ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ‘ଏନଆରଆଇ(ପ୍ରବାସୀ ଭାରତୀୟ) ବିବାହ ପଞ୍ଜିକରଣ ବିଲ, 2019’ ସଂସଦରେ ଉପସ୍ଥାପନ କରିବାକୁ ମଞ୍ଜୁରି ଦେଇଛନ୍ତି । ଏହାର ଉଦ୍ଦେଶ୍ୟ ଅଧିକ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା ସହିତ ଏନଆରଆଇଙ୍କୁ ବିବାହ କରୁଥିବା ଭାରତୀୟ ନାଗରିକ ସେମାନଙ୍କ ପତିଙ୍କ ଦ୍ୱାରା ନିର୍ଯାତନାର ଶିକାର ହେବା କ୍ଷେତ୍ରରେ ଅଧିକ ଆଇନଗତ ସୁରକ୍ଷା ପ୍ରଦାନ କରିବା ।
ବିଲ ଗୃହୀତ ହେବା ପରେ ପ୍ରବାସୀ ଭାରତୀୟଙ୍କ ଦ୍ୱାରା କରାଯାଉଥିବା ବିବାହର ପଞ୍ଜିକରଣ ଭାରତ କିମ୍ବା ବିଦେଶରେ ଥିବା ଭାରତୀୟ ମିଶନ ଏବଂ ପୋଷ୍ଟରେ କରାଇବାକୁ ପଡ଼ିବ ଏବଂ ଏଥିପାଇଁ ନିମ୍ନଲିଖିତ ମତେ ଆବଶ୍ୟକ ପରିବର୍ତନ କରିବାକୁ ହେବ ।
ବ୍ୟାପକ ପ୍ରଭାବ :
ଭାରତରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ନ୍ୟାୟିକ ସମନ ଜାରି କରିବା ଏକ ପ୍ରମୁଖ ସମସ୍ୟା, ଏଥିପାଇଁ ଏହି ବିଲରେ ଆବଶ୍ୟକ ବ୍ୟବସ୍ଥା କରାଯିବ । ଏଥିପାଇଁ ଫୌଜଦାରୀ ଅଥବା ଦଣ୍ଡ ପ୍ରକ୍ରିୟା ସଂହିତା, 1973ରେ ସଂଶୋଧନ କରାଯିବ । ତେଣୁ ଏହି ବିଲର ଫଳସ୍ୱରୂପ ପ୍ରବାସୀ ଭାରତୀୟଙ୍କୁ ବିବାହ କରୁଥିବା ଭାରତୀୟ ନାଗରିକମାନଙ୍କୁ ଅପେକ୍ଷାକୃତ ଅଧିକ ଆଇନଗତ ସୁରକ୍ଷା ମିଳିପାରିବ । ଏଥିପାଇଁ ଏହି ବିଲରେ ନିଜ ଜୀବନସାଥୀଙ୍କୁ ନିର୍ଯାତନା ଦେଉଥିବା ପ୍ରବାସୀ ଭାରତୀୟଙ୍କ ଉପରେ ଅଙ୍କୁଶ ଲଗାଯାଇପାରିବ । ଏହି ବିଲ ଦ୍ୱାରା ସାରା ବିଶ୍ୱରେ ପ୍ରବାସୀ ଭାରତୀୟଙ୍କୁ ବିବାହ କରିଥିବା ଭାରତୀୟ ମହିଳାମାନେ ଲାଭାନ୍ୱିତ ହେବେ ।