Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଭାରତ-ଜାପାନ ସହଯୋଗ ବୁଝାମଣାକୁ କ୍ୟାବିନେଟର ଅନୁମୋଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଭାରତ ଏବଂ ଜାପାନ ମଧ୍ୟରେ ସହଯୋଗ ବୁଝାମଣା (ଏମଓସି)କୁ ଅନୁମୋଦନ କରିଛନ୍ତି ।

ଲାଭ : ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଭାରତ ଏବଂ ଜାପାନ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗ ଫଳରେ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଉଭୟ ଦେଶକୁ ଆପୋସ ଲାଭ ମିଳିପାରିବ । ଏହା ଦୁଇ ଦେଶରେ ଖାଦ୍ୟ ପ୍ରକ୍ରିୟାକରଣର ଶ୍ରେଷ୍ଠ ପ୍ରଚଳନ ଗୁଡିକୁ ପ୍ରୋତ୍ସାହିତ କରିବ । ଏଥିସହିତ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରର ଉନ୍ନତି ସହିତ ଏହାକୁ ଉନ୍ନତ ବଜାର ପହଁଚ, ସମାନତା ଏବଂ ସମାବେଶୀକରଣ ଦିଗରେ ଆଗେଇ ନେବ ।

ଅଭିନବ କୌଶଳ ଏବଂ ପ୍ରକ୍ରିୟାର ପ୍ରଚଳନ ମାଧ୍ୟମରେ ଏହି ସହଯୋଗ ବୁଝାମଣା ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରର ଉନ୍ନତି ଦିଗରେ ଆଗେଇ ନେବ । ଶ୍ରେଷ୍ଠ ପ୍ରଚଳନ ଏବଂ ଉନ୍ନତ ବଜାର ଉପଲବ୍ଧତା ଦ୍ୱାରା ଏହା ଦେଶରେ ଖାଦ୍ୟ ପ୍ରକ୍ରିୟାକରଣକୁ ବଢ଼ାଇବ ।

**********