Search

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଏସୀୟ ପାରା ଗେମ୍ସରେ ଚମତ୍କାର ବିଜୟ ପାଇଁ ସୁବର୍ଣ୍ଣ ରାଜଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏସୀୟ ପାରା ଗେମ୍ସ ୨୦୨୬ ରେ ମହିଳା ଡିସକସ୍‍ ଥ୍ରୋ ଏଫ୍୫୪ ଇଭେଣ୍ଟରେ ଚମତ୍କାର ବିଜୟ ପାଇଁ ଆଜି ସୁବର୍ଣ୍ଣ ରାଜଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଶ୍ରୀ ମୋଦୀ କହିଥିଲେ ଯେ ତାଙ୍କ ସଫଳତା ତାଙ୍କ କଠିନ ପରିଶ୍ରମ, ନିଷ୍ଠା ଏବଂ କ୍ରୀଡ଼ା ଉତ୍କର୍ଷତା ପ୍ରତି ଅତୁଟ ପ୍ରତିବଦ୍ଧତାର ପରିଣାମ ଏବଂ ଭାରତ ଏହି ଚମତ୍କାର ବିଜୟକୁ ପାଳନ କରୁଛି ଏବଂ ତାଙ୍କର ଆଗାମୀ ପ୍ରୟାସ ପାଇଁ ଶୁଭେଚ୍ଛା ଜଣାଉଛି।

ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସେୟାର କରିଛି:

“ଏସୀୟ ପାରା ଗେମ୍ସ ୨୦୨୬ ରେ ମହିଳା ଡିସକସ୍‍ ଥ୍ରୋ ଏଫ୍୫୪ ଇଭେଣ୍ଟରେ ଚମତ୍କାର ବିଜୟ ପାଇଁ ସୁବର୍ଣ୍ଣ ରାଜଙ୍କୁ ଅଭିନନ୍ଦନ! ତାଙ୍କର ସଫଳତା ହେଉଛି ତାଙ୍କର କଠିନ ପରିଶ୍ରମ, ନିଷ୍ଠା ଏବଂ କ୍ରୀଡ଼ା ଉତ୍କର୍ଷତା ପ୍ରତି ଅତୁଟ ପ୍ରତିବଦ୍ଧତାର ପରିଣାମ। ଭାରତ ଏହି ଚମତ୍କାର ବିଜୟକୁ ପାଳନ କରୁଛି। ଆଗାମୀ ପ୍ରୟାସ ପାଇଁ ଶୁଭେଚ୍ଛା: ପ୍ରଧାନମନ୍ତ୍ରୀ @narendramodi “

HS