ପିଏମଇଣ୍ଡିଆ
ତାମିଲନାଡ଼ୁର ଚେନ୍ନାଇରେ କୋଠା ଭୁଶୁଡ଼ି ଲୋକେ ମୃତାହତ ହେବା ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ। ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ।
ପ୍ରଧାନମନ୍ତ୍ରୀ ପିଏମଏନଆରଏଫ ପକ୍ଷରୁ ପ୍ରତ୍ୟେକ ମୃତକଙ୍କ ପରିଜନଙ୍କ ପାଇଁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଅନୁକମ୍ପା ସହାୟତା ଘୋଷଣା କରାଯାଇଛି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ପୋଷ୍ଟ ହୋଇଛି:
“ତାମିଲନାଡ଼ୁର ଚେନ୍ନାଇରେ କୋଠା ଭୁଶୁଡ଼ିବା ଘଟଣାରେ ଗଭୀର ଦୁଃଖିତ । ଏହି ଦୁଃଖର ସମୟରେ ପ୍ରଭାବିତ ବ୍ୟକ୍ତି ଏବଂ ସେମାନଙ୍କ ପରିଜନଙ୍କ ପାଇଁ ମୋର ସମବେଦନା । ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି ।
ପିଏମଏନଆରଏଫ ପକ୍ଷରୁ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଆହତଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରାଯିବ: ପ୍ରଧନମନ୍ତ୍ରୀ @narendramodi”
SR
Saddened by the mishap due to the collapse of a building in Chennai, Tamil Nadu. My thoughts are with the affected people and their families in this difficult hour. Praying for the speedy recovery of the injured.
— PMO India (@PMOIndia) September 30, 2025
An ex-gratia of Rs. 2 lakh from PMNRF would be given to the next…