରି କରିବା ମଧ୍ୟ ଆମ ଦେଶରେ ବେଆଇନ ଥିଲା, ଯଦି ଆପଣ ଏକ ମାନଚିତ୍ର ତିଆରି କଲେ ତେବେଏହା ବେଆଇନ, ତେଣୁ ଆପଣ ଜେଲକୁ ଯିବେ | ବିନା ଅନୁମତିରେ ଆପଣ ଦେଶରେ ମ୍ୟାପିଂ କାମ ମଧ୍ୟ କରିପାରିବେ ନାହିଁ | କଳ୍ପନା କରନ୍ତୁ , ବିଦେଶୀମାନେ ଉପଗ୍ରହ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଭାରତର  ଯେ କୌଣସି କୋଣକୁମାନଚିତ୍ର କରିପାରନ୍ତି,କିନ୍ତୁ ଭାରତରେ ଭାରତୀୟମାନଙ୍କୁ ମାନଚିତ୍ର ତିଆରି କରିବାକୁ ବାରଣ କରାଯାଇଥିଲା।

ବନ୍ଧୁଗଣ,

ଆଜି ଟେକ୍ନୋଲୋଜିର ଏହି ଯୁଗରେ, ଏହି ପ୍ରତିବନ୍ଧକ ଦ୍ୱାରା କେତେ ଷ୍ଟାର୍ଟଅପ୍ ଅସ୍ତିତ୍ତ୍ବ ହରାଇଥାନ୍ତେ ! କେତେ ଧାରଣା କାର୍ଯ୍ୟକାରୀରୁ ବଞ୍ଚିତ ହୋଇଥାନ୍ତା! ଆମେ ମଧ୍ୟ ଏହି ସିଷ୍ଟମ୍ ପରିବର୍ତ୍ତନ କରିଛୁ | ଆମେ ଜିଓସ୍ପଟିକାଲ୍ ତଥ୍ୟକୁ ନିୟନ୍ତ୍ରଣ କରିଛୁ ଏବଂ ଆଜି ଜିଓସ୍ପଟିକାଲ୍ ତଥ୍ୟ ଅନେକ ଷ୍ଟାର୍ଟଅପ୍ ର ଆଧାର ପାଲଟିଛି |

ବନ୍ଧୁଗଣ,

 

ଆଜି ଆପଣ ଡ୍ରୋନର ଉପଯୋଗିତା କ୍ରମାଗତ ଭାବରେ ବୃଦ୍ଧିପାଉଥିବା ଦେଖିବାକୁ ମିଳୁଛି | କୃଷି ,ପ୍ରତିରକ୍ଷା, ବିତରଣ, ଶୁଟିଂ, ବିଷୟବସ୍ତୁ ସୃଷ୍ଟି କ୍ଷେତ୍ରରେ ଏସବୁ ସମ୍ଭବ ହୋଇନଥାନ୍ତା ଯଦି ସରକାର ଏହା ସହ ଜଡିତ ନିୟମକୁ ସଂଶୋଧନ କରିନଥାନ୍ତେ । ଏହାପୂର୍ବରୁ ଦେଶରେ ଡ୍ରୋନ୍ ଉଡ଼ୁଥିବା ନିୟମ ପ୍ରତିବନ୍ଧକ ଦ୍ୱାରା ସଂପୂର୍ଣ୍ଣ ବନ୍ଧା ହୋଇଥିଲା। ଆମେ ଏହାକୁ ଶିକୁଳିରୁ ମୁକ୍ତ କରିଛୁ ଏବଂ ଆଜି ଭାରତର ଡ୍ରୋନ୍ ଇଣ୍ଡଷ୍ଟ୍ରି ଏକ ଅଦ୍ୱିତୀୟ ବିମାନ ସହିତ ଆଗକୁ  ବଢୁଛି।

ବନ୍ଧୁଗଣ,

ପୂର୍ବରୁ ସୀମା ଅଞ୍ଚଳ ସମ୍ପର୍କରେ ସରକାରଙ୍କ ଚିନ୍ତାଧାରା ଥିଲା ଯେ ଯଦି ସୀମାରେ ରାସ୍ତା ଏବଂ ଭିତ୍ତିଭୂମି ବୃଦ୍ଧି ହୁଏ, ତେବେ ଶତ୍ରୁ ମଧ୍ୟ ଏହାର ଫାଇଦା ଉଠାଇ ପାରିବେ। ଆମେ ଏହି ଚିନ୍ତାଧାରାକୁ ପରିବର୍ତ୍ତନ କରିଛୁ | ଆମେ କହିଲୁ, ସୀମାରେ ଭିତ୍ତିଭୂମି ଦୁର୍ବଳତା ନୁହେଁ, ଏହା ଦେଶର ଶକ୍ତି। ଏବଂ ସେଥିପାଇଁ ଆଜି ସୀମାନ୍ତ ଅଞ୍ଚଳରେ ସଡ଼କ, ବ୍ରିଜ୍ ଏବଂ ଟନେଲର ନେଟୱାର୍କ ଦ୍ରୁତ ଗତିରେ ବିସ୍ତାର କରୁଛି। କେବଳ ୨୦୨୪ ଏବଂ ୨୦୨୫ରେ , ବି ଆର୍ ଓ ର ୨୫୦ ଭିତ୍ତିଭୂମି ପ୍ରକଳ୍ପ ଦେଶ ପାଇଁ ଉତ୍ସର୍ଗ କରାଯାଇଛି | ଯେତେବେଳେ ଚିନ୍ତାଧାରା ବଦଳିଗଲା, ସେତେବେଳେ ସୀମାରେ ଭିତ୍ତିଭୂମିର ଚିତ୍ର ବମଧ୍ୟ ବଦଳିଗଲା |

ବନ୍ଧୁଗଣ,

ଆଣବିକ ସଂସ୍କାର ମଧ୍ୟ ଏକ ଉଦାହରଣ | ଏମିତି ଏକ ସମୟରେ , ଯେତେବେଳେ ବିକାଶ ସଂପୂର୍ଣ୍ଣ ଶକ୍ତି ଉପରେ ନିର୍ଭରଶୀଳ ଥିଲା , ପାବନ୍ଧି ଏବଂ ପ୍ରତିବନ୍ଧକ ଯୋଗୁଁ ଦେଶ ଏହାର ପରମାଣୁ ସାମର୍ଥ୍ୟକୁ ଉପଯୋଗ କରିପାରିଲା ନାହିଁ | ଶାନ୍ତି ବିଲ୍ ମାଧ୍ୟମରେ ମଧ୍ୟ ଆମେ ଏଥିରେ ବଡ଼ ସଂସ୍କାର ଆଣିଛୁ। ଆଜି ଭାରତରେ ଆଣବିକ ଶକ୍ତି କ୍ଷେତ୍ରରେ ଘରୋଇ କ୍ଷେତ୍ର ପାଇଁ ରାସ୍ତା ଖୋଲାଯାଇଛି। ସେହିଭଳି, ଆମେ ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ଏକ ପ୍ରମୁଖ ନୀତି ସଂସ୍କାର କରିଛୁ। ଦୁଇଶହ ବର୍ଷ ପୂର୍ବେ ଥିବା ବ୍ୟବସ୍ଥାକୁ ପରିବର୍ତ୍ତନ କରି ଆମେ ୪୦ ରୁ ଅଧିକ ଅର୍ଡାନ୍ସ କାରଖାନା ମିଶ୍ରଣ କରି ସାତଟି କାରଖାନା ସୃଷ୍ଟି କରିଛୁ | ଏବଂ ତାହାର ପରିଣାମ ଆଜି ଦେଖିବାକୁ ମିଳୁଛି। ଆଜି ଭାରତ ମଧ୍ୟ ଏହାର ପ୍ରତିରକ୍ଷା କ୍ଷେତ୍ରରେ ଆବଶ୍ୟକତା ପାଇଁ ଆତ୍ମନିର୍ଭରଶୀଳ ହେବାକୁ ଯାଉଛି ଏବଂ ୨୦୧୪ ତୁଳନାରେ ଆମର ପ୍ରତିରକ୍ଷା ରପ୍ତାନି ୫୫ ଗୁଣ ବୃଦ୍ଧି ପାଇଛି | ଏବଂ ସେଥିପାଇଁ, ଅନେକ ଥର ସଂସ୍କାର ଆମ ଜୀବନରେ ଏଭଳି ଭାବରେ ମିଶି ଯାଇଥାନ୍ତି ହୁଏ ଯେ ଆମେ ସେମାନଙ୍କ ପ୍ରତି ମଧ୍ୟ ଧ୍ୟାନ ଦେଇ ନଥାଉ  | ଆପଣ ସକାଳେ ଉଠିଥାନ୍ତି , ଫୋନରେ ଘରୋଇ ଜିନିଷ ଅର୍ଡର କରିଦେଇଥାନ୍ତି , ଏବଂ ଯେତେବେଳେ ଆପଣ ଅଫିସ୍ ପାଇଁ ପ୍ରସ୍ତୁତ ହୋଇଥାନ୍ତି ସେତେବେଳକୁ ସମସ୍ତ ଜିନିଷ ଆପଣଙ୍କ ଘରେ ପହଂଚି ଯାଇଥାଏ  | ଆପଣଙ୍କ ରାସ୍ତାରେ ଥିବା ଷ୍ଟ୍ରିଟ୍ ବିକ୍ରେତାଙ୍କ ଠାରୁ  ଆରମ୍ଭ କରି ଆପଣଙ୍କ କାରର ଶୋ’ରୁମ୍ ପର୍ଯ୍ୟନ୍ତ, ଆପଣଙ୍କର ସମସ୍ତ ଦେୟ କେବଳ ଏକ କ୍ୟୁ ଆର୍  କୋଡ୍ ସ୍କାନ୍ କରି କରାଯାଇଥାଏ | ଯଦି ଆପଣଙ୍କର ଝିଅ ଅନ୍ୟ ସହରରେ ପଢେ, ତେବେ ଆପଣ ଫୋନ୍ ମାଧ୍ୟମରେ ଟଙ୍କା ପଠାଇ ପାରିବେ, ଏବଂ ଟଙ୍କା କିଛି ସେକେଣ୍ଡରେ ତାଙ୍କ ପାଖରେ ପହଞ୍ଚିଯିବ | ଅନେକ ଥର ଝିଅ ନିଜେ କ୍ୟୁ ଆର୍  ଅଂଶୀଦାର କରି କହନ୍ତି, ‘ପାପା-ମା, ମୁଁ ଏହି ପୋଷାକ କିଣିଛି, ଏଥିପାଇଁ ମୋତେ ପଇସା ଦିଅ  ଏବଂ ଆପଣ ଘରେ ବସି ତାହାର ସପିଂର ପେମେଣ୍ଟ କରିଦେଇଥାନ୍ତି।   ଏହି ଜିନିଷଗୁଡିକ ଉଲ୍ଲେଖନୀୟ, କିନ୍ତୁ ବର୍ତ୍ତମାନ ଭାରତର ଲୋକଙ୍କୁ ଏଥିପାଇଁ ହଇରାଣ ହେବାକୁ ପଡ଼ୁନାହିଁ , ଯେତେବେଳେ ବାହାରୁ ଲୋକ ଆସୁଛନ୍ତି ସେମାନେ ଆଶ୍ଚର୍ଯ୍ୟ ହେଉଛନ୍ତି , ଆଚ୍ଛା ଏହିପରି ହେଉଛି | ଏହା ଭାରତର ଲୋକମାନଙ୍କ ପାଇଁ ଗୋଟିଏ ନିୟମିତ ଅଭ୍ୟାସରେ ପରିଣତ ହୋଇଯାଇଛି। ଏହା ଭାରତର ସାଧାରଣ ଜନତାଙ୍କ ଜୀବନରେ ଏକ ଅଂଶ ପାଲଟି ଯାଇଛି ।  ଆପଣ ଚିନ୍ତାକରନ୍ତୁ, ୨୦୧୪ ପୂର୍ବରୁ ଏଭଳି ଜିନିଷ ସମ୍ଭବ ଥିଲା କି ?

ବନ୍ଧୁଗଣ,

ଭାରତ ଗତ ୧୦-୧୨ ବର୍ଷ ମଧ୍ୟରେ ଜୀବନରେ ସହଜତା ସହିତ  ଜଡିତ  ଯେଉଁ ସଂସ୍କାର ଆଣିଛି, ତାହା ଲୋକଙ୍କ ଜୀବନକୁ ବଦଳାଇ ଦେଇଛି, ବିଶେଷ କରି ଆମର ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିଛି, ଯାହାକି ବିଶ୍ବର ଅନେକ ବିକଶିତ ଦେଶରେ ଆଜି ମଧ୍ୟଏକ ସ୍ୱପ୍ନ ।

ବନ୍ଧୁଗଣ,

ଆଜି ଦୁନିଆର ସବୁଠାରୁ ଶସ୍ତା ଡ଼ାଟା ଭାରତରେ ଅଛି, ଆମେ ଶସ୍ତା ଏବଂ ଭଲ ସ୍ମାର୍ଟଫୋନ୍ ତିଆରି କରୁଛୁ | ବର୍ତ୍ତମାନ ସତ୍ୟ ଏହାକୁ ବର୍ଣ୍ଣନା କରିଛନ୍ତି | ଭାରତ ବିଶ୍ବର ଦ୍ରୁତତମ ଫାଇପ୍ ଜି  ରୋଲଆଉଟ୍  କରୁଥିବା ଦେଶ ମଧ୍ୟରେ ଅନ୍ୟତମ | ଆମେ ଆଧାରକୁ ବ୍ୟାଙ୍କିଙ୍ଗ୍, ମୋବାଇଲ୍ କନେକ୍ଟିଭିଟି ଏବଂ ସେବା ସହିତ ସଂଯୋଗ କରି , ଇ-କେଇସି ଏବଂ ଡିଜିଟାଲ୍ ପ୍ରାମାଣିକରଣ ଭଳି ସେବା ସମ୍ଭବ କରିଛୁ। ଆଜି ଯଦି ଆପଣ ଏକ ବ୍ୟାଙ୍କ ଆକାଉଣ୍ଟ ଖୋଲିବାକୁ ଚାହାଁନ୍ତି, ତେବେ ଏଥିପାଇଁ ବ୍ୟାଙ୍କକୁ ଯିବାର ମଧ୍ୟ ଆବଶ୍ୟକତା ନାହିଁ । ସରକାର ବ୍ୟାଙ୍କକୁ , ଆପଣଙ୍କ ନିକଟକୁ ପହଞ୍ଚାଇ ଦେଇଛନ୍ତି । ଆଜି ଯଦି ଆପଣଙ୍କୁ କୌଣସି ବିଲ୍ ଦେବାକୁ ଅଛି କିମ୍ବା ଟିକେଟ୍ କରିବାକୁ ଅଛି, କୌଣସି ସରକାରୀ କାର୍ଯ୍ୟାଳୟକୁ ଯିବାର ଆବଶ୍ୟକତା ନାହିଁ, ଏହି ସମସ୍ତ କାର୍ଯ୍ୟ ଅନଲାଇନରେ କରାଯାଇ ପାରୁଛି |  ଇନକମ୍ ଟ୍ୟାକ୍ସର ଫାଇଲିଂ ସହଜ ହୋଇଯାଇଛି। ଏହିପରି ବ୍ୟବସ୍ଥା ପ୍ରସ୍ତୁତ କରାଯାଇଛି ଯେ ସର୍ବାଧିକ ସୂଚନା ଫର୍ମରେ ପୂର୍ଣ୍ଣ ହୋଇ ରହିଛି | ଆପଣ ଏହି ସୂଚନା ଯାଞ୍ଚ କରନ୍ତି, ଯଦି ଆପଣ ଏହାକୁ ଯୋଡିବାକୁ ଚାହାଁନ୍ତି ତେବେ ଯେଡ଼ିଥାନ୍ତି, ଏବଂ ଆପଣଙ୍କର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥାଏ | ପୂର୍ବରୁ, ଯେଉଁ ଫେରସ୍ତ ଆସିବାକୁ ମାସେ ସମୟ ଲାଗୁଥିଲା, ବର୍ତ୍ତମାନ କିଛି ଦିନ ମଧ୍ୟରେ ଆସିଯାଉଛି |

ବନ୍ଧୁଗଣ,

ଆଜି, ଇ-ସଂଜୀବନୀ ସାହାଯ୍ୟରେ, ଯଦିଓ ଏହା ବିଷୟରେ ହୁଏତ ବହୁତ କମ୍ ଆଲୋଚନା ହୁଏ, ଦୁର୍ଗମ ଗାଁର ଲୋକମାନେ ଯେକୌଣସି ସ୍ଥାନରୁ ସିଧାସଳଖ ଡାକ୍ତରଙ୍କ ସହିତ ପରାମର୍ଶ କରି ସେମାନଙ୍କର ଚିକିତ୍ସା ପାଇପାରୁଛନ୍ତି। ଯେଉଁ ଲୋକମାନଙ୍କୁ ପୂର୍ବରୁ ହସ୍ପିଟାଲରେ ପହଞ୍ଚିବା ପାଇଁ କିଲୋମିଟର ଯାତ୍ରା କରିବାକୁ ପଡୁଥିଲା, ସେମାନେ ଏବେ ସେମାନଙ୍କ ଘରେ, ସେମାନଙ୍କ ଡାକ୍ତର ସ୍କ୍ରିନରେ ଉପଲବ୍ଧ ପାଇପାରୁଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପରିସଂଖ୍ୟାନ ମଧ୍ୟ ନିଶ୍ଚିତ ଭାବରେ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ। ଏହାର ଅର୍ଥ ଭାରତ କିପରି ପ୍ରଯୁକ୍ତିବିଦ୍ୟାକୁ ଗ୍ରହଣ କରିଛି ଏବଂ ସାଧାରଣ ଲୋକଙ୍କ ଜୀବନକୁ ସରଳ କରିଛି। ଇ-ସଂଜୀବନୀ ଅଧୀନରେ ଏ ପର୍ଯ୍ୟନ୍ତ ପ୍ରାୟ  ୫୦ କୋଟି ଟେଲି-ପରାମର୍ଶ କରାଯାଇ ସାରିଛି।

ବନ୍ଧୁଗଣ,

ଆଜି ଭାରତରେ ଯାତ୍ରା ଅଭିଜ୍ଞତା ପରିବର୍ତ୍ତନ ହେଉଛି , ଭାରତୀୟ ନାଗରିକଙ୍କ ଯାତ୍ରା କରିବାର ଶୈଳୀ ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ ହୋଇଛି। ଏଠାରେ ଏହି ହଲରେ ଏପରି ବ୍ୟକ୍ତି ଖୋଜିବା କଷ୍ଟକର ହେବ ଯିଏ ବିମାନବନ୍ଦରରେ ଡିଜି ଯାତ୍ରା ବ୍ୟବହାର କରିନାହାଁନ୍ତି। ସେହିପରି, ଆଜିକାଲି ଅନେକ ଜିନିଷ ସୁଗମ ବ୍ୟବସ୍ଥାରେ କରାଯାଉଛି। ରାଜପଥରେ ଫାଷ୍ଟ ଟ୍ୟାଗ୍ କାର୍ଯ୍ୟକାରୀ କରାଯାଉଛି, ଯାହା ଆପଣଙ୍କୁ ବିନା ଅଟକି ଟୋଲ୍ ଦେଇ ଆଗକୁ ଯାଇପାରିବେ। ଏହା ହେଉଛି ସହଜ ଜୀବନଧାରଣର ପ୍ରକୃତ ଅର୍ଥ। ସମୟ ବଞ୍ଚାଯାଉଛି, ଜୀବନ ସହଜ ହେଉଛି, ଏବଂ ଲକ୍ଷ ଲକ୍ଷ ଲୋକ ସେମାନଙ୍କର ପ୍ରଗତି ଉପରେ ଧ୍ୟାନ ଦେଇପାରୁଛନ୍ତି।

ବନ୍ଧୁଗଣ,

ରାଜନୀତିରେ କେବଳ ସେହି ନିଷ୍ପତ୍ତିଗୁଡ଼ିକ ମୁଖ୍ୟ ଖବର ପାଲଟିଥାଏ ଯାହାର ପ୍ରଭାବ ଆଜି ଦୃଶ୍ୟମାନ ହେଉଛି, ଅର୍ଥାତ୍ ସେମାନଙ୍କର ଜୀବନକାଳ ଚବିଶ ଘଣ୍ଟା। ପୂର୍ବ ସରକାରଗୁଡ଼ିକ ନିର୍ବାଚନକୁ ମନରେ ରଖି ଘୋଷଣା କରିବାର ସୂତ୍ର ମଧ୍ୟ ଗ୍ରହଣ କରିଥିଲେ। କିନ୍ତୁ ଏପରି ଘୋଷଣା ଦେଶକୁ ପରିବର୍ତ୍ତନ କରିନଥିଲା। ଦେଶକୁ ପରିବର୍ତ୍ତନ କରୁଥିବା ନିଷ୍ପତ୍ତିଗୁଡ଼ିକ ହେଉଛି ଯାହାର ପ୍ରଭାବ ଭୂମିରେ ଦୃଶ୍ୟମାନ ହେଉଛି ଏବଂ ଯାହା ବର୍ତ୍ତମାନ ଏବଂ ଭବିଷ୍ୟତକୁ ମନରେ ରଖି ନିଆଯିବା ଉଚିତ।

 

ବନ୍ଧୁଗଣ,

ପ୍ରଧାନମନ୍ତ୍ରୀ କୁସୁମ ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଦ୍ୟୁତ୍ ଯୋଜନା ଏହାର ଏକ ଅନନ୍ୟ ଉଦାହରଣ। କୁସୁମ ଯୋଜନା ଚାଷୀମାନଙ୍କୁ ବିଦ୍ୟୁତ୍ ଚିନ୍ତାରୁ ମୁକ୍ତି ଦେଇଛି, ଏବଂ ସୂର୍ଯ୍ୟଘର ଯୋଜନା ମଧ୍ୟବିତ୍ତ ବର୍ଗଙ୍କୁ ବହୁତ ଲାଭ ଦେଇଛି।

ବନ୍ଧୁଗଣ,

ମୁଁ ଏହା ଜାଣେ ଯେ  ଯଦି ମୁଁ ଆଜିଠାରୁ ଲକ୍ଷ-ଲକ୍ଷ ପରିବାର ପାଇଁ ବିଦ୍ୟୁତ୍ ମାଗଣା ଘୋଷଣା କରିଥାଆନ୍ତି, ତେବେ ସବୁ ଗଣମାଧ୍ୟମରେ, ସବୁ ସ୍କ୍ରିନ୍, ସମସ୍ତ ବଡ଼-ବଡ଼ ଖବରକାଗଜରେ ହେଡ଼୍ ଲାଇନ୍ ରେ ଖବର  କରିଥାନ୍ତେ ଯେ ମୋଦି ଜି ଆଜି ଏହା ଘୋଷଣା କରିଛନ୍ତି। କିନ୍ତୁ ଆମେ ଏକ ଭିନ୍ନ ପଦ୍ଧତିରେ କାମ ଆରମ୍ଭ କରିଲୁ। ଆମେ ପ୍ରତ୍ୟେକ ଛାତ ଉପରେ ସୂର୍ଯ୍ୟ ଚାଷ କରିବାକୁ ସଂକଳ୍ପ ନେଇଥିଲୁ ଏବଂ ଆଜି, ସାରା ଦେଶରେ 50 ଲକ୍ଷରୁ ଅଧିକ ପରିବାର ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଦ୍ୟୁତ୍ ଯୋଜନାରେ ଯୋଡ଼ି ହୋଇଛନ୍ତି। ସରକାର ଏହି ପରିବାରଗୁଡ଼ିକୁ ସେମାନଙ୍କ ଛାତ ଉପରେ ସୌର ପ୍ଲାଣ୍ଟ ସ୍ଥାପନ କରି ସୌର ଶକ୍ତି ଉତ୍ପାଦନ ପାଇଁ , ସୌର ପ୍ରଣାଳୀ ସ୍ଥାପନ କରିବା ପାଇଁ 22ହଜାର କୋଟି ଟଙ୍କାରୁ ଅଧିକ ପ୍ରଦାନ କରିଛନ୍ତି। ଏବେ, ଏହି ପରିବାରଗୁଡ଼ିକ ସେମାନଙ୍କର ଅତିରିକ୍ତ ବିଦ୍ୟୁତ୍ ଗ୍ରୀଡକୁ ବିକ୍ରୟ କରି ଟଙ୍କା ରୋଜଗାର କରୁଛନ୍ତି। ସେମାନଙ୍କର ନିଜସ୍ୱ ବିଲ୍ ଶୂନ୍ୟକୁ ହ୍ରାସ ପାଇଛି ଏବଂ ସେମାନେ ମଧ୍ୟ ରୋଜଗାର କରିବା ଆରମ୍ଭ କରିଛନ୍ତି। ଏହି ଯୋଜନା ଲୋକଙ୍କ ସ୍ୱପ୍ନକୁ ମଧ୍ୟ ବିସ୍ତାର କରୁଛି। ସେମାନଙ୍କର ବିଦ୍ୟୁତ୍ ବିଲ୍ ହ୍ରାସ ପାଇବା ସହିତ, ଲୋକମାନେ ଏବେ ରେଫ୍ରିଜରେଟର, କୁଲର, ୱାସିଂ ମେସିନ୍ ଏବଂ ଟେଲିଭିଜନ ଭଳି ଜିନିଷ କିଣୁଛନ୍ତି। ବିଦ୍ୟୁତ୍ କାଟ୍ ଯୋଗୁଁ କ୍ଷୀର ଫାଟି ଯିବାର ଭୟ ଆଉ ନାହିଁ। ସ୍କୁଲ ଯାଉଥିବା ପିଲାମାନେ ରାତିସାରା ଶାନ୍ତିରେ ଶୋଇପାରୁଛନ୍ତି। ମୁଁ ପୁଣି କହୁଛି- ନିର୍ବାଚନ ହେଉ କି ନ ହେଉ, ଏହି ସୂର୍ଯ୍ୟଘର ଏବଂ ଏହାର ଆଲୋକ ରହିବ,  ଏହି ପ୍ଲାଣ୍ଟର ଲାଭ,  ବର୍ଷ ବର୍ଷ ଧରି ଦେଶବ୍ୟାପୀ ପରିବାର ଗୁଡ଼ିକ ପାଇପାରିବେ।

ବନ୍ଧୁଗଣ,

ଆଗାମୀ ସମୟରେ, ଜୀବନଧାରଣରେ ସହଜତା ଏବଂ ବ୍ୟବସାୟରେ ସୁଗମତା ଆହୁରି ବିସ୍ତାରିତ ହେବ, ଆମ ସରକାର ଦେଶର ଯୁବପିଢ଼ି, ମହିଳା, କୃଷକ, ଗରିବ ଏବଂ ମଧ୍ୟବିତ୍ତ ବର୍ଗଙ୍କ ପାଇଁ ଅକ୍ଲାନ୍ତ ପରିଶ୍ରମ କରି ଚାଲିଥିବେ। ଆମର ସଂସ୍କାର ଏକ୍ସପ୍ରେସ ଆହୁରି ଦ୍ରୁତ ଗତିରେ ଆଗକୁ ବଢ଼ିବାକୁ ଯାଉଛି। ଆମେ ଏକ ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ପାଇଁ ପୂର୍ଣ୍ଣ ପ୍ରତିବଦ୍ଧତାର ସହିତ କାମ କରିବୁ। ଏବଂ ଯଦି ଭାରତର ଭବିଷ୍ୟତ ମୋ ପାଇଁ ସୁନିଶ୍ଚିତ ହୁଏ, ତେବେ ବିଶ୍ୱର ଭବିଷ୍ୟତରେ ସ୍ଥିରତା ଆଣିବାର ଏକ ବିରାଟ କାର୍ଯ୍ୟ ମଧ୍ୟ ଏହି ଭୂମିରୁ ସାକାର ହେବ। ଏହି ଆତ୍ମବିଶ୍ୱାସ ସହିତ, ଭାରତ ଯେତେ ସ୍ଥିର ହେବ, ଭାରତର ଭବିଷ୍ୟତ ସେତେ ସୁରକ୍ଷିତ ହେବ, ବିଶ୍ୱକୁ ସୁରକ୍ଷାର ଭାବନା ଦେବାର ଶକ୍ତି ଏଠାରୁ ହିଁ ସୃଷ୍ଟି ହେବ। ଏହି ଶକ୍ତି ସହିତ, ଏହି ସଂକଳ୍ପ ସହିତ, ଆଜିର କାର୍ଯ୍ୟକ୍ରମକୁ ମୋତେ ନିମନ୍ତ୍ରଣ କରିଥିବା ଯୋଗୁଁ ଇକୋନୋମିକ୍ ଟାଇମ୍ସର ସମଗ୍ର ଦଳକୁ ମୁଁ ପୁଣି ଥରେ ବହୁତ-ବହୁତ ଧନ୍ୟବାଦ ଜଣାଉଛି। “ବନ୍ଦେ ମାତରମ୍!”

 

*****

NS