ପିଏମଇଣ୍ଡିଆ
2 ହଜାର ଟଙ୍କାର ପ୍ରଥମ କିସ୍ତି ଚୟନ ହୋଇଥିବା କ୍ଷୁଦ୍ର, ନାମମାତ୍ର ଚାଷୀଙ୍କ ଏକାଉଣ୍ଟକୁ ସିଧାସଳଖ ହସ୍ତାନ୍ତର ହେବ
ପାଖାପାଖି 12 କୋଟି ଚାଷୀ ହେବେ ଉପକୃତ
ଗୋରଖପୁରରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ, ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି 24 ଫେବୃଆରୀ, 2019ରେ ଉତ୍ତର ପ୍ରଦେଶର ଗୋରଖପୁର ଗସ୍ତ କରିବେ ।
ଗୋରଖପୁରଠାରେ, ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ କିସାନ ନିଧି ଯୋଜନାର ଶୁଭାରମ୍ଭ କରାଯିବ ।
ଗୋରଖପୁରସ୍ଥିତ ଫର୍ଟିଲାଇଜର କର୍ପୋରେସନ ଅଫ ଇଣ୍ଡିଆ ପଡ଼ିଆରେ ପ୍ରଧାନମନ୍ତ୍ରୀ ବୋତାମ ଚିପି ପ୍ରଧାନମନ୍ତ୍ରୀ-କିସାନ ଯୋଜନା ଆରମ୍ଭ କରିବେ । ଏହାଦ୍ୱାରା 2 ହଜାର ଟଙ୍କାର ପ୍ରଥମ କିସ୍ତି ଚୟନ ହୋଇଥିବା କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କ ଏକାଉଣ୍ଟକୁ ସିଧାସଳଖ ହସ୍ତାନ୍ତରିତ ହେବ । ଏଥିସହିତ ପ୍ରଧାନମନ୍ତ୍ରୀ କିସାନ ଯୋଜନାର ବିଧିବଦ୍ଧ ଆରମ୍ଭ ହେବ ।
ପ୍ରଧାନମନ୍ତ୍ରୀ କିସାନ ଯୋଜନାରେ ଚୟନ ହୋଇଥିବା ଚାଷୀମାନଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରମାଣପତ୍ର ବଂଟନ କରିବେ ।
ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସ ଜରିଆରେ ଚୟନ ହୋଇଥିବା ପ୍ରଧାନମନ୍ତ୍ରୀ କିସାନ ଯୋଜନାର ହିତାଧିକାରୀମାନଙ୍କ ସହିତ ବାର୍ତ୍ତାଳାପ କରିବେ ।
ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା (ପିଏମ କିସାନ)
ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା (ପିଏମ-କିସାନ) ଫେବୃଆରୀ 1, 2019ରେ 2019-20 ଅନ୍ତରୀଣ ବଜେଟ ସମୟରେ ଘୋଷଣା କରାଯାଇଥିଲା ।
ଏହି ଯୋଜନା ଅଧୀନରେ, 2 ହେକ୍ଟର ପର୍ଯ୍ୟନ୍ତ ଜମିର ଅକ୍ତିଆର/ମାଲିକାନା ଥିବା କ୍ଷୁଦ୍ର ଏବଂ ନାମମାତ୍ର ଚାଷୀମାନଙ୍କୁ ବାର୍ଷିକ 6 ହଜାର ଟଙ୍କାର ସହାୟତା ଯୋଗାଇ ଦିଆଯିବ ।
ଏହି ଅର୍ଥ 2 ହଜାର ଟଙ୍କା ଲେଖାଏଁ ତିନୋଟି କିସ୍ତିରେ ପ୍ରଦାନ କରାଯିବ ।
ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଜରିଆରେ ଏହି ଅର୍ଥ ସିଧାସଳଖ ହିତାଧିକାରୀମାନଙ୍କ ବ୍ୟାଙ୍କ ଏକାଉଣ୍ଟକୁ ହସ୍ତାନ୍ତର କରାଯିବ । ଡିବିଟି ଦ୍ୱାରା ସମ୍ପୂର୍ଣ୍ଣ ପ୍ରକ୍ରିୟା ସ୍ୱଚ୍ଛ ହେବା ସହିତ କୃଷକମାନଙ୍କ ସମୟ ବଂଚାଇବ ।
କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କ ଆୟବୃଦ୍ଧି ଉଦ୍ଦେଶ୍ୟରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଛି । ଏହାଦ୍ୱାରା 12କୋଟିରୁ ଉର୍ଦ୍ଧ୍ଵ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ଉପକୃତ ହେବେ ବୋଲି ଆଶା କରାଯାଉଛି ।
ପ୍ରତ୍ୟେକ ଫସଲ ଚକ୍ରର ଶେଷର ଆନୁମାନିକ କୃଷି ଆୟ ଅନୁରୂପ ଉଚିତ ଫସଲ ସ୍ୱାସ୍ଥ୍ୟ ଏବଂ ଉପଯୁକ୍ତ ଉତ୍ପାଦନ ସୁନିଶ୍ଚିତ କରିବା ଲାଗି ବିଭିନ୍ନ ନିବେଶକୁ ହାସଲ କରିବାରେ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କ ଆର୍ଥିକ ଆବଶ୍ୟକତା ପୂରଣ ଲାଗି ସହାୟତା କରିବା ପ୍ରଧାନମନ୍ତ୍ରୀ କିସାନ ଯୋଜନାର ଉଦ୍ଦେଶ୍ୟ । ଏହା ସେମାନଙ୍କୁ କୃଷି କାର୍ଯ୍ୟ ଜନିତ ବ୍ୟୟ ନିମନ୍ତେ ସୁଧଖୋରମାନଙ୍କ କବଳରେ ଫସିବାରୁ ରକ୍ଷା କରିବ ଏବଂ ନିୟମିତ କୃଷି କାର୍ଯ୍ୟରେ ସେମାନଙ୍କ ସମ୍ପୃକ୍ତି ମଧ୍ୟ ସୁନିଶ୍ଚିତ କରିବ ।
ପ୍ରଧାନମନ୍ତ୍ରୀ କିସା ଯୋଜନା ଭାରତ ସରକାରଙ୍କ ଶତପ୍ରତିଶତ ଅନୁଦାନ ପ୍ରାପ୍ତ ଏକ କେନ୍ଦ୍ରୀୟ କ୍ଷେତ୍ର ଯୋଜନା । ଯୋଗ୍ୟ ହିତାଧିକାରୀମାନଙ୍କୁ ଲାଭ ପ୍ରଦାନ କରିବା ଲାଗି ଏହି ଯୋଜନା 01.12.2018 ଠାରୁ ଲାଗି ହୋଇସାରିଛି ।
ଏହି ଯୋଜନାର ଗାଇଡ ଲାଇନ ଅନୁଯାୟୀ ଯୋଜନାରେ ସହାୟତା ପାଇବା ନିମନ୍ତେ ଯୋଗ୍ୟ ହିତାଧିକାରୀମାନଙ୍କୁ ରାଜ୍ୟ ସରକାର ଏବଂ କେନ୍ଦ୍ର ଶାସିତ ପ୍ରଦେଶର ପ୍ରଶାସନ ଚିହ୍ନଟ କରିବେ ।
ପ୍ରଧାନମନ୍ତ୍ରୀ କିସାନ ଯୋଜନା ଏକ କ୍ରାନ୍ତିକାରୀ ଯୋଜନା ଯାହାର ଉଦ୍ଦେଶ୍ୟ, ପ୍ରତ୍ୟେକ ବର୍ଷ ତିନୋଟି କିସ୍ତିରେ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଉପଲବ୍ଧ କରାଇବା ମାଧ୍ୟମରେ ସେମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବ । ଡିବିଟି ମାଧ୍ୟମରେ କାର୍ଯ୍ୟକାରୀ ହେଉଥିବା ଏହି ଯୋଜନାର ଅର୍ଥରାଶି ସିଧାସଳଖ ହିତାଧିକାରୀମାନଙ୍କ ବ୍ୟାଙ୍କ ଏକାଉଣ୍ଟକୁ ସ୍ଥାନାନ୍ତର କରାଯିବ ଯାହାଦ୍ୱାରା ଦଲାଲି ଏବଂ ଦୁର୍ନୀତିର ସମାପନ ହୋଇପାରିବ । ଥରେ ଋଣ ଛାଡ଼ କରିବା ପରିବର୍ତ୍ତେ, ପ୍ରଧାନମନ୍ତ୍ରୀ କିସାନ ଯୋଜନ ଏକ ସଶକ୍ତିକରଣ ପ୍ରକଳ୍ପ ଯାହାର ରୂପରେଖ ଛୋଟ କୃଷକମାନଙ୍କ ପାଇଁ ଏକ ଗୌରବପୂର୍ଣ୍ଣ ଜୀବନ ସୁନିଶ୍ଚିତ କରିବା ଲାଗି ପ୍ରସ୍ତୁତ କରାଯାଇଛି । ଦୀର୍ଘକାଳୀନ ଅବଧିରେ ଏହି ଯୋଜନା ଦ୍ୱାରା କୃଷକ ସ୍ଥାନାନ୍ତରଣ ଉପରେ ଅଙ୍କୁଶ ଲାଗିପାରିବ ଏବଂ ଫସଲର ସଘନତାରେ ସୁଧାର ଆସିପାରିବ ବୋଲି ଆଶା କରାଯାଉଛି ।
ପ୍ରଧାନମନ୍ତ୍ରୀ ଗୋରଖପୁରରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ/ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରିବେ । ଏହି ଅବସରରେ ସେ ଏକ ଜନସଭାକୁ ମଧ୍ୟ ସମ୍ବୋଧିତ କରିବେ ।
ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଗୋରଖପୁରରେ ଶୁଭାରମ୍ଭ କରାଯିବାକୁ ଥିବା ପ୍ରକଳ୍ପଗୁଡ଼ିକ ଗ୍ୟାସ ଭିତ୍ତିଭୂମିଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ସହ ଜଡ଼ିତ । ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ଉତ୍ତରପ୍ରଦେଶବାସୀଙ୍କୁ ଉଲ୍ଲେଖନୀୟ ଲାଭ ମିଳିବ ବୋଲି ଅନୁମାନ କରାଯାଉଛି ।
PM @narendramodi will launch the Pradhan Mantri Kisan Nidhi (PM-KISAN) at Gorakhpur tomorrow. https://t.co/CgYA0F3bUM
— PMO India (@PMOIndia) February 23, 2019
Under PM-KISAN, Rs. 6,000 will be given per year to small and marginal farmer families who have a combined land holding or ownership of upto 2 hectares.
— PMO India (@PMOIndia) February 23, 2019
PM Modi will also lay the foundation stone and dedicate to the nation various development projects in Gorakhpur. These will benefit the people of Uttar Pradesh greatly.
— PMO India (@PMOIndia) February 23, 2019