ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ କର୍କଟ ଗବେଷଣା ପଦକ୍ଷେପ ଉପରେ ଭାରତ ଓ ବ୍ରିଟେନ ମଧ୍ୟରେ ବୁଝାମଣା ପତ୍ରକୁ ମଞ୍ଜୁରି ପ୍ରଦାନ କରିଛନ୍ତି । ଏହି ବୁଝାମଣାପତ୍ର 2018 ନଭେମ୍ବର 14ରେ ସ୍ଵାକ୍ଷରିତ ହୋଇଥିଲା।
ବିବରଣୀ
ଭାରତ-ବ୍ରିଟେନ କର୍କଟ ଗବେଷଣା ପଦକ୍ଷେପ କ୍ଲିନିକାଲ ଗବେଷଣା, ଜନସାଙ୍ଖିକ ଗବେଷଣା, ନୂତନ ବୈଷୟିକ ଓ ଶରୀର ବିଜ୍ଞାନ କ୍ଷେତ୍ରରେ ଭାରତ ଏବଂ ବ୍ରିଟେନର ଅଗ୍ରଣୀ ବିଶେଷଜ୍ଞମାନଙ୍କୁ ନେଇ ସୁଲଭ, ନିରୋଧ ତଥା କର୍କଟ ସୁରକ୍ଷା ଆଦି ଗବେଷଣା ଆହ୍ୱାନର ଚିହ୍ନଟ କରିବ । ଏହି ପଦକ୍ଷେପ ନୂତନ ଗବେଷଣା ବିକଶିତ କରିବ ଏବଂ କର୍କଟ ପରିଣାମ ବିରୋଧରେ ପ୍ରଗତିକୁ ସକ୍ଷମ କରିବାରେ ପ୍ରଭାବୀ ଗବେଷଣା କାର୍ଯ୍ୟ କରିବ ।
ଆର୍ଥିକ ବ୍ୟବସ୍ଥା:
5 ବର୍ଷ ମଧ୍ୟରେ ଏହି ପଦକ୍ଷେପ ପାଇଁ ମୋଟ ଗବେଷଣା ଅର୍ଥରାଶି 10 ମିଲିଅନ ପାଉଣ୍ଡ (ପାଖାପାଖି 90 କୋଟି ଟଙ୍କା)ର ବ୍ୟୟ ହେବ । ଏଥିରୁ କର୍କଟ ଗବେଷଣା ୟୁକେ (ସିଆରୟୁକେ) 5 ମିଲିଅନ ପାଉଣ୍ଡ (ପାଖାପାଖି 45 କୋଟି ଟଙ୍କା) ଏବଂ ଜୈବିକ ପ୍ରଯୁକ୍ତି ବିଭାଗ ମଧ୍ୟ 5 ମିଲିଅନ ପାଉଣ୍ଡ (ପାଖାପାଖି 45 କୋଟି ଟଙ୍କା) ଯୋଗଦାନ ଦେବ । ଉଭୟର ସମାନ ଅର୍ଥରାଶି ଆର୍ଥିକ ବର୍ଷର ପ୍ରାରମ୍ଭ ହେବା ସମୟରେ ଜାରି ମୂଲ୍ୟ ଅନୁଯାୟୀ ହେବ ।
ପ୍ରଭାବ:
କର୍କଟ ଚିକିତ୍ସା ପରିଣାମରେ ସୁଧାର ଉଦ୍ଦେଶ୍ୟ ସହିତ ପ୍ରଯୁକ୍ତି, ବାୟୋମେଡିକାଲ, କ୍ଲିନିକାଲ ତଥା ଫାର୍ମାସ୍ୟୁଟିକାଲ ନବୋନ୍ମେଷରେ ବୃଦ୍ଧି ସତ୍ତ୍ୱେ କର୍କଟ ରୋଗର ଚିକିତ୍ସା କ୍ଷେତ୍ରରେ ବୃଦ୍ଧି ପାଉଥିବା ଖର୍ଚ୍ଚକୁ ପୂରଣ କରିବାରେ ବିଶ୍ୱ ବୋଝରେ ଦବିଥିବା ସ୍ୱାସ୍ଥ୍ୟ ପ୍ରଣାଳୀ ସମ୍ପୂର୍ଣ୍ଣ ଭାବେ ହ୍ରାସ ହୋଇପାରିବ ନାହିଁ ।
ଭାରତ-ୟୁକେ କର୍କଟ ଗବେଷଣା ପଦକ୍ଷେପ ଶ୍ରେଷ୍ଠ ଗବେଷକ, ବୈଜ୍ଞାନିକ, ସ୍ୱାସ୍ଥ୍ୟସେବା ସଙ୍ଗଠନ ତଥା ସଂସ୍ଥାନମାନଙ୍କୁ ପରସ୍ପର ସହିତ ଜଡିତ ହେବାରେ ସହଯୋଗ ପାଇଁ ରୂପରେଖ ପ୍ରସ୍ତୁତ କରିଛନ୍ତି, ଯାହାଫଳରେ କି କର୍କଟ ଚିକିତ୍ସା ପାଇଁ ଉଚ୍ଚମୂଲ୍ୟ ଏବଂ କମ ନିବେଶର ବହୁ ବିଷୟକ ଗବେଷଣା ମଞ୍ଚ ପ୍ରସ୍ତୁତ ହୋଇପାରିବ । ଏହି ପଦକ୍ଷେପ ମାଧ୍ୟମରେ ଡକ୍ଟୋରେଟ, ଡକ୍ଟୋରେଟ ପରବର୍ତ୍ତୀସ୍ତରର ଗବେଷକ ଏବଂ ପ୍ରାରମ୍ଭିକ କ୍ୟାରିଅରର ବୈଜ୍ଞାନିକମାନଙ୍କ ସଂଖ୍ୟାରେ ବୃଦ୍ଧି ହେବ । ଏପରି କ୍ଷେତ୍ରରେ ଗବେଷକମାନଙ୍କୁ କେବଳ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳରେ ପ୍ରଶିକ୍ଷିତ କରାଯିବ ନାହିଁ, ବରଂ ସେମାନଙ୍କୁ ଆବଶ୍ୟକ ନେତୃତ୍ୱ ଏବଂ ପ୍ରକଳ୍ପ ପରିଚାଳନା କୌଶଳରେ ପ୍ରଶିକ୍ଷିତ କରାଯିବ, ଯାହାଫଳରେ କି ସେମାନଙ୍କୁ ଏକାଡେମୀ କ୍ଷେତ୍ର ଏବଂ ସମ୍ବନ୍ଧିତ ବାୟୋ-ଫାର୍ମା ଉଦ୍ୟୋଗରେ ନିଶ୍ଚିତ ଅବଧିର ଗବେଷଣା କାର୍ଯ୍ୟ ପ୍ରାପ୍ତ କରିବାରେ ସହାୟତା ମିଳିବ ।
*****