Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଝିଅମାନଙ୍କର ମୂଲ୍ୟବୋଧ ଏବଂ ଶକ୍ତି ଉପରେ ଆଲୋକପାତ କରି ଏକ ସଂସ୍କୃତ ସୁଭାଷିତମ୍ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଯେଉଁ ଦେଶରେ ଝିଅମାନଙ୍କୁ ଲକ୍ଷ୍ମୀ ଭାବେ ସମ୍ମାନ ଦିଆଯାଏ, ସେହି ଦେଶରେ ୧୧ ବର୍ଷ ପୂର୍ବେ ଏହି ଦିନ ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ଆରମ୍ଭ କରାଯାଇଥିଲା। ସେ କହିଥିଲେ ଯେ ଏହା ଅତ୍ୟନ୍ତ ଗର୍ବର ବିଷୟ ଯେ ଆଜି ଭାରତର ଝିଅମାନେ ପ୍ରତ୍ୟେକ କ୍ଷେତ୍ରରେ ନୂତନ ରେକର୍ଡ ସୃଷ୍ଟି କରୁଛନ୍ତି ଏବଂ ଦେଶର ପ୍ରଗତିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଛନ୍ତି।

ପ୍ରଧାନମନ୍ତ୍ରୀ ଏକ ସଂସ୍କୃତ ସୁଭାଷିତମ୍ ସେୟାର କରିଥିଲେ ଯାହା ଝିଅମାନଙ୍କ ଗୁରୁତ୍ୱ ଉପରେ କାଳଜୟୀ ଭାରତୀୟ ନୈତିକତାକୁ ପ୍ରତିଫଳିତ କରେ –

‘‘ଦଶପୁତ୍ରସମା କନ୍ୟା ଦଶପୁତ୍ରାନ୍‍ ପ୍ରବଦ୍ଧୟନ ।

ୟତ୍‍ ଫଳମ୍‍ ଲଭତେ ମର୍ତ୍ତସ୍ତଳଭ୍ୟଂ କନ୍ୟଏକୟା ।।’’

ସୁଭାଷିତମ୍ ସୂଚିତ କରେ ଯେ, ଜଣେ ଝିଅ ଦଶ ପୁଅଙ୍କ ସହ ସମାନ, ଏବଂ ଜଣେ ବ୍ୟକ୍ତି ଦଶ ପୁଅଙ୍କଠାରୁ ହାସଲ କରୁଥିବା ଯୋଗ୍ୟତା କିମ୍ବା ସଦଗୁଣ ମଧ୍ୟ ଜଣେ ଝିଅଠାରୁ ପ୍ରାପ୍ତ ହୋଇପାରିବ ।

ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି;

ଏହି ଦିନ, ୧୧ ବର୍ଷ ପୂର୍ବେ, ଆମ ଦେଶରେ ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ଆରମ୍ଭ କରାଯାଇଥିଲା, ଯାହା ବାଳିକାମାନଙ୍କୁ ଲକ୍ଷ୍ମୀ ଭାବରେ ବିବେଚନା କରେ। ଏହା ଅତ୍ୟନ୍ତ ଗର୍ବର ବିଷୟ ଯେ ଆଜି ଭାରତର ଝିଅମାନେ ପ୍ରତ୍ୟେକ କ୍ଷେତ୍ରରେ ନୂତନ ରେକର୍ଡ ସ୍ଥାପନ କରୁଛନ୍ତି।

ଦଶପୁତ୍ରସମା କନ୍ୟା ଦଶପୁତ୍ରାନ୍‍ ପ୍ରବଦ୍ଧୟନ ।

ୟତ୍‍ ଫଳମ୍‍ ଲଭତେ ମର୍ତ୍ତସ୍ତଳଭ୍ୟଂ କନ୍ୟଏକୟା ।।’’

 

HS