ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତ-ୟୁକେ ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟ ଚୁକ୍ତିନାମା ୧୫ ଜୁଲାଇ ୨୦୨୬ରେ କାର୍ଯ୍ୟକାରୀ ହେବା ନେଇ ଖୁସି ପ୍ରକାଶ କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ଚୁକ୍ତିନାମା ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ନିବେଶକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବ ।
ଶ୍ରୀ ମୋଦୀ କହିଛନ୍ତି ଯେ, ଏହି ଚୁକ୍ତିନାମା ଭାରତୀୟ କୃଷକ, ଶ୍ରମିକ, ଏମ୍ଏସ୍ଏମ୍ଇ, ଷ୍ଟାର୍ଟଅପ ଏବଂ ନବସୃଜନକାରୀଙ୍କ ପାଇଁ ଅନେକ ସୁଯୋଗ ସୃଷ୍ଟି କରିବ ତଥା ‘ବିକଶିତ ଭାରତ ୨୦୪୭’ର ଲକ୍ଷ୍ୟ ହାସଲ କରିବାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ ।
ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ଜି୭ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଏଭିଏନ ଆସିଥିବା ୟୁକେର ପ୍ରଧାନମନ୍ତ୍ରୀ କୀର ଷ୍ଟାରମର ଏବଂ ସେ ଭାରତ-ୟୁକେ ଅର୍ଥନୈତିକ ସମ୍ପର୍କର ଏହି ନୂତନ ଦିଗ ଉପରେ ବହୁତ ଖୁସି ।
ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି;
“ଭାରତ-ୟୁକେ ସମ୍ପର୍କ ପାଇଁ ଐତିହାସିକ ମାଇଲଖୁଣ୍ଟ ।
ଏହା ଜାଣି ଖୁସି ହେଲି ଯେ ଭାରତ-ୟୁକେ ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟ ଚୁକ୍ତିନାମା ୧୫ ଜୁଲାଇ ୨୦୨୬ରେ କାର୍ଯ୍ୟକାରୀ ହେବ ।
ଏହି ଚୁକ୍ତିନାମା ଆମର ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ନିବେଶକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବ ।
ଏହା ଭାରତୀୟ କୃଷକ, ଶ୍ରମିକ, ଏମଏସଏମଇ, ଷ୍ଟାଟଅପ ଏବଂ ନବସୃଜନକାରୀଙ୍କ ପାଇଁ ଅନେକ ସୁଯୋଗ ମଧ୍ୟ ଖୋଲିବ ତଥା ‘ବିକଶିତ ଭାରତ ୨୦୪୭’କୁ ସାକାର କରିବାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ ।
ଜି୭ ଶିଖର ସମ୍ମିଳନୀ ପାଇଁ ଏଭିଏନରେ ଥିବା ପ୍ରଧାନମନ୍ତ୍ରୀ ଷ୍ଟାରମର ଏବଂ ମୁଁ ଉଭୟ ଆମର ଆର୍ଥିକ ସମ୍ପର୍କରେ ଯୋଡି ହୋଇଥିବା ଏହି ନୂତନ ଅଧ୍ୟାୟ ଯୋଗୁଁ ବହୁତ ଖୁସି ।
@Keir_Starmer”
SR
A historic milestone for India-UK relations.
— Narendra Modi (@narendramodi) June 17, 2026
Delighted to note that the India-UK Comprehensive Economic and Trade Agreement will enter into force on 15th July 2026.
This agreement will significantly boost our bilateral trade and investment.
It will also unlock numerous… pic.twitter.com/I0bMCjdtg4