Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜାତୀୟ ନ୍ୟାସର ଅଧ୍ୟକ୍ଷ ଏବଂ ସଦସ୍ୟମାନଙ୍କ ନିର୍ଦ୍ଧାରିତ କାର୍ଯ୍ୟକାଳକୁ କ୍ୟାବିନେଟ ଅନୁମୋଦନ


ଜାତୀୟ ନ୍ୟାସର ଅଧ୍ୟକ୍ଷ ଏବଂ ବୋର୍ଡ ସଦସ୍ୟମାନଙ୍କ କାର୍ଯ୍ୟକାଳ 3 ବର୍ଷ ଲାଗି ଧାର୍ଯ୍ୟ କରିବା ନିମନ୍ତେ ଜାତୀୟ ନ୍ୟାସ ଅଧିନିୟମ 1999ର ଧାରା 4(1) ତଥା ଧାରା 5(1)ରେ ସଂଶୋଧନ ଅଣାଯିବ । ଏ ସଂକ୍ରାନ୍ତ ପ୍ରସ୍ତାବକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମଞ୍ଜୁରି ମିଳିଛି ।

ଜାତୀୟ ନ୍ୟାସ ଅଧିନିୟମ 1999ର ଧାରା 4(1)ରେ ବ୍ୟବସ୍ଥା ରହିଛି ଯେ ଜାତୀୟ ନ୍ୟାସର ଅଧ୍ୟକ୍ଷ କିମ୍ବା ବୋର୍ଡର କୌଣସି ଜଣେ ସଦସ୍ୟ ନିଜ ଉତ୍ତରାଧିକାରୀ ବିଧିବଦ୍ଧ ଭାବେ ନିଯୁକ୍ତ ନହେବା ପର୍ଯ୍ୟନ୍ତ ତିନି ବର୍ଷର ନିର୍ଦ୍ଧାରିତ ଅବଧି ପରେ ମଧ୍ୟ ପଦବୀରେ ରହିବେ । ଅଧ୍ୟକ୍ଷଙ୍କ ଇସ୍ତଫାପତ୍ର ବ୍ୟାପାରରେ ଅଧିନିୟମର ଧାରା 5(1)ରେ ବ୍ୟବସ୍ଥା କରାଯାଇଛି ଯେ ସରକାରଙ୍କ ଦ୍ୱାରା ସେମାନଙ୍କ ଉତ୍ତରାଧିକାରୀଙ୍କୁ ବିଧିବଦ୍ଧ ଭାବେ ନିଯୁକ୍ତ କରାଯିବା ପର୍ଯ୍ୟନ୍ତ ପଦବୀରେ ରହିବେ । ବର୍ତ୍ତମାନର ସ୍ୱରୂପରେ ଅଧିନିୟମର ଉପରୋକ୍ତ ବ୍ୟବସ୍ଥାଗୁଡ଼ିକର ଶବ୍ଦାବଳୀର ଫଳସ୍ୱରୂପ ଅଧ୍ୟକ୍ଷ ଅନିର୍ଦ୍ଦିଷ୍ଟ ଅବଧି ପର୍ଯ୍ୟନ୍ତ ପଦବୀରେ ରହୁଥିଲେ, ଯେପର୍ଯ୍ୟନ୍ତ ସେହି ପଦବୀ ନିମନ୍ତେ ଜଣେ ଉପଯୁକ୍ତ ଉତ୍ତରାଧିକାରୀ ନିଯୁକ୍ତ ହୋଇନାହାନ୍ତି । ଅଧିନିୟମରେ ରହିଥିବା ଏସବୁ ବ୍ୟବସ୍ଥାରେ ପ୍ରସ୍ତାବିତ ସଂଶୋଧନ ହେବା ଫଳରେ କୌଣସି ପଦବୀଧାରୀଙ୍କ ପାଇଁ ଦୀର୍ଘ ସମୟ ପର୍ଯ୍ୟନ୍ତ ସମାନ ପଦବୀରେ ରହିବାର ସୁଯୋଗ ସମାପ୍ତ ହୋଇଯିବ ।

***