Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କେନ୍ଦ୍ର କ୍ୟାବିନେଟର ପ୍ରଥମ ବୈଠକରେ ଐତିହାସିକ ନିଷ୍ପତ୍ତି


  • ଦେଶର ସମସ୍ତ କୃଷକଙ୍କୁ ପିଏମ-କୃଷକ ଯୋଜନାରେ କରାଯିବ ସାମିଲ
  • ଜମି ପରିମାଣ ଯାହା ହୋଇଥାଉ ନା କାହିଁକି ପିଏ- କିଷାନ ଯୋଜନାରେ ସମସ୍ତ ଯୋଗ୍ୟ କୃଷକ ପରିବାରଙ୍କୁ ସାମିଲ ପାଇଁ କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି
  • କୃଷକମାନଙ୍କ ପାଇଁ ସବୁ ପ୍ରମୁଖ ଯୋଜନାର ପ୍ରତିଶ୍ରୁତି ପାଳନ କଲେ ପ୍ରଧାନମନ୍ତ୍ରୀ
  • ଏହି ଯୋଜନାରୁ ଦେଶର 14.5 କୋଟି କୃଷକ ହେବ ଉପକୃତ

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି କେନ୍ଦ୍ର କ୍ୟାବିନେଟର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅନେକଗୁଡ଼ିଏ ଐତିହାସିକ ନିଷ୍ପତ୍ତି ଗ୍ରହଣ କରାଯାଇଛି । ତଦନୁସାରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଯୋଜନାର ପରିସରକୁ ବ୍ୟାପକ ଭାବେ ବୃଦ୍ଧି କରାଯାଇଛି । କ୍ୟାବିନେଟର ଏହି ନିଷ୍ପତ୍ତି ଦ୍ାରା ସମସ୍ତ ଯୋଗ୍ୟ କୃଷକ ସେମାନଙ୍କର ଚାଷ ଜମି ପରିମାଣ ଯାହା ହୋଇଥାଉ ନା କାହିଁକି (ଏଥିପାଇଁ ଅବଶ୍ୟ ବାଦ ସର୍ତ୍ତାବଳୀ ପ୍ରଯୁଜ୍ୟ) ସେମାନଙ୍କୁ ଏହି ଯୋଜନାର ସୁଫଳରେ ସାମିଲ କରାଯାଇଛି ।

ଅଧିକ ହିତାଧିକାରୀ, ବ୍ୟାପକ ପ୍ରଗତି:

ସଂଶୋଧିତ ଏହି ଯୋଜନାରେ ପାଖାପାଖି 2 କୋଟିରୁ ଅଧିକ କୃଷକ ସାମିଲ ହୋଇପାରିବେ ଯାହା ଫଳରେ ପିଏମ-କିଷାନ ଯୋଜନା କଭରେଜରେ ପାଖାପାଖି 14.5କୋଟି ହିତାଧିକାରୀ ସାମିଲ ହେବେଏଥିପାଇଁ 2019-20ଆର୍ଥିକ ବର୍ଷରେ କେନ୍ଦ୍ର ସରକାର 87,217.50 କୋଟି ଟଙ୍କା ବ୍ୟୟ କରିବେ ।

ପ୍ରମୁଖ ପ୍ରତିଶ୍ରୁତି:

 

ଆଜିର କ୍ୟାବିନେଟ ବୈଠକରେ ପିଏମ- କିଷାନ ଯୋଜନାର ପରିସରକୁ ବ୍ୟାପକ କରିବା ସକାଶେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ଯାହାକି ପ୍ରଧାନମନ୍ତ୍ରୀ 2019 ସାଧାରଣ ନିର୍ବାଚନ ସମୟରେ ଦେଶବାସୀଙ୍କୁ ଏକ ପ୍ରମୁଖ ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ବିଜେପି ନିର୍ବାଚନୀ ଇସ୍ତାହାରରେ ଏହାକୁ ମଧ୍ୟ ଏକ ପ୍ରମୁଖ ନୀତିଗତ ନିଷ୍ପତ୍ତି ଭାବେ ସାମିଲ କରାଯାଇଥିଲା ।

ଏଠାରେ ସୂଚନାଯୋଗ୍ୟ ଯେ କେତେକ କାର୍ଯ୍ୟାନ୍ୟନ ପ୍ରସଙ୍ଗ ଯଥା ଝାଡ଼ଖଣ୍ଡରେ ସର୍ବଶେଷ ଜମି ରେକର୍ଡ଼ ଉପଲବ୍ଧ ନହେବା ଏବଂ ଆସାମ, ମେଘାଳୟ ଓ ଜାମ୍ମୁ ଓ କାଶ୍ମୀର ଭଳି ରାଜ୍ୟରେ ଆଧାର ବ୍ୟବସ୍ଥା ପହଞ୍ଚି ନଥିବାରୁ କୃଷକମାନଙ୍କୁ ଏହି ଯୋଜନାର ସୁଫଳ ପାଇବାରେ କଷ୍ଟ ହେଉଥିଲା ।

ପିଏମ-କିଷାନ: କୃଷକମାନଙ୍କ ପାଇଁ ଏକ ଯୁଗାନ୍ତକାରୀ ପ୍ରୋତ୍ସାହନ ବ୍ୟବସ୍ଥା:

ପିଏମ-କିଷାନ ଯୋଜନାର ଆରମ୍ଭ 2019-20ଆର୍ଥିକ ବର୍ଷ ପାଇଁ ମଧ୍ୟବର୍ତ୍ତୀ ବଜେଟ ଉପସ୍ଥାପନ କାଳରେ ହିଁ କରାଯାଇଥିଲା ।

ପିଏମ-କିଷାନ ଯୋଜନାର ପ୍ରମୁଖ୍ୟ ବୈଶିଷ୍ଟ ହେଲା ଏହା ଯେ ସାରା ଦେଶର  କ୍ଷୁଦ୍ର ଓ ନାମମାତ୍ର ଭୂମି ଥିବା କୃଷକମାନଙ୍କ ପରିବାରଙ୍କୁ ଯାହାଙ୍କର କି 2 ହେକ୍ଟର ପର୍ଯ୍ୟନ୍ତ ଚାଷଯୋଗ୍ୟ ଜମି ରହିଛି ସେମାନଙ୍କୁ 6000 ଟଙ୍କା ଆୟ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ(ଆଜି ଏହାର ପରିସରକୁ ବୃଦ୍ଧି କରାଯାଇଛି)

ଏହି ରାଶିକୁ ତିନିଟି 2000 ଟଙ୍କିଆ ମାସିକ କିସ୍ତିରେ ବିଭକ୍ତ କରାଯାଇଛି ଏବଂ ପ୍ରତ୍ୟେକ କିସ୍ତି ଗୋଟିଏ ବର୍ଷ ଭିତରେ ପ୍ରଦାନ କରାଯିବ ଏବଂ ତାହା ହିତାଧିକାରୀଙ୍କ ବ୍ୟାଙ୍କ୍‌ ଜମାଖାତାରେ ସିଧାସଳଖ ପୈଠ କରାଯିବ  ଏହା ଡ଼ିବିଟି ମୋଡ଼ରେ ସଂପାଦନ କରାଯିବ ।

ଏହି ଯୋଜନା ରେକର୍ଡ଼ ମାତ୍ର ତିନି ସପ୍ତାହ ଭିତରେ ଆରମ୍ଭ କରାଯାଇଥିଲା  । ଫେବୃଆରୀ 24 ତାରିଖ ଦିନ ଉତ୍ତର ପ୍ରଦେଶର ଗୋରଖପୁରଠରେ ଏକ ବିଶାଳ କାର୍ଯ୍ୟକ୍ରମରେ ଅନେକ କୃଷକଙ୍କୁ ଏହି ଯୋଜନାର ପ୍ରଥମ କିସ୍ତି ରାଶି ପ୍ରଦାନ କରାଯାଇଥିଲା ।

ଏଯାବତ୍‌ ଦେଶର 3.11କୋଟି ହିତାଧିକାରୀଙ୍କୁ ପ୍ରଥମ କିସ୍ତି ରାଶି ଯୋଗାଇ ଦିଆଯାଇଥିବା ବେଳେ 2.66 କୋଟି ହିତାଧିକାରୀଙ୍କୁ ଦ୍ିତୀୟ କିସ୍ତି ରାଶି ପ୍ରଦାନ କରାଯାଇଛି । ହିତାଧିକାରୀ କୃଷକଙ୍କ ବ୍ୟାଙ୍କ ଜମାଖାତାରେ ସିଧାସଳଖ ଏହି ରାଶି ଜମା କରାଯାଇଛି

ନୂତନ ଉତ୍ସାହର ସହ ଦେଶର ଅନ୍ନଦାତାଙ୍କ ସେବା:

ବାରମ୍ବାର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକଥା ସସମ୍ମାନେ ଦୋହରାଇ ଆସିଛନ୍ତି ଯେ ଭାରତର କୃଷକମାନଙ୍କୁ ଉପଯୁକ୍ତ ସମ୍ମାନ ମିଳିବା ଉଚିତ । ଦେଶର କୃଷକମାନଙ୍କୁ ସେ ଅନ୍ନଦାତା ବୋଲି ଅଭିହିତ କରିଛନ୍ତି ଯେଉଁମାନେ କି କଠିନ ଶ୍ରମ ସ୍ୀକାର କରି 1.3 ବିଲିୟନ ଭାରତୀୟଙ୍କ ପାଇଁ ଖାଦ୍ୟ ଉତ୍ପାଦନ କରୁଛନ୍ତି ।

2014 ଠାରୁ 2019 ମଧ୍ୟରେ ଦେଶର କୃଷକମାନଙ୍କୁ ସଶକ୍ତ କରିବା ସକାଶେ ଅନେକ ଯୋଜନା କାର୍ଯ୍ୟକାରୀ ହୋଇଛି । ସେଥିମଧ୍ୟରେ 22 ପ୍ରକାର କୃଷିଜାତ ଉତ୍ପାଦନ ପାଇଁ ସର୍ବନିମ୍ନ ସହାୟକ ରାଶି (ଏମଏସପି) ବୃଦ୍ଧି, ମୃତ୍ତିକା ସ୍ାସ୍ଥ୍ୟ କାର୍ଡ଼, ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା, ପ୍ରଧାନମନ୍ତ୍ରୀ କିଷାନ ସମ୍ପଦ ଯୋଜନା, ଇ-ନାମ୍‌ ଭଳି ବଜାର ଯୋଜନା ଆଦି ସାମିଲ । ଏହିସବୁ ପଦକ୍ଷେପ କୃଷିକୁ ଅଧିକ ସମୃଦ୍ଧ କରିବା ସହ କୃଷକମାନଙ୍କ ଉତ୍ପାଦନ ଓ ଉପାର୍ଜନ ବୃଦ୍ଧିରେ ସହାୟକ ହୋଇଛି । ଏହା 2022 ମସିହା ସୁଦ୍ଧା  ସ୍ାଧୀନତାର 75ତମ ବାର୍ଷିକୀ ଅବସରରେ ଦେଶର କୃଷକମାନଙ୍କ ଉପାର୍ଜନକୁ ଦ୍ିଗୁଣିତ କରିବା ସକାଶେ ପ୍ରଧାନମନ୍ତ୍ରୀଙ୍କ ସ୍ପ୍ନକୁ ସାକାର କରିବା ଦିଗରେ ବିଶେଷ ଭାବେ ସହାୟକ ହେବ ।