ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ସ୍ତରରେ ‘ଆଜାଦୀ କେ ଅମୃତ ମହୋତ୍ସବ ସେ ସ୍ୱର୍ଣ୍ଣିମ ଭାରତ କେ ଔର୍’ ସମାରୋହର ଶୁଭାରମ୍ଭ ଅବସରରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିଛନ୍ତି । ସେ ମଧ୍ୟ ବ୍ରହ୍ମା କୁମାରିଜ୍ ସଂସ୍ଥାର ସାତଟି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଲୋକସଭା ବାଚସ୍ପତି ଶ୍ରୀ ଓମ୍ ବିର୍ଲା, ରାଜସ୍ଥାନ ରାଜ୍ୟପାଳ ଶ୍ରୀ କଲରାଜ ମିଶ୍ରା, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଶ୍ରୀ ଅଶୋକ ଗେହଲଟ, ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ପଟେଲ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜି. କିଷନ ରେଡ୍ଡୀ, ଶ୍ରୀ ଭୂପେନ୍ଦର ଯାଦବ, ଶ୍ରୀ ଅର୍ଜ୍ଜୁନ ରାମ ମେଘୱାଲ, ଶ୍ରୀ ପୁରୁଷୋତ୍ତମ ରୂପାଲା ଏବଂ ଶ୍ରୀ କୈଳାସ ଚୌଧୁରୀ ପ୍ରମୁଖଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ ।
ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜାଦୀ କା ଅମୃତ ମହୋତ୍ସବ ସମାରୋହ ପାଳନ ଉପଲକ୍ଷେ, ବ୍ରହ୍ମା କୁମାରୀ ସଂସ୍ଥା ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ ଏକ ସ୍ଵର୍ଣ୍ଣିମ ଭାରତର ଭାବନା, ଅନୁଭବ ଏବଂ ପ୍ରେରଣାର ଏକ ପ୍ରତୀକ। ଗୋଟିଏ ପଟେ ବ୍ୟକ୍ତିଗତ ଆକାଂକ୍ଷା ଓ ସଫଳତା ଏବଂ ଅନ୍ୟପଟେ ଜାତୀୟ ଆକାଂକ୍ଷା ଓ ସଫଳତା ମଧ୍ୟରେ କୌଣସି ଫରକ ନାହିଁ ବୋଲି ସେ କହିଥିଲେ। ଆମର ପ୍ରଗତି ରାଷ୍ଟ୍ରର ପ୍ରଗତି ଉପରେ ନିର୍ଭରଶୀଳ ବୋଲି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ। ଆମକୁ ନେଇ ରାଷ୍ଟ୍ରର ଅସ୍ଥିତ୍ୱ ରହିଛି ଏବଂ ଆମେ ରାଷ୍ଟ୍ର ମାଧ୍ୟମରେ ତିଷ୍ଠି ରହିଛୁ । ଆଜି ରାଷ୍ଟ୍ର ଯାହାସବୁ କରୁଛି ସେଥିରେ ‘ସବକା ପ୍ରୟାସ’ (ସମସ୍ତଙ୍କ ପ୍ରୟାସ) ସାମିଲ ରହିଛି ବୋଲି ସେ କହିଥିଲେ। ସେ ଆହୁରି କହିଥିଲେ ଯେ ଆଜି ‘‘ସବକା ସାଥ୍ ସବ୍କା ବିକାଶ ସବକା ବିଶ୍ୱାସ ସବକା ପ୍ରୟାସ’’ ଦେଶର ମାର୍ଗଦର୍ଶୀ ଲକ୍ଷ୍ୟ ହୋଇଛି ।
ପ୍ରଧାନମନ୍ତ୍ରୀ କହିଥିଲେ, ଆଜି ଆମେ ଏପରି ଏକ ଭାରତର ଅଭ୍ୟୁଦୟରେ ସାକ୍ଷୀ ରହିଛୁ ଯାହାର ବିଚାର ଓ ଦୃଷ୍ଟିକୋଣ ଅଭିନବ ଏବଂ ନିର୍ଣ୍ଣୟ ପ୍ରଗତିଶୀଳ। ସେ କହିଥିଲେ ଯେ, ଆମେ ଆଜି ଏକ ଭେଦଭାବମୁକ୍ତ ବ୍ୟବସ୍ଥା ନିର୍ମାଣ କରୁଛୁ । ଆମେ ଏପରି ଏକ ସମାଜ ଗଠନ କରୁଛୁ ଯାହା ସମାନତା ଓ ସାମାଜିକ ନ୍ୟାୟର ମୂଳଦୁଆ ଉପରେ ଦୃଢ଼ ଭାବେ ଛିଡ଼ା ହୋଇ ରହିଛି।
ଭାରତୀୟ ପରମ୍ପରାରେ ନାରୀମାନଙ୍କୁ ସର୍ବଦା ସମ୍ମାନ ତଥା ଗୁରୁତ୍ୱ ଦିଆଯାଇ ଆସୁଥିବା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ସେ କହିଥିଲେ, ଯେତେବେଳେ ସମଗ୍ର ବିଶ୍ୱ ଘନ ଅନ୍ଧକାର ତଥା ମହିଳାଙ୍କ ସମ୍ପର୍କରେ ପୁରୁଣା ଚିନ୍ତାଧାରାରେ ବାନ୍ଧି ହୋଇ ରହିଥିଲା ଭାରତ ମହିଳାମାନଙ୍କୁ ମାତୃଶକ୍ତି ଓ ଦେବୀ ରୂପରେ ପୂଜା କରୁଥିଲା। ଆମ ପାଖରେ ଗାର୍ଗୀ, ମୈତ୍ରେୟୀ, ଅନୁସୂୟା, ଅରୁନ୍ଧତୀ ଓ ମଦାଳସାଙ୍କ ଭଳି ନାରୀମାନେ ଥିଲେ ଯେଉଁମାନେ ସମାଜକୁ ଜ୍ଞାନ ଦେଉଥିଲେ। ଭାରତ ଇତିହାସର ବିଭିନ୍ନ କାଳଖଣ୍ଡରେ ବିଶିଷ୍ଟ ମହିଳାମାନଙ୍କର ଯୋଗଦାନ ବିଷୟରେ ପ୍ରଧାନମନ୍ତ୍ରୀ ଅବତାରଣା କରିଥିଲେ। ସଙ୍କଟଗ୍ରସ୍ତ ମଧ୍ୟଯୁଗରେ, ପନ୍ନା ଦାଇ ଓ ମୀରା ବାଈଙ୍କ ଭଳି ମହିୟସୀ ମହିଳାମାନେ ଭାରତରେ ଜନ୍ମ ନେଇଥିଲେ ବୋଲି ପ୍ରଧାନମନ୍ତ୍ରୀ ସ୍ମରଣ କରି କହିଥିଲେ। ସ୍ୱାଧୀନତା ଆନ୍ଦୋଳନ ସମୟରେ ମଧ୍ୟ ବହୁ ମହିଳାମାନେ ଦେଶ ପାଇଁ ବଳିଦାନ ଦେଇଥିଲେ। କିଟ୍ଟୁରର ରାଣୀ ଚେନ୍ନାମ୍ମାଙ୍କ ଠାରୁ ଆରମ୍ଭ କରି ମାତଙ୍ଗିନୀ ହାଜରା, ରାଣୀ ଲକ୍ଷ୍ମୀବାଇ, ବୀରାଙ୍ଗନା ଝଲକାରୀ ବାଈଙ୍କ ପର୍ଯ୍ୟନ୍ତ, ସାମାଜିକ କ୍ଷେତ୍ରରେ ଅହିଲ୍ୟାବାଈ ହୋଲକର ଓ ସାବିତ୍ରୀବାଈ ଫୁଲେଙ୍କ ଭଳି ମହିୟସୀ ମହିଳା ଭାରତର ଗୌରବ ବୃଦ୍ଧି କରିଥିବା ପ୍ରଧାନମନ୍ତ୍ରୀ କହିଥିଲେ। ମହିଳାମାନଙ୍କର କଲ୍ୟାଣ ନିମନ୍ତେ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ବିକାଶମୂଳକ ପଦକ୍ଷେପ ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ସେନାବାହିନୀରେ ମହିଳାଙ୍କ ଭର୍ତ୍ତି, ମାତୃତ୍ୱ ଅବକାଶ ଅବଧି ବୃଦ୍ଧି, ଅଧିକ ଭୋଟଦାନ ଅଧିକାର ସହ ଉନ୍ନତ ରାଜନୈତିକ ସହଭାଗିତା, ମନ୍ତ୍ରୀ ପରିଷଦରେ ଅଧିକ ସଂଖ୍ୟକ ମହିଳାମାନଙ୍କ ପ୍ରତିନିଧିତ୍ୱ ଭଳି ପଦକ୍ଷେପ ମହିଳାମାନଙ୍କର ଆତ୍ମବିଶ୍ୱାସ ବଢ଼ାଇଛି ବୋଲି ସେ କହିଥିଲେ।
ଆମ ସଂସ୍କୃତି, ପରମ୍ପରା, ନୀତି ଆଦର୍ଶକୁ ଜୀବନ୍ତ ରଖିବା ସହ ଆମ ଆଧ୍ୟାତ୍ମିକତା ଓ ଆମର ବିବିଧତାର ସଂରକ୍ଷଣ ଓ ପ୍ରୋତ୍ସାହନ ନିମନ୍ତେ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଆହ୍ୱାନ କରିଥିଲେ। ଏଥିସହିତ ପ୍ରଯୁକ୍ତି, ଭିତ୍ତିଭୂମି, ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାର ନିରନ୍ତର ଆଧୁନିକୀକରଣ ଆବଶ୍ୟକତା ଉପରେ ସେ ଜୋର ଦେଇଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ, ‘‘ଅମୃତ କାଳ ଶୋଇ ରହି ସ୍ୱପ୍ନ ଦେଖିବାର ବେଳ ନୁହେଁ, ବରଂ ଆମ ସଂକଳ୍ପକୁ ପୂରଣ କରିବା ଲାଗି ପ୍ରୟାସ କରିବାର ସମୟ। ଆଗାମୀ ୨୫ ବର୍ଷ ସର୍ବାଧିକ କଠିନ ପରିଶ୍ରମ, ବଳିଦାନ ଓ ‘ତପସ୍ୟା’ର ସମୟ। ଶହ ଶହ ବର୍ଷର ଦାସତ୍ୱରେ ଆମ ସମାଜ ଯାହା ହରାଇଛି ତାହାକୁ ପୁନର୍ବାର ହାସଲ କରିବା ଲାଗି ଏ ୨୫ ବର୍ଷର ଅବଧି ଉପଯୁକ୍ତ ସମୟ’’
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସ୍ୱାଧୀନତାର 75 ବର୍ଷ ପରେ ମଧ୍ୟ କର୍ତ୍ତବ୍ୟକୁ ଅଣଦେଖା କରିବା ଏବଂ ଏହାକୁ ପ୍ରାଥମିକତା ନଦେବା ଆମ ଜାତୀୟ ଜୀବନରେ ଗଭୀର ଭାବେ ପ୍ରବେଶ କରିଯାଇଛି। ଏହା ଆମ ସମସ୍ତଙ୍କୁ ସ୍ୱୀକାର କରିବାକୁ ହେବ। ଏହି ସମୟ ଅବଧିକୁ ଆମେ କେବଳ ଆଲୋଚନା କରିବା ଓ ଆମ ଅଧିକାର ପାଇଁ ଲଢ଼ିବାରେ ନଷ୍ଟ କରି ଦେଇଛୁ । ସେ ଜୋର ଦେଇ କହିଥିଲେ ଯେ, କେତେକ କ୍ଷେତ୍ରରେ ଅଧିକାର ପାଇଁ ଲଢ଼ିବା ଠିକ୍ ହୋଇପାରେ । କିନ୍ତୁ ନିଜ କର୍ତ୍ତବ୍ୟକୁ ସମ୍ପୂର୍ଣ୍ଣ ଭାବେ ଭୁଲିଯିବା, ଭାରତକୁ ଦୁର୍ବଳ କରି ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ପ୍ରତ୍ୟେକ ନାଗରିକଙ୍କ ହୃଦୟରେ ଆମ ସମସ୍ତଙ୍କୁ ଏକ ଦୀପ ଜାଳିବାକୁ ହେବ- କର୍ତ୍ତବ୍ୟର ଦୀପ। ଆମେ ସମସ୍ତେ ମିଶି, ଦେଶକୁ କର୍ତ୍ତବ୍ୟର ମାର୍ଗରେ ଆଗକୁ ନେବା, ତା’ହେଲେ ଯାଇ ସାମାଜିକ କଳୁଷତା ଦୂର ହେବ ଏବଂ ଦେଶ ନୂତନ ଉଚ୍ଚତାରେ ପହଞ୍ଚି ପାରିବ।
ଅନ୍ତର୍ଜାତୀୟ ସ୍ତରରେ ଭାରତର ଛବିକୁ ନିନ୍ଦିତ କରିବାର ମନୋଭାବକୁ ନେଇ ପ୍ରଧାନମନ୍ତ୍ରୀ ନିରାଶା ବ୍ୟକ୍ତ କରିଥିଲେ। ସେ କହିଥିଲେ, ଏହାକୁ କେବଳ ରାଜନୀତି ବୋଲି କହି ଆମେ ଅଣଦେଖା କରିପାରିବା ନାହିଁ। ଏହା କେବଳ ରାଜନୀତି ନୁହେଁ, ଏହା ଆମ ରାଷ୍ଟ୍ରର ପ୍ରଶ୍ନ। ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ, ଆମେ ଯେତେବେଳେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଛୁ, ସାରା ଦୁନିଆକୁ ଭାରତ ବିଷୟରେ ଅବଗତ କରାଇବା ଆମ ସମସ୍ତଙ୍କର ଦାୟିତ୍ୱ। ଶେଷରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଯେଉଁ ସଂଗଠନଗୁଡ଼ିକର ଅନ୍ତର୍ଜାତୀୟ ସ୍ତରରେ ଉପସ୍ଥିତ ରହିଛି, ସେମାନେ ଅନ୍ୟ ଦେଶର ଲୋକମାନଙ୍କ ନିକଟରେ ଭାରତର ପ୍ରକୃତ ଛବି ଉପସ୍ଥାପନ କରିବା ଉଚିତ୍। ଭାରତ ବିରୋଧରେ ପ୍ରଚାର କରାଯାଉଥିବା ଗୁଜବକୁ ଖଣ୍ଡନ କରି ପ୍ରକୃତ ସତ୍ୟ ପ୍ରକାଶ କରିବା କ୍ଷେତ୍ରରେ ଏପରି ସଂଗଠନ ଆଗେଇ ଆସିବା ଆବଶ୍ୟକ। ଭାରତକୁ ଆସି ଭାରତ ବିଷୟରେ ଅଧିକ ଜାଣିବା ଲାଗି ଲୋକମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ବ୍ରହ୍ମା କୁମାରିଜ୍ ଭଳି ସଂଗଠନକୁ ସେ ନିବେଦନ କରିଥିଲେ।
*******
P.S
Addressing the programme organised by the @BrahmaKumaris. Watch. https://t.co/6ecPucXqWi
— Narendra Modi (@narendramodi) January 20, 2022
ब्रह्मकुमारी संस्था के द्वारा ‘आज़ादी के अमृत महोत्सव से स्वर्णिम भारत की ओर’, कार्यक्रम की शुरुआत हो रही है।
— PMO India (@PMOIndia) January 20, 2022
इस कार्यक्रम में स्वर्णिम भारत के लिए भावना भी है, साधना भी है।
इसमें देश के लिए प्रेरणा भी है, ब्रह्मकुमारियों के प्रयास भी हैं: PM @narendramodi
राष्ट्र की प्रगति में ही हमारी प्रगति है।
— PMO India (@PMOIndia) January 20, 2022
हमसे ही राष्ट्र का अस्तित्व है, और राष्ट्र से ही हमारा अस्तित्व है।
ये भाव, ये बोध नए भारत के निर्माण में हम भारतवासियों की सबसे बड़ी ताकत बन रहा है।
आज देश जो कुछ कर रहा है उसमें ‘सबका प्रयास’ शामिल है: PM @narendramodi
आज हम एक ऐसी व्यवस्था बना रहे हैं जिसमें भेदभाव की कोई जगह न हो,
— PMO India (@PMOIndia) January 20, 2022
एक ऐसा समाज बना रहे हैं, जो समानता औऱ सामाजिक न्याय की बुनियाद पर मजबूती से खड़ा हो,
हम एक ऐसे भारत को उभरते देख रहे हैं, जिसकी सोच और अप्रोच नई है, और जिसके निर्णय प्रगतिशील हैं: PM @narendramodi
दुनिया जब अंधकार के गहरे दौर में थी, महिलाओं को लेकर पुरानी सोच में जकड़ी थी, तब भारत मातृशक्ति की पूजा, देवी के रूप में करता था।
— PMO India (@PMOIndia) January 20, 2022
हमारे यहाँ गार्गी, मैत्रेयी, अनुसूया, अरुंधति और मदालसा जैसी विदुषियाँ समाज को ज्ञान देती थीं: PM @narendramodi
कठिनाइयों से भरे मध्यकाल में भी इस देश में पन्नाधाय और मीराबाई जैसी महान नारियां हुईं।
— PMO India (@PMOIndia) January 20, 2022
और अमृत महोत्सव में देश जिस स्वाधीनता संग्राम के इतिहास को याद कर रहा है, उसमें भी कितनी ही महिलाओं ने अपने बलिदान दिये हैं: PM @narendramodi
कित्तूर की रानी चेनम्मा, मतंगिनी हाजरा, रानी लक्ष्मीबाई, वीरांगना झलकारी बाई से लेकर सामाजिक क्षेत्र में अहल्याबाई होल्कर और सावित्रीबाई फुले तक, इन देवियों ने भारत की पहचान बनाए रखी: PM @narendramodi
— PMO India (@PMOIndia) January 20, 2022
हमें अपनी संस्कृति, अपनी सभ्यता, अपने संस्कारों को जीवंत रखना है,
— PMO India (@PMOIndia) January 20, 2022
अपनी आध्यात्मिकता को, अपनी विविधता को संरक्षित और संवर्धित करना है,
और साथ ही, टेक्नोलॉजी, इनफ्रास्ट्रक्चर, एजुकेशन, हेल्थ की व्यवस्थाओं को निरंतर आधुनिक भी बनाना है: PM @narendramodi
अमृतकाल का ये समय, सोते हुए सपने देखने का नहीं बल्कि जागृत होकर अपने संकल्प पूरे करने का है।
— PMO India (@PMOIndia) January 20, 2022
आने वाले 25 साल, परिश्रम की पराकाष्ठा, त्याग, तप-तपस्या के 25 वर्ष हैं।
सैकड़ों वर्षों की गुलामी में हमारे समाज ने जो गंवाया है, ये 25 वर्ष का कालखंड, उसे दोबारा प्राप्त करने का है: PM
हमें ये भी मानना होगा कि आजादी के बाद के 75 वर्षों में, हमारे समाज में, हमारे राष्ट्र में, एक बुराई सबके भीतर घर कर गई है।
— PMO India (@PMOIndia) January 20, 2022
ये बुराई है, अपने कर्तव्यों से विमुख होना, अपने कर्तव्यों को सर्वोपरि ना रखना: PM @narendramodi
बीते 75 वर्षों में हमने सिर्फ अधिकारों की बात की, अधिकारों के लिए झगड़े, जूझे, समय खपाते रहे।
— PMO India (@PMOIndia) January 20, 2022
अधिकार की बात, कुछ हद तक, कुछ समय के लिए, किसी एक परिस्थिति में सही हो सकती है लेकिन अपने कर्तव्यों को पूरी तरह भूल जाना, इस बात ने भारत को कमजोर रखने में बहुत बड़ी भूमिका निभाई है: PM
I would like to appreciate the @BrahmaKumaris family for undertaking innovative activities as a part of ‘Azadi Ka Amrit Mahotsav.’
— Narendra Modi (@narendramodi) January 20, 2022
Such collective efforts will strengthen the resolve for national regeneration. pic.twitter.com/0wDOUfiUze
हमें एक ऐसा भारत बनाना है, जिसकी जड़ें प्राचीन परंपराओं और विरासत से जुड़ी होंगी, साथ ही जिसका विस्तार आधुनिकता के आकाश में अनंत तक होगा… pic.twitter.com/MzShIKbR9W
— Narendra Modi (@narendramodi) January 20, 2022
ब्रह्मकुमारी जैसी तमाम सामाजिक संस्थाओं से मेरा एक आग्रह है… pic.twitter.com/hEE12OBzad
— Narendra Modi (@narendramodi) January 20, 2022
जब हम आजादी का अमृत महोत्सव मना रहे हैं तो ये भी हमारा दायित्व है कि दुनिया भारत को सही रूप में जाने। ऐसी संस्थाएं, जिनकी अंतर्राष्ट्रीय उपस्थिति है, वो भारत के बारे में फैलाई जा रही अफवाहों की सच्चाई को दुनिया के सामने लाने का प्रयास कर सकती हैं। pic.twitter.com/khyllOJOdY
— Narendra Modi (@narendramodi) January 20, 2022