ପିଏମଇଣ୍ଡିଆ
ଋଗ୍ଣ/କ୍ଷତିରେ ଚାଲୁଥିବା କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ପର୍ଯ୍ୟାୟକ୍ରମେ ବନ୍ଦ କରିବା ଏବଂ ସେଗୁଡ଼ିକର ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ଫଇସଲା କରିବା ଲାଗି ସଂଶୋଧିତ ନିର୍ଦ୍ଦେଶନାମାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଆଜି ଅନୁମୋଦନ କରିଛନ୍ତି । ସଂଶୋଧିତ ନିର୍ଦ୍ଦେଶନାମା ଦ୍ୱାରା ଋଗ୍ଣ/କ୍ଷତିରେ ଚାଲୁଥିବା କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗୁଡ଼ିକୁ ବନ୍ଦ କରିବା ଯୋଜନା ଲାଗୁ କରିବାରେ ହେଉଥିବା ବିବାଦ ସମାଧାନରେ ସହାୟତା ମିଳିପାରିବ । ଏହି ନିର୍ଦ୍ଦେଶନାମା ଡିପିଇ ଦ୍ୱାରା ସେପ୍ଟେମ୍ବର 2016ରେ ଜାରି ନିର୍ଦ୍ଦେଶନାମାର ସ୍ଥାନ ନେବ ।
ଏହି ନିର୍ଦ୍ଦେଶନାମା ଦ୍ୱାରା କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ(ସିପିଏସଇ)କୁ ବନ୍ଦ କରିବା ଲାଗି ବିଭିନ୍ନ ପ୍ରକ୍ରିୟା ଦ୍ରୁତଗତିରେ ପୂରଣ କରାଯିବା ଲାଗି ଏକ ବ୍ୟାପକ ଢାଂଚା ଉପଲବ୍ଧ ହେବ । ଏହାର ଅନ୍ତର୍ଗତ ସିପିଏସଇକୁ ପର୍ଯ୍ୟାୟକ୍ରମେ ବନ୍ଦ କରିବା ଲାଗି ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଏହି ପ୍ରକ୍ରିୟା ସହ ଜଡ଼ିତ ମନ୍ତ୍ରଣାଳୟ/ବିଭାଗ/ସିପିଏସଇ ଆଦିର ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ ହେବ । ଏହି ନିର୍ଦ୍ଦେଶନାମା ଅନ୍ତର୍ଗତ ପ୍ରଶାସନିକ ମନ୍ତ୍ରଣାଳୟ/ବିଭାଗ ଏବଂ ସିପିଏସଇ ଦ୍ୱାରା କାର୍ଯ୍ୟ ଯୋଜନା ପୂର୍ବରୁ ପ୍ରସ୍ତୁତ କରିବା, ସିପିଏସଇକୁ ବନ୍ଦ କରିବାର ପ୍ରସ୍ତାବ ପ୍ରସ୍ତୁତ କରିବା, ବୈଧାନିକ ପ୍ରସଙ୍ଗ ଏବଂ ଅନ୍ୟ ଦାୟିତ୍ୱ ନିର୍ଦ୍ଧାରଣ କରିବା ଏବଂ ଏହି ସିପିଏସଇଗୁଡ଼ିକର ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତିକୁ ନିର୍ଦ୍ଧାରିତ ସମୟରେ ଫଇସଲା କରିବାରେ ସହାୟତା ମିଳିପାରିବ ।
ଏହି ନିର୍ଦ୍ଦେଶନାମା ଅନ୍ତର୍ଗତ ବନ୍ଦ ହେବାକୁ ଥିବା କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକର ଭୂସମ୍ପତ୍ତିର ବ୍ୟବହାରରେ ଆବସ ଏବଂ ସହରାଂଚଳ ବିକାଶ ମନ୍ତ୍ରଣାଳୟ (ଏମଓଏଚୟୁଏ) ସମ୍ପର୍କରେ ନିର୍ଦ୍ଦେଶନାମା ଅନ୍ତର୍ଗତ ଶସ୍ତା ଆବାସ ପ୍ରକଳ୍ପରେ କରାଯିବ । ଏହିସବୁ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ କର୍ମଚାରୀମାନେ ଏବେସୁଦ୍ଧା କାର୍ଯ୍ୟରତ ଥିବାରୁ ସରକାର ସେମାନଙ୍କୁ ସମସ୍ୟାରେ ପକାଇବାକୁ ଚାହୁଁନାହାନ୍ତି । ଏହି କ୍ରମରେ ସମସ୍ତ କାର୍ଯ୍ୟରତ କର୍ମଚାରୀଙ୍କୁ 2007ର ଜାତୀୟ ବେତନ ଭତ୍ତାରେ ଭିଆରଏସ ଦେବା ଲାଗି ଏକପ୍ରକାର ନୀତି ପ୍ରସ୍ତୁତ କରାଯାଇଛି ।
ଏହି ନିର୍ଦ୍ଦେଶନାମା ସେ ସମସ୍ତ ଋଗଣ/କ୍ଷତିରେ ଚାଲୁଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ଲାଗୁ ହେବ, ଯେଉଁଗୁଡ଼ିକ
1. ପ୍ରଶାସନିକ ମନ୍ତ୍ରଣାଳୟ/ବିଭାଗକୁ ବନ୍ଦ ପ୍ରସ୍ତାବ ଲାଗି ସିସିଇଏ/କ୍ୟାବିନେଟ ମଞ୍ଜୁରି/ନୀତିଗତ ଅନୁମୋଦନ ହାସଲ କରିସାରିଥିବ କିମ୍ବା
2. ସିପିଏସଇକୁ ବନ୍ଦ କରିବା ଲାଗି ପ୍ରଶାସନିକ ମନ୍ତ୍ରଣାଳୟ/ବିଭାଗର ନିଷ୍ପତ୍ତି ପରେ କ୍ଷମତାପ୍ରାପ୍ତ ଅଧିକାରୀଙ୍କ ଠାରୁ ମଞ୍ଜୁରି ନେବାର ପ୍ରକ୍ରିୟାରେ ରହିଥିବେ ।
ଶସ୍ତା ଆବାସକୁ ପ୍ରାଥମିକତା ଦିଆଯାଇ ଆବାସ ଏବଂ ସହରାଂଚଳ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ସରକାରଙ୍କ ପ୍ରମୁଖ ଶସ୍ତା ଆବାସ କାର୍ଯ୍ୟକ୍ରମ ଲାଗି ବନ୍ଦ ହେବାକୁ ଥିବା ରୁଗ୍ଣ/କ୍ଷତିରେ ଚାଲୁଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଭୂଖଣ୍ଡରେ ଉପଲବ୍ଧ ହେବ ।
**********