Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କମ୍ପାନୀ (ଦ୍ୱିତୀୟ ସଂଶୋଧନ) ବିଲ, 2019କୁ କ୍ୟାବିନେଟ ମଞ୍ଜୁରି


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ କମ୍ପାନୀ ଆଇନ, 2013ରେ ସଂଶୋଧନ ଲାଗି କମ୍ପାନୀ (ଦ୍ୱିତୀୟ ସଂଶୋଧନ) ବିଧେୟକ, 2019କୁ ଅନୁମୋଦନ କରିଛନ୍ତି ।

ଏହି ବିଲ ତ୍ରୁଟିବିଚ୍ୟୁତି ମାମଲରେ ଏହି ଆଇନ ଅନ୍ତର୍ଗତ ଅପରାଧିକ କାର୍ଯ୍ୟାନୁଷ୍ଠାନକୁ ଉଚ୍ଛେଦ କରିବ । ବିଶ୍ୱାସଘାତକ ତତ୍ୱର ଅଭାବ କିମ୍ବା ସାର୍ବଜନୀନ ହିତର ସମ୍ପୃକ୍ତି ନଥିଲେ ଏହାକୁ ନିରପେକ୍ଷ ଢଙ୍ଗରେ ବିଚାର କରାଯାଇପାରିବ । ଏହାଦ୍ୱାରା ଦେଶରେ ଅପରାଧିକ ନ୍ୟାୟ ପ୍ରଣାଳୀ ଆହୁରି ସୁଦୃଢ଼ ହେବ । ଏହି ବିଲ ଆଇନର ପାଳନ କରୁଥିବା ଉଦ୍ୟୋଗୀମାନଙ୍କ ଜୀବନକୁ ମଧ୍ୟ ସୁଗମ କରିବ ।

ଏଥିପୂର୍ବରୁ କମ୍ପାନୀ (ସଂଶୋଧନ) ଆଇନ, 2015 ଅନ୍ତର୍ଗତ ଏହି ଆଇନର କେତେକ ବ୍ୟବସ୍ଥାରେ ସଂଶୋଧନ କରାଯାଇଥିଲା । ଯାହାଦ୍ୱାରା ଏହି ଆଇନର ବିଭିନ୍ନ ବ୍ୟବସ୍ଥାକୁ ଲାଗୁ କରୁଥିବା ଜଟିଳତା ଦୂର କରାଯାଇପାରିବ ।