Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ନୂଆଦିଲ୍ଲୀରେ ଅନୁଷ୍ଠିତ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ଆଫ୍ରିକୀୟ ସଂଘର ଅଧ୍ୟକ୍ଷ ତଥା ବୁରୁଣ୍ଡି ଗଣରାଜ୍ୟର ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ


 

ନୂଆଦିଲ୍ଲୀରେ ଅନୁଷ୍ଠିତ ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆଫ୍ରିକୀୟ ସଂଘର ଅଧ୍ୟକ୍ଷ ତଥା ବୁରୁଣ୍ଡି ଗଣରାଜ୍ୟର ରାଷ୍ଟ୍ରପତି ମହାମହିମ ଏଭାରିଷ୍ଟେ ନଦାଇଶିମିୟେଙ୍କ ସହ ଏକ ଦ୍ୱିପାକ୍ଷିକ ବୈଠକ କରିଛନ୍ତି

୨୦୨୩ରେ ଭାରତର ଅଧ୍ୟକ୍ଷତା କାଳରେ ଆଫ୍ରିକୀୟ ସଂଘକୁ ଜି୨୦ ଗୋଷ୍ଠୀରେ ସାମିଲ କରିବାରେ ଭାରତର ଭୂମିକାକୁ ସ୍ମରଣ କରି ଉଭୟ ନେତା ଭାରତ-ଆଫ୍ରିକୀୟ ସଂଘର ଭାଗୀଦାରୀ ଗ୍ଲୋବାଲ୍ ସାଉଥ୍ ମଧ୍ୟରେ ସହଯୋଗର ଏକ ମୁଖ୍ୟ ସ୍ତମ୍ଭ ବୋଲି ଗୁରୁତ୍ୱାରୋପ କରିଥିଲେ ସେମାନେ ପାରସ୍ପରିକ ସୁବିଧାଜନକ ତାରିଖରେ ଚତୁର୍ଥ ଭାରତ-ଆଫ୍ରିକା ଫୋରମ୍ ସମ୍ମିଳନୀର ଶୀଘ୍ର ଆୟୋଜନ ଉପରେ ଆଲୋଚନା କରିଥିଲେ

ଇବୋଲା ମହାମାରୀର ମୁକାବିଲାରେ ସଫଳତା ପାଇଁ ପ୍ରଧାନମନ୍ତ୍ରୀ ଆଫ୍ରିକୀୟ ସଂଘର ନେତୃତ୍ୱକୁ ପ୍ରଶଂସା କରିଥିଲେ ଏହି ମହାମାରୀର ପ୍ରଭାବ ହ୍ରାସ କରିବାରେ ସହାୟତା ପାଇଁ ଭାରତ ପକ୍ଷରୁ ‘ଆଫ୍ରିକା ସିଡିସି’କୁ ଯୋଗାଇ ଦିଆଯାଇଥିବା ଚିକିତ୍ସା ସହାୟତାକୁ ଏୟୁ ଅଧ୍ୟକ୍ଷ ପ୍ରଶଂସା କରିଥିଲେ

ଉଭୟ ନେତା ଭାରତ-ବୁରୁଣ୍ଡି ସମ୍ପର୍କ ଉପରେ ଆଲୋଚନା କରିଥିଲେ, ଯାହା ସୌହାର୍ଦ୍ଦ୍ୟ, ଏକତା ଏବଂ ସାମୂହିକ ବିକାଶମୂଳକ ଆକାଂକ୍ଷା ଉପରେ ଆଧାରିତ ସେମାନେ ଅର୍ଥନୈତିକ ସହଯୋଗ, ବିକାଶ ଭାଗୀଦାରୀ, କୃଷି କ୍ଷେତ୍ରରେ ଆଧୁନିକୀକରଣ, ସ୍ୱାସ୍ଥ୍ୟସେବା ଏବଂ କ୍ଷମତା ନିର୍ମାଣ ପଦକ୍ଷେପ ଭଳି କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା କରିଥିଲେ

 

SR