ପିଏମଇଣ୍ଡିଆ
ଖ୍ରୀଷ୍ଟମାସ ବା ବଡ଼ଦିନ ଅବସରରେ ସରକାର ଏକ ଉପହାରର ଶୁଭାରମ୍ଭ କରିଥିଲେ ଆଉ ସେହି ଅନୁସାରେ ଆଗାମୀ 100 ଦିନ ପର୍ଯ୍ୟନ୍ତ ପ୍ରତିଦିନ 15 ହଜାର ଲୋକଙ୍କୁ ଲକି ଡ୍ର ମାଧ୍ୟମରେ 1000 ଟଙ୍କାର ପୁରସ୍କାର ମିଳିବାର ଯୋଜନା ଏବଂ ଏମାନେ ସେହି ଲାଭାର୍ଥୀ, ଯେଉଁମାନେ ଡିଜିଟାଲ ଜ୍ଞାନକୌଶଳ ବ୍ୟବହାର କରି ଜଣେ ଗ୍ରାହକ ଭାବେ କିଣାକିଣି କରୁଛନ୍ତି । 50 ଟଙ୍କାରୁ ଅଧିକ ଏବଂ 3 ହଜାର ଟଙ୍କାରୁ କମ୍; ଯାହାଦ୍ୱାରା ପୁରସ୍କାର ଗରିବଙ୍କୁ ମିଳୁ ।
100 ଦିନରେ ଲକ୍ଷ ଲକ୍ଷ ପରିବାରକୁ ପୁରସ୍କାର ଯିବାର ଅଛି ଏବଂ ଉଠାଣ ହେବାର ତିନି ଦିନ ପରେ ବ୍ୟାଙ୍କର ଲୋକ ତାହା ମଧ୍ୟରୁ କେଉଁ ନାମଟି ଅଛି ବାହାର କରି ଦେଉଛନ୍ତି, ପ୍ରଥମ ଦିନ ଯେଉଁ ଉଠାଣ ହୋଇଥିଲା, ସେଥିରେ ଯେଉଁମାନଙ୍କୁ ପୁରସ୍କାର ମିଳିଥିଲା ସେମାନଙ୍କ ମଧ୍ୟରୁ ଚାରି ଜଣ ଲୋକଙ୍କୁ ମତେ ଆଜି ନିଜ ହାତରେ ପୁରସ୍କାର ଦେବାର ସୁଯୋଗ ମିଳିଛି ।
ଆଜି 30 ତାରିଖରେ ଲକି ଗ୍ରାହକ ଯୋଜନା ସହିତ ଡିଜିଧନ ବ୍ୟାପାର ଯୋଜନାର ମଧ୍ୟ ଉଠାଣ ହୋଇଛି । ଏହା ସପ୍ତାହରେ ଗୋଟିଏ ଦିନ ହେଉଛି । ଆଜି ପ୍ରଥମ ଉଠାଣ ଥିଲା; ଆଉ ଏଥିରେ ସେହି ବ୍ୟାପାରୀମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଯୋଜନା ହୋଇଛି ଯେଉଁମାନେ କି ନିଜ ଦୋକାନରେ ଗ୍ରାହକମାନଙ୍କୁ ଡିଜିଟାଲ ପାଉଣା ପାଇଁ ପ୍ରେରଣା ଦେବେ, ସେମାନଙ୍କୁ ବୁଝାଇବେ, ସେହି ବ୍ୟବସ୍ଥା ଦେବେ ଆଉ 14 ଅପ୍ରେଲ, ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀରେ ଏକ ମେଗା ଉଠାଣ ହେବ । ଯେଉଁଥିରେ କୋଟି କୋଟି ଟଙ୍କାର ପୁରସ୍କାର ଦିଆଯିବ । ଯେଉଁମାନଙ୍କୁ ଏହି ଲକି ଡ୍ରରେ ପୁରସ୍କାର ମିଳିଛି ସେମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି, କିନ୍ତୁ ମୁଁ ମଧ୍ୟ ସେମାନଙ୍କ ପାଖରେ କୃତଜ୍ଞ କାରଣ ସେମାନେ ଝାଡଖଣ୍ଡ ଭଳି ଛୋଟ ଗାଁରେ ରହୁଥିବା କେଉଁ ଏକ ଛୋଟ ଯୁବକ ଏହି ବୈଷୟିକ ଜ୍ଞାନକୁ ଆତ୍ମସ୍ଥ କରିଛନ୍ତି, ଏହି ବୈଷୟିକ ଜ୍ଞାନର ଉପଯୋଗ କରିଛନ୍ତି; ମହିଳାମାନେ ଉପଯୋଗ କରିଛନ୍ତି । ଆଉ ଏଥିପାଇଁ ଦେଶରେ ଯେଉଁ ଲୋକ ଏହା ସହିତ ଯୋଡି ହୋଇ ରହୁଛନ୍ତି ସେମାନେ ଏକ ପ୍ରକାରେ ଉଜ୍ଜ୍ୱଳ ଭାରତର ମୂଳଦୁଆ ମଜବୁତ କରିବା କାମ କରୁଛନ୍ତି, ଆଉ ଏଥିପାଇଁ ମୁଁ ଏହି ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି, ସେମାନଙ୍କୁ ସାଧୁବାଦ ଓ ଅଭିନନ୍ଦନ ଦେଉଛି ।
ଆଜି ଆଉ ଏକ କାମ ହେଲା, ମୋ ଦୃଷ୍ଟିରେ ଏହା ସବୁଠାରୁ ମହତ୍ୱପୂର୍ଣ୍ଣ କାମ, ତାହା ହେଲା ଏକ ନୂଆ App ର ଶୁଭାରମ୍ଭ କରାଗଲା ଯାହାର ନାମ ରଖା ଯାଇଛି ଭୀମ BHIM । ବହୁତ କମ୍ ଲୋକଙ୍କୁ ଜଣାଥିବ ଯେଉଁ ମହାପୁରୁଷ ଆମକୁ ସମ୍ବିଧାନ ଦେଇଛନ୍ତି, ସେ ଡକ୍ଟର ଭୀମରାଓ ଆମ୍ବେଦକର, ଅର୍ଥଶାସ୍ତ୍ରରେ ତାଙ୍କର ନିପୁଣତା, ଏହା ତାଙ୍କର ପ୍ରକୃତ ପରିଚୟ ଥିଲା । ଆଉ ସିଏ ଆଜିଠାରୁ ପ୍ରାୟ 80-90 ବର୍ଷ ପୂର୍ବରୁ ଭାରତର ଟଙ୍କା, ତା ଉପରେ ନିବନ୍ଧ(Thesis) ଲେଖିଥିଲେ ଆଉ ମୁଦ୍ରା ନୀତି କିପରି ହେବ; ସେହି ସମୟରେ ଯେତେବେଳେ ଇଂରେଜ ଶାସନ ଥିଲା; ଭୀମରାଓ ଆମ୍ବେଦକର ବିଶ୍ୱ ସାମ୍ନାରେ ଭାରତର ମୁଦ୍ରା ନୀତି ସମ୍ବନ୍ଧରେ ଏକ ନୂଆ ରୂପରେ ନିଜ ଚିନ୍ତାଧାରାକୁ ପ୍ରସ୍ତୁତ କରିଥିଲେ । ଆଉ ଆଜି ଆମେ ଯେଉଁ ରିଜର୍ଭ ବ୍ୟାଙ୍କର ଚର୍ଚ୍ଚା କରୁଛୁ, ଆରବିଆଇ କଥା କହୁଛୁ, ଡକ୍ଟର ବାବାସାହେବ ଆମ୍ବେଦକର ଯେଉଁ ନିବନ୍ଧ ଲେଖିଥିଲେ, ତାହାରି ପ୍ରକାଶରୁ ଚିନ୍ତାଧାରାକୁ ନେଇ ରିଜର୍ଭ ବ୍ୟାଙ୍କ ଜନ୍ମ ନେଇଥିଲା । ସେତିକି ନୁହେଁ, ସ୍ୱାଧୀନ ଭାରତରେ ଆମର ଯେଉଁ ସଙ୍ଘୀୟ ଢାଞ୍ଚା ଅଛି, ରାଜ୍ୟ ଏବଂ କେନ୍ଦ୍ର ମଧ୍ୟରେ ଆର୍ଥିକ ବ୍ୟବସ୍ଥା କିପରି ଚାଲିବ, ପଇସାର ଆବଣ୍ଟନ କିପରି ହେବ, ଏଥିପାଇଁ ଅର୍ଥ କମିଶନଙ୍କର କଳ୍ପନା ହେଲା ଏହା ମଧ୍ୟ ବାବାସାହେବ ଆମ୍ବେଦକର, ଭୀମରାଓ ଆମ୍ବେଦକରଙ୍କର ଚିନ୍ତାଧାରାର ପରିଣାମ ଅଟେ ।
କହିବାର ତାତ୍ପର୍ଯ୍ୟ ଏହିକି ଯେ ଭାରତର ମୁଦ୍ରା ବ୍ୟବସ୍ଥାରେ, ଭାରତର ସେଣ୍ଟ୍ରାଲ ବ୍ୟାଙ୍କର କଳ୍ପନାରେ, ଭାରତର ସଙ୍ଘୀୟ ଢାଞ୍ଚାରେ ଅର୍ଥବ୍ୟବସ୍ଥା ସମ୍ବନ୍ଧରେ କୌଣସି ଜଣେ ମହାପୁରୁଷଙ୍କର ସ୍ପଷ୍ଟ ଦର୍ଶନ ଥିଲା । ସର୍ବୋତ୍ତମ ଯୋଗଦାନ ଥିଲା, ସେହି ମହାପୁରୁଷଙ୍କ ନାମ ହେଲା ଡକ୍ଟର ଭୀମରାଓ ଆମ୍ବେଦକର । ଆଉ ଏଥିପାଇଁ ଆଜି ଯେଉଁ App ଆଉ ଆଗାମୀ ଦିନ ମାନଙ୍କରେ ଦେଖିବେ ଯେ ସବୁ କାରବାର ଯେପରି ଆମେ ଆଗରୁ ନୋଟ ବା ମୁଦ୍ରାରେ କରୁଥିଲେ, ସେହି ଦିନ ଦୂର ନୁହେଁ ଯେବେ ଏ ସମସ୍ତ କାରବାର ଏହି ଭୀମ ଆପ୍ (BHIM App) ମାଧ୍ୟମରେ ଚାଲିବାକୁ ଯାଉଛି । ଅର୍ଥାତ ଏକ ପ୍ରକାରେ ବାବାସାହେବ ଆମ୍ବେଦକରଙ୍କ ନାମ ସଂପୂର୍ଣ୍ଣ ଅର୍ଥ ବ୍ୟବସ୍ଥା ମଧ୍ୟରେ ଏହି ଭୀମ ଆପ୍ ମାଧ୍ୟମରେ କେନ୍ଦ୍ର ସ୍ଥଳକୁ ଆସିବାକୁ ଯାଉଛି । ଏହାର ଆରମ୍ଭ ଏହି କାର୍ଯ୍ୟକ୍ରମ ଦ୍ୱାରା କରାଯାଇଛି ।
ଖୁବ୍ ସରଳ ଅଟେ । ଏହାକୁ ଆପଣ ଡାଉନ୍-ଲୋଡ କରିବା ପରେ ସ୍ମାର୍ଟ ଫୋନ ହେଉ, 1000-1200 ଟଙ୍କା ବାଲା ସାଧାରଣ ଫୋନ ହେଉ, ଆପଣ ଏଥିରୁ ଏହାର ଉପଯୋଗ କରିପାରିବେ । ଇଣ୍ଟରନେଟ୍ ଥିବା ଦରକାର ଏହା ଜରୁରୀ ନୁହେଁ, ଆଉ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଆଉ ଏକ କାମ ହେବାକୁ ଯାଉଛି ଏବେ ଯାହାର ସୁରକ୍ଷା ଯାଞ୍ଚର ବ୍ୟବସ୍ଥା ଚାଲୁ ରହିଛି । ତାହା ଆସିବା ପରେ ତ ଏହି ଭୀମର ଶକ୍ତି ଏଭଳି ହେବ, ଏଭଳି ହେବ ଯେ ଆପଣଙ୍କୁ ନା ମୋବାଇଲ ଫୋନର ଆବଶ୍ୟକତା ପଡିବ ନା ସ୍ମାର୍ଟ ଫୋନର ଆବଶ୍ୟକତା ପଡିବ, ନା ସାଧାରଣ ଫୋନର ଆବଶ୍ୟକତା ପଡିବ ନା ଇଣ୍ଟରନେଟର ଆବଶ୍ୟକତା ପଡିବ, କେବଳ ଆପଣଙ୍କର ଆଙ୍ଗୁଠି ଯଥେଷ୍ଟ, ଆପଣଙ୍କର ଆଙ୍ଗୁଠି ହିଁ ଯଥେଷ୍ଟ ହେବ । କେହି କଳ୍ପନା କରିପାରିବ କି ଗୋଟିଏ ଯୁଗ ଥିଲା ଅପାଠୁଆଙ୍କୁ ଆଙ୍ଗୁଠିଛାପ ଦେଉଥିବା କୁହାଯାଉଥିଲା, ସମୟ ବଦଳି ଯାଇଛି; ଆଙ୍ଗୁଠି ! ଆପଣଙ୍କର ହିଁ ଆଙ୍ଗୁଠି! ଆପଣଙ୍କର ବ୍ୟାଙ୍କ, ଆପଣଙ୍କର
These two initiatives, the Lucky Grahak Yojana and DigiDhan Vyapar Yojana are a Christmas gift to the nation: PM @narendramodi
— PMO India (@PMOIndia) December 30, 2016
Over the 100 day period, several families will be given the prizes: PM @narendramodi
— PMO India (@PMOIndia) December 30, 2016
The mega draw will take place on 14th April, the birth anniversary of Dr. Babasaheb Ambedkar: PM @narendramodi
— PMO India (@PMOIndia) December 30, 2016
Launch of the BHIM App is significant. In addition to his role in making of the Constitution, Dr. Ambedkar was also a great economist: PM
— PMO India (@PMOIndia) December 30, 2016
Dr. Ambedkar's thesis offers significant insights of various economic issues: PM @narendramodi
— PMO India (@PMOIndia) December 30, 2016
The BHIM App is very simple to use: PM @narendramodi
— PMO India (@PMOIndia) December 30, 2016
Furthering digital connectivity would do wonders for our nation: PM @narendramodi
— PMO India (@PMOIndia) December 30, 2016
Mantra of Dr. Ambedkar was to work for the upliftment of the poor. And the biggest power of technology is that it can empower the poor: PM
— PMO India (@PMOIndia) December 30, 2016
For those with a positive mindset, India has several opportunities: PM @narendramodi
— PMO India (@PMOIndia) December 30, 2016
Look at the newspapers 3 years ago, the news was about what is lost (in scams), today it is about what has come back or what is the gain: PM
— PMO India (@PMOIndia) December 30, 2016
Vibrancy at Delhi's #DigiDhanMela showed yet again how strongly India has joined the movement to end corruption. https://t.co/rd8gdaJC36
— Narendra Modi (@narendramodi) December 30, 2016
The launch of the BHIM App is a landmark moment in our journey to move towards digital transactions & eliminate the menace of corruption. pic.twitter.com/d7d2VD6IVR
— Narendra Modi (@narendramodi) December 30, 2016
The App's name is inspired by Dr. Babasaheb Ambedkar, at the core of whose vision was empowerment of the poor & a focus on self-reliance.
— Narendra Modi (@narendramodi) December 30, 2016
Honoured youngsters, entrepreneurs based in villages & collectors who are adding strong support in the movement towards digital transactions pic.twitter.com/zI1XfenIL4
— Narendra Modi (@narendramodi) December 30, 2016
The most severe effect of corruption & black money is on the aspirations of the poor. A corruption free India is the best gift for our poor.
— Narendra Modi (@narendramodi) December 30, 2016
Download BHIM (Bharat Interface for Money) App. It will improve ease, experience & efficiency of digital transfers. https://t.co/vTFd5B4aHW
— Narendra Modi (@narendramodi) December 30, 2016