Search

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଡକ୍ଟର ଏପିଜେ ଅବୁଦଲ କଲାମଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଶ୍ରୀ ମୋଦୀ କହିଛନ୍ତି ଯେ, ଡକ୍ଟର କଲାମଙ୍କୁ ଜଣେ ଦୂରଦୃଷ୍ଟିସମ୍ପନ୍ନ ବ୍ୟକ୍ତି ଭାବରେ ମନେ ରଖାଯାଏ, ଯିଏ ଯୁବ ମନକୁ ଜାଗ୍ରତ କରିଥିଲେ ଏବଂ ଦେଶକୁ ବଡ ସ୍ୱପ୍ନ ଦେଖିବାକୁ ପ୍ରେରଣା ଦେଇଥିଲେ । ସେ ଆହୁରିମଧ୍ୟ କହିଛନ୍ତି ଯେ, ଡକ୍ଟର କଲାମଙ୍କ ଜୀବନ ଆମକୁ ମନେ ପକାଇଦିଏ ଯେ, ସଫଳତା ପାଇଁ ବିନମ୍ରତା ଏବଂ କଠିନ ପରିଶ୍ରମ ଜରୁରୀ ।

ପ୍ରଧାନମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ଯେ, ଆମେ ଡକ୍ଟର କଲାମ କଳ୍ପନା କରିଥିବା ଏକ ସଶକ୍ତ, ଆତ୍ମନିର୍ଭର ଏବଂ କରୁଣାମୟ ଭାରତର ନିର୍ମାଣ କରିବା ଜାରି ରଖିବୁ ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

“ଡକ୍ଟର ଏପିଜେ ଅବଦୁଲ କଲାମଙ୍କୁ ତାଙ୍କ ଜୟନ୍ତୀ ଅବସରରେ କୋଟି କୋଟି ପ୍ରଣାମ । ତାଙ୍କୁ ଏପରି ଜଣେ ଦୂରଦୃଷ୍ଟିସମ୍ପନ୍ନ ବ୍ୟକ୍ତି ଭାବରେ ମନେ ରଖାଯାଏ, ଯିଏ ଯୁବ ମନକୁ ଜାଗ୍ରତ କରିଥିଲେ ଏବଂ ଆମ ଦେଶକୁ ବଡ ସ୍ୱପ୍ନ ଦେଖିବାକୁ ପ୍ରେରଣା ଦେଇଥିଲେ । ତାଙ୍କ ଜୀବନ ଆମକୁ ମନେ ପକାଇ ଦିଏ ଯେ, ସଫଳତା ପାଇଁ ବିନମ୍ରତା ଏବଂ କଠିନ ପରିଶ୍ରମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେ କଳ୍ପନା କରିଥିବା ଭାରତର ନିର୍ମାଣ ଆମେ ଜାରି ରଖିବୁ … ଯାହା ଏକ ସଶକ୍ତ, ଆତ୍ମନିର୍ଭର ଏବଂ କରୁଣାମୟ ଭାରତ ହେବ ।”

https://x.com/narendramodi/status/1978291330418622968?s=46

 

SR