Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ନୂତନ ଓ ଅକ୍ଷୟଶକ୍ତି କ୍ଷେତ୍ରରେ ବୈଷୟିକ ଦ୍ଵୀପାକ୍ଷିକ ସହଯୋଗ ଲାଗି ଭାରତ-ଫ୍ରାନ୍ସ ବୁଝାମଣାକୁ କ୍ୟାବିନେଟ ମଞ୍ଜୁରି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ନୂତନ ଏବଂ ଅକ୍ଷୟ ଶକ୍ତି କ୍ଷେତ୍ରରେ ବୈଷୟିକ ଦ୍ୱିପାକ୍ଷିକ ସହଯୋଗ ଲାଗି ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ବୁଝାମଣା (ଏମଓୟୁ)କୁ ଅନୁମୋଦନ କରିଛନ୍ତି । ଏହି ଏମଓୟୁ 3 ଅକ୍ଟୋବର, 2018ରେ ସ୍ୱାକ୍ଷରିତ ହୋଇଥିଲା ।

ପ୍ରମୁଖ ବିଶେଷତ୍ୱ :

ଆପୋସ, ସମାନତା ଏବଂ ପାରସ୍ପରିକତା ଆଧାରରେ ନୂତନ ଏବଂ ଅକ୍ଷୟ ଶକ୍ତି ସହ ଜଡ଼ିତ ପ୍ରସଙ୍ଗରେ ବୈଷୟିକ ଦ୍ୱିପାକ୍ଷିକ ସହଯୋଗକୁ ପ୍ରୋତ୍ସାହନ ଦେବା ନିମନ୍ତେ ସହକାରୀ ସଂସ୍ଥାଗତ ସମ୍ପର୍କ ସୁନିଶ୍ଚିତ କରିବା ଦିଗରେ ଦୃଢ଼ ଆଧାର ପ୍ରତିଷ୍ଠା କରିବା ଭାରତ ଏବଂ ଫ୍ରାନ୍ସର ଲକ୍ଷ୍ୟ ।

ଗବେଷଣା ସହ ଜଡ଼ିତ କାର୍ଯ୍ୟଦଳ, ପାଇଲଟ ଆଧାରରେ ଚାଲୁଥିବା ପ୍ରକଳ୍ପ, କ୍ଷମତା ନିର୍ମାଣ କାର୍ଯ୍ୟକ୍ରମ, ଅଧ୍ୟୟନ ଭ୍ରମଣ (ଷ୍ଟଡି ଟୁର), କେସ ଷ୍ଟଡି ଏବଂ ଅଭିଜ୍ଞତା/ବିଶେଷଜ୍ଞତା ବାଂଟିବାର କାର୍ଯ୍ୟ ବୈଷୟିକ ସହଯୋଗ ମଧ୍ୟରେ ସାମିଲ ରହିଛି ।

ଲାଭ:

ଏମଓୟୁ ଦ୍ୱାରା ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଦ୍ଵୀପାକ୍ଷିକ ସହଯୋଗ ବୃଦ୍ଧି ପାଇବ

 

**********