Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କର୍ଣ୍ଣାଟକର ଉଡୁପିସ୍ଥିତ ଶ୍ରୀ ପେଜବର ଅଧୋକ୍ଷଜ ମଠର ଶ୍ରୀ ଶ୍ରୀ ବିଶ୍ୱପ୍ରସନ୍ନ ତୀର୍ଥ ସ୍ୱାମୀଜୀଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ

କର୍ଣ୍ଣାଟକର ଉଡୁପିସ୍ଥିତ ଶ୍ରୀ ପେଜବର ଅଧୋକ୍ଷଜ ମଠର ଶ୍ରୀ ଶ୍ରୀ ବିଶ୍ୱପ୍ରସନ୍ନ ତୀର୍ଥ ସ୍ୱାମୀଜୀଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକର ଉଡୁପିସ୍ଥିତ ଶ୍ରୀ ପେଜବର ଅଧୋକ୍ଷଜ ମଠର ଶ୍ରୀ ଶ୍ରୀ ବିଶ୍ୱପ୍ରସନ୍ନ ତୀର୍ଥ ସ୍ୱାମୀଜୀଙ୍କୁ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ସାକ୍ଷାତ କରିଛନ୍ତି

ପ୍ରଧାନମନ୍ତ୍ରୀ ପଦ୍ମ ବିଭୂଷଣ ୟତିକୁଲା ଚକ୍ରବର୍ତ୍ତୀ ଶ୍ରୀ ବିଶ୍ୱେଶ ତୀର୍ଥ ସ୍ୱାମୀଜୀଙ୍କ ଜନ୍ମ ଶତବାର୍ଷିକୀ ସମାରୋହର ଲୋଗୋ ଉନ୍ମୋଚନ କରିଥିଲେ ସେ କହିଥିଲେ ଯେ ତାଙ୍କର ଭକ୍ତି, ଶିକ୍ଷା ଏବଂ ସେବାର ଜୀବନ ଅଗଣିତ ଲୋକଙ୍କୁ ଅନୁପ୍ରାଣିତ କରୁଛି ଶ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ତାଙ୍କ ମହାନ ଆଦର୍ଶକୁ ଆହୁରି ଆଗକୁ ନେଇଯିବ

ଏକ୍ସ ଉପରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ସେୟାର କରିଛନ୍ତି:

ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହିତ ଉଡୁପି ସ୍ଥିତ ଶ୍ରୀ ପେଜବର ଅଧୋକ୍ଷଜ ମଠଶ୍ରୀ ବିଶ୍ୱପ୍ରସନ୍ନ ତୀର୍ଥ ସ୍ୱାମୀଜୀଙ୍କୁ ଭେଟିଥିଲେ

ପଦ୍ମ ବିଭୂଷଣ ୟତିକୁଲା ଚକ୍ରବର୍ତ୍ତୀ ଶ୍ରୀ ବିଶ୍ୱେଶ ତୀର୍ଥ ସ୍ୱାମୀଜୀଙ୍କ ଜନ୍ମ ଶତବାର୍ଷିକୀ ସମାରୋହର ଲୋଗୋ ଉନ୍ମୋଚନ କରିଥିଲେ ତାଙ୍କର ଭକ୍ତି, ଶିକ୍ଷା ଏବଂ ସେବାର ଜୀବନ ଅଗଣିତ ଲୋକଙ୍କୁ ପ୍ରେରଣା ଦେଉଛି ତାଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ତାଙ୍କ ମହାନ ଆଦର୍ଶକୁ ଆହୁରି ଆଗକୁ ନେଇଯିବ ।’’

HS