ଭାରତ ମାତାର ଜୟ।
ଭାରତ ମାତାର ଜୟ।
ଭାରତ ମାତାର ଜୟ।
ମଣିପୁରର ମାନ୍ୟବର ରାଜ୍ୟପାଳ ଶ୍ରୀ ଅଜୟ ଭଲ୍ଲା ଜୀ, ରାଜ୍ୟ ପ୍ରଶାସନର ଅନ୍ୟାନ୍ୟ ଅଧିକାରୀ ଏବଂ ମଣିପୁରର ମୋର ପ୍ରିୟ ଭାଇ ଓ ଭଉଣୀମାନେ! ନମସ୍କାର!
ମଣିପୁରର ବିକାଶ ପାଇଁ ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକ ଆପଣମାନଙ୍କ ସମସ୍ତଙ୍କ ପାଇଁ ଜୀବନଧାରଣର ମାନ ବୃଦ୍ଧି କରିବ, ଏଠାରେ ଭିତ୍ତିଭୂମିକୁ ସୁଦୃଢ କରିବ ଏବଂ ମଣିପୁରର ଯୁବକମାନଙ୍କ ପାଇଁ, ଏଠାକାର ପୁଅ ଏବଂ ଝିଅମାନଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।
ବନ୍ଧୁଗଣ,
ଆଜି ଆରମ୍ଭ ହୋଇଥିବା କାର୍ଯ୍ୟ ମଧ୍ୟରେ ଦୁଇଟି ପ୍ରକଳ୍ପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମଣିପୁର ସହରାଞ୍ଚଳ ରାସ୍ତା ପ୍ରକଳ୍ପ, ଯାହାର ମୂଲ୍ୟ ୩ ହଜାର ୬୦୦ କୋଟି ଟଙ୍କାରୁ ଅଧିକ ଏବଂ ମଣିପୁର ଇନଫୋଟେକ୍ ବିକାଶ ପ୍ରକଳ୍ପ ଯାହାର ମୂଲ୍ୟ ୫୦୦ କୋଟି ଟଙ୍କାରୁ ଅଧିକ। ଏହି ପ୍ରକଳ୍ପଗୁଡ଼ିକ ଇମ୍ଫାଲରେ ସଡ଼କ ଭିତ୍ତିଭୂମିକୁ ମଜବୁତ କରିବ ଏବଂ ମଣିପୁରର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ନୂତନ ଶକ୍ତିରେ ପରିପୂର୍ଣ୍ଣ କରିବ। ମୁଁ ଏହି ସମସ୍ତ ବିକାଶ ପ୍ରକଳ୍ପ ପାଇଁ ମଣିପୁରର ଲୋକମାନଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ମୋର ଶୁଭକାମନା ଜଣାଉଛି।
ବନ୍ଧୁଗଣ,
ସ୍ୱାଧୀନତା ପରେ ଦେଶର ପଶ୍ଚିମ ଏବଂ ଦକ୍ଷିଣ ଭାଗର ବଡ଼ ସହରଗୁଡ଼ିକ ବିକଶିତ ହେଲା । ସେଠାରେ ସ୍ୱପ୍ନ ଦେଖିବା ପାଇଁ ସୁଯୋଗ ସୃଷ୍ଟି ହେଲା, ଯୁବକମାନେ ନୂତନ ସୁଯୋଗ ପାଇଲେ। ଏବେ ଏହା ଏକବିଂଶ ଶତାବ୍ଦୀ ପୂର୍ବ, ଉତ୍ତର-ପୂର୍ବର । ତେଣୁ, ଭାରତ ସରକାର ମଣିପୁରର ବିକାଶକୁ ନିରନ୍ତର ପ୍ରାଥମିକତା ଦେଇଆସୁଛନ୍ତି। ଏହାର ଫଳସ୍ୱରୂପ ମଣିପୁରର ବିକାଶ ହାର ନିରନ୍ତର ବୃଦ୍ଧି ପାଉଛି। ୨୦୧୪ ପୂର୍ବରୁ ମଣିପୁରର ଅଭିବୃଦ୍ଧି ହାର ଏକ ପ୍ରତିଶତରୁ କମ୍ ଥିଲା, ଏକ ପ୍ରତିଶତ ମଧ୍ୟ ନୁହେଁ। ଏବେ ମଣିପୁର ପୂର୍ବ ଅପେକ୍ଷା ଅନେକ ଗୁଣ ଦ୍ରୁତ ଗତିରେ ପ୍ରଗତି କରୁଛି। ମଣିପୁରରେ ଭିତ୍ତିଭୂମି ବିକାଶର ଏକ ନୂତନ ପର୍ଯ୍ୟାୟ ଆରମ୍ଭ ହୋଇଛି। ମୁଁ ସନ୍ତୁଷ୍ଟ ଯେ ମଣିପୁରରେ ରାସ୍ତା ଏବଂ ଜାତୀୟ ରାଜପଥ ନିର୍ମାଣର କାମ ମଧ୍ୟ ଅନେକ ଗୁଣ ବୃଦ୍ଧି ପାଇଛି। ଏଠାକାର ପ୍ରତ୍ୟେକ ଗାଁକୁ ପହଞ୍ଚିବା ପାଇଁ ମଧ୍ୟ ଦ୍ରୁତ ବେଗରେ କାମ କରାଯାଉଛି।
ବନ୍ଧୁଗଣ,
ଅନେକ ସମ୍ଭାବନାରେ ଭରି ରହିଛି ଆମ ଇମ୍ଫାଲ ସହର। ସହରକୁ ବିକଶିତ ଭାରତର ସେହି ସହର ଗୁଡ଼ିକ ମଧ୍ୟରୁ ଗୋଟିଏ ଭାବରେ ମଧ୍ୟ ଦେଖୁଛି, ଯାହା ଆମ ଯୁବକମାନଙ୍କ ସ୍ୱପ୍ନ ପୂରଣ କରିବ ଏବଂ ଦେଶର ବିକାଶକୁ ତ୍ୱରାନ୍ୱିତ କରିବ। ଏହି ଚିନ୍ତାଧାରା ସହିତ, ସ୍ମାର୍ଟ ସିଟି ମିଶନ ଅଧୀନରେ ଏଠାରେ ଅନେକ ପ୍ରକଳ୍ପ ସମାପ୍ତ ହୋଇଛି। ଶହ ଶହ କୋଟି ଟଙ୍କାର ଆହୁରି ଅନେକ ପ୍ରକଳ୍ପ ଉପରେ ଦ୍ରୁତ ବେଗରେ କାମ ଚାଲିଛି।
ବନ୍ଧୁଗଣ,
ଇମ୍ଫାଲ ହେଉ କିମ୍ବା ମଣିପୁରର ଅନ୍ୟ ଅଞ୍ଚଳ, ଷ୍ଟାର୍ଟ-ଅପ୍ ଏବଂ ପ୍ରଯୁକ୍ତିବିଦ୍ୟା-ଭିତ୍ତିକ ଶିଳ୍ପ ପାଇଁ ନୂତନ ସୁଯୋଗ ସୃଷ୍ଟି ହେଉଛି। ଆଇଟି ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ର ଏହି ସମ୍ଭାବନାଗୁଡ଼ିକୁ ସୁଦୃଢ଼ କରିବ। ଏହି କ୍ଷେତ୍ରର ପ୍ରଥମ କୋଠା ପୂର୍ବରୁ ନିର୍ମାଣ ହୋଇସାରିଛି। ମଣିପୁରରେ ଏକ ନୂତନ ନାଗରିକ ସଚିବାଳୟ ନିର୍ମାଣ ପାଇଁ ବହୁ ପୁରୁଣା ଦାବି ଥିଲା। ଏବେ ଏହି କୋଠା ମଧ୍ୟ ପ୍ରସ୍ତୁତ, ଏହି ନୂତନ କୋଠା ‘ନାଗରିକ ଦେବୋ ଭାବ:’ “ମନୁଷ୍ୟ ଈଶ୍ୱରଙ୍କ ସମାନ” ଭାବନାକୁ ଆହୁରି ଦୃଢ଼ କରିବ।
ବନ୍ଧୁଗଣ,
ମଣିପୁରର ଆମର ଅନେକ ଲୋକ ପ୍ରାୟତଃ କୋଲକାତା ଏବଂ ଦିଲ୍ଲୀ ଯାତାୟାତ କରନ୍ତି। ସେଠାରେ ସୁଲଭ ମୂଲ୍ୟରେ ରହଣି ପାଇଁ ଉଭୟ ସହରରେ ମଣିପୁର ଭବନ ନିର୍ମାଣ କରାଯାଇଛି। ଏହି ଭବନଗୁଡ଼ିକ ବିଶେଷ କରି ମଣିପୁରର ଝିଅମାନଙ୍କୁ ସାହାଯ୍ୟ କରିବ। ଯେତେବେଳେ ପିଲାମାନେ ସେଠାରେ ସୁରକ୍ଷିତ ରହିବେ, ଅଭିଭାବକମାନେ ମଧ୍ୟ କମ୍ ଚିନ୍ତିତ ହେବେ।
ବନ୍ଧୁଗଣ,
ଆପଣଙ୍କ ଜୀବନରେ ଥିବା ଅସୁବିଧାକୁ କମ କରିବା ପାଇଁ ଆମ ସରକାର ସମ୍ପୂର୍ଣ୍ଣ ସମ୍ବେଦନଶୀଳତାର ସହିତ ସମସ୍ତ ପ୍ରକାରର ପ୍ରୟାସ କରୁଛି। ମଣିପୁରର ଅନେକ ସ୍ଥାନରେ ବନ୍ୟା ବହୁତ ଅସୁବିଧା ସୃଷ୍ଟି କରେ। ଏହି ସମସ୍ୟାକୁ କମ କରିବା ପାଇଁ ସରକାର ଅନେକ ପ୍ରକଳ୍ପ ଉପରେ ମଧ୍ୟ କାମ କରୁଛନ୍ତି।
ବନ୍ଧୁଗଣ,
ମଣିପୁର ହେଉଛି ଦେଶର ସେହି ରାଜ୍ୟ ଯେଉଁଠାରେ ମା’ ଏବଂ ଭଉଣୀମାନେ ଅର୍ଥନୀତିର ସର୍ବୋଚ୍ଚ ସ୍ଥାନରେ ଅଛନ୍ତି। ଇମା କୈଥଲଙ୍କ ପରମ୍ପରା ଏହାର ଏକ ବଡ଼ ପ୍ରମାଣ। ମୁଁ ମହିଳା ଶକ୍ତିକୁ ଭାରତର ବିକାଶ ଏବଂ ଆତ୍ମନିର୍ଭର ଭାରତର ମୂଳଦୁଆ ଭାବରେ ମାନିଥାଏ। ଏହି ପ୍ରେରଣା ମଣିପୁରରେ ଦେଖୁଛୁ। ଏଠାରେ ଆମର ସରକାର ଗଠନ ହେବା ପରେ, ଆମେ ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ବଜାର, ଇମା ବଜାର ନିର୍ମାଣ ଆରମ୍ଭ କରିଥିଲୁ। ମୁଁ ଖୁସି ଯେ ଆଜି ଚାରୋଟି ଇମା ବଜାର ମଧ୍ୟ ଉଦଘାଟନ କରାଯାଇଛି। ଏହି ବଜାରଗୁଡ଼ିକ ମଣିପୁରର ଭଉଣୀମାନଙ୍କୁ ବହୁତ ସାହାଯ୍ୟ କରିବ।
ବନ୍ଧୁଗଣ,
ଆମର ଲକ୍ଷ୍ୟ ହେଉଛି ଦେଶର ପ୍ରତ୍ୟେକ ନାଗରିକଙ୍କ ଜୀବନକୁ ସହଜ କରିବା। ମଣିପୁର ସେହି ଦିନ ଦେଖିଛି ଯେତେବେଳେ ଏଠାକୁ ସାମଗ୍ରୀ ଆଣିବା ଅତ୍ୟନ୍ତ କଷ୍ଟକର ଥିଲା। ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ସାଧାରଣ ପରିବାର ପାଖରେ ପହଞ୍ଚିବା କଷ୍ଟକର ଥିଲା। ବିଗତ ବର୍ଷଗୁଡ଼ିକରେ, ଆମ ସରକାର ମଣିପୁରକୁ ସେହି ପୁରୁଣା ସମସ୍ୟାରୁ ମୁକ୍ତ କରିଛି। ମୁଁ ଆପଣଙ୍କ ପାଇଁ ଆଉ ଏକ ଖୁସି ଖବର ଆଣିଛି। ଆମର ସରକାର ଆପଣଙ୍କର ସଞ୍ଚୟ ବୃଦ୍ଧି କରିବାକୁ ଏବଂ ଆପଣଙ୍କ ଜୀବନକୁ ଆହୁରି ସରଳ କରିବାକୁ ଚାହେଁ। ସେଥିପାଇଁ ଜିଏସଟି ବର୍ତ୍ତମାନ ଯଥେଷ୍ଟ ହ୍ରାସ ପାଇଛି। ଏହା ମଣିପୁରର ଲୋକମାନଙ୍କୁ ଦ୍ୱିଗୁଣିତ ଲାଭ ଦେବ। ସାବୁନ, ସାମ୍ପୁ, କେଶ ତେଲ, ପୋଷାକ, ଜୋତା ଭଳି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ସବୁ ଶସ୍ତା ହେବ। ସିମେଣ୍ଟ ଏବଂ ଘର ନିର୍ମାଣ ପାଇଁ ବ୍ୟବହୃତ ସାମଗ୍ରୀର ମୂଲ୍ୟ ମଧ୍ୟ ହ୍ରାସ ପାଇବ। ସରକାର ହୋଟେଲ ଏବଂ ଖାଦ୍ୟ ଉପରେ ଜିଏସଟି ମଧ୍ୟ ଯଥେଷ୍ଟ ହ୍ରାସ କରିଛନ୍ତି। ଗେଷ୍ଟ ହାଉସ ମାଲିକ, ଟ୍ୟାକ୍ସି ଅପରେଟର, ଢାବା ମାଲିକମାନଙ୍କୁ ଏହା ଲାଭ ଦେବ ଏବଂ ଏଠାରେ ପର୍ଯ୍ୟଟନକୁ ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରିବ।
ବନ୍ଧୁଗଣ,
ମଣିପୁରର ଏକ ସମୃଦ୍ଧ ଐତିହ୍ୟ ଅଛି ଯାହା ହଜାର ହଜାର ବର୍ଷ ପୁରୁଣା। ଏଠାକାର ସଂସ୍କୃତିର ମୂଳ ଦୃଢ଼ ଏବଂ ଗଭୀର। ମଣିପୁର ହେଉଛି ଭାରତ ମାତାର ମୁକୁଟ ଉପରେ ମୁକୁଟ ମଣି। ତେଣୁ ଆମକୁ ମଣିପୁରର ବିକାଶମୂଳକ ପ୍ରତିଛବିକୁ ନିରନ୍ତର ମଜବୁତ କରିବାକୁ ପଡିବ। ମଣିପୁରରେ ଯେକୌଣସି ପ୍ରକାରର ହିଂସା ଦୁର୍ଭାଗ୍ୟଜନକ। ଏହି ହିଂସା ଆମର ପୂର୍ବପୁରୁଷ ଏବଂ ଆମର ଭବିଷ୍ୟତ ପିଢ଼ି ପ୍ରତି ଏକ ବଡ଼ ଅନ୍ୟାୟ। ତେଣୁ ଆମକୁ ମିଳିତ ଭାବରେ ମଣିପୁରକୁ ଶାନ୍ତି ଏବଂ ବିକାଶର ପଥରେ ଆଗେଇ ନେବାକୁ ପଡିବ। ଭାରତର ସ୍ୱାଧୀନତା ସଂଗ୍ରାମ ଏବଂ ରାଷ୍ଟ୍ରର ପ୍ରତିରକ୍ଷାରେ ମଣିପୁରର ଅବଦାନରୁ ଆମକୁ ପ୍ରେରଣା ନେବାକୁ ପଡିବ। ମଣିପୁରର ଏହି ମାଟିରେ ଭାରତୀୟ ଜାତୀୟ ସେନା ପ୍ରଥମେ ଭାରତର ପତାକା ଉତ୍ତୋଳନ କରିଥିଲା। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମଣିପୁରକୁ ଭାରତର ସ୍ୱାଧୀନତାର ପ୍ରବେଶ ଦ୍ୱାର ଭାବରେ ବର୍ଣ୍ଣନା କରିଥିଲେ। ଏହି ଭୂମି ଅନେକ ବୀରତ୍ୱପୂର୍ଣ୍ଣ ବଳିଦାନର ସାକ୍ଷୀ ହୋଇଛି। ମଣିପୁରର ଏପରି ପ୍ରତ୍ୟେକ ମହାନ ବ୍ୟକ୍ତିତ୍ୱଙ୍କଠାରୁ ପ୍ରେରଣା ନେଇ ଆମ ସରକାର ଆଗକୁ ବଢ଼ିଛି। ଆମ ସରକାର ଆଉ ଏକ ବଡ଼ ପଦକ୍ଷେପ ମଧ୍ୟ ନେଇଛି। ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ମାଉଣ୍ଟ ହାରିଏଟ୍କୁ ମାଉଣ୍ଟ ମଣିପୁର ନାମରେ ନାମିତ କରାଯାଇଛି। ଏହା ମଣିପୁରର ସ୍ୱାଧୀନତା ସଂଗ୍ରାମୀମାନଙ୍କ ପ୍ରତି ୧୪୦ କୋଟି ଭାରତୀୟଙ୍କ ଶ୍ରଦ୍ଧାଞ୍ଜଳି।
ବନ୍ଧୁଗଣ,
ଆଜି ମଧ୍ୟ ମଣିପୁରର ଅନେକ ପୁଅ ଝିଅ ଦେଶର ବିଭିନ୍ନ ସ୍ଥାନରେ ଭାରତ ମାତାକୁ ସୁରକ୍ଷା ଦେବାରେ ନିୟୋଜିତ ଅଛନ୍ତି। ଅପରେସନ୍ ସିନ୍ଦୂରରେ ବିଶ୍ୱ ଭାରତର ସେନାର ବୀରତ୍ୱ ଦେଖିଛି। ଆମର ସୈନିକମାନେ ଏପରି ଶକ୍ତି ପ୍ରଦର୍ଶନ କରିଥିଲେ ଯେ ପାକିସ୍ତାନୀ ସେନା ସମ୍ପୂର୍ଣ୍ଣ ବିଚଳିତ ହୋଇଗଲା। ଭାରତର ଏହି ସଫଳତାରେ ମଣିପୁରର ଅନେକ ସାହସୀ ପୁଅ ଏବଂ ଝିଅଙ୍କ ସାହସ ମଧ୍ୟ ସାମିଲ ଅଛି। ଆଜି ମୁଁ ଏପରି ଜଣେ ବୀର ସହିଦ ଦୀପକ ଚିଙ୍ଗଖାମଙ୍କ ସାହସକୁ ପ୍ରଣାମ କରୁଛି। ଅପରେସନ ସିନ୍ଦୂର ସମୟରେ ଦେଶ ସର୍ବଦା ତାଙ୍କ ବଳିଦାନକୁ ମନେ ରଖିବ।
ମୋର ମନେ ଅଛି ଯେ ୨୦୧୪ ମସିହାରେ ମୁଁ ଯେତେବେଳେ ଏଠାକୁ ଆସିଥିଲି, ମୁଁ ଗୋଟିଏ କଥା କହିଥିଲି। ମୁଁ କହିଥିଲି ଯେ ମଣିପୁରୀ ସଂସ୍କୃତି ବିନା ଭାରତୀୟ ସଂସ୍କୃତି ଅସମ୍ପୂର୍ଣ୍ଣ ଏବଂ ମଣିପୁରୀ ଖେଳାଳିମାନଙ୍କ ବିନା ଭାରତୀୟ କ୍ରୀଡ଼ା ମଧ୍ୟ ଅସମ୍ପୂର୍ଣ୍ଣ। ତ୍ରିରଙ୍ଗାର ଗର୍ବ ପାଇଁ ମଣିପୁରର ଯୁବକମାନେ ନିଜର ସର୍ବସ୍ୱ ଉତ୍ସର୍ଗ କରନ୍ତି। ହିଂସାର ଛାୟା ତଳେ ଆମକୁ ଏହି ପରିଚୟକୁ ଦମନ କରିବାକୁ ଦିଆଯିବା ଉଚିତ ନୁହେଁ।
ବନ୍ଧୁଗଣ,
ଆଜି ଯେତେବେଳେ ଭାରତ କ୍ରୀଡା କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ ଶକ୍ତି କେନ୍ଦ୍ର ଭାବରେ ଉଭା ହେଉଛି, ମଣିପୁରର ଯୁବକମାନଙ୍କ ଦାୟିତ୍ୱ ଆହୁରି ଅଧିକ। ସେଥିପାଇଁ ଭାରତ ସରକାର ପ୍ରଥମ ଜାତୀୟ କ୍ରୀଡା ବିଶ୍ୱବିଦ୍ୟାଳୟ ପାଇଁ ମଣିପୁରକୁ ବାଛିଛନ୍ତି। ଖେଲୋ ଇଣ୍ଡିଆ ଯୋଜନା ଏବଂ ଟାର୍ଗେଟ ଅଲିମ୍ପିକ୍ ପୋଡିୟମ୍ ଯୋଜନା ମାଧ୍ୟମରେ ଆଜି ମଣିପୁରର ଅନେକ ଖେଳାଳିଙ୍କୁ ପ୍ରୋତ୍ସାହିତ କରାଯାଉଛି। ମଣିପୁରର ଯୁବକମାନଙ୍କ ପାଇଁ ଏଠାରେ ଆଧୁନିକ କ୍ରୀଡା ଭିତ୍ତିଭୂମି ମଧ୍ୟ ସୃଷ୍ଟି କରାଯାଉଛି। ପୋଲୋକୁ ପ୍ରୋତ୍ସାହିତ କରିବା ପାଇଁ, ଏଠାରେ ମାର୍ଜିଂ ପୋଲୋ କମ୍ପ୍ଲେକ୍ସ ପ୍ରତିଷ୍ଠିତ ହୋଇଛି। ଯେଉଁଥିରେ ବିଶ୍ୱର ସବୁଠାରୁ ଉଚ୍ଚ ପୋଲୋ ପ୍ରତିମା ରହିଛି। ଏଠାରେ ଅଲିମ୍ପିଅନ୍ ମାନଙ୍କୁ ସମ୍ମାନିତ କରିବା ପାଇଁ ଅଲିମ୍ପିଅନ୍ ପାର୍କ ମଧ୍ୟ ନିର୍ମାଣ କରାଯାଇଛି। କିଛି ଦିନ ପୂର୍ବରୁ ସରକାର ଜାତୀୟ କ୍ରୀଡା ନୀତି – ଖେଲୋ ଇଣ୍ଡିଆ ନୀତି ଘୋଷଣା କରିଛନ୍ତି। ଆଗାମୀ ବର୍ଷଗୁଡ଼ିକରେ ମଣିପୁରର ଯୁବକମାନେ ଏଥିରୁ ପ୍ରଚୁର ଲାଭ ପାଇବେ।
ବନ୍ଧୁଗଣ,
ଆମ ସରକାର ମଣିପୁରରେ ଶାନ୍ତି ଏବଂ ସ୍ଥିରତା ଆଣିବା, ଏହାର ଲୋକଙ୍କ ସ୍ୱାର୍ଥକୁ ସୁରକ୍ଷିତ କରିବା ଏବଂ ଶିବିରରେ ରହିବାକୁ ବାଧ୍ୟ ହୋଇଥିବା ଲୋକଙ୍କ ଜୀବନରେ ସ୍ୱାଭାବିକତା ଫେରାଇ ଆଣିବା ପାଇଁ ନିରନ୍ତର କାର୍ଯ୍ୟ କରୁଛି। ବିସ୍ଥାପିତଙ୍କ ପାଇଁ ୭ ହଜାର ନୂତନ ଘର ମଞ୍ଜୁର କରାଯାଇଛି। ସମ୍ପ୍ରତି କେନ୍ଦ୍ର ସରକାର ମଣିପୁର ପାଇଁ ପ୍ରାୟ ୩ ,୦୦୦ କୋଟିର ଏକ ସ୍ୱତନ୍ତ୍ର ପ୍ୟାକେଜ୍ ମଧ୍ୟ ଘୋଷଣା କରିଛନ୍ତି। ଏଥିମଧ୍ୟରୁ ବିସ୍ଥାପିତଙ୍କୁ ସହାୟତା ପାଇଁ ୫୦୦ କୋଟିରୁ ଅଧିକ ବ୍ୟବସ୍ଥା କରାଯାଇଛି। ହିଂସାର ଶିକାର ହୋଇଥିବା ଲୋକମାନେ ଯଥାଶୀଘ୍ର ସାଧାରଣ ଜୀବନକୁ ଫେରି ଆସନ୍ତୁ ଏହା ଆମର ସବୁଠାରୁ ବଡ଼ ପ୍ରାଥମିକତା। ମଣିପୁର ପୋଲିସ ପାଇଁ ନିର୍ମିତ ନୂତନ ମୁଖ୍ୟାଳୟ ମଧ୍ୟ ଏଥିରେ ଆପଣଙ୍କୁ ବହୁତ ସାହାଯ୍ୟ କରିବ।
ବନ୍ଧୁଗଣ,
ଆଜି ମଣିପୁରର ଏହି ପବିତ୍ର ମାଟିରୁ ମୁଁ ନେପାଳର ଭାଇ ଭଉଣୀମାନଙ୍କ ସହ କଥା ହେବାକୁ ଚାହୁଁଛି। ହିମାଳୟର କୋଣରେ ଅବସ୍ଥିତ ନେପାଳ ହେଉଛି ଭାରତର ବନ୍ଧୁ ଏବଂ ଏକ ନିକଟତମ ସହଯୋଗୀ। ଆମେ ସମାନ ଇତିହାସ ଓ ବିଶ୍ୱାସରେ ବନ୍ଧା, ଏବଂ ଆମେ ଏକାଠି ଆଗକୁ ବଢ଼ୁଛୁ। ଆଜି୧୪୦ କୋଟି ଭାରତୀୟଙ୍କ ପକ୍ଷରୁ ମୁଁ ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ପାଇଁ ଶ୍ରୀମତୀ ସୁଶୀଳା ଜୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ମୁଁ ନିଶ୍ଚିତ ଯେ ସେ ନେପାଳରେ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧିର ପଥ ପ୍ରଶସ୍ତ କରିବେ। ନେପାଳର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବରେ ତାଙ୍କର ଦାୟିତ୍ୱ ଗ୍ରହଣ ମହିଳା ସଶକ୍ତିକରଣର ଏକ ଉତ୍କୃଷ୍ଟ ଉଦାହରଣ। ଆଜି ମୁଁ ନେପାଳର ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରଶଂସା କରିବାକୁ ଚାହୁଁଛି ଯେଉଁମାନେ ଅସ୍ଥିରତା ମଧ୍ୟରେ ମଧ୍ୟ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସର୍ବୋପରି ସ୍ଥାନ ଦେଇଥିଲେ।
ବନ୍ଧୁଗଣ,
ନେପାଳରେ ସାମ୍ପ୍ରତିକ ଘଟଣାକ୍ରମର ଆଉ ଏକ ଉଲ୍ଲେଖନୀୟ ଦିଗ ଅଛି ଯାହା ବିଶେଷ ଧ୍ୟାନ ଆକର୍ଷଣ କରିନାହିଁ। ଗତ ଦୁଇ କିମ୍ବା ତିନି ଦିନ ଧରି ନେପାଳର ଯୁବକ ଏବଂ ଯୁବତୀମାନେ ପବିତ୍ରତା ଏବଂ ସମର୍ପଣର ମନୋଭାବ ସହିତ କଠିନ ପରିଶ୍ରମ କରି ନେପାଳର ରାସ୍ତାଗୁଡ଼ିକୁ ସଫା ଏବଂ ରଙ୍ଗ କରୁଥିବାର ଦେଖାଯାଇଛି। ମୁଁ ମଧ୍ୟ ସୋସିଆଲ ମିଡିଆରେ ସେମାନଙ୍କର ଫଟୋ ଦେଖିଛି। ସେମାନଙ୍କର ସକାରାତ୍ମକ ମାନସିକତା ଏବଂ ସକାରାତ୍ମକ କାର୍ଯ୍ୟ କେବଳ ପ୍ରେରଣାଦାୟକ ନୁହେଁ ବରଂ ନେପାଳର ଉତ୍ଥାନର ଏକ ସ୍ପଷ୍ଟ ସଙ୍କେତ। ମୁଁ ନେପାଳକୁ ଏହାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭକାମନା ଜଣାଉଛି।
ବନ୍ଧୁଗଣ,
ଏହି ୨୧ ଶତାବ୍ଦୀରେ ଆମ ଦେଶ ଗୋଟିଏ ଲକ୍ଷ୍ୟ ନେଇ ଆଗକୁ ବଢ଼ୁଛି – ଏକ ବିକଶିତ ଭାରତର ଲକ୍ଷ୍ୟ। ଏହି ଲକ୍ଷ୍ୟ ହାସଲ ପାଇଁ ମଣିପୁରର ବିକାଶ ସମାନ ଭାବରେ ଜରୁରୀ। ଆମର ମଣିପୁର ଅସୀମ ସମ୍ଭାବନାରେ ପରିପୂର୍ଣ୍ଣ। ବିକାଶର ପଥରୁ ଗୋଟିଏ ପାଦ ମଧ୍ୟ ବିଚ୍ୟୁତ ନ ହେବା ଆମର କର୍ତ୍ତବ୍ୟ। ମଣିପୁରରେ କ୍ଷମତାର କୌଣସି ଅଭାବ ନାହିଁ, ଆବଶ୍ୟକତା ହେଉଛି ଆମେ ନିରନ୍ତର ଆଲୋଚନାର ପଥକୁ ମଜବୁତ କରିବା। ଆମକୁ ପାହାଡ଼ ଏବଂ ଉପତ୍ୟକା ମଧ୍ୟରେ ସମନ୍ୱୟର ଏକ ଦୃଢ଼ ସେତୁ ନିର୍ମାଣ କରିବାକୁ ପଡିବ। ମୁଁ ନିଶ୍ଚିତ ଯେ ମଣିପୁର ଦେଶର ଅଭିବୃଦ୍ଧିର ଏକ ଅତ୍ୟନ୍ତ ଦୃଢ଼ କେନ୍ଦ୍ର ହେବ। ପୁଣିଥରେ, ମୁଁ ଆପଣମାନଙ୍କୁ ଏହି ବିକାଶ ପ୍ରକଳ୍ପ ପାଇଁ ଅଭିନନ୍ଦନ ଜଣାଉଛି।
ମୋ ସହିତ କୁହନ୍ତୁ – ଭାରତ ମାତା କି ଜୟ।
ଭାରତ ମାତା କି ଜୟ।
ଭାରତ ମାତା କି ଜୟ।
ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
SWS
Speaking at the launch of various development initiatives in Imphal.
— Narendra Modi (@narendramodi) September 13, 2025
https://t.co/k6nt5ydpLM
मणिपुर...मां भारती के मुकुट पर सजा मुकुट रत्न है: PM @narendramodi pic.twitter.com/MCiNXKn9Ew
— PMO India (@PMOIndia) September 13, 2025
हमें मणिपुर को लगातार शांति और विकास के रास्ते पर ले आगे जाना है: PM @narendramodi pic.twitter.com/RHwuDQIqfM
— PMO India (@PMOIndia) September 13, 2025
नेताजी सुभाष ने मणिपुर को भारत की आज़ादी का द्वार कहा था।
— PMO India (@PMOIndia) September 13, 2025
इस मिट्टी ने अनेक वीर बलिदानी दिए हैं। हमारी सरकार, मणिपुर के ऐसे हर महान व्यक्तित्व से प्रेरणा लेते हुए आगे बढ़ रही है: PM @narendramodi pic.twitter.com/gihsg5V3lS
The government is working to ensure peace and stability in Manipur. pic.twitter.com/XAbhcG4DtG
— PMO India (@PMOIndia) September 13, 2025
मैं आज नेपाल में अंतरिम सरकार की प्रधानमंत्री के रूप में पदभार संभालने पर 140 करोड़ भारतवासियों की तरफ से श्रीमती सुशीला जी को हार्दिक बधाई देता हूं।
— PMO India (@PMOIndia) September 13, 2025
मुझे विश्वास है कि वे नेपाल में शांति, स्थिरता और समृद्धि का मार्ग प्रशस्त करेंगी: PM @narendramodi
नेपाल में हुए घटनाक्रम में एक और बात विशेष रही है...जिसकी ओर लोगों का ध्यान नहीं गया।
— PMO India (@PMOIndia) September 13, 2025
पिछले दो-तीन दिनों से नेपाल के युवक-युवतियाँ... नेपाल की सड़कों पर सफ़ाई और रंग-रोगन का काम बड़ी मेहनत और पवित्रता के भाव से करते हुए देखे जा रहे हैं: PM @narendramodi
Manipur has immense potential. We must continuously strengthen dialogue to build a strong bridge of harmony between the hills and the valley. pic.twitter.com/MAiV0Znfp8
— PMO India (@PMOIndia) September 13, 2025
India will always pray that the future of Nepal is full of brightness and prosperity. pic.twitter.com/nQhbtjSelr
— Narendra Modi (@narendramodi) September 13, 2025
मणिपुर की इस धरती से आज मैं नेपाल के हर उस व्यक्ति की सराहना करता हूं, जिसने अस्थिरता भरे माहौल में भी लोकतांत्रिक मूल्यों को सर्वोपरि रखा है। pic.twitter.com/4z1vhS0Ofx
— Narendra Modi (@narendramodi) September 13, 2025
आजादी की लड़ाई से लेकर ऑपरेशन सिंदूर तक मणिपुर की मिट्टी ने देश को अनेक वीर-बलिदानी दिए हैं। इनसे प्रेरणा लेते हुए हम राज्य की शांति और समृद्धि के लिए निरंतर काम कर रहे हैं। pic.twitter.com/ggK825aurQ
— Narendra Modi (@narendramodi) September 13, 2025
आज जब भारत ग्लोबल स्पोर्ट्स का पावरहाउस बन रहा है, तब मणिपुर के नौजवानों का दायित्व और बढ़ गया है। इसे देखते हुए हम उन्हें हर तरह से प्रोत्साहित करने में जुटे हैं। pic.twitter.com/ngG2dHe8Y6
— Narendra Modi (@narendramodi) September 13, 2025
मुझे विश्वास है कि मणिपुर देश की ग्रोथ का मजबूत सेंटर बनकर विकसित भारत के लक्ष्य में अहम भागीदारी निभाएगा। pic.twitter.com/U09kwuw0qF
— Narendra Modi (@narendramodi) September 13, 2025
इंफाल में मणिपुर के मेरे भाई-बहनों के जोश और उत्साह से पता चलता है कि राज्य के विकास को लेकर हमारी सरकार में उनका विश्वास कितना गहरा है। pic.twitter.com/nHoaJ2Gf7P
— Narendra Modi (@narendramodi) September 13, 2025