ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଆଜି ଡାକ ବିଭାଗର ଗ୍ରାମୀଣ ଡାକ ସେବକ (ଜିଡିଏସ)ମାନଙ୍କ ବେତନ ଭତ୍ତାରେ ସଂଶୋଧନକୁ ମଞ୍ଜୁରି ଦେଇଛନ୍ତି ।
ବେତନ ଭତ୍ତାରେ ସଂଶୋଧନ ଲାଗି 2018-19 ବର୍ଷରେ 1257.75 କୋଟି ଟଙ୍କା (860.95 କୋଟି ଟଙ୍କାର ଅଣ-ଆବର୍ତ୍ତୀ ଏବଂ 396.80 କୋଟି ଟଙ୍କାର ଆବର୍ତ୍ତୀ ବ୍ୟୟ)ର ବ୍ୟୟଭାର ପଡ଼ିବ ବୋଲି ଅନୁମାନ କରାଯାଉଛି ।
ବେତନ ଭତ୍ତାରେ ଏହି ସଂଶୋଧନ ଫଳରେ 3.07 ଲକ୍ଷ ଗ୍ରାମୀଣ ଡାକ ସେବକ ଲାଭାନ୍ୱିତ ହେବେ ।
ବିବରଣୀ :
i. ସମୟ ସହ ଜଡ଼ିତ ନିୟମିତ ଭତା(ଟିଆରଏସ) ଢାଂଚା ଏବଂ ସ୍ଲାବକୁ ଯୁକ୍ତି ସଂଗତ କରାଯାଇଛି । ସମସ୍ତ ଜିଡିଏସମାନଙ୍କୁ ଦୁଇଟି ଶ୍ରେଣୀ ଅଧୀନକୁ ଅଣାଯାଇଛି-ବ୍ରାଂଚ ପୋଷ୍ଟ ମାଷ୍ଟର (ବିପିଏମ) ଏବଂ ବ୍ରାଂଚ ପୋଷ୍ଟମାଷ୍ଟରଙ୍କ ବ୍ୟତିରେକ ଯେପରିକି ଆସିଷ୍ଟାଂଟ ବ୍ରାଂଚ ପୋଷ୍ଟ ମାଷ୍ଟର (ଏବିପିଏମ) ।
ii. ବର୍ତ୍ତମାନ 11 ଟିଆରସିଏ ସ୍ଲାବକୁ କେବଳ ତିନୋଟି ସ୍ଲାବ ଅନ୍ତର୍ଗତ ଅଣାଯାଇଛି ଯେଉଁଥିରେ ବିପିଏମ ଏବଂ ବିପିଏମଙ୍କ ବ୍ୟତିରେକ କର୍ମଚାରୀଙ୍କ ପାଇଁ ଗୋଟିଏ ଗୋଟିଏ ସ୍ତର ହେବ ।
iii. ସମୟ ସହ ଜଡ଼ିତ ନିୟମିତତା ଭତ୍ତା (ଟିଆରସିଏ)ର ରୂପରେଖା ନିମ୍ନପ୍ରକାରେ ହେବ: –
|
କ୍ରମସଂଖ୍ୟା |
ଶ୍ରେଣୀ |
4 ଘଂଟା/ସ୍ତର 1 ଲାଗି ସର୍ବନିମ୍ନ ଟିଆରସିଏ |
5 ଘଂଟା/ସ୍ତର 2 ଲାଗି ସର୍ବନିମ୍ନ ଟିଆରସିଏ |
|
1. |
ବିପିଏମ |
12 ହଜାର ଟଙ୍କା |
14,500 ଟଙ୍କା
|
|
2. |
ଏବିପିଏମ/ଡାକ ସେବକ |
10,000 ଟଙ୍କା |
12,000 ଟଙ୍କା
|
କାର୍ଯ୍ୟର ଘଂଟା/ସ୍ତର ଅନୁସାରେ ଜିଡିଏସର ପ୍ରସ୍ତାବିତ ଦୁଇଟି ଶ୍ରେଣୀର ସର୍ବନିମ୍ନ ଟିଆରସିଏ
|
|---|
iv. ମହଙ୍ଗା ଭତ୍ତା ପରିଶୋଧ ଭିନ୍ନ ଭାବେ ଜାରି ରହିବ ଏବଂ କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ଲାଗି ସେଥିରେ ବିଭିନ୍ନ ସମୟରେ ପରିବର୍ତ୍ତନ ହୋଇଚାଲିବ ।
v. ନୂଆ ଯୋଜନା ଅନ୍ତର୍ଗତ 7000 ଟଙ୍କାର ସୀମା ପର୍ଯ୍ୟନ୍ତ ଟିଆରସିଏ+ଡିଏର ଗଣନା ସହିତ ଅନୁଗ୍ରହ ବୋନସ ଜାରି ରଖିବା ଲାଗି ନିଷ୍ପତ୍ତି ନିଆଯାଇଛି ।
vi. 01.01.2016 ସହ ସଂଶୋଧିତ ବେତନ ଲାଗୁ ହେବାର ତାରିଖ ପର୍ଯ୍ୟନ୍ତ ଅବଧି ଲାଗି ଏରିଅର ଗଣନା 2.57 ଗୁଣା ସହିତ ବୃଦ୍ଧି ପାଇ ବେସିକ ଟିଆରସିଏ ଅନୁଯାୟୀ କରାଯିବ । ଏରିଅର ଥରକେ ପରିଶୋଧ କରାଯିବ ।
vii. ବାର୍ଷିକ ବୃଦ୍ଧି 3 ପ୍ରତିଶତ ହାରରେ ହେବ ଏବଂ ପ୍ରତ୍ୟେକ ବର୍ଷ ଜାନୁଆରୀ ପହିଲା କିମ୍ବା ଜୁଲାଇ ପହିଲାକୁ ଦିଆଯାଇପାରିବ ଯାହା ଜିଡିଏସମାନଙ୍କ ଲିଖିତ ଅନୁରୋଧ ଉପରେ ଆଧାରିତ ହେବ ।
viii. ଏକ ନୂଆ ବିପଦ ଏବଂ କଷ୍ଟକର ଭତ୍ତା ମଧ୍ୟ ଲାଗୁ କରାଯାଇଛି । ଅନ୍ୟ ଭତ୍ତା ଯେପରିକି କାର୍ଯ୍ୟାଳୟ ରକ୍ଷଣାବେକ୍ଷଣ ଭତ୍ତା, ସମନ୍ୱିତ ଡ୍ୟୁଟି ଭତ୍ତା, ନଗଦ ନେଇଯିବା ଲାଗି ଶୁଳ୍କ, ସାଇକେଲ ରକ୍ଷଣା-ବେକ୍ଷଣ ଭତ୍ତା, ନୌକା ଭତ୍ତା ଏବଂ ନିର୍ଦ୍ଧାରିତ ଷ୍ଟେସନାରୀ ଶୁଳ୍କରେ ସଂଶୋଧନ କରାଯାଇଛି ।
କାର୍ଯ୍ୟାନ୍ୱୟନ ରଣନୀତି ଏବଂ ଲକ୍ଷ୍ୟ-
ଗ୍ରାମୀଣ ଡାକ ସେବକଙ୍କ ବେତନ ଭତ୍ତାରେ ସଂଶୋଧନ କରାଯିବା ଦ୍ୱାରା ଗ୍ରାମାଂଚଳରେ କୁଶଳୀ ଏବଂ ଶସ୍ତା ମୌଳିକ ଡାକ ସୁବିଧା ଉନ୍ନତ କରିବାରେ ସହାୟତା ମିଳିବ । ପ୍ରସ୍ତାବିତ ବେତନ ବୃଦ୍ଧି ଦ୍ୱାରା ସେମାନେ ନିଜର ସାମାଜିକ-ଆର୍ଥିକ ସ୍ଥିତି ସୁଧାରିବାରେ ସମର୍ଥନ ହେବେ ।
ପ୍ରଭାବ :
ଡାକଘରର ଗ୍ରାମୀଣ ଶାଖା ଗ୍ରାମ ଏବଂ ଉପାନ୍ତ କ୍ଷେତ୍ରରେ ସଂଚାର ଏବଂ ଆର୍ଥିକ ସେବାର ଆଧାର ଅଟେ । ଗ୍ରାହକଙ୍କକୁ ପରିଶୋଧ ଲାଗି ପୋଷ୍ଟମାଷ୍ଟରଙ୍କୁ ଯଥେଷ୍ଟ ଅର୍ଥ ହିସାବ ରଖିବାକୁ ପଡ଼ିଥାଏ ଏବଂ ସେଥିପାଇଁ ସେମାନଙ୍କ କାର୍ଯ୍ୟାର ଦାୟିତ୍ୱ ପୂର୍ବରୁ ନିର୍ଦ୍ଧାରଣ କରାଯାଇଛି । ଏହି ବେତନ ବୃଦ୍ଧି ଦ୍ୱାରା ସେମାନଙ୍କଠାରେ ଉତ୍ତରଦାୟିତ୍ୱ ଭାବନା ବଢ଼ିବ । ସାମଗ୍ରୀକ ଭାବେ ଗ୍ରାମୀଣ ଜନସଂଖ୍ୟା ମଧ୍ୟରେ ଆର୍ଥିକ ଅନ୍ତର୍ଭୂକ୍ତିକରଣର ପ୍ରକ୍ରିୟାରେ ଭାରତୀୟ ଡାକ ପରିଶୋଧ ବ୍ୟାଙ୍କ (ଆଇପିପିବି), ସିଡିଏସ ନେଟୱାର୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି ଆଶା କରାଯାଉଛି ।
**********