ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ନିର୍ବାଚନ ପରିଚାଳନା ଓ ପ୍ରଶାସନ କ୍ଷେତ୍ରରେ ସହଯୋଗ ଲାଗି ଭାରତର ନିର୍ବାଚନ ଆୟୋଗ ଏବଂ ମାଳଦୀପ ନିର୍ବାଚନ ଆୟୋଗ ମଧ୍ୟରେ ବୁଝାମଣାକୁ ଅନୁମୋଦନ କରିଛନ୍ତି । ଏହି ବୁଝାମଣାରେ ନିର୍ବାଚନ ପ୍ରକ୍ରିୟାର ସାଂଗଠନିକ ଓ ବୈଷୟିକ ବିକାଶ କ୍ଷେତ୍ରରେ ଜ୍ଞାନ ଓ ଅଭିଜ୍ଞତାର ବିନିମୟ, ସୂଚନା ଆଦାନ ପ୍ରଦାନ, ସଂସ୍ଥାଗତ ଦୃଢ଼ତା ଏବଂ କ୍ଷମତା ନିର୍ମାଣ, କାର୍ମିକ ପ୍ରଶିକ୍ଷଣ, ନିୟମିତ ପରାମର୍ଶ କ୍ଷେତ୍ରରେ ସହଯୋଗ ଆଦି ସାମିଲ ରହିଛି ।
ଏହି ପ୍ରସ୍ତାବିତ ଏମଓୟୁ ମାଳଦୀପ ନିର୍ବାଚନ ଆୟୋଗକୁ ବୈଷୟିକ ସହାୟତା ଓ ଦକ୍ଷତା ସହଯୋଗ ଯୋଗାଇ ଦେବା ଏବଂ ନିର୍ବାଚନ ପରିଚାଳନା ଓ ପ୍ରଶାସନ କ୍ଷେତ୍ରରେ ସହଯୋଗକୁ ଆଗେଇ ନେବା ଉଦ୍ଦେଶ୍ୟରେ ଦ୍ୱିପାକ୍ଷିକ ସହଯୋଗକୁ ପ୍ରୋତ୍ସାହିତ କରିବ ।
*************