Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କାତାର ଅମୀରଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କାତାରର ଅମୀର ଶେଖ୍ ତମିମ ବିନ ହମଦ ଅଲ୍ ଥାନିଙ୍କ ସହ କଥା ହୋଇଛନ୍ତି

କଥାବର୍ତ୍ତା ସମୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତ କାତାର ସହିତ ଏକତ୍ର ଠିଆ ହୋଇଛି ଏବଂ ଏହାର ସାର୍ବଭୌମତ୍ୱ ଏବଂ କ୍ଷେତ୍ରୀୟ ଅଖଣ୍ଡତାର ଯେକୌଣସି ଉଲ୍ଲଂଘନକୁ ଦୃଢ଼ ନିନ୍ଦା କରେ

ଦୁଇ ନେତା ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ଏହି କ୍ଷେତ୍ରରେ ଶାନ୍ତି ଏବଂ ସ୍ଥିରତା ଫେରାଇ ଆଣିବାର ତତ୍‌କାଳ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ

ପ୍ରଧାନମନ୍ତ୍ରୀ ଏହି ଆହ୍ୱାନପୂର୍ଣ୍ଣ ସମୟରେ କାତାରରେ ଭାରତୀୟ ସମ୍ପ୍ରଦାୟକୁ କାତାର ନେତୃତ୍ୱ ଦ୍ୱାରା ପ୍ରଦାନ କରାଯାଉଥିବା ନିରନ୍ତର ସମର୍ଥନ ଏବଂ ଯତ୍ନ ପାଇଁ ମଧ୍ୟ କୃତଜ୍ଞତା ଜଣାଇଥିଲେ

ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି;

“ମୋ ଭାଇ, କାତାରର ଅମୀର ଶେଖ ତମିମ ବିନ୍ ହମଦ ଅଲ୍ ଥାନିଙ୍କ ସହ କଥା ହେଲି ଆମେ କାତାର ସହିତ ଦୃଢ଼ ଭାବରେ ଏକତାର ସହ ରହିଛୁ ଏବଂ ଏହାର ସାର୍ବଭୌମତ୍ୱ ତଥା କ୍ଷେତ୍ରୀୟ ଅଖଣ୍ଡତାର ଯେକୌଣସି ଉଲ୍ଲଂଘନର ଦୃଢ଼ ନିନ୍ଦା କରୁଛୁ ଆମେ ଆଲେଚନା ଏବଂ କୂଟନୀତି ମାଧ୍ୟମରେ ଏହି କ୍ଷେତ୍ରରେ ଶାନ୍ତି ଏବଂ ସ୍ଥିରତା ଫେରାଇ ଆଣିବାର ତତ୍‌କାଳ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲୁ ଏହି ଆହ୍ୱାନପୂର୍ଣ୍ଣ ସମୟରେ କାତାରରେ ଭାରତୀୟ ସମ୍ପ୍ରଦାୟ ପାଇଁ ତାଙ୍କର ନିରନ୍ତର ସମର୍ଥନ ଏବଂ ଯତ୍ନ ନିମନ୍ତେ ମୁଁ ମଧ୍ୟ ମୋର କୃତଜ୍ଞତା ଜଣାଇଥିଲି

@TamimBinHamad”

 

SR