Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ନିଶା ଦ୍ରବ୍ୟ, ଔଷଧ, ମାନସିକ ରୋଗ ଔଷଧ ଏବଂ ପ୍ରିକର୍ସର୍ସର ବେଆଇନ କାରବାର ରୋକିବା କ୍ଷେତ୍ରରେ ଭାରତ, ଉଜବେକିସ୍ତାନ ସହଯୋଗ ବୁଝାମଣାକୁ କ୍ୟାବିନେଟ ମଞ୍ଜୁରି


ନିଶା ଦ୍ରବ୍ୟ, ଔଷଧ, ମାନସିକ ରୋଗ ଔଷଧ ଏବଂ ପ୍ରିକର୍ସର୍ସର ବେଆଇନ କାରବାର ରୋକିବା କ୍ଷେତ୍ରରେ ଆପୋସ ସହଯୋଗ ଲାଗି ଭାରତ ଏବଂ ଉଜବେକିସ୍ତାନ ମଧ୍ୟରେ ବୁଝାମଣା (ଏମଓୟୁ)କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି ।

ଲାଭ :

ନିଶା ଦ୍ରବ୍ୟ ଏବଂ ମାନସିକ ରୋଗର ଔଷଧ କାରବାର ଉପରେ ନିୟନ୍ତ୍ରଣ ଆଣିବା ଲାଗି ଆପୋସ ସହଯୋଗ ଏବଂ ବେଆଇନ ଔଷଧ କାରବାର ଉପରେ ଅଂକୁଶ ଆଣିବା ଦିଗରେ ଏହି ଏମଓୟୁ ସହାୟକ ହୋଇପାରିବ । ଚୟନ କରାଯାଇଥିବା କ୍ଷେତ୍ରରେ ସମସ୍ତ ପ୍ରସଙ୍ଗର ମୁକାବିଲା କରିବା କ୍ଷେତ୍ରରେ ଆବଶ୍ୟକ ଆପୋସ ସହାୟତା ଏବଂ ସହଯୋଗ ଲାଗି ଏକ ପ୍ରଭାବୀ ଢାଂଚା ଯୋଗାଇଦେବ । ଉଭୟ ସରକାରଙ୍କ ମଧ୍ୟରେ ସଂସ୍ଥାଗତ ଯୋଗାଯୋଗ ପାଇଁ ଏହି ଏମଓୟୁ ସୁବିଧା ପ୍ରଦାନ କରିବ । ବୁଝାମଣା ଥରେ ଲାଗୁ ହେଲେ ଅନ୍ତର୍ଜାତୀୟ ନିଶାଦ୍ରବ୍ୟ କାରବାର ଉପରେ ଅଂକୁଶ ଲଗାଇବାରେ ସହାୟତା ମିଳିପାରିବ ।