ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କୃଷି ରପ୍ତାନୀ ନୀତି, 2018କୁ ମଞ୍ଜୁରି ପ୍ରଦାନ କରାଯାଇଛି । ଏହା ବ୍ୟତୀତ କ୍ୟାବିନେଟ ଏକ କେନ୍ଦ୍ର ସ୍ତରରେ ଏକ ମନିଟରିଂ ଢାଞ୍ଚା ଗଠନ କରି ଏଥିରେ ବାଣିଜ୍ୟ ମନ୍ତ୍ରୟଣାଳୟକୁ ନୋଡ଼ାଲ ବିଭାଗ ଭାବେ ରଖିବା ସକାଶେ ସ୍ଥିର କରିଛନ୍ତି । ଏଥିରେ ବିଭିନ୍ନ ମନ୍ତ୍ରଣାଳୟ/ବିଭାଗ ଏବଂ ରାଜ୍ୟ ସରକାରମାନଙ୍କ ସଂପୃକ୍ତ ଏଜେନ୍ସିମାନଙ୍କ ପ୍ରତିନିଧି ରହିବେ ଯାହାକି କୃଷି ରପ୍ତାନୀ ନୀତିର ଉପଯୁକ୍ତ ପ୍ରବର୍ତ୍ତନକୁ ଲକ୍ଷ୍ୟ କରିପାରିବେ ।
ସରକାର 2022 ମସିହା ସୁଦ୍ଧା ଦେଶର କୃଷକମାନଙ୍କ ଉପାର୍ଜନକୁ ଦ୍ୱିଗୁଣିତ କରିବା ସକାଶେ ଏକ ନୀତି ପ୍ରଣୟନ କରିଛନ୍ତି । କୃଷିଜାତ ଦ୍ରବ୍ୟର ରପ୍ତାନୀ ଏ ଦିଗରେ ଲକ୍ଷ୍ୟ ହାସଲ କରିବା ସକାଶେ ଏକ ଗୁରତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ । ସେଥିପାଇଁ ସରକାର କୃଷି ରପ୍ତାନୀ ନୀତିକୁ ଅଧିକ ବ୍ୟାପକ କରିବା ଲାଗି ସ୍ଥିର କରିଛନ୍ତି । ଏହା ଦ୍ୱାରା ଦେଶର କୃଷକ ଏବଂ ସେମାନଙ୍କର ଉତ୍ପାଦକୁ ବିଶ୍ୱ ଭାଲ୍ୟୁ ଚେନ୍ ସହ ଯୋଡ଼ାଯାଇ ପାରିବ । ଏହି ନୀତିରେ ଉପଯୁକ୍ତ ନୀତି ସଂସାଧନ ଜରିଆରେ ଦେଶର କୃଷି ଉତ୍ପାଦକୁ ବିଶ୍ୱ ବଜାରରେ ପହଞ୍ଚାଇବା ଏବଂ କୃଷି କ୍ଷେତ୍ରରେ ଏକ ବିଶ୍ୱ ମହାଶକ୍ତିରେ ପରିଣତ ହେବାର ଳକ୍ଷ୍ୟ ରଖାଯାଇଛି ।
ଉଦ୍ଦେଶ୍ୟ:
ଏଥିପାଇଁ କୃଷି ରପ୍ତାନୀ ନୀତିରେ ଆବଶ୍ୟକ ସଂଶୋଧନ ସକାଶେ ବିଭିନ୍ନ ପ୍ରକାର ସୁପାରିଶକୁ ବିଚାର କରି ସରକାର ଏଭଳି ସିଦ୍ଧାନ୍ତ ଗ୍ରହଣ କରିଛନ୍ତି ।
**************