Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜାତୀୟ ମୂଳଧନୀ ସାମଗ୍ରୀ ନୀତିକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ


ଦେଶରେ ପ୍ରଥମ କରି ପ୍ରସ୍ତୁତ ଜାତୀୟ ମୂଳଧନୀ ସାମଗ୍ରୀ ନୀତିକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି । କେନ୍ଦ୍ର ଗୁରୁ ଶିଳ୍ପ ବିଭାଗ ପକ୍ଷରୁ ପ୍ରସ୍ତୁତ ଏହି ନୀତିକୁ ଆଜି (୨୫.୦୫.୨୦୧୬) ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୈଠକରେ ଆଲୋଚନା କରାଯିବା ସହ ମଞ୍ଜୁରୀ ପ୍ରଦାନ କରାଯାଇଛି ।

ନୂତନ ନୀତିର ଉଦେ୍ଦଶ୍ୟ ହେଲା ଦେଶ ଭିତରେ ମୂଳଧନୀ ସାମଗ୍ରୀର ବିନିର୍ମାଣକୁ ପ୍ରୋସôାହିତ କରିବା । ୨୦୧୪-୧୫ ଆର୍ଥିକ ବର୍ଷରେ ଦେଶରେ ମୋଟ ୨,୩୦,୦୦୦ କୋଟି ଟଙ୍କାର ମୂଳଧନୀ ସାମଗ୍ରୀ ଉତ୍ପାଦନ ହୋଇଥିବା ବେଳେ ୨୦୨୫ ସୁଦ୍ଧା ମୋଟ ୭,୫୦,୦୦୦ କୋଟି ଟଙ୍କାର ମୂଳଧନୀ ସାମଗ୍ରୀ ଉତ୍ପାଦନ ଲାଗି ମହତ୍ୱାକାଂକ୍ଷୀ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ନୂତନ ନୀତି ଆଧାରରେ ଦେଶରେ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ୩ କୋଟିକୁ ପହଂଚିବାର ଆକଳନ କରାଯାଇଛି । ଏବେ ଦେଶରେ ମୂଳଧନୀ ସାମଗ୍ରୀ ବିନିର୍ମାଣ କ୍ଷେତ୍ରରେ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ୮.୪ ନିୟୁତ ରହିଛି ।

ନୂତନ ମୂଳଧନୀ ସାମଗ୍ରୀ ନୀତିର ଆଉ ଏକ ଲକ୍ଷ୍ୟ ହେଲା ଯେ, ଏହି ସାମଗ୍ରୀର ରପ୍ତାନୀ ପରିମାଣ ସାମ୍ପ୍ରତିକ ୨୭ ପ୍ରତିଶତରୁ ୪୦ ପ୍ରତିଶତକୁ ବୃଦ୍ଧି କରିବା । କେବଳ ସେତିକି ନୁହଁ ଭାରତରେ ମୂଳଧନୀ ସାମଗ୍ରୀ ପାଇଁ ରହିଥିବା ଘରୋଇ ଚାହିଦାର ମୋଟ ୮୦ ପ୍ରତିଶତ ଦେଶ ଭିତରୁ ଉପଲବ୍ଧ ହେବ । ଏବେ ପ୍ରାୟ ୬୦ ପ୍ରତିଶତ ମୂଳଧନୀ ସାମଗ୍ରୀ ଦେଶରେ ବିନିର୍ମାଣ ହେଉଛି । ଏଥିରେ ଆଉ ୨୦ ପ୍ରତିଶତ ବୃଦ୍ଧି ଘଟିଲେ ଭାରତ ବାସ୍ତବପକ୍ଷେ ମୂଳଧନୀ ସାମଗ୍ରୀ ବିଦେଶକୁ ରପ୍ତାନୀ କରିବାରେ ବେଶ ସକ୍ଷମ ହେବ । ଏହି ଉଦ୍ୟୋଗର ବିଭିନ୍ନ ସ୍ତରରେ ଆଧୁନିକ ଟେକ୍ନୋଲୋଜି ବା ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ, କୁଶଳୀ ଶ୍ରମଶକ୍ତିର ଉପଯୋଗ, କଡା ମାନଦଣ୍ଡକୁ ସୁନିଶ୍ଚିତ କରିବା ଏବଂ ସୁକ୍ଷ୍ମ, ମଧ୍ୟମ ଓ କ୍ଷୁଦ୍ର ଉଦ୍ୟୋଗର ସାମର୍ଥ୍ୟ ବୃଦ୍ଧି ଏବଂ ସାମଗ୍ରୀକ ଅଭିବୃଦ୍ଧିକୁ ବଳ ଦେବା ଉପରେ ନୂତନ ନୀତିରେ ଲକ୍ଷ୍ୟ ରଖାଯାଇଛି ।

ବିଶ୍ୱରେ ଭାରତକୁ ମୂଳଧନୀ ସାମଗ୍ରୀ ବିନିର୍ମାଣର ଏକ ପ୍ରମୁଖ ପେଣ୍ଠ ରୂପେ ଗଢ଼ିବାର ଲକ୍ଷ୍ୟ ନେଇ ନୂତନ ନୀତି ପ୍ରସ୍ତୁତ କରାଯାଇଛି । ଏହାଛଡା ମେକ-ଇନ-ଇଣ୍ଡିଆ କାର୍ଯ୍ୟକ୍ରମ ମାଧ୍ୟମରେ ଭାରତରେ ବିନିର୍ମାଣ କ୍ଷେତ୍ରର ଅଭିବୃଦ୍ଧି ଲାଗି ମଧ୍ୟ ଲକ୍ଷ୍ୟ ରଖାଯାଇଛି । ତେବେ ଏକ ସମୟବଦ୍ଧ ଉପାୟରେ ଏହି ନୀତିର ଅଭିମୁଖ୍ୟ ହାସଲ କରିବା ଦିଗରେ କେନ୍ଦ୍ର ଗୁରୁ ଶିଳ୍ପ ବିଭାଗ ପଦକ୍ଷେପ ନେବ । ଡିସେମ୍ବର ୨୦୧୪ରେ ଅନୁଷ୍ଠିତ ମେକ-ଇନ-ଇଣ୍ଡିଆ ସମ୍ପର୍କୀତ ରାଷ୍ଟ୍ରୀୟ କର୍ମଶାଳାରେ ଗୁରୁ ଶିଳ୍ପ ବିଭାଗ ପକ୍ଷରୁ ମୂଳଧନୀ ସାମଗ୍ରୀ ନୀତି ପ୍ରସ୍ତୁତ କରିବା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରସ୍ତାବ ଦିଆଯାଇଥିଲା ।

**********