Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ନିଜ ଜନ୍ମଦିନକୁ ଆମର ଅର୍ଥନୀତି, ସମାଜ ଏବଂ ପରିବେଶକୁ ଅନ୍ତର୍ଭୁକ୍ତ କରୁଥିବା କାର୍ଯ୍ୟକ୍ରମଗୁଡିକ ସହିତ ବିତାଇଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅର୍ଥନୀତି, ସମାଜ ଏବଂ ପରିବେଶକୁ ଅନ୍ତର୍ଭୁକ୍ତ କରୁଥିବା କାର୍ଯ୍ୟକ୍ରମରେ ତାଙ୍କ ଜନ୍ମଦିନ ଅତିବାହିତ କରିଥିଲେ । ଶୁଭେଚ୍ଛା ଏବଂ ସ୍ନେହ ପାଇଁ ସେ ମଧ୍ୟ କୃତଜ୍ଞତା ଜଣାଇଛନ୍ତି ।
ଶ୍ରୀ ମୋଦୀ ଟୁଇଟ୍ କରିଛନ୍ତି:
“ମିଳିଥିବା ସ୍ନେହ ଶ୍ରଦ୍ଧା ମୋତେ ଅଭିଭୂତ କରିଛି । ମୋର ଜନ୍ମଦିନରେ ମୋତେ ଶୁଭେଚ୍ଛା ଜଣାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ମୁଁ ଧନ୍ୟବାଦ ଜଣାଉଛି । ଏହି ଶୁଭେଚ୍ଛା ମୋତେ ଅଧିକ ପରିଶ୍ରମ କରିବାକୁ ଶକ୍ତି ପ୍ରଦାନ କରିବ । ମୁଁ ସେହି ସମସ୍ତ ଲୋକଙ୍କୁ ପ୍ରଶଂସା କରୁଛି ଯେଉଁମାନେ ଏହି ଦିନକୁ ବିଭିନ୍ନ ବର୍ଗର ସେବା ପାଇଁ ଉତ୍ସର୍ଗ କରିଛନ୍ତି । ସେମାନଙ୍କର ସଂକଳ୍ପ ପ୍ରଶଂସନୀୟ ।”

“ମୁଁ ଆମର ଅର୍ଥନୀତି, ସମାଜ ଏବଂ ପରିବେଶକୁ ଅନ୍ତର୍ଭୁକ୍ତ କରୁଥିବା କାର୍ଯ୍ୟକ୍ରମରେ ଯୋଗଦେଇ ଦିନ ବିତାଇଥିଲି । ମୁଁ ପ୍ରକୃତରେ ବିଶ୍ୱାସ କରେ ଯେ ଯେତେବେଳେ ଆମେ ଏହି କ୍ଷେତ୍ରଗୁଡିକରେ ସାମୂହିକ ଭାବରେ କାର୍ଯ୍ୟ କରୁ, ଆମେ ନିରନ୍ତର ଏବଂ ଅନ୍ତର୍ଭୂକ୍ତି ବିକାଶର ଲକ୍ଷ୍ୟ ପୂରଣ କରିବୁ । ଆଗାମୀ ଦିନରେ ଆମେ ଅଧିକ ପରିଶ୍ରମ କରିବା ଜାରି ରଖିବା ।

ଅନେକ ଆନ୍ତର୍ଜାତୀୟ ନେତା ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି ।
ଡୋମିନିକାର ପ୍ରଧାନମନ୍ତ୍ରୀ ମାନ୍ୟବର ରୁଜଭେଲ୍ଟ ସ୍କେରିଟ୍ଙ୍କ ଶୁଭେଚ୍ଛାର ଉତ୍ତର ପ୍ରଧାନମନ୍ତ୍ରୀ ଦେଇଛନ୍ତି

“ଜନ୍ମଦିନର ଶୁଭେଚ୍ଛା ପାଇଁ ପ୍ରଧାନମନ୍ତ୍ରୀ ରୁଜୁଭେଲ୍ଟ ସ୍କେରିଟଙ୍କୁ ଧନ୍ୟବାଦ”

ନେପାଳର ପ୍ରଧାନମନ୍ତ୍ରୀ ମାନ୍ୟବର ଶେର୍ ବାହାଦୂର ଦେଓବାଙ୍କୁ ପ୍ରଧାନମନ୍ତ୍ରୀ କହିଛନ୍ତି
“ଜନ୍ମଦିନର ଶୁଭେଚ୍ଛା ପାଇଁ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଓବାଙ୍କୁ ଧନ୍ୟବାଦ । ମୋତେ ଗଭୀର ଭାବେ ଛୁଇଁଛି” 

 ମରିସସର ପ୍ରଧାନମନ୍ତ୍ରୀ ମାନ୍ୟବର ପ୍ରବୀନ୍ଦ କୁମାର ଜଗନ୍ନାଥ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏବଂ ଶ୍ରୀ ମୋଦୀ ଉତ୍ତର ଦେଇଛନ୍ତି
“ମୋର ପ୍ରିୟ ବନ୍ଧୁ ପ୍ରଧାନମନ୍ତ୍ରୀ  କୁମାର ଜଗନ୍ନାଥଙ୍କୁ ତାଙ୍କର ଶୁଭେଚ୍ଛା ପାଇଁ ଧନ୍ୟବାଦ”

ଭୁଟାନର ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛାରେ ପ୍ରଧାନମନ୍ତ୍ରୀ ଉତ୍ତର ଦେଇଛନ୍ତି
“ଉଷ୍ମ ଶୁଭେଚ୍ଛା ପାଇଁ ଭୁଟାନ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ । ମୁଁ ଭୁଟାନରେ ମୋର ବନ୍ଧୁମାନଙ୍କଠାରୁ ସର୍ବଦା ପାଇଥିବା ଅପାର ପ୍ରେମ ଏବଂ ସମ୍ମାନକୁ ପ୍ରକୃତରେ ଗୁରୁତ୍ୱ ଦେଉଛି ।

ପ୍ରଧାନମନ୍ତ୍ରୀ ମଧ୍ୟ ଜାତୀୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସେମାନଙ୍କ ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇଛନ୍ତି
ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ତାଙ୍କ ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
“ଶୁଭକାମନା ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ମାନନୀୟ ରାଷ୍ଟ୍ରପତି ଜୀ @ରାଷ୍ଟ୍ରପତିଭବନ”

ଉପରାଷ୍ଟ୍ରପତି ଶ୍ରୀ ଜଗଦୀପ ଧନଖରଙ୍କୁ ପ୍ରଧାନମନ୍ତ୍ରୀ ଉତ୍ତର ଦେଇଛନ୍ତି
“ଶୁଭଚ୍ଛା ଅଭିନନ୍ଦନ ବାର୍ତ୍ତା ପାଇଁ ଉପରାଷ୍ଟ୍ରପତି ଜଗଦୀପ ଧନକର ଜୀଙ୍କୁ କୃତଜ୍ଞତା @ଉପରାଷ୍ଟ୍ରପତି ସଚିବାଳୟ”

ପୂର୍ବତନ ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି, ପ୍ରଧାନମନ୍ତ୍ରୀ ଉତ୍ତର ଦେଇଛନ୍ତି ।
“ଆପଣଙ୍କୁ ହୃଦୟରୁ ଧନ୍ୟବାଦ ମାନ୍ୟବର ରାମନାଥ କୋବିନ୍ଦ ଜୀ”

ପୂର୍ବତନ ଉପରାଷ୍ଟ୍ରପତି ଶ୍ରୀ ଏମ ଭେଙ୍କୟା ନାଇଡୁଙ୍କ ଶୁଭେଚ୍ଛା ଜଣାଇଛନ୍ତି, ପ୍ରଧାନମନ୍ତ୍ରୀ ଉତ୍ତର ଦେଇଛନ୍ତି
“ଆପଣଙ୍କ ଶୁଭେଚ୍ଛା ଛୁଇଁଯାଇଛି, ଭେଙ୍କିୟା ଗାରୁ । @ଏମ ଭେଙ୍କିୟାନାଇଡୁ”

HS