Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଉତ୍ତର-ପୂର୍ବ ପରିଷଦ ପୁନର୍ଗଠନକୁ କ୍ୟାବିନେଟ ଅନୁମୋଦନ


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଉତ୍ତର-ପୂର୍ବ ପରିଷଦ(ଏନଇସି)ର ପୁନର୍ଗଠନ ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି । ଉତ୍ତରପୂର୍ବ କ୍ଷେତ୍ର ବିକାଶ ମନ୍ତ୍ରଣାଳୟ ଦ୍ୱାରା ଉତ୍ତରପୂର୍ବ ପରିଷଦର ପୁନର୍ଗଠନରେ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀଙ୍କୁ ପଦାସୀନ ଅଧ୍ୟକ୍ଷ ରଖିବା ଲାଗି ପ୍ରସ୍ତାବ ଦିଆଯାଇଥିଲା । ଏହି ସଂସ୍ଥାରେ ସମସ୍ତ ଆଠଟି ଉତ୍ତର ପୂର୍ବାଂଚଳ ରାଜ୍ୟର ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ସଦସ୍ୟ ଅଛନ୍ତି । କ୍ୟାବିନେଟ ଉତ୍ତରପୂର୍ବ କ୍ଷେତ୍ର ବିକାଶ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ପାହ୍ୟା)ଙ୍କୁ ପରିଷଦର ଉପାଧ୍ୟକ୍ଷ ରୂପରେ କାର୍ଯ୍ୟ କରିବା ଲାଗି ଅନୁମୋଦନ ପ୍ରଦାନ କରିଛନ୍ତି ।

ପ୍ରଭାବ :

ଏନଇସି ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ମାଧ୍ୟମରେ ବିଭିନ୍ନ ପ୍ରକଳ୍ପ ଲାଗୁ କରିଥାଏ । ନୂଆ ବ୍ୟବସ୍ଥା ଅନ୍ତର୍ଗତ ଉତ୍ତର-ପୂର୍ବ ପରିଷଦର ଅଧ୍ୟକ୍ଷ ରହିବେ ସ୍ଵରାଷ୍ଟ୍ର ମନ୍ତ୍ରୀ ଏବଂ ଉତ୍ତର-ପୂର୍ବ କ୍ଷେତ୍ର ବିକାଶ ରାଷ୍ଟ୍ରମନ୍ତ୍ରୀ ଉପାଧ୍ୟକ୍ଷ ରହିବେ । ଏହାଛଡ଼ା ଉତ୍ତରପୂର୍ବ ରାଜ୍ୟଗୁଡ଼ିକର ରାଜ୍ୟପାଳ ତଥା ମୁଖ୍ୟମନ୍ତ୍ରୀ ଏହାର ସଦସ୍ୟ ରହିବେ । ଏହି ପରିଷଦ ଆନ୍ତଃରାଜ୍ୟ ବିଷୟ ଉପରେ ବିସ୍ତୃତ ବିଚାର-ଆଲୋଚନା ଲାଗି ମଂଚ ପ୍ରଦାନ କରିବ ଏବଂ ଭବିଷ୍ୟତରେ  ଗ୍ରହଣ କରାଯିବାକୁ ଥିବା ସମାନ ଦୃଷ୍ଟିକୋଣ ଉପରେ ମଧ୍ୟ ବିଚାର କରିବ ।

ଏନଇସି ବର୍ତ୍ତମାନ ମାଦକ ଦ୍ରବ୍ୟ ଚୋରା କାରବାର, ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଚୋରା କାରବାର, ସୀମା ବିବାଦ ଭଳି ଆନ୍ତଃରାଜ୍ୟ ବିଷୟ ଉପରେ ବିଚାର-ବିମର୍ଶ ଲାଗି ବିଭିନ୍ନ କ୍ଷେତ୍ରୀୟ ପରିଷଦ ଦ୍ୱାରା କରାଯାଇଥିବା କାର୍ଯ୍ୟ ମଧ୍ୟ କରିବ ।

ଏନଇସିର ନୂଆ ସ୍ୱରୂପ ଦ୍ୱାରା ଏହା ଉତ୍ତର-ପୂର୍ବ କ୍ଷେତ୍ର ଲାଗି ପ୍ରଭାବୀ ସଂସ୍ଥା ହୋଇପାରିବ ।

ପରିଷଦ ବିଭିନ୍ନ ସମୟରେ ପ୍ରକଳ୍ପରରେ ସାମିଲ ପ୍ରକଳ୍ପ/ଯୋଜନାର କାର୍ଯ୍ୟାନ୍ୱୟନ ସମୀକ୍ଷା କରିବା, ଏହି ପ୍ରକଳ୍ପ ଆଦି ଲାଗି ରାଜ୍ୟଗୁଡ଼ିକ ମଧ୍ୟରେ ସମନ୍ୱୟ ନିମନ୍ତେ ପ୍ରଭାବୀ ଉପାୟର ସୁପାରିସ କରିବ । ପରିଷଦକୁ କେନ୍ଦ୍ର ସରକାରଙ୍କ ଦ୍ୱାରା କ୍ଷମତା ପ୍ରଦାନ କରାଯିବ ।

 

**********