Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଦିଲ୍ଲୀରେ ଅନଧିକୃତ କଲୋନୀମାନଙ୍କର 40 ଲକ୍ଷ ଅଧିବାସୀଙ୍କୁ ସମ୍ପତ୍ତିର ମାଲିକାନା କିମ୍ବା ବନ୍ଧକ ରଖିବା/ହସ୍ତାନ୍ତରଣର ଅଧିକାର ପ୍ରଦାନ କରିବା ନିୟମକୁ କ୍ୟାବିନେଟର ମଞ୍ଜୁରି


କେନ୍ଦ୍ର ମନ୍ତ୍ରୀମଣ୍ଡଳ ଦିଲ୍ଲୀର ଅନଧିକୃତ କଲୋନୀର ଅଧିବାସୀମାନଙ୍କୁ ସମ୍ପତ୍ତି ମାଲିକାନା ଅଧିକାର କିମ୍ବା ଏହାକୁ ବନ୍ଧକ ରଖିବା/ହସ୍ତାନ୍ତରଣର ଅଧିକାର ପ୍ରଦାନ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରିଛି । ମନ୍ତ୍ରୀମଣ୍ଡଳ ଏହି ପ୍ରସ୍ତାବକୁ ଲାଗୁ କରିବା ପାଇଁ ସଂସଦର ଆଗାମୀ ଅଧିବେଶନରେ ବିଧେୟକ ଆଗତ କରିବା ପାଇଁ ମଞ୍ଜୁରି ପ୍ରଦାନ କରିଛି ।

ଦିଲ୍ଲୀରେ ଅନଧିକୃତ କଲୋନୀର ଅଧିବାସୀଙ୍କୁ ଲାଭ ଓ ପ୍ରମୁଖ ପ୍ରଭାବ:

• ଏହି ନିର୍ଣ୍ଣୟ ଫଳରେ ପାଖାପାଖି 175 ବର୍ଗ କିଲୋମିଟର ଧରି ବ୍ୟାପ୍ତ ଅନଧିକୃତ କଲୋନୀମାନଙ୍କର 40 ଲକ୍ଷରୁ ଅଧିକ ଅଧିବାସୀଙ୍କୁ ଲାଭ ମିଳିବ, କାରଣ ଏହି କଲୋନୀମାନଙ୍କରେ ବିକାଶ/ପୁନର୍ବିକାଶ କରାଯାଇପାରିବ, ଯାହାଦ୍ୱାରା ସ୍ୱଚ୍ଛ, ସୁରକ୍ଷିତ ଏବଂ ସୁସ୍ଥ ରହିବା ପାଇଁ ବାତାବରଣ ଉପଲବ୍ଧ ହେବ ।

• ଅନଧିକୃତ କଲୋନୀମାନଙ୍କର ଅଧିବାସୀମାନଙ୍କୁ ସତ୍ତ୍ଵାଧିକାର/ହସ୍ତାନ୍ତରଣ ଅଧିକାର, ମୌଳିକ ଅବସଂରଚନା ଓ ନାଗରିକ ସୁବିଧାର ଅଭାବ ଭଳି ସମସ୍ୟାର ସାମନା କରିବାକୁ ପଡିଥାଏ । ଏହିସବୁ ପ୍ରମୁଖ ସମସ୍ୟା ଗୁଡ଼ିକର ସମାଧାନ ଏହି ଐତିହାସିକ ପଦକ୍ଷେପ ମାଧ୍ୟମରେ ହୋଇପାରିବ ।

• ମାଲିକାନା ଦସ୍ତାବିଜକୁ ମାନ୍ୟତା ପ୍ରଦାନ କରାଯିବା ପଦକ୍ଷେପ ଫଳରେ ଏହି କଲୋନୀମାନଙ୍କରେ ସମ୍ପତ୍ତିର ମାଲିକମାନଙ୍କୁ ସମ୍ପତ୍ତିର ବୈଧାନିକ କାରବାରରେ ସୁବିଧା ମିଳିବ । ସମ୍ପତ୍ତି ଉପରେ ବୈଧାନିକ ସତ୍ତ୍ଵାଧିକାର ପ୍ରଦାନ କରିବା ବ୍ୟତୀତ ଏହି ନିର୍ଣ୍ଣୟ ଫଳରେ ସମ୍ପତ୍ତି ଧାରକମାନଙ୍କୁ ସୁରକ୍ଷିତ ଅବସଂରଚନାରେ ନିବେଶ କରିବାରେ ପ୍ରୋତ୍ସାହନ ମିଳିବ, ଯେଉଁ କାରଣରୁ ଏହି କଲୋନୀମାନଙ୍କରେ ବାସ କରିବାର ସ୍ଥିତିରେ ସୁଧାର ଆସିବ ।

• ଏହି ନିଷ୍ପତ୍ତି 1797 ଚିହ୍ନଟ କରାଯାଇଥିବା ଅନଧିକୃତ କଲୋନୀ ଉପରେ ଲାଗୁ ହେବ, ଯେଉଁଠାରେ ନିମ୍ନ ଆୟ ବର୍ଗର ଲୋକ ରୁହନ୍ତି । ଏହି ନିର୍ଣ୍ଣୟ ଡିଡିଏ ଦ୍ୱାରା ଚିହ୍ନଟ କରାଯାଇଥିବା 69ଟି ସମୃଦ୍ଧ କଲୋନୀମାନଙ୍କ ଉପରେ ଲାଗୁ ହେବ ନାହିଁ ଯେଉଁଥିରେ ସୈନିକ ଫାର୍ମ, ମହେନ୍ଦ୍ରୁ ଏନକ୍ଲେଭ ଏବଂ ଅନନ୍ତ ରାମ ଡାଏରୀ ସାମିଲ ରହିଛି ।

• ମାଲିକାନାର ସତ୍ତ୍ଵାଧିକାର କାର୍ପେଟ ଅଞ୍ଚଳ/ଭୂଖଣ୍ଡର ଆକାର ଆଧାରରେ ସ୍ୱଳ୍ପ ଶିଳ୍କ ପ୍ରଦାନ ମାଧ୍ୟମରେ ପ୍ରଦାନ କରାଯିବ । ଅନଧିକୃତ କଲୋନୀ ଆଖପାଖରେ ଆବାସିକ ଅଞ୍ଚଳର ଉଚ୍ଚତମ ବର୍ଗର କଲୋନୀମାନଙ୍କର ସର୍କଲ ଦରକୁ ଆଖିଆଗରେ ରଖି ସରକାରୀ ଜମିରେ ନିର୍ମାଣ ହୋଇଥିବା କଲୋନୀମାନଙ୍କ ସମ୍ବନ୍ଧରେ ଶୁଳ୍କ 0.5 ପ୍ରତିଶତ (100 ବର୍ଗମିଟରରୁ କମ), ଏକ ପ୍ରତିଶତ (100-250 ବର୍ଗମିଟର ପାଇଁ) ଏବଂ 2.5 ପ୍ରତିଶତ (250 ବର୍ଗମିଟରରୁ ଅଧିକ) ହେବ ।

• ଘରୋଇ ଜମିରେ ନିର୍ମାଣ ହୋଇଥିବା କଲୋନୀମାନଙ୍କର ଶୁଳ୍କ ସରକାରୀ ଜମି ଉପରେ ଲାଗୁ ହେଉଥିବା ଶୁଳ୍କର ପ୍ରାୟ ଅଧା ହେବ ।

ବିବରଣୀ:

• ସଂସଦର ଆଗାମୀ ଅଧିବେଶନରେ, କେନ୍ଦ୍ର ସରକାର ଜେନେରାଲ ପାୱାର ଅଫ ଆଟର୍ଣ୍ଣୀ (GPA), ବିକ୍ରି ପାଇଁ ରାଜିନାମା, କ୍ରୟ ଓ ମାଲିକାନାରେ ସମ୍ବନ୍ଧୀୟ ବୁଝାମଣାର ଦସ୍ତାବିଜକୁ ମାନ୍ୟତା ପ୍ରଦାନ କରିବା ପାଇଁ ଏକ ବିଧେୟକ ଆଣିବେ, ଯେଉଁଥିରେ ଏଥିପାଇଁ ଅନଧିକୃତ କଲୋନୀର ଅଧିବାସୀଙ୍କୁ ଥରେ ରିହାତି ପ୍ରଦାନ କରାଯିବ ।

• ବିଧେୟକରେ ଗତ କାରବାର ଉପରେ ପଞ୍ଜୀକରଣ ଶୁଳ୍କ ଓ ଷ୍ଟାମ୍ପ ଡ୍ୟୁଟିର ବ୍ୟବସ୍ଥା ରହିବ ଏବଂ ସର୍କଲ ରେଟ ଶୁଳ୍କରୁ କମ ଉପରେ ଆୟକର ପ୍ରଦାନର ସମସ୍ୟା ମଧ୍ୟ ସମାଧାନ ହେବ ।

• ସମ୍ପତ୍ତିର ହସ୍ତାନ୍ତରଣ ଓ ପଞ୍ଜୀକରଣ ପ୍ରକ୍ରିୟାକୁ ଡିଡିଏ ସରଳ ରଖିବ ।

• ଡିଡିଏ ଅନଧିକୃତ କଲୋନୀ/ଅନଧିକୃତ କଲୋନୀର କ୍ଲଷ୍ଟରର ରୂପରେଖ ପ୍ରସ୍ତୁତ କରିବ ।

• ଡିଡିଏ ସମସ୍ତ ଅନଧିକୃତ କଲୋନୀମାନଙ୍କ ପାଇଁ ସ୍ଥାନୀୟ କ୍ଷେତ୍ର ଯୋଜନା (LAP) ପ୍ରସ୍ତୁତ କରିବ ।

• କୌଣସି ପ୍ରକାର ଦଣ୍ଡ ଏବଂ ବାହାର ବିକାଶ ଶୁଳ୍କ (EDC)ର ବ୍ୟବସ୍ଥା ରହିବ ନାହିଁ ।

• ଯେଉଁ ଲୋକମାନଙ୍କ ପାଖରେ କୌଣସି ପ୍ଲଟ/ଫ୍ଲାଟ ନାହିଁ, ସେମାନଙ୍କର ସମସ୍ତ ସମ୍ପତ୍ତି ମିଶାଇ, କ୍ଷେତ୍ରରେ ଲାଗୁ ଦରରେ ଶୁଳ୍କ ନିଆଯିବ ।

• ଲୋକଙ୍କ ପାଖରେ ଏହି ବିକଳ୍ପ ରହିବ ଯେ ସେମାନେ ଗୋଟିଏ ବର୍ଷରେ ତିନୋଟି ସମାନ କିସ୍ତିରେ ଶୁଳ୍କ ପ୍ରଦାନ କରିବେ ।
• ଯେଉଁ ବ୍ୟକ୍ତି ଗୋଟିଏ କିସ୍ତିରେ ସମ୍ପୂର୍ଣ୍ଣ ରାଶି ପ୍ରଦାନ କରେ, ତାହାକୁ ତତ୍କାଳ ମାଲିକାନା ଅଧିକାର ମିଳିଯିବ । ଦୁଇଟି କିସ୍ତି ପ୍ରଦାନ କରିବା ପରେ ସ୍ପଳ୍ପକାଳୀନ ଅଧିକାର ପ୍ରଦାନ କରାଯିବ, ପୂର୍ଣ୍ଣ ଏବଂ ଅନ୍ତିମ ଶୁଳ୍କ ପ୍ରଦାନ କରିବା ପରେ ଏହାକୁ ସ୍ଥାୟୀ ଅଧିକାରରେ ପରିବର୍ତ୍ତିତ କରାଯିବ ।

• ବିଳମ୍ବରେ ଶୁଳ୍କ ପ୍ରଦାନ କଲେ ବାର୍ଷିକ 8 ପ୍ରତିଶତ ଦରରେ ସୁଧ ଆଦାୟ କରାଯିବ ।

• ଆବାସିକ ଉଦ୍ଦେଶ୍ୟ ପାଇଁ ହସ୍ତାନ୍ତରଣ ସମ୍ପାଦନ କରାଯିବ, ଏହାର ଉପଯୋଗ ଯାହା ହେଉ ନା କାହିଁକି ।

***********