ପିଏମଇଣ୍ଡିଆ

କେନ୍ଦ୍ରୀୟ ସୂଚନା ଆୟୋଗଙ୍କର ଏହି ନୂତନ ଭବନର ଲୋକାର୍ପଣ କରି ମୋତେ ବହୁତ ଆନନ୍ଦ ମିଳୁଛି ।
ଭିନ୍ନ-ଭିନ୍ନ ବିଭାଗର ସଂଯୁକ୍ତ ଯୋଗଦାନ କାରଣରୁ ଏହି ଭବନର ନିର୍ମାଣ ସ୍ଥିରୀକୃତ ସମୟ ପୂର୍ବରୁ ସମାପନ କରାଯାଇଛି । ଭବନର ନିର୍ମାଣ ସହିତ ଯୋଡ଼ି ହୋଇଥିବା ସମସ୍ତ ବିଭାଗ ଏବଂ କର୍ମଚାରୀମାନଙ୍କୁ ମୁଁ ବହୁତ-ବହୁତ ଅଭିନନ୍ଦନ ଜଣାଉଛି ।
ମୋତେ ଅବଗତ କରାଯାଇଛି କି ଏହି ଭବନରେ ପରିବେଶ ଅନୁକୂଳ ଗୃହ-IV (Griha-IV rating) ମାନ୍ୟତା ପ୍ରାପ୍ତ କରିଛି । ଅର୍ଥାତ ଏହି ଭବନ ଶକ୍ତି ବଂଚାଇବା ସହିତ ପର୍ଯ୍ୟାବରଣ ରକ୍ଷା କରିବାରେ ସହାୟତା କରିବ । ମୋର ଆଶା ଯେ ନୂତନ ଭବନ ଦ୍ୱାରା ଆୟୋଗଙ୍କ କାମଦାମକୁ ଆହୁରି ଅଧିକ ଭଲ ଭାବରେ ସମନ୍ୱୟ କରିବା, ସମନ୍ୱିତ କରି ରଖିବାରେ ସାହାଯ୍ୟ ମିଳିବ ।
ଏହାଦ୍ୱାରା ଆୟୋଗଙ୍କ ପାଖକୁ ଆସୁଥିବା ମାମଲା ଗୁଡ଼ିକର ଶୁଣାଣୀରେ ମଧ୍ୟ ଗତି/ବେଗ ଆସିବ । ମାମଲା ଗୁଡ଼ିକର ଶୁଣାଣୀରେ ମଧ୍ୟ ଗତି ଆସିବାର ସିଧା ଅର୍ଥ ହେଉଛି କି କେଉଁଠି ନା କେଉଁଠି ଜନତାଙ୍କ ସହିତ ଯୋଡ଼ି ହୋଇଥିବା ସମସ୍ୟାଗୁଡ଼ିକୁ ସମାଧାନ କରିବା ଗତିରେ ମଧ୍ୟ ବେଗ ଆସିବ ।
ସାଥୀଗଣ, ଆଜି ମୋତେ କେନ୍ଦ୍ରୀୟ ସୂଚନା ଆୟୋଗଙ୍କ ମୋବାଇଲ ଆପ୍ କୁ ମଧ୍ୟ ଲୋକାର୍ପଣ କରିବାର ସୁଯୋଗ ମିଳିଛି । ଏହି ଆପ୍ ଜରିଆରେ ନାଗରିକମାନଙ୍କୁ ଆବେଦନ ଦାଖଲ କରିବାରେ, ଅଭିଯୋଗ ଦାଖଲ କରିବାରେ ସହଜ ତ ହେବ, ତା ସହିତ ସୂଚନା ଆୟୋଗଙ୍କ ଦ୍ୱାରା ଦିଆ ଯାଉଥିବା ସୂଚନା ମଧ୍ୟ ସେମାନଙ୍କ ପାଖରେ ଶୀଘ୍ର ପହଂଚିବ ।
ମୋତେ ଅବଗତ କରାଯାଇଛି କି କେନ୍ଦ୍ରୀୟ ସୂଚନା ଆୟୋଗଙ୍କ ଦ୍ୱାରା ନାଗରିକ ସେବା ପାଇଁ ଅନେକ ପଦକ୍ଷେପ ଉଠାଯାଇଛି । ଲୋକମାନଙ୍କର ସୁବିଧା ଗୁଡ଼ିକୁ ବଢ଼ାଇବା ପାଇଁ, ଅଭିଯୋଗ ଗୁଡ଼ିକୁ ଶୀଘ୍ର ସମାଧାନ କରିବା ପାଇଁ ସିଆଇସିରେ ଅଧିକରୁ ଅଧିକ ବୈଷୟିକ ଜ୍ଞାନର ପ୍ରୟୋଗ କରାଯାଉଛି ।
ଏହା ହେଉଛି ଆନନ୍ଦର କଥା ଯେ ଯେବେଠାରୁ ଆୟୋଗ କାମ କରିବା ଆରମ୍ଭ କରିଛନ୍ତି ସେବେଠାରୁ ସବୁଠାରୁ ଅଧିକ ମାମଲାର ସମାଧାନ ଗତ ବର୍ଷ ହୋଇଛି । ମୁଁ ଆଶା କରୁଛି କି ଦେଶର ନାଗରିକମାନଙ୍କର ଅଭିଯୋଗକୁ ଏବଂ ସୁବିଧାଗୁଡ଼ିକୁ ଧ୍ୟାନରେ ରଖି ଆୟୋଗ କ୍ରମାଗତ ଭାବେ ଏହି ଭଳି ନିଜର ବ୍ୟବସ୍ଥାରେ ସୁଧାର କରି ଚାଲିବ ।
ସାଥୀଗଣ,
ଗଣତାନ୍ତ୍ରିକ ଏବଂ ଭାଗିଦାରୀ, ଶାସନ ପାଇଁ ପାରଦର୍ଶୀତା ଏବଂ ଉତ୍ତରଦାୟୀ ବହୁତ ଆବଶ୍ୟକ ।
ଯେତେବେଳେ ବ୍ୟବସ୍ଥାଗୁଡ଼ିକରେ ପାରଦର୍ଶୀତା ଆସିଥାଏ, ଲୋକମାନଙ୍କ ପ୍ରତି ଦାୟିତ୍ୱ ବଢ଼ିଥାଏ, ଉତ୍ତରଦାୟିତ୍ୱର ଭାବନା ରହିଥାଏ ତ ସରକାରଙ୍କର କାମ କରିବାର ଉପାୟ ଆଉ ଯୋଜନାଗୁଡ଼ିକର ପ୍ରଭାବ ଦୁଇଟି ଯାକ ବଦଳି ଯାଇଥାଏ ।
ଏମିତିରେ କେନ୍ଦ୍ରୀୟ ଆୟୋଗଙ୍କ ଭଳି ସଂସ୍ଥା ଗୁଡ଼ିକ ପାରଦର୍ଶୀତା ଏବଂ ଉତ୍ତରଦାୟୀ ଦୁଇଟିଯାକକୁ ବଢ଼ାଇବାରେ ମହତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଥାଆନ୍ତି ।
ଏଭଳି ସଂସ୍ଥା ଗୁଡ଼ିକ ବିଶ୍ୱସନୀୟ ଶାସନ ପାଇଁ ଉତପ୍ରେରକ ଭଳି କାର୍ଯ୍ୟ କରି ଥାଆନ୍ତି । ଲୋକଙ୍କର ସରକାର ଉପରେ ବିଶ୍ୱାସ ବଢ଼ୁ ଆଉ ସରକାର ଦେଶର ମାନବ ସମ୍ବଳର ସଂପୂର୍ଣ୍ଣ ଉପଯୋଗ କରି ପାରନ୍ତୁ, ନିଜ ଦେଶର ନାଗରିକ ମାନଙ୍କର ଆଶା-ଆକାଂକ୍ଷା ଗୁଡ଼ିକୁ ଧ୍ୟାନରେ ରଖି ନିଷ୍ପତ୍ତି ନେଇ ପାରନ୍ତୁ, ଏଥିପାଇଁ ଏହି ଭଳି ସଂସ୍ଥାଗୁଡ଼ିକର ବହୁତ ଗୁରୁତ୍ୱ ରହିଛି ।
ସାଥୀଗଣ,
ମୁଁ ମାନୁଛି କି ଆମ ଗଣତନ୍ତ୍ରର ସବୁଠାରୁ ସୁଦୃଢ଼ ସ୍ତମ୍ଭ ହେଉଛି ନାଗରିକ ସଶକ୍ତିକରଣ । ବିଗତ ଚାରି ବର୍ଷରେ ଆପଣମାନେ ଦେଖିଛନ୍ତି କିପରି କେନ୍ଦ୍ର ସରକାର ଭିନ୍ନ-ଭିନ୍ନ ମାଧ୍ୟମ ଜରିଆରେ ଦେଶର ଲୋକମାନଙ୍କୁ ସୂଚନା ପ୍ରଦାନ ଏବଂ ସଶକ୍ତ କରିବାର ପ୍ରୟାସ କରିଛନ୍ତି । ଇତିହାସରେ ଏହି କଥାର ଅନେକ ଉଦାହରଣ ମିଳେ କି ଯେତେବେଳେ ସୂଚନାକୁ ଏକ ପାଖିଆ ମାଧ୍ୟମ (ୱାନ୍ ୱେ ଚ୍ୟାନେଲ) ଭଳି ବ୍ୟବହାର କରାଯାଉଛି, ତ ତାହାର କେତେ ଗୁରୁତର ପରିଣାମ ବାହାରୁଛି । ଏଥିପାଇଁ ଆମ ସରକାର ଏକ ପାଖିଆ ଅଭିବ୍ୟକ୍ତି ପରିବର୍ତ୍ତେ, ଆଧୁନିକ ସୂଚନା ହାଇୱେ ସିଦ୍ଧାନ୍ତ ଉପରେ କାମ କରୁଛନ୍ତି ।
ଏକ ଏଭଳି ହାଇୱେ, ଯେଉଁଠାରେ ଦୁଇଟି ହିଁ ଦିଗରେ ସୂଚନା ଦ୍ରୁତ ବେଗରେ ଆସିବା-ଯିବାର ବ୍ୟବସ୍ଥା କରାଯାଇଛି ।
ସାଥୀଗଣ,
ଆଜିର ଆଧୁନିକ ସୂଚନା ହାଇୱେର 5 ସ୍ତମ୍ଭ ରହିଛି ଯାହା ଉପରେ ଆମେ ଏକା ସହିତ କାମ କରୁଛେ ।
ଏହି ପାଞ୍ଚଟି ସ୍ତମ୍ଭ ହେଉଛି-
ପଚାରିବ/ଜିଜ୍ଞାସା କରିବା (Ask)
ଭଲ ଭାବେ ଶୁଣିବା ( Listen)
ଭାବ ବିନିମୟ ( Interact)
କାର୍ଯ୍ୟ କର, (Act)
ଏବଂ
ସୂଚନା ପ୍ରଦାନ (Inform)
ଯଦି ମୁଁ ପ୍ରଥମ ସ୍ତମ୍ଭ ପଚାର ଅର୍ଥାତ ପ୍ରଶ୍ନ ଉପରେ ବିସ୍ତାର ଭାବେ ଆଲୋଚନା କରିବି, ତ ସରକାରଙ୍କର ନୀତି ଏବଂ ପ୍ରକଳ୍ପରେ, ଉନ୍ନତ ଶାସନ ପାଇଁ ଲୋକମାନଙ୍କର ପ୍ରତ୍ୟେକ ପ୍ରକାରର ପ୍ରଶ୍ନକୁ ପ୍ରାଥମିକତା ଦିଆଯାଉଛି । ମୋ ସରକାର, MyGov ଯାହା ହେଉଛି ଦୁନିଆର ସବୁଠାରୁ ବଡ଼ ନାଗରିକ ନିୟୋଜିତ ମଂଚ, ସେଠାରେ ଲୋକମାନେ ନିଜର ଯାବତୀୟ ପ୍ରଶ୍ନ ସହିତ ସରକାରଙ୍କ ସହିତ ଯୋଡ଼ି ହୁଅନ୍ତି ।
ମୁଁ ଆପଣମାନଙ୍କୁ ଖୁବ ତାଜା ଉଦାହରଣଟିଏ ଦେବି । ସୃଜନ ଅର୍ଥାତ – Station Rejuvenation Initiative by Joint Action ରେଳବାଇର ଏହି ମଜାଦାର ପଦକ୍ଷେପରେ ଜନତା ନିଜର ଅନେକ ପ୍ରଶ୍ନ ମାଧ୍ୟମରେ ସରକାରଙ୍କର ମାର୍ଗଦର୍ଶନ କରୁଛନ୍ତି ।
ଭାଇ ଓ ଭଉଣୀମାନେ, ସୂଚନା ହାଇୱେର ଦ୍ୱିତୀୟ ସ୍ତମ୍ଭ ହେଉଛି-‘ଶୁଣିବା’ ।
ଆଜି ହେଉଛି ଦେଶରେ ଏଭଳି ସରକାର, ଯିଏ ଲୋକମାନଙ୍କ କଥା ବହୁତ ଶୁଣୁଛନ୍ତି । ସିପି-ଗ୍ରାମ୍ସ ରେ ଯେଉଁ ପରାମର୍ଶ ଦିଆଯାଏ, ସାମାଜିକ ଗଣମାଧ୍ୟମରେ ଯେଉଁ ପରାମର୍ଶ ଦିଆଯାଏ, ତା’ଉପରେ ସରକାର ଗୁରୁତର ସହିତ ଧ୍ୟାନ ଦେଇ ଥାଆନ୍ତି ।
ଆମ ସରକାରରେ ଅନେକ ଥର ଲୋକଙ୍କଠାରୁ ମିଳିଥିବା ପ୍ରସ୍ତାବ ଗୁଡ଼ିକ, ସେମାନଙ୍କର ମତାମତ ସଂଗ୍ରହ କଲା ପରେ ନୀତିରେ ପରିବର୍ତ୍ତନ ମଧ୍ୟ କରାଯାଇଛି ।
ସାଥୀଗଣ,
ପ୍ରଶ୍ନ ଏବଂ ପରାମର୍ଶ ଯେତିକି ଗୁରୁତ୍ୱପୂର୍ଣ୍ଣ, ସୂଚନା ହାଇୱେ ଜରିଆରେ ଭାବ ବିନିମୟ କରିବା ସେତିକି ମହତ୍ଵପୂର୍ଣ୍ଣ ଏବଂ ଏହା ହେଉଛି ତୃତୀୟ ସ୍ତମ୍ଭ ।
ମୁଁ ମାନୁଛି କି ଭାବ ବିନିମୟ ଦ୍ୱାରା ସରକାର ଏବଂ ନାଗରିକମାନଙ୍କ ମଧ୍ୟରେ ଏକ ଭାବାତ୍ମକ ସଂଯୋଗ ସ୍ଥାପିତ ହୋଇଥାଏ ।
ଲୋକମାନଙ୍କ ସହିତ ଭାବ ବିନିମୟ ବଢ଼ାଇବା ପାଇଁ ସମୟ-ସମୟରେ ସର୍ଭେ ମଧ୍ୟ କରାଯାଇଥାଏ । ପ୍ରତ୍ୟେକ ବର୍ଷ ମଇ ମାସରେ ଆମେ ‘ମୋ ସରକାରକୁ ମୂଲ୍ୟାୟନ କର’ ମତାମତ ମଧ୍ୟ ନେଇ ଆସିଥାଉ ।
ଏହି ଭଳି ଭାବେ ସୂଚନା ହାଇୱେର ଚତୁର୍ଥ ଏବଂ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ହେଉଛି–‘କାର୍ଯ୍ୟ’ବା କାର୍ଯ୍ୟ କରବା ।
ପ୍ରଶ୍ନ-ପରାମର୍ଶ-ଆଲୋଚନା ପରେ ଯଦି କାର୍ଯ୍ୟରେ ଉଣା ରହିଯାଏ, ତ ସମସ୍ତ ପରିଶ୍ରମ ବ୍ୟର୍ଥ ହେବା ସ୍ଥିର ନିଶ୍ଚୟ ।
ଏଥିପାଇଁ ଲୋକମାନଙ୍କର ପ୍ରସ୍ତାବ ଆଧାରରେ, ସେମାନଙ୍କର ପ୍ରଶ୍ନ ଆଧାରରେ ସଂପୂର୍ଣ୍ଣ ସକ୍ରିୟତା ଦେଖା ଯାଇଥାଏ । ଜିଏସଟି ସମୟରେ ମଧ୍ୟ ଆପଣମାନେ ଦେଖିଥିବେ କି କିଭଳି ଅଭିଯୋଗ ଉପରେ ଶୁଣାଶୀ କରି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନୂତନ ନିୟମ ପ୍ରସ୍ତୁତ କରାଗଲା ଆଉ ନିୟମରେ ମଧ୍ୟ ପରିବର୍ତ୍ତନ କରାଗଲା । ଜିଏସଟି ପରେ ହ୍ରାସ ପାଇଥିବା ମୂଲ୍ୟର ଲାଭ ଉପଭୋକ୍ତାମାନଙ୍କୁ ମିଳି ପାରୁ ଏଥିପାଇଁ ଜାତୀୟ ଲାଭାଂଶ-ନିରୋଧୀ ପ୍ରାଧିକରଣର ଗଠନ, ବହୁତ ମାତ୍ରାରେ ହେଉଛି ଏହି ଆଲୋଚନାର ପରିଣାମ । ଏହା ଛଡ଼ା ଆପଣମାନେ ମଧ୍ୟ ଦେଖିଥିବେ କି କିଭଳି ଆମ ସରକାରଙ୍କର ଅନେକ ମନ୍ତ୍ରୀ ଆଉ ମନ୍ତ୍ରଣାଳୟ କେବଳ ଗୋଟିଏ ମାତ୍ର ଟ୍ୱିଟ୍ ଆଧାରରେ ବଡ଼ ଅଭିଯୋଗର ସମାଧାନ କରି ପାରୁଛନ୍ତି । ଲୋକମାନଙ୍କୁ ଏବେ ନିଜର ଦୈନନ୍ଦିନ ଜୀବନରେ ଅନେକ ସମସ୍ୟାର ସମାଧାନ ଗୋଟିଏ ଟ୍ୱିଟ୍ ରେ ମିଳିଯାଉଛି ।
ସାଥୀଗଣ,
ସୂଚନା ହାଇୱ (ରାଜପଥ)ର ପଞ୍ଚମ ସ୍ତମ୍ଭ ହେଉଛି–‘ସୂଚନା ପ୍ରଦାନ’ ।
ଏହା ହେଉଛି ସରକାରଙ୍କର କର୍ତ୍ତବ୍ୟ କି ନିଜ ପଦକ୍ଷେପ ବିଷୟରେ ସଠିକ ସୂଚନା ଦିଆଯାଉ । ଏଥିପାଇଁ ଆମ ସରକାର ସୂଚନାକୁ ବାସ୍ତବ ସମୟ, ଅନ-ଲାଇନରେ ଉପଲବ୍ଧ କରାଇବା ପାଇଁ ଏକ ନୂତନ ନେଟୱାର୍କ ବିକଶିତ କରିଛନ୍ତି ।
ୱେବସାଇଟର ଡେସବୋର୍ଡ ମାଧ୍ୟମରେ ଲୋକମାନଙ୍କୁ ଯୋଜନାଗୁଡ଼ିକ ବିଷୟରେ ତାଜା ତଥ୍ୟ ଦେବାର କାମ ପ୍ରଥମ ଥର ପାଇଁ ଏହି ସରକାର କରିଛନ୍ତି । ସ୍ୱଚ୍ଛ ଭାରତ ଅଭିଯାନ ଅଧୀନରେ କେତେ ଶୌଚାଳୟ ତିଆରି ହେଲା, ସୌଭାଗ୍ୟ ଯୋଜନାରେ କେତେ ଅଗ୍ରଗତି ହୋଇଛି, ଉଜାଲା ଯୋଜନା ଅଧୀନରେ କେତେ ଏଲଇଡ଼ି ବିତରଣ କରାଯାଇଛି, ମୁଦ୍ରା ଯୋଜନା ମାଧ୍ୟମରେ କେତେ ଋଣ ମଞ୍ଜୁର କରାଯାଇଛି, ଏଭଳି ଅନେକ ମହତ୍ୱପୂର୍ଣ୍ଣ ତଥ୍ୟ ଏବେ ଅନ-ଲାଇନରେ ଉପଲବ୍ଧ ହେଉଛି ।
ଭାଇ ଓ ଭଉଣୀମାନେ, ପୂର୍ବରୁ ଏମିତି ମଧ୍ୟ ଦେଖା ଯାଉଥିଲା କି ଭିନ୍ନ-ଭିନ୍ନ ଲୋକ ଗୋଟିଏ ପ୍ରକାରର ସୂଚନା ମାଗୁଥିଲେ । ଏଭଳି ପରିସ୍ଥିତିରେ ଭିନ୍ନ-ଭିନ୍ନ ଲୋକଙ୍କୁ ଉତ୍ତର ଦେବାର ବ୍ୟବସ୍ଥାର ସମୟ ଆଉ ସଂସାଧନ ଦୁଇଟି ଯାକ ପାଇଁ ଅଧିକ ଖର୍ଚ୍ଚ ହେଉଥିଲା । ଏହାର ପ୍ରତିକାର ପାଇଁ ଆମ ସରକାର ଯେଉଁ ସାଧାରଣ ପ୍ରଶ୍ନ ରହିଥାଏ, ତାହା ସହିତ ଯୋଡ଼ି ହୋଇଥିବା ସୂଚନାକୁ ସମ୍ବନ୍ଧିତ ବିଭାଗ ଆଉ ମନ୍ତ୍ରଣାଳୟର ୱେବ ପୋର୍ଟାଲରେ ଅପ-ଲୋଡ଼ କରିବା ନେଇ ଗୁରୁତ୍ୱ ଦିଆଯାଉଛି ।
ଏହା ଦ୍ୱାରା ଏହି ଲାଭ ହେଲା କି ଏବେ ନାଗରିକମାନଙ୍କୁ ପ୍ରକ୍ରିୟା/ବ୍ୟବସ୍ଥା ସହିତ ଯୋଡ଼ି ହୋଇଥିବା ସୂଚନା, ଯୋଜନା ସହିତ ଜଡ଼ିତ ପରିସଂଖ୍ୟାନ ଅନ-ଲାଇନରେ ଉପଲବ୍ଧ ହେଉଛି । ଏହା ବ୍ୟତୀତ ପ୍ରତ୍ୟେକ ମନ୍ତ୍ରଣାଳୟ ଜରୁରୀ ସୂଚନା ଗୁଡ଼ିକୁ ଏସ୍ଏମ୍ଏସ୍ ଦ୍ୱାରା ମଧ୍ୟ ଲୋକଙ୍କ ପାଖରେ ପହଂଚାଉଛନ୍ତି ।
ସାଥୀଗଣ, ଆଜି ଭାରତ ଦ୍ରୁତ ଗତିରେ ଡିଜିଟାଲ ସଶକ୍ତିକରଣ ସମାଜ ଆଡ଼କୁ ଅଗ୍ରସର ହେଉଛି । ସୂଚନା ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ନା କେବଳ ପ୍ରକ୍ରିୟାକୁ ସହଜ କରିବା ପାଇଁ କରାଯାଉଛି ବରଂ ଏହି କୌଶଳରେ ପାରଦର୍ଶୀତା ଏବଂ ଗୁଣାତ୍ମକ ସେବା ମଧ୍ୟ ସୁନିଶ୍ଚିତ କରି ପାରିଛି ।
ସରକାରଙ୍କ ଦ୍ୱାରା ନାଗରିକ ସେବାକୁ ଅଧିକରୁ ଅଧିକ ସୁବିଧାଜନକ କରିବା ପାଇଁ ଡିଜିଟାଲ ଟେକ୍ନୋଲଜିର ସଂପ୍ରସାରଣ କରାଯାଉଛି ।
ଜନଧନ ଖାତା, ଆଧାର ଏବଂ ମୋବାଇଲ ଅର୍ଥାତ ଜେଏଏମ୍ ର ତ୍ରିଶକ୍ତି ମାଧ୍ୟମରେ ସରକାର ଏହା ସୁନିଶ୍ଚିତ କରୁଛନ୍ତି କି ସରକାରୀ ଯୋଜନାଗୁଡ଼ିକର ଲାଭ ସଠିକ ଲୋକଙ୍କ ପାଖରେ ପହଂଚୁ । ଲୋକମାନଙ୍କର ବ୍ୟାଙ୍କ ଖାତାରେ ସିଧାସଳଖ ଅର୍ଥ ହସ୍ତାନ୍ତର କରି ସରକାର 57 ହଜାର କୋଟି ଟଙ୍କାରୁ ଅଧିକ ଅର୍ଥର ବାଟମାରଣାକୁ ରୋକିବାରେ ସମର୍ଥ ହୋଇଛନ୍ତି । ନକଲି ହିତାଧିକାରୀ ବାଦ୍ ପଡିଛନ୍ତି । ଏବେ ଅଧିକାଂଶ ମନ୍ତ୍ରଣାଳୟଙ୍କ ୱେବସାଇଟରେ ପ୍ରକଳ୍ପଗୁଡ଼ିକର ବାସ୍ତବ (ରୂପାୟନ) ସମୟ ଟ୍ରାକିଂ କରାଯାଉଛି ।
ମନରେଗା ଅଧୀନରେ ଯେଉଁ କାମ ହେଉଛି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଯେଉଁ କାମ ହେଉଛି, ତାହାର ଟ୍ରାକିଂ କରି, ଉପଗ୍ରହ ଚିତ୍ର ମାଧ୍ୟମରେ ଅନୁଧ୍ୟାନ କରାଯାଉଛି ।
ଦଶକ-ଦଶକ ଧରି ଯେଉଁ ସେଚ ପ୍ରକଳ୍ପ ଅଧାପନ୍ତରିଆ ହୋଇ ପଡ଼ି ରହିଥିଲା, ତାହାର ନିରୀକ୍ଷଣ ପାଇଁ ଦ୍ରୋନର ମଧ୍ୟ ବ୍ୟବହାର କରାଯାଉଛି ।
ଆପଣ ସମସ୍ତଙ୍କ ମଧ୍ୟରେ ମୁଁ ବିଗତ ସପ୍ତାହରେ ହୋଇଥିବା ପ୍ରଗତି ବୈଠକ ବିଷୟରେ ମଧ୍ୟ ଆଲୋଚନା କରିବାକୁ ଚାହୁଁଛି । ଗତ ସପ୍ତାହରେ ଆମେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ କେଦାରଘାଟୀରେ ଯେଉଁ ପୁନଃ ନିର୍ମାଣର କାର୍ଯ୍ୟ କରାଯାଉଛି, ତାହାକୁ ଦ୍ରୋନ କ୍ୟାମେରା ଜରିଆରେ ସିଧା ସଳଖ ଅନୁଧ୍ୟାନ କଲୁ ।
ଟେକ୍ନୋଲଜିର ଏଭଳି ବ୍ୟବହାର ସମ୍ଭବତଃ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ପ୍ରଥମ ଥର ହେଲା ।
କେଦାରଘାଟୀରେ କିଭଳି ନୂଆ ରାସ୍ତା ତିଆରି ହେଉଛି, କିଭଳି ନୂଆ ପାଚେରୀ ତିଆରି ହେଉଛି, ବାବା ଭୋଳାନାଥଙ୍କ ମନ୍ଦିରର ଆଖପାଖର ଜାଗାକୁ ଠିକ୍ କରାଯାଉଛି, ସେ ସବୁ ତଥ୍ୟ ଓ ଚିତ୍ର ଦ୍ରୋନ କ୍ୟାମେରା ସିଧା ଆମ ପାଖକୁ ପହଞ୍ଚାଇ ଦେଉଛି ।
ସାଥୀଗଣ,
ପ୍ରଗତିର ବୈଠକ ମଧ୍ୟ ଦେଶର ଲୋକମାନଙ୍କୁ ଏକ ଅଧିକାର, ଏକ ଅଧିକାର ଦେବାର ମାଧ୍ୟମ ହୋଇଛି ।
ଏହି ଅଧିକାର ଆଇନରେ ଲେଖା ହୋଇନାହିଁ, କିନ୍ତୁ ମୁଁ ବୁଝୁଛି ଦେଶର ଲୋକମାନଙ୍କୁ ଏହାର ମଧ୍ୟ ଅଧିକାର ରହିଛି ।
ଏହା ହେଉଛି ଅଧିକାର, ସରକାରଙ୍କର ଯୋଜନାଗୁଡ଼ିକ ସଠିକ ସମୟରେ ସଂପୂର୍ଣ୍ଣ ହେବାର ଅଧିକାର ।
ଆମର ଏଠି ତିନି-ତିନି, ଚାରି-ଚାରି ଦଶକ ଧରି ଅନେକ ଯୋଜନା ଅଟକି ପଡ଼ି ରହିଥିଲା । ସେଗୁଡ଼ିକୁ ସଂପୂର୍ଣ୍ଣ କରିବାର ଦାୟିତ୍ୱ ଆମ ସରକାର ନେଲେ । ଏ ପର୍ଯ୍ୟନ୍ତ ପ୍ରଗତି ବୈଠକରେ ପାଖାପାଖି ସାଢ଼େ 9 ଲକ୍ଷ କୋଟି ଟଙ୍କାର ଯୋଜନା ଗୁଡ଼ିକର ସମୀକ୍ଷା କରାଯାଇ ସାରିଛି ।
ଏହି ଭଳି ଭାବେ ଅନେକ ପ୍ରୟାସ ଦ୍ୱାରା ହିଁ ପାରଦର୍ଶୀତା ବୃଦ୍ଧି ପାଉଛି ଆଉ ଏଥିରେ ବହୁତ ବଡ଼ ପ୍ରଭାବ ଆମର କାର୍ଯ୍ୟ ସଂସ୍କୃତି ଉପରେ ପଡ଼ୁଛି ।
ନିର୍ଦ୍ଧାରିତ ସମୟରେ ସଂମ୍ପୂର୍ଣ୍ଣ ହୋଉଥିବା ଯୋଜନା ଗୁଡିକ, ଆଗାମୀ ପିଢି ଭିତ୍ତିଭୂମି ନିର୍ମାଣ କରିବାରେ ଆସିଥିବା ଗତି, ତାହାର ପରିମାପକ, ଏହା ସେତେବେଳେ ସମ୍ଭବ ହୋଇଛି, ଯେତେବେଳେ ସଂମ୍ପୂର୍ଣ୍ଣ ତୃଣମୂଳ ସ୍ତରରେ ଯାଇ ପ୍ରକ୍ରିୟା ଗୁଡିକରେ ସଂସ୍କାର କରାଯାଇଛି ଏବଂ ପାରଦର୍ଶୀତା ସ୍ଥାପିତ କରାଯାଇଛି ।
ଏବେ ଏହି ଭବନର ଉଦାହରଣ ନିଅନ୍ତୁ । କେନ୍ଦ୍ରୀୟ ସୂଚନା ଆୟୋଗ ପ୍ରାୟ 12 ବର୍ଷ ପୂର୍ବେ ପ୍ରତିଷ୍ଠା କରାଯାଇଥିଲା । ସେବେଠାରୁ ଆୟୋଗର କାର୍ଯ୍ୟ ଭଡା ଘରେ ଚାଲୁ ରହିଥିଲା ।
2014ରେ ଏନଡିଏ ସରକାର ପ୍ରତିଷ୍ଠା ହେବା ପରେ ସମସ୍ତ ପ୍ରକ୍ରିୟାକୁ ଗତିଶୀଳ କଲେ, ଏହି ଭବନ ପାଇଁ 60 କୋଟି ଟଙ୍କା ମଞ୍ଜୁର କଲେ ଆଉ ଦୃତ ଗତିରେ କାର୍ଯ୍ୟ କରାଗଲା ।
ମହତ୍ୱପୂର୍ଣ୍ଣ ଏହା ଯେ ଏହାର ନିର୍ମାଣ କାର୍ଯ୍ୟ ଏହି ମାସର ଶେଷରେ ସମ୍ପୂର୍ଣ୍ଣ ହେବାର ଥିଲା, କିନ୍ତୁ ସମ୍ବନ୍ଧିତ ବିଭାଗଗୁଡିକ ସମସ୍ତ କାର୍ଯ୍ୟ ଶେଷ କରି ଗତ ବର୍ଷ ନଭେମ୍ବର ମାସରେ ହିଁ ଆୟୋଗଙ୍କୁ ଏହାକୁ ହସ୍ତାନ୍ତରିତ କରିଦେଇଥିଲେ ।
ମୋର ମନେ ଅଛି ବିଗତ ବର୍ଷ ଦିଲ୍ଲୀରେ ଡକ୍ଟର ଆମ୍ବେଦକର ଆନ୍ତର୍ଜାତୀୟ କେନ୍ଦ୍ରର ଲୋକାର୍ପଣ କରିବାର ସୁଯୋଗ ମଧ୍ୟ ମିଳିଥିଲା । ଏହି କେନ୍ଦ୍ର ନିର୍ମାଣ କରିବାର ନିଷ୍ପତ୍ତି 1992ରେ ହୋଇଥିଲା । କିନ୍ତୁ 23 ବର୍ଷ ପର୍ଯ୍ୟନ୍ତ କିଛି ହୋଇ ନ ଥିଲା ।
ଏହା ପରେ, ଏହି ସରକାରଙ୍କ ସମୟରେ ଶିଳାନ୍ୟାସ ହେଲା ଏବଂ ଲୋକାର୍ପଣ ମଧ୍ୟ । ବ୍ୟବସ୍ଥା ଗୁଡିକରେ ଏ ଯେଉଁ ପରିବର୍ତ୍ତନ ହୋଇଛି, ଏହାର ସଂପ୍ରସାରଣ ସଂସଦରୁ ନେଇ ସଡ଼କ ପର୍ଯ୍ୟନ୍ତ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ନେଇ ପଞ୍ଚାୟତ ଭବନ ପର୍ଯ୍ୟନ୍ତ, ଚାରିଆଡେ ଦେଖା ଯାଉଛି ।
ଆପଣମାନଙ୍କୁ ଜଣାଥିବ କି ଏଇ ନିକଟରେ ବାଣିଜ୍ୟ ମନ୍ତ୍ରଣାଳୟରେ କେତେ ଦଶକ ପୁରୁଣା ଏକ ବିଭାଗ ବନ୍ଦ ହୋଇଛି ।
ଏହି ବିଭାଗ ଥିଲା ଯୋଗାଣ ଏବଂ ବ୍ୟବସ୍ଥାପନ ନିର୍ଦ୍ଦେଶାଳୟ । ଏଥିରେ ପାଖାପାଖି ଏଗାର ଶହ କର୍ମଚାରୀ ଥିଲେ, ଯାହାଙ୍କୁ ଏବେ ଭିନ୍ନ-ଭିନ୍ନ ବିଭାଗକୁ ସ୍ଥାନାନ୍ତରିତ କରାଯାଉଛି । ଆପଣଙ୍କୁ ଏହା ମଧ୍ୟ ଅବଗତ ଥିବ କି ଏହି ବିଭାଗ କାହିଁକି ବନ୍ଦ ହୋଇଛି ।
ସାଥୀଗଣ,
ଯେତେବେଳେ ନୂତନ ବ୍ୟବସ୍ଥା ଜନ୍ମ ନେଇଥାଏ, ତ ପୁରୁଣାକୁ ବଦଳାଇଥାଏ । ଆମ ସରକାର ସାମଗ୍ରୀ ଏବଂ ସେବାର ଜନ ଅଧିଗ୍ରହଣ ପାଇଁ ସରକାର-ଇ-ବଜାର ଅର୍ଥାତ ଜିଇଏମ୍ ମଞ୍ଚ ତିଆରି କରିଛନ୍ତି, ଏହା ହେଉଛି ତାହାର ପରିଣାମ ।
ସରକାରୀ କ୍ରୟରେ ହେଉଥିବା ଭ୍ରଷ୍ଟାଚାରକୁ ଶେଷ କରିବାରେ, ସରକାରୀ କ୍ରୟ ପ୍ରକ୍ରିୟାକୁ ପାରଦର୍ଶୀ କରିବାରେ ଜିଇଏମ୍ ପୋର୍ଟାଲ ବଡ଼ ଭୂମିକା ତୁଲାଉଛି ।
ଜିଇଏମ୍ ପୋର୍ଟାଲ ମାଧ୍ୟମରେ ଏବେ ଦେଶର କ୍ଷୁଦ୍ରରୁ ଅତି କ୍ଷୁଦ୍ର ଉଦ୍ୟମୀ, ଦେଶର ଦୂର-ଦୂରାନ୍ତ ଅଂଚଳରେ ରହୁଥିବା ଆଦିବାସୀ ମଧ୍ୟ ନିଜ ଉତ୍ପାଦ ସିଧା ସଳଖ ସରକାରଙ୍କୁ ବିକ୍ରି କରି ପାରୁଛି ।
ଏହା ବ୍ୟତୀତ ସରକାର ଭିନ୍ନ-ଭିନ୍ନ ସ୍ତରରେ ପ୍ରକ୍ରିୟାଗୁଡ଼ିକୁ ସରଳ କରି ବ୍ୟବସ୍ଥାରେ ପାରଦର୍ଶୀତା ଆଣିବାର ପ୍ରୟାସ କରିଛନ୍ତି ।
ତୃତୀୟ ଏବଂ ଚତୁର୍ଥ ଶ୍ରେଣୀ ଚାକିରି ପାଇଁ ନିଯୁକ୍ତିରେ ସାକ୍ଷାତକାର ପ୍ରକ୍ରିୟାକୁ ଉଚ୍ଛେଦ କରି ଦିଆଯାଇଛି । ଶ୍ରମ ଆଇନର ପାଳନ କରିବା ପାଇଁ 56 ରେଜିଷ୍ଟର ସଂଖ୍ୟାକୁ କମ୍ କରି ଏବେ 5 କରି ଦିଆଯାଇଛି । ଶ୍ରମ ସୁବିଧା ପୋର୍ଟାଲରେ ଏବେ ସମସ୍ତ ଫର୍ମ ଅନଲାଇନରେ ପୂରଣ କରାଯାଉଛି ।
ସେହିପରି ପ୍ରତ୍ୟେକ ୱିଣ୍ଡୋ ଯେଉଁଠାରେ ସରକାର ଏବଂ ଜନସାଧାରଣଙ୍କ ଭାବ ବିନିମୟ ହୋଇଥାଏ, ସେଠାରେ ମାନବ ହସ୍ତକ୍ଷେପ କମ୍ କରିବା ପାଇଁ ଏବଂ ସେହି ବ୍ୟବସ୍ଥାକୁ ଡିଜିଟାଇଜ୍ କରିବାର ପ୍ରୟାସ କରାଯାଉଛି ।
କୃତ୍ରିମ ଧୀଶକ୍ତି (Artificial Intelligence)ଏବଂ ଡାଟା ମାଇନିଂ ଦ୍ୱାରା ନାଗରିକମାନଙ୍କୁ ବିଶ୍ୱସ୍ତ ଏବଂ ଅର୍ଥପୂର୍ଣ୍ଣ ସୂଚନା ଦିଆ ଯାଉଛି ।
ସାଥୀଗଣ,
ଏହା କେବଳ ଆମ ସରକାରରେ ସମ୍ଭବ ହୋଇଛି କି ଦଶକ ଦଶକ ଧରି ପୁରୁଣା 1,400ରୁ ଅଧିକ ଅନାବଶ୍ୟକ ଆଇନକୁ ରଦ୍ଦ କରି ଦିଆଯାଇଛି । ଆପଣ ବିଗତ ଦୁଇ-ତିନି ବର୍ଷରେ ଭଲ ଭାବେ ପରଖିଥିବେ ଯେ କିଭଳି ପଦ୍ମ ସମ୍ମାନ ପ୍ରଦାନ କ୍ଷେତ୍ରରେ ମଧ୍ୟ ସରକାର ଏକ ପାରଦର୍ଶୀ ବ୍ୟବସ୍ଥା ପ୍ରସ୍ତୁତ କରିଛନ୍ତି ।
ଏହି ପାରଦର୍ଶୀ ବ୍ୟବସ୍ଥା ଯୋଗୁଁ ଏବେ ଦେଶର ଦୂର ଦୂରାନ୍ତ ଅଂଚଳରେ, ସମାଜର ହିତ ପାଇଁ ନିଜ ଜୀବନକୁ ନିୟୋଜିତ କରିଥିବା ଲୋକମାନଙ୍କୁ ମଧ୍ୟ ସାମ୍ନାକୁ ଆସିବାର ଅବସର ମିଳିଛି ।
ସାଥୀଗଣ,
ଯେତେବେଳେ ସରକାର ଏବଂ ଜନତାଙ୍କ ମଧ୍ୟରେ ଦୂରତା କମ୍ ହୋଇଥାଏ, କଥାବାର୍ତ୍ତା କରିବାର ନୂତନ ଏବଂ ପ୍ରଭାବଶାଳୀ ରାସ୍ତା ପ୍ରସ୍ତୁତ ହୋଇଥାଏ, ତ ଜନତା ମଧ୍ୟ ନିଜକୁ ନିଷ୍ପତ୍ତି ନେବା ପ୍ରକ୍ରିୟାର ମହତ୍ୱପୂର୍ଣ୍ଣ ଅଂଶ ଭାବି, ରାଷ୍ଟ୍ରନିର୍ମାଣ କାର୍ଯ୍ୟ ପାଇଁ ଆଗକୁ ଆସିଥାଏ ।
ଆପଣମାନେ ସ୍ୱୟଂ ଦେଖିଛନ୍ତି କିପରି ଗୋଟିଏ ଛୋଟ ଅନୁରୋଧରେ ଦେଶର 1କୋଟିରୁ ଅଧିକ ଲୋକ ଗ୍ୟାସ ଉପରେ ମିଳୁଥିବା ରିହାତି ତ୍ୟାଗ କରି ଦେଇଛନ୍ତି ।
‘ଛାଡ଼ି ଦିଅନ୍ତୁ’ ଅଭିଯାନ (Give it Up Campaign) ଜନତା ଏବଂ ଏହି ସରକାର ମଧ୍ୟରେ ଭାବନାତ୍ମକ କଥାବାର୍ତ୍ତାର ହେଉଛି ଏକ ଉତ୍କୃଷ୍ଟ ଉଦାହରଣ ।
ସେହିଭଳି ଭାବେ ସ୍ୱଚ୍ଛ ଭାରତ ମିଶନର କଥା ହେବା ତ, ସଡ଼କ-ଗଳି-ବସ୍ତିରେ ସ୍ୱଚ୍ଛତା, ସାରା ଦେଶରେ ଶୌଚାଳୟର ନିର୍ମାଣ, ତାହାର ବ୍ୟବହାରକୁ ନେଇ ଯେଉଁଭଳି ଭାବରେ ଆଲୋଚନା କରାଯାଇଛି, ତାହା ଆଗରୁ କେବେ ହୋଇ ନଥିଲା ।
ଆଜି ସମାଜର ପ୍ରତ୍ୟକ ବର୍ଗ ଚିରାଚରିତ ବନ୍ଧନକୁ ଭାଙ୍ଗି ସ୍ୱଚ୍ଛ ଭାରତ ମିଶନ ସହିତ ଲୋକମାନେ ସଂପୂର୍ଣ୍ଣ ତନ୍ମୟତାର ସହିତ, ସଂପୂର୍ଣ୍ଣ ହୃଦୟର ସହିତ ଯୋଡ଼ି ହୋଇଛନ୍ତି । ଆଉ ଗୋଟିଏ ଉଦାହରଣ ହେଉଛି ବେଟୀ-ବଚାଓ, ବେଟୀ ପଢ଼ାଓ ଅଭିଯାନର ।
ଲାଠି ଚଳାଇ ନୁହେଁ, ବରଂ ସମାଜକୁ ଜାଗ୍ରତ କରି, ଯେଉଁ କ୍ଷେତ୍ରରେ ଝିଅମାନଙ୍କର ଜନ୍ମ ନେବା ହିଁ ଅପରାଧ ମାନି ନିଆ ଯାଉଥିଲା, ସେଠାକାର ସମାଜକୁ ଜାଗ୍ରତ କରି, ବଡ଼ ସକରାତ୍ମକ ପରିଣାମ ଦେଖିବାକୁ ମିଳୁଛି । ଦୁଇ ଦିନ ପରେ ହିଁ ବେଟୀ-ବଚାଓ, ବେଟୀ ପଢ଼ାଓର ଦୁଇ-ତିନି ବର୍ଷ ପୂରଣ ହେଉଛି ଆଉ ଏହି ଉପଲକ୍ଷେ ଆମ ସରକାର ଝିଅମାନଙ୍କ ସହିତ ସିଧା ବାର୍ତ୍ତାଳାପର ଏକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ କରୁଛନ୍ତି ।
ସାଥୀଗଣ,
ବ୍ୟବସ୍ଥାରେ ଯେତିକି ପାରଦର୍ଶୀତା ବଢ଼େ, ସୂଚନାର ସ୍ରୋତ ସହଜ ହୋଇଥାଏ, ସେତିକି ହିଁ ଲୋକମାନଙ୍କର ବିଶ୍ୱାସ ସରକାରଙ୍କ ଉପରେ ବଢ଼ିଥାଏ । ବିଗତ ତିନି-ସାଢ଼େ ତିନି ବର୍ଷ ଭିତରେ ଆମ ସରକାର ବ୍ୟବସ୍ଥାରେ ପରିବର୍ତ୍ତନ ଆଣି ଲୋକଙ୍କର ଏହି ବିଶ୍ୱାସକୁ ନିରନ୍ତର ବଢ଼ାଇବାର କାମ କରିଛନ୍ତି ।
ନିଶ୍ଚିତ ରୂପେ ସୂଚନାର ଏହି ଦିଗନ୍ତପ୍ରସାରୀ ପ୍ରବାହରେ କେନ୍ଦ୍ରୀୟ ସୂଚନା ଆୟୋଗଙ୍କ ମହତ୍ୱପୂର୍ଣ୍ଣ ଭୂମିକା ରହିଛି ।
ସାଥୀଗଣ, ଆଜି ଏହି ମଂଚରେ ମୁଁ ଆଉ ଗୋଟିଏ ବିଷୟକୁ ଚର୍ଚ୍ଚାକୁ ଆଣିବାକୁ ଚାହୁଁଛି । ଆମ ଦେଶରେ ଆରଟିଆଇ ଆଇନ ଭଳି ହିଁ ସଠିକ୍ କାର୍ଯ୍ୟକରିବାର ସିଦ୍ଧାନ୍ତ ଉପରେ ମଧ୍ୟ ଗମ୍ଭୀରତାର ସହିତ ଧ୍ୟାନ ଦିଆଯିବାର ଆବଶ୍ୟକତା ରହିଛି । ଅର୍ଥାତ ଅଧିକାର ସହିତ କର୍ତ୍ତବ୍ୟର ମଧ୍ୟ କଥା । ନାଗରିକଙ୍କ ଅଧିକାର ସହିତ ସେମାନଙ୍କର କର୍ତ୍ତବ୍ୟ କ’ଣ ରହିଛି, ଏହି ବିଷୟରେ ମଧ୍ୟ ଜାଗ୍ରତ କରାଯିବା ହେଉଛି ଗୁରୁତ୍ୱପୂର୍ଣ୍ଣ ।
ମୁଁ ମାନୁଛି, ସିଆଇସି ଭଳି ସଂସ୍ଥା, ଯେଉଁଠାରେ ଜନ ଅଧିକାର ଏତେ ଅଧିକ ପରିମାଣରେ ହୋଇଥାଏ, ସେଠାରେ ଲୋକମାନଙ୍କୁ ସଠିକ୍ କାର୍ଯ୍ୟକରିବା ବିଷୟରେ ଅଧିକ ଭଲ ଭାବରେ ବୁଝା ଯାଇ ପାରେ ।
କେତେ ଥର ଏଭଳି ଦେଖା ଯାଇଥାଏ କି କିଛି ଲୋକ, ଜନ ସାଧାରଣଙ୍କୁ ମିଳିଥିବା ଅଧିକାରକୁ ନିଜର ଲାଭ ପାଇଁ ଭୁଲ ବ୍ୟବହାରରେ ଲଗାଇ ଥାଆନ୍ତି । ଏଭଳି ଭୁଲ ପ୍ରୟାସର ଭାର ମଧ୍ୟ ବ୍ୟବସ୍ଥାକୁ ଉଠାଇବାକୁ ପଡ଼ିଥାଏ ।
ସାଥୀଗଣ, ଅଧିକାରର କଥା କହି ନିଜ କର୍ତ୍ତବ୍ୟକୁ ଭୁଲି ଯିବା, ସମ୍ବିଧାନ ଦ୍ୱାରା ଯେଉଁ ଆଶା/ଆକାଂକ୍ଷା କରାଯାଇଛି, ସେଗୁଡ଼ିକୁ ଭୁଲି ଯିବା, ହେଉଛି ଲୋକତନ୍ତ୍ରର ମୂଳ ଭାବନାର ପରିପନ୍ଥୀ । ଟେକ୍ନୋଲଜିର ବ୍ୟବହାର, ନୂତନ ସୁବିଧାର ବ୍ୟବହାର ମାନବ ହିତରେ ହେଉ, ତେବେ ଯାଇ ଭଲ ହେବ । ଏହା ଦ୍ୱାରା କାହାର ସ୍ୱାର୍ଥ ସିଦ୍ଧ ତ ହେଉ ନାହିଁ, ଏହାକୁ ଦେଖିବା ମଧ୍ୟ ହେଉଛି ବହୁତ ଜରୁରୀ ।
ବର୍ତ୍ତମାନ ପରିସ୍ଥିତିର ଆକଳନ କରି, ଭବିଷ୍ୟତର ଆହ୍ୱାନଗୁଡ଼ିକୁ ଧ୍ୟାନରେ ରଖି, ପ୍ରତ୍ୟେକ ଦାୟିତ୍ୱବାନ ସଂସ୍ଥାଗୁଡ଼ିକୁ ନିଜର ଅଧିକାର ଏବଂ ନିଜର ଉତ୍ତରଦାୟିତ୍ୱ ମଧ୍ୟରେ ସନ୍ତୁଳନ ରକ୍ଷା କରି କାମ କରିବାକୁ ହେବ ।
ମୁଁ ଏହି ଆଶା ସହିତ ନିଜର କଥାକୁ ସମାପ୍ତ କରୁଛି କି କେନ୍ଦ୍ରୀୟ ସୂଚନା ଆୟୋଗ, ସୂଚନା ମାଧ୍ୟମରେ ଲୋକମାନଙ୍କୁ ସଶକ୍ତ କରିବାର କାମ ଏହି ଭଳିଭାବେ ଜାରି ରଖନ୍ତୁ ।
ପୁଣି ଥରେ ଆପଣ ସମସ୍ତଙ୍କୁ ବହୁତ-ବହୁତ ଶୁଭକାମନା ।
ଧନ୍ୟବାଦ!!!
Democratic और Participative Governance के लिए Transparency और Accountability बहुत आवश्यक है। जब व्यवस्थाओं में पारदर्शिता आती है, लोगों के प्रति जिम्मेदारी बढ़ती है, उत्तरदायित्व का भाव होता है तो सरकारों के काम करने का तरीका और योजनाओं का Impact दोनों ही बदल जाते हैं: PM
— PMO India (@PMOIndia) March 6, 2018
साथियों, मैं मानता हूँ कि empowered citizen हमारे लोकतंत्र का सबसे मजबूत स्तंभ है। पिछले 4 वर्ष में आपने देखा है कि किस तरह केंद्र सरकार ने अलग-अलग माध्यमों के जरिए देश के लोगों को Inform और Empower करने का प्रयास किया है: PM
— PMO India (@PMOIndia) March 6, 2018
इतिहास में इस बात के अनेक उदाहरण मिलते हैं कि जब information को one way channel की तरह treat किया जाता है, तो उसके कितने गंभीर परिणाम निकलते हैं। इसलिए हमारी सरकार one dimensional approach के बजाय, आधुनिक Information Highway के सिद्धांत पर काम करती है: PM
— PMO India (@PMOIndia) March 6, 2018
आज के आधुनिक information highway के पाँच Pillars हैं जिन पर हम एक साथ काम कर रहे हैं। ये 5 Pillars हैं- Ask, Listen, Interact, Act, और Inform.
— PMO India (@PMOIndia) March 6, 2018
पहले स्तंभ Ask पर विस्तार से बात करूं, तो सरकार की पॉलिसी और प्रोजेक्ट में, बेहतर governance के लिए लोगों के हर तरह के सवालों को प्राथमिकता दी जाती है। MyGov जो दुनिया का सबसे बड़ा citizen engagement platform है, वहां लोग अपने तमाम सवालों के साथ सरकार के साथ जुड़ते हैं: PM
— PMO India (@PMOIndia) March 6, 2018
दूसरा Pillar है: ‘Listen’. आज देश में ऐसी सरकार है, जो लोगों की बात सुनती है। CPGRAMS, सोशल मीडिया पर जो सुझाव दिए जाते हैं, उन पर सरकार गंभीरता से ध्यान देती है। हमारी सरकार में अनेक बार लोगों से मिले सुझावों, उनके Feedback के बाद पॉलिसी में परिवर्तन तक किए गए हैं।
— PMO India (@PMOIndia) March 6, 2018
सवाल और सुझाव जितना ही महत्वपूर्ण है Interaction और ये Information highway का तीसरा Pillar है। मैं मानता हूं कि Interaction से सरकार और नागरिकों के बीच एक emotional connect भी स्थापित होता है: PM
— PMO India (@PMOIndia) March 6, 2018
आपकी जानकारी में होगा कि अभी हाल ही में वाणिज्य मंत्रालय में कई दशक पुराना एक विभाग बंद हुआ है। ये विभाग था Directorate General of Supplies and Disposals. इसमें करीब ग्यारह सौ कर्मचारी थे, जिन्हें अब अलग-अलग विभागों में शिफ्ट किया जा रहा है: PM
— PMO India (@PMOIndia) March 6, 2018
Information Highway का पाँचवाँ स्तंभ है- Inform। सरकार का कर्तव्य है कि वो नागरिकों को अपने Actions के बारे में सही सूचना दे। इसलिए Information को real-time उपलब्ध कराने के लिए DashBoard के माध्यम से लोगों को योजनाओं के बारे में अपडेट देने का काम पहली बार इसी सरकार ने किया है: PM
— PMO India (@PMOIndia) March 6, 2018
आज भारत तेजी के साथ digitally empowered society की ओर बढ़ रहा है। IT का इस्तेमाल न सिर्फ प्रक्रियाओं को आसान बनाने के लिए किया जा रहा है बल्कि इस तकनीक ने transparency और quality of service भी सुनिश्चित की है: PM
— PMO India (@PMOIndia) March 6, 2018
तय समय पर पूरी हो रही योजनाएं, तय लक्ष्य में पूरी हो रही योजनाएं, Next Generation Infrastructure बनाने में आई Speed, उनका Scale, ये तभी संभव हुआ है, जब बिल्कुल Ground Level पर जाकर प्रक्रियाओं को सुधारा गया है और Transparency स्थापित की गई है: PM @narendramodi
— PMO India (@PMOIndia) March 6, 2018
इस इमारत का ही उदाहरण लीजिए। CIC का गठन करीब 12 साल पहले किया गया था। तब से लेकर आयोग का कार्य किराए की इमारतों में चल रहा था। 2014 में NDA सरकार बनने के बाद सभी प्रक्रियाओं को तेज किया, इस इमारत के लिए 60 करोड़ रुपए स्वीकृत किए और तेजी से काम शुरू करवाया गया: PM
— PMO India (@PMOIndia) March 6, 2018
महत्वपूर्ण ये कि इसका निर्माण कार्य इस महीने के आखिर में पूरा होना था, लेकिन संबंधित विभागों ने सारा कार्य पूरा करके पिछले साल नवंबर में ही Commission को इसका कब्जा दे दिया: PM
— PMO India (@PMOIndia) March 6, 2018
मुझे याद है पिछले साल ही मुझे दिल्ली में ही डॉक्टर आंबेडकर इंटरनेशनल सेंटर के लोकार्पण का भी अवसर मिला था। इस सेंटर को बनाने का फैसला हुआ था 1992 में। लेकिन 23 साल तक कुछ नहीं हुआ। इसके बाद, इसी सरकार में शिलान्यास हुआ और लोकार्पण भी: PM
— PMO India (@PMOIndia) March 6, 2018
व्यवस्थाओं में जो ये बदलाव है, इसका विस्तार संसद से लेकर सड़क तक, प्रधानमंत्री कार्यालय से लेकर पंचायत भवन तक, हर तरफ देखा जा रहा है: PM
— PMO India (@PMOIndia) March 6, 2018
आपकी जानकारी में होगा कि अभी हाल ही में वाणिज्य मंत्रालय में कई दशक पुराना एक विभाग बंद हुआ है। ये विभाग था Directorate General of Supplies and Disposals. इसमें करीब ग्यारह सौ कर्मचारी थे, जिन्हें अब अलग-अलग विभागों में शिफ्ट किया जा रहा है: PM
— PMO India (@PMOIndia) March 6, 2018
आपकी जानकारी में होगा कि अभी हाल ही में वाणिज्य मंत्रालय में कई दशक पुराना एक विभाग बंद हुआ है। ये विभाग था Directorate General of Supplies and Disposals. इसमें करीब ग्यारह सौ कर्मचारी थे, जिन्हें अब अलग-अलग विभागों में शिफ्ट किया जा रहा है: PM
— PMO India (@PMOIndia) March 6, 2018