Search

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଦାଦ୍ରା ଓ ନଗର ହାଭେଳି ଏବଂ ଡାମନ ଓ ଡିୟୁର ସମ୍ମିଶ୍ରଣକୁ ଦୃଷ୍ଟିରେ ରଖି ବସ୍ତୁ ଓ ସେବା କର, ମୂଲ୍ୟଯୁକ୍ତ କର ଏବଂ ଉତ୍ପାଦ ଶୁଳ୍କ ସହ ଜଡ଼ିତ ଆଇନର ସଂଶୋଧନ/ସମ୍ପ୍ରସାରଣ/ରଦ୍ଦକୁ କ୍ୟାବିନେଟର ଅନୁମୋଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍, ବସ୍ତୁ ଓ ସେବା କର (ଜିଏସଟି), ମୂଲ୍ୟଯୁକ୍ତ କର (ଭାଟ୍) ଏବଂ ରାଜ୍ୟ ଉତ୍ପାଦ ଏବଂ ଡାମନ ଡେଜିଗ୍ନେସନ (ପଦ ନାମ) ମୁଖ୍ୟାଳୟ ସହ ଜଡ଼ିତ ଥିବା ନିମ୍ନଲିଖିତ ଆଇନ ଏବଂ ନିୟମର ସଂଶୋଧନ/ ସମ୍ପ୍ରସାରଣ/ ରଦ୍ଦକୁ ଅନୁମୋଦନ କରିଛି ।

1. କେନ୍ଦ୍ରୀୟ ବସ୍ତୁ ଓ ସେବା କର ଆଇନ, 2017 (2017ର ନମ୍ବର 12)କୁ କେନ୍ଦ୍ରୀୟ ବସ୍ତୁ ଓ ସେବା କର (ସଂଶୋଧନ) ନିୟମ, 2020 ଭାବେ ସଂଶୋଧନ କରାଯିବ ।

2. କେନ୍ଦ୍ରଶାସିତ ଅଞ୍ଚଳ ବସ୍ତୁ ଓ ସେବା କର ଆଇନ, 2017 (2017ର ନମ୍ବର 14)କୁ କେନ୍ଦ୍ରଶାସିତ ଅଞ୍ଚଳ ବସ୍ତୁ ଓ ସେବା କର (ସଂଶୋଧନ) ନିୟମ, 2020 ଭାବେ ସଂଶୋଧନ କରାଯିବ ।

3. ଦାଦ୍ରା ଓ ନଗର ହାଭେଳି ମୂଲ୍ୟଯୁକ୍ତ କର ନିୟମ 2005 (2005ର ନମ୍ବର 2)କୁ ଦାଦ୍ରା ଓ ନଗର ହାଭେଳି ଏବଂ ଡାମନ ଓ ଡିୟୁ ମୂଲ୍ୟଯୁକ୍ତ କର (ସଂଶୋଧନ) ନିୟମ, 2020 ଭାବେ ସଂଶୋଧିତ କରାଯିବ ।

4. ଡାମନ ଓ ଡିୟୁ ମୂଲ୍ୟଯୁକ୍ତ କର ନିୟମ, 2005 (2005ର ନମ୍ବର 1)କୁ ଡାମନ ଓ ଡିୟୁ ମୂଲ୍ୟଯୁକ୍ତ କର (ରଦ୍ଦ) ନିୟମ, 2020 ଭାବେ ପରିବର୍ତ୍ତନ କରାଯିବ ।

5. ଗୋଆ, ଡାମନ ଓ ଡିୟୁ ଉତ୍ପାଦ ଶୁଳ୍କ ଆଇନ, 1964 (1964ର ନମ୍ବର 5)କୁ ଦାଦ୍ରା ଓ ନଗର ହାଭେଳି ଏବଂ ଡାମନ ଓ ଡିୟୁ ଉତ୍ପାଦ ଶୁଳ୍କ (ସଂଶୋଧନ) ନିୟମ, 2020 ଭାବେ ସଂଶୋଧନ କରାଯିବ ।

6. ଦାଦ୍ରା ଓ ନଗର ହାଭେଳି ଉତ୍ପାଦ ଶୁଳ୍କ ନିୟମ, 2012 (2012ର ନମ୍ବର 1)କୁ ଦାଦ୍ରା ଓ ନଗର ହାଭେଳି ଉତ୍ପାଦ ଶୁଳ୍କ (ରଦ୍ଦ) ନିୟମ, 2020 ଭାବେ ପରିବର୍ତ୍ତନ କରାଯିବ ।

7. ଡାମନର ଡେଜିଗ୍ନେସନ୍ (ପଦ ନାମ) କେନ୍ଦ୍ରଶାସିତ ଅଞ୍ଚଳ ଦାଦ୍ରା ଓ ନଗର ହାଭେଳି ଏବଂ ଡାମନ ଓ ଡିୟୁର ମୁଖ୍ୟାଳୟକୁ ପରିବର୍ତ୍ତନ ।

ଏହି ସଂଶୋଧନଗୁଡ଼ିକ ସାଧାରଣ ଟିକସ କର୍ତ୍ତୃପକ୍ଷ: ଜାଲିଆତି କମାଇ ନାଗରିକମାନଙ୍କୁ ଉତ୍ତମ ସେବା ଯୋଗାଣ ଓ ପ୍ରଶାସନିକ ଦକ୍ଷତାରେ ସୁଧାର ସହ ଜିଏସଟି, ଭାଟ୍ ଓ ରାଜ୍ୟ ଉତ୍ପାଦ ସମ୍ପର୍କିତ ଆଇନରେ ଅଧିକ ସମାନତା ଆଣିବାରେ ସହାୟକ ହେବ ଏବଂ ଜିଏସଟି, ଭାଟ୍, ରାଜ୍ୟ ଉତ୍ପାଦ ସଂଗ୍ରହ ସହ ପୁରୁଣା ବକେୟା ଅସୁଲରେ ଆଇନଗତ ଜଟିଳତା ହଟାଇ “ସର୍ବନିମ୍ନ ସରକାର, ସର୍ବାଧିକ ପ୍ରଶାସନ”କୁ ସୁନିଶ୍ଚିତ କରିବ । ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଏହି ସଂଶୋଧନଗୁଡ଼ିକ କେବଳ ଟିକସ ଆଇନରେ ସମାନତା ଆଣିବ ତାହା ନୁହେଁ ବରଂ ଆଇନ ବ୍ୟବସ୍ଥାକୁ ମଜବୁତ ମଧ୍ୟ କରିବ ।

ଦାଦ୍ରା ଓ ନଗର ହାଭେଳି ଏବଂ ଡାମନ ଓ ଡିୟୁ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଶାସନ, ସରକାରୀ ରାଜସ୍ୱ ସଞ୍ଚୟ ଓ ସମାନତାକୁ ସୁନିଶ୍ଚିତ କରିବା, ଟିକସ କର୍ତ୍ତୃପକ୍ଷଙ୍କ ଦୈନନ୍ଦିନ କାର୍ଯ୍ୟରେ ସ୍ଥିରତା ଓ ଘନତା ଆଣିବା ବ୍ୟତୀତ “ସର୍ବନିମ୍ନ ସରକାର ଓ ସର୍ବାଧିକ ପ୍ରଶାସନ” ଲକ୍ଷ୍ୟକୁ ବାସ୍ତବରେ ପରିଣତ କରିବାକୁ ଏକ ବୃହତ ପଦକ୍ଷେପ ନେଇଛନ୍ତି । 2020 ଜାନୁଆରୀ 26ରୁ ଦାଦ୍ରା ଓ ନଗର ହାଭେଳି ଓ ଡାମନ ଓ ଡିୟୁର ସମ୍ମିଶ୍ରଣ ନିମନ୍ତେ ବସ୍ତୁ ଓ ସେବା କର (ଜିଏସଟି), ମୂଲ୍ୟଯୁକ୍ତ କର (ଭାଟ୍), ଉତ୍ପାଦ ଏବଂ ଡାମନ ଡେଜିଗ୍ନେସନ (ପଦ ନାମ)କୁ ଦାଦ୍ରା ଓ ନଗର ହାଭେଳି ଏବଂ ଡାମନ ଓ ଡିୟୁର ମୁଖ୍ୟାଳୟ ଭାବେ ଜଡ଼ିତ ଥିବା ଆଇନ ଏବଂ ନିୟମର ସଂଶୋଧନ/ ସମ୍ପ୍ରସାରଣ/ ରଦ୍ଦ କରି ଏହି ସଫଳତା ହାସଲ ହୋଇପାରିଛି ।