Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଉପାନ୍ତ ଦ୍ୱୀପରେ ଜୀବନ ଧାରଣ ସହଜ କଲା ଆୟୁଷ୍ମାନ ଭାରତ


ଆଣ୍ଡାମାନ ନିକୋବାର ବାସିନ୍ଦା 52 ବର୍ଷ ବୟସ୍କ ରତନ ବରାଇ ଅତି ଗରିବ ଓ ସେ ହୃଦରୋଗରେ ପୀଡ଼ିତ ଥିଲେ । ତାଙ୍କ ହୃତପିଣ୍ଡକୁ ଠିକ ଭାବେ ରକ୍ତ ସଂଚାଳନ ହୋଇପାରୁନଥିଲା ।

ବାମ ପାର୍ଶ୍ଵ ଛାତିରେ ଯନ୍ତ୍ରଣା ଏବଂ ଅଧିକ ଝାଳ ବୋହିବା ଯୋଗୁ ତାଙ୍କୁ ପୋର୍ଟ ବ୍ଲେୟାର ଜିବି ପନ୍ତ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ମଧ୍ୟ ମଧୁମେହ ପୀଡ଼ିତ ଥିଲେ । ତାଙ୍କ ହୃତପିଣ୍ଡକୁ ଠିକ ଭାବେ ରକ୍ତ ସଂଚାଳନ ହୋଇପାରୁନଥିବା ଡାକ୍ତରମାନେ ଜାଣିପାରିଥିଲେ । ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ପ୍ରଚେଷ୍ଟା ଫଳରେ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ହେବା ପରେ ତାଙ୍କୁ ହୃଦରୋଗ ବିଶେଷଜ୍ଞଙ୍କ ଦ୍ୱାରା ଅଧିକ ଚିକିତ୍ସା ପାଇଁ ମୂଳ ଭୂଖଣ୍ଡକୁ ଯିବା ଲାଗି ପରାମର୍ଶ ଦିଆଯାଇଥିଲା ।

ଆଣ୍ଡାମାନ ନିକୋବର ଦ୍ୱୀପସମୂହରେ ହୃଦରୋଗର ଚିକିତ୍ସା ପାଇଁ କୌଣସି ସୁବିଧା ନଥିବାରୁ ଏପରି ରୋଗୀଙ୍କୁ ଅଧିକ ଚିକିତ୍ସା ପାଇଁ ଭାରତର ମୂଳ ଭୂଖଣ୍ଡରେ ଥିବା କୋଲକାତା କିମ୍ବା ଚେନ୍ନାଇକୁ ଆସିବାକୁ ହୋଇଥାଏ ।

ରତନ ଭାଇଙ୍କ ପାଇଁ ଏହା କଷ୍ଟଦାୟକ ଥିଲା କାରଣ ତାଙ୍କ ପାଖରେ ଯଥେଷ୍ଟ ଅର୍ଥ ନଥିଲା ।

ତେବେ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ନଗଦବିହୀନ ସ୍ୱାସ୍ଥ୍ୟ ବୀମା ସୁବିଧା ମିଳୁଥିବା ସମ୍ପର୍କରେ ଯେତେବେଳେ ସେ  ଶୁଣିଲେ ତାଙ୍କ ଜୀବନରେ ଏକ ନୂତନ ଆଶାର ଆଲୋକ ଜାଗି ଉଠିଲା । ଏହାର ସହାୟତାରେ ସେ ମାଗଣାରେ ଚିକିତ୍ସା ସୁବିଧା ପାଇବାକୁ ସକ୍ଷମ ହେଲେ ।

ଆଜି ସେ ଜଣେ ସୁସ୍ଥ ମଣିଷ ଏବଂ ସେହି 31 ଜଣ ହିତାଧିକାରୀମାନଙ୍କ ମଧ୍ୟରୁ ଜଣେ ଯେଉଁମାନେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ ବୀମା ଯୋଜନାର ସଫଳତା ବର୍ଣ୍ଣନା କରିଛନ୍ତି ।

ଠିକ ଏକ ବର୍ଷ ତଳେ 2018ରେ ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ ବୀମା ଯୋଜନାର ଶୁଭାରମ୍ଭ ହୋଇଥିଲା । ଏହା ମାଧ୍ୟମରେ ଦେଶର 10.74 କୋଟି ଗରିବ ଲୋକଙ୍କୁ ସହଜ ଚିକିତ୍ସା ସୁବିଧା ଯୋଗାଇ ଦେବା ଲାଗି ଲକ୍ଷ୍ୟ ରଖାଯାଇଛି ।

ଗତ ଏକ ବର୍ଷ ମଧ୍ୟରେ ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମ ଜରିଆରେ ରତନ ବରାଇଙ୍କ ଭଳି 50 ହଜାରରୁ ଅଧିକ ରୋଗୀ ସେମାନଙ୍କ ରାଜ୍ୟ ବାହାରେ ଶ୍ରେଷ୍ଠ ଚିକିତ୍ସା ସୁବିଧା ପାଇପାରିଛନ୍ତି ।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ (ପିଏମ-ଜେଏୱାଇ) ଯୋଜନା ଅନ୍ତର୍ଗତ 16,085ଟି ଡାକ୍ତରଖାନା ତାଲିକାଭୁକ୍ତ ହୋଇସାରିଛନ୍ତି, 41 ଲକ୍ଷ ହିତାଧିକାରୀ ଚିକିତ୍ସା ସୁବିଧା ପାଇଛନ୍ତି ଏବଂ 10 କୋଟିରୁ ଉର୍ଦ୍ଧ୍ଵ ଇ-କାର୍ଡ ଜାରି କରାଯାଇସାରିଛି ।

ଆୟୁଷ୍ମାନ ଭାରତ ଅଧୀନରେ ସାରା ଦେଶରେ 20,700ରୁ ଉର୍ଦ୍ଧ୍ଵ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇସାରିଛି ।

 

**********