Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଏଫ୍. ଆଇ. ଏଚ୍. ମହିଳା ହକି ନେସନ୍ସ କପ୍ ଜିତିଥିବାରୁ ଭାରତୀୟ ମହିଳା ହକି ଦଳକୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏଫ୍. ଆଇ. ଏଚ୍. ମହିଳା ହକି ନେସନ୍ସ କପ୍ ବିଜେତା ଭାବେ ଉଭା ହୋଇଥିବାରୁ ଭାରତୀୟ ମହିଳା ହକି ଦଳକୁ ଅଭିନନ୍ଦନ ଜଣାଇଛନ୍ତି। 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମଗ୍ର ଟୁର୍ଣ୍ଣାମେଣ୍ଟରେ ଦଳ ଅସାଧାରଣ ଭାବେ ଭଲ ଖେଳିଥିଲା। 

ଶ୍ରୀ ମୋଦୀ ଦଳକୁ ଶୁଭେଚ୍ଛା ଜଣାଇବା ସହ ଆଶା ବ୍ୟକ୍ତ କରିଥିଲେ ଯେ ଏହି ବିଜୟ ଅନ୍ୟ କେତେଜଣଙ୍କୁ ହକି ଖେଳିବା ପାଇଁ ପ୍ରେରଣା ଯୋଗାଇବ। 

ଏକ୍ସ ରେ ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି; 

“ଭାରତୀୟ ହକି ଖେଳାଳିମାନେ ଗର୍ବ ଏବଂ ଆନନ୍ଦ ଆଣିଛନ୍ତି! 

ଏଫ୍. ଆଇ. ଏଚ୍. ହକି ମହିଳା ନେସନ୍ସ କପ୍ ବିଜେତା ଭାବେ ଉଭା ହୋଇଥିବାରୁ ମହିଳା ଦଳକୁ ଅଭିନନ୍ଦନ। ସମଗ୍ର ଟୁର୍ଣ୍ଣାମେଣ୍ଟରେ ଦଳ ଚମତ୍କାର ପ୍ରଦର୍ଶନ କରିଥିଲା। ଦଳକୁ ଶୁଭେଚ୍ଛା ଜଣାଉଛି।

ଏହି ବିଜୟ ଅନ୍ୟ କେତେଜଣଙ୍କୁ ହକି ଖେଳିବା ପାଇଁ ପ୍ରେରଣା ଯୋଗାଇବ। 

@TheHockeyIndia”

HS