Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ନେଟୱାର୍କ 18ର ରାଇଜିଙ୍ଗ ଇଣ୍ଡିଆ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷ

ନେଟୱାର୍କ 18ର ରାଇଜିଙ୍ଗ ଇଣ୍ଡିଆ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷ

ନେଟୱାର୍କ 18ର ରାଇଜିଙ୍ଗ ଇଣ୍ଡିଆ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନେଟୱାର୍କ 18 ପକ୍ଷରୁ ଆୟୋଜିତ Rising India ସମ୍ମିଳନୀରେ ଉଦ୍ବୋଧନ ଦେଇଛନ୍ତି ।

ଏହି ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଯେତେବେଳେ ଆମେ ଏକ ରାଷ୍ଟ୍ର ପରିପ୍ରେକ୍ଷୀରେ ଭାରତର କଥା କହୁ ଏହାର ବ୍ୟାପକ ପରିଭାଷା ରହିଛି । ସେ କହିଲେ ଯେ ଅର୍ଥବ୍ୟବସ୍ଥାର ଉତ୍ଥାନ ବ୍ୟତିରେକେ, ସେ ଅନୁଭବ କରନ୍ତି ଯେ Rising Indiaର ଅର୍ଥ ହେଲା ଭାରତର ଜନସାଧାରଣଙ୍କ ମନରେ ଆତ୍ମସମ୍ମାନର ଉଦୟ ଘଟିବା । ଲୋକମାନଙ୍କ ସାମୂହିକ ଇଚ୍ଛାଶକ୍ତି ବଳରେ ଏପରିକି ଅସମ୍ଭବକୁ ବି ସମ୍ଭବ କରାଯାଇପାରେ । ପ୍ରଧାନମନ୍ତ୍ରୀ କହିଲେ ଯେ ଏହି ସାମୂହିକ ଇଚ୍ଛାଶକ୍ତି ହିଁ ନୂତନ ଭାରତର ଅଙ୍ଗୀକାରବଦ୍ଧତାକୁ ସାକର କରିବା ଦିଗରେ କାର୍ଯ୍ୟ କରୁଛି ।

ପ୍ରଧାନମନ୍ତ୍ରୀ କହିଲେ ଯେ ଅନେକ ରାଷ୍ଟ୍ରଙ୍କ ମନରେ ଯେଉଁ ବଦ୍ଧମୂଳ ଧାରଣା ବସା ବାନ୍ଧି ରହିଛି ଯେ ସରକାର ହେଉଛନ୍ତି ବିକାଶ ଓ ପରିବର୍ତ୍ତନର ବାହକ ଏବଂ ନାଗରିକମାନେ ଏହାର ପାଶ୍ଚାତଧାବନ କରିଥାନ୍ତି, ଏଭଳି ଧାରଣା ଭ୍ରାନ୍ତ । ଭାରତରେ ଏହି ଧାରଣାରେ ବିଗତ ଚାରି ବର୍ଷ ମଧ୍ୟରେ ପରିବର୍ତ୍ତନ ଘଟିସାରିଛି । ଲୋକମାନେ ଏବେ ନିଜେ ସବୁ ବିକାଶମୂଳକ କାର୍ଯ୍ୟରେ ନେତୃତ୍ୱ ଗ୍ରହଣ କରୁଛନ୍ତି ଏବଂ ସରକାର ସେମାନଙ୍କର ଅନୁଧାବନ କରୁଛନ୍ତି ।

ପ୍ରଧାନମନ୍ତ୍ରୀ କହିଲେ ଯେ ସ୍ୱଚ୍ଛ ଭାରତ ଅଭିଯାନ ଏତେ କମ୍‌ ସମୟ ଭିତରେ ଏକ ଗଣ ଆନ୍ଦୋଳନରେ ପରିଣତ ହୋଇପାରିଛି । ଦେଶର ନାଗରିକମାନେ ଡ଼ିଜିଟାଲ ପେମେଣ୍ଟ ବ୍ୟବସ୍ଥାକୁ ଆପଣାଇ ଦୁର୍ନୀତି ଏବଂ କଳାଟଙ୍କା ବିରୋଧରେ ଏହାକୁ ଅସ୍ତ୍ର ରୂପେ ଉପଯୋଗ କରିଛନ୍ତି । ଶ୍ରୀ ମୋଦୀ କହିଲେ ଯେ ଦେଶର ନାଗରିକମାନେ ସରକାରଙ୍କୁ ଏ ଦିଗରେ ପ୍ରୋତ୍ସାହିତ କରିଛନ୍ତି ଏବଂ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ପ୍ରବର୍ତ୍ତନ କରିବାରେ ସଂପୂର୍ଣ୍ଣ ସହଯୋଗ କରିଛନ୍ତି । ଭାରତରେ ଏବେ ବ୍ୟାପକ ସଂସ୍କାରଗତ ପରିବର୍ତ୍ତନର ଧାରା ପ୍ରବାହିତ ହେଉଛି ଏବଂ ତାହା ହୋଇପାରିଛି ନାଗରିକମାନଙ୍କ ପ୍ରତିବଦ୍ଧତା ଯୋଗୁଁ । ଜାତୀୟ ସ୍ତରରେ ଥିବା ବିଭିନ୍ନ ବୈଷମ୍ୟକୁ ଦୂର କରିବା ସକାଶେ ସରକାର ଏକ ସ୍ପଷ୍ଟ ଆଭିମୁଖ୍ୟ ଓ ପରିକଳ୍ପନା ନେଇ କାର୍ଯ୍ୟ କରୁଛନ୍ତି । ଭିଡ଼ିଓ ସହାୟତାରେ ପ୍ରଧାନମନ୍ତ୍ରୀ ଏହାର ବ୍ୟାଖ୍ୟା କରି କହିଲେ ଯେ ଉଜ୍ଜ୍ୱଳା ଯୋଜନା କିଭଳି କେବଳ ଲୋକମାନଙ୍କ ପାକଶାଳାରେ ପରିବର୍ତ୍ତନ ଆଣିନାହିଁ ପରନ୍ତୁ ସମଗ୍ର ପରିବାରରେ ସଂସ୍କାର ଆଣିଛି । ଏହା ଆମ ସାମାଜିକ ଢ଼ାଞ୍ଚାରେ ଥିବା ଅସମାନତାକୁ ଦୂର କରିବାରେ ସକ୍ଷମ ହୋଇପାରିଛି ବୋଲି ସେ ସୂଚାଇଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ମଣିପୁରରେ ଗୋଟିଏ ଦିନ ବିତାଇ ସେ ସଦ୍ୟ ନୂଆଦିଲ୍ଲୀ ଫେରିଛନ୍ତି । ମଣିପୁରଠାରେ ସେ ଭାରତୀୟ ବିଜ୍ଞାନ କଂଗ୍ରେସର ଅଧିବେଶନକୁ ଉଦ୍ଘାଟନ କରିଥିଲେ ଏବଂ ସେଠାରେ ଏକ କ୍ରୀଡ଼ା ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିଥିଲେ । ଏହା ବ୍ୟତୀତ ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର ସକାଶେ କେତେଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିଥିଲେ । ପ୍ରଧାନମନ୍ତ୍ରୀ କହିଲେ ଯେ ପୂର୍ବ ଭାରତର ଆବେଗିକ ସମନ୍ୱୟ ଏବଂ ଜନସଂଖ୍ୟାଗତ ବିଭାଜନ କଥା ସଦାସର୍ବଦା ଆମେ ସ୍ମରଣ ରଖିବା ଉଚିତ । ସରକାର ଏବେ ‘ଏକ୍ଟ ଇଷ୍ଟ ଏଣ୍ଡ୍ ଏକ୍ଟ ଫାଷ୍ଟ ଫର୍‌ ଇଣ୍ଡିଆସ୍‌ ଇଷ୍ଟ’ ନୀତିକୁ ଅଗ୍ରପ୍ରାଧାନ୍ୟ ଦେଇ କାର୍ଯ୍ୟ କରୁଛନ୍ତି । ଏଥିରେ କେବଳ ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର ନୁହେଁ, ବରଂ ପୂର୍ବ ଉତ୍ତର ପ୍ରଦେଶ, ବିହାର, ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଆଦି ରାଜ୍ୟ ସାମିଲ ବୋଲି ସେ ସୂଚାଇଥିଲେ ।

ଆସାମର ଗ୍ୟାସ କ୍ରାକର ପ୍ରକଳ୍ପର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଲେ ଯେ ଗୋରଖପୁର, ବାରାଉଣୀ ଏବଂ ସିନ୍ଦ୍ରୀର ସାର କାରଖାନାଗୁଡ଼ିକର ପୁନରୁତ୍ଥାନ, ଜଗଦୀଶପୁର-ହଳଦିଆ ଗ୍ୟାସ ପାଇପଲାଇନ୍‌ ଏବଂ ଧୋଲା-ସାଦିଆ ପୋଲ ଏହି କ୍ଷେତ୍ରରେ ବିକାଶମୂଳକ କାର୍ଯ୍ୟକ୍ରମକୁ କେତେ ଗୁରୁତ୍ୱର ସହ କାର୍ଯ୍ୟକାରୀ କରାଯାଉଛି – ଏସବୁ ତାହାର ଜ୍ଜ୍ଵଳନ୍ତ ନିଦର୍ଶନ ବୋଲି ସେ କହିଥିଲେ । ଶ୍ରୀ ମୋଦୀ କହିଲେ ଯେ ପୂର୍ବ ଭାରତରେ ଏବେ 12ଟି ନୂଆ ବିମାନ ବନ୍ଦର ନିର୍ମାଣ କରାଯାଉଛି ।

ପ୍ରଧାନମନ୍ତ୍ରୀ କହିଲେ ଯେ ଦେଶର ଯେଉଁ 18,000 ଗ୍ରାମ ବିଜୁଳିବିହୀନ ରହିଥିଲା ସେଥିରୁ 13,000 ହେଉଛି ପୂର୍ବ ଭାରତର ଏବଂ ଅନ୍ୟ 5,000 ହେଉଛି ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ରର । ଖୁବ୍‌ ଶୀଘ୍ର ସେହିସବୁ ବିଜୁଳିବିହୀନ ଗ୍ରାମମାନଙ୍କୁ ସମସ୍ତଙ୍କୁ ବିଜୁଳି ଶକ୍ତି ଯୋଗାଣର ଲକ୍ଷ୍ୟ ପୂରଣ କରାଯିବ । ସୌଭାଗ୍ୟ ଯୋଜନାରେ ଦେଶର ପ୍ରତ୍ୟେକ ପରିବାରଙ୍କୁ ବିଜୁଳିଶକ୍ତି ଯୋଗାଇ ଦିଆଯିବ । ପୂର୍ବ ଭାରତର ଏହି ପ୍ରଗତି ଧାରା ଏବେ ବିଚ୍ୟୁତିରୁ ସଂମ୍ପୃକ୍ତି ଅଭିମୁଖେ ଧାବମାନ । ଏହା ‘Rising India’କୁ ଶକ୍ତି ଯୋଗାଇବ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ବ୍ୟକ୍ତ କରିଥିଲେ ।
ସ୍ୱାସ୍ଥ୍ୟ ସେକ୍ଟର ସଂପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଲେ ଯେ ସରକାର ଏବେ ଏହି ସେକ୍ଟରର ଚାରିଟି ମୁଖ୍ୟ ଦିଗ ଉପରେ ଗୁରୁତ୍ଵ ଆରୋପ କରୁଛନ୍ତି । ସେଗୁଡ଼ିକ ହେଲା:

ପ୍ରତିଷେଧକ ସ୍ୱାସ୍ଥ୍ୟ

ସୁଲଭ ସ୍ୱାସ୍ଥ୍ୟସେବା

ଯୋଗାଣଭିତ୍ତିକ ହସ୍ତକ୍ଷେପ

ମିଶନ ଢାଞ୍ଚାରେ ହସ୍ତକ୍ଷେପ

ପ୍ରତିଷେଧକ ସ୍ୱାସ୍ଥ୍ୟସେବା ମାଧ୍ୟମରେ ଏବେ ଦେଶର 13କୋଟି ପରିବାରଙ୍କ ନିକଟରେ ଶୌଚାଗାର ପହଞ୍ଚାଯାଇପାରିଛି ବୋଲି ଦର୍ଶଇ ପ୍ରଧାନମନ୍ତ୍ରୀ କହିଲେ ଯେ 2014ମସିହାରେ ଏହି ସଂଖ୍ୟା 6.5 କୋଟି ଥିଲା । ଦେଶର ପରିମଳ କାର୍ଯ୍ୟକ୍ରମର ବ୍ୟାପ୍ତି 38 ପ୍ରତିଶତରୁ ବୃଦ୍ଧି ପାଇ ଏବେ 80ପ୍ରତିଶତ ଛୁଇଁଛି । ଯୋଗ ଏବେ ଗଣ ଆନ୍ଦୋଳନରେ ପରିଣତ ହୋଇପାରିଛି । ଚଳିତବର୍ଷ ବଜେଟରେ ‘ୱେଲନେସ କେନ୍ଦ୍ର’ କାର୍ଯ୍ୟକ୍ରମ ସକାଶେ ଘୋଷଣା କରାଯାଇଛି । ସେହିଭଳି ଟୀକାକରଣ କାର୍ଯ୍ୟକ୍ରମକୁ ସର୍ବବ୍ୟାପୀ କରିବା ସକାଶେ ସରକାର ସଂକଳ୍ପବଦ୍ଧ ବୋଲି ସେ ସୂଚାଇଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଦେଶବ୍ୟାପୀ ଏବେ 3,000ରୁ ଉର୍ଦ୍ଧ୍ଵ ଜନ ଔଷଧି କେନ୍ଦ୍ର ସ୍ଥାପନ କରାଯାଇଛି । ସେହିସବୁ କେନ୍ଦ୍ରରେ 800ରୁ ଉର୍ଦ୍ଧ୍ଵ କିସମର ଔଷଧ ଉପଲବ୍ଧ, ତାହା ପୁଣି ସୁଲଭ ମୂଲ୍ୟରେ ରୋଗୀମାନଙ୍କୁ ଯୋଗାଇ ଦିଆଯାଉଛି । ସେହିଭଳି ଷ୍ଟେଣ୍ଟ ଏବଂ ଆଣ୍ଠୁ ପ୍ରତିରୋପକ ସକାଶେ ଆବଶ୍ୟକ ଉପକରଣ ମୂଲ୍ୟକୁ ନିୟନ୍ତ୍ରଣ କରାଯାଇଛି ଏବଂ ଏହାର ଦର ହ୍ରାସ ଘଟିଛି ବୋଲି ପ୍ରଧାନମନ୍ତ୍ରୀ ସୂଚାଇଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଆୟୁଷ୍ମାନ ଭାରତ ଯୋଜନା ଦେଶର 10 କୋଟି ପରିବାରଙ୍କୁ ସ୍ୱାସ୍ଥ୍ୟ ବୀମା ସୁବିଧା ଯୋଗାଇଦେବ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଡ଼ାକ୍ତରଙ୍କ ଅଭାବ ପୂରଣ ସକାଶେ ଦେଶର ମେଡ଼ିକାଲ କଲେଜମାନଙ୍କରେ ସିଟ ସଂଖ୍ୟାରେ ଯଥେଷ୍ଟ ବୃଦ୍ଧି କରାଯାଇଛି । ଜାତୀୟ ପୁଷ୍ଟିସାଧନ ଅଭିଯାନ ଚଳିତ ବର୍ଷ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଆରମ୍ଭ କରାଯାଇଥିବା ସେ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ଯେ ପ୍ରତ୍ୟେକ ସେକ୍ଟରରେ ସରକାର ଏବେ ଅଭିନବ ବିକାଶ ମଡ଼େଲମାନ କାର୍ଯ୍ୟକାରୀ କରୁଛନ୍ତି ଯାହା ବିକାଶର ଧାରାକୁ ତ୍ୱରାନ୍ୱିକ କରିବ ।

ଦେଶର ଶକ୍ତି କ୍ଷେତ୍ର ସଂପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଲେ ଯେ ଏହି କ୍ଷେତ୍ରରେ ପ୍ରଚଳିତ ଥିବା ବଦ୍ଧମୂଳ ଧାରଣା ଓ ସମସ୍ୟାକୁ ଦୂର କରି ସେସବୁର ସମାଧାନ ସୂତ୍ର ବାହାର କରିବା ପାଇଁ ସରକାର ଚେଷ୍ଟିତ । ଅଧୁନା ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ, ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ଏବଂ କୋଇଲା ମନ୍ତ୍ରଣାଳୟ ଗୋଟିଏ ୟୁନିଟ ଭଳି କାର୍ଯ୍ୟ କରୁଛନ୍ତି । ଭାରତ ଧୀରେ ଧୀରେ ଶକ୍ତି ବାଧିତ ରାଷ୍ଟ୍ରରୁ ଶକ୍ତି ଉଦବୃତ୍ତ ରାଷ୍ଟ ଦିଗରେ ଅଗ୍ରସର ହେଉଛି । ସେହିଭଳି ନେଟୱାର୍କ ବିଫଳତା ଅବସ୍ଥାରୁ ନେଟ୍‌ ଏକ୍ସପୋର୍ଟର ଭାବେ ପରିଚିତ ହେବାକୁ ଯାଉଛି ।

ପ୍ରଧାନମନ୍ତ୍ରୀ କହିଲେ ଯେ ଆଜି ଲୋକମାନେ ବିଶ୍ୱାସ କରୁଛନ୍ତି ଯେ ଭାରତ ତା’ର ଦୁର୍ବଳତାକୁ ପଛରେ ପକାଇ ଆଗକୁ ଅଗ୍ରସର ହୋଇପାରିବ । ଏହି ବିଶ୍ୱାସ ହିଁ ହେଉଛି Rising Indiaର ମୂଳ ଭିତ୍ତି । ଶ୍ରୀ ମୋଦୀ କହିଲେ ଯେ ଆଜି ଭାରତର ବିକାଶକୁ ସାରା ବିଶ୍ୱ ସ୍ୱୀକାର କରୁଛି । India ସମଗ୍ର ବିଶ୍ୱକୁ ଏକ ନୂତନ ଦିଗଦର୍ଶନ ପ୍ରଦାନ କରୁଛି । ତାହା କେବଳ ନିଜର ବିକାଶ କ୍ଷେତ୍ରରେ ନୁହେଁ, ବରଂ ସମଗ୍ର ବିଶ୍ୱର ବିକାଶ ପାଇଁ ଏହା ଉଦ୍ଦିଷ୍ଟ । ପ୍ରଧାନମନ୍ତ୍ରୀ କହିଲେ ଯେ ଅଧୁନା ଆରମ୍ଭ ହୋଇଥିବା ସୌରଶକ୍ତି ବିପ୍ଳବ ଯାହାକି ନିକଟରେ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ଆନ୍ତର୍ଜାତିକ ସୌର ମେଣ୍ଟ ସମ୍ମିଳନୀରେ ପ୍ରତିଫଳିତ ହୋଇଥିଲା, ତାହା ଦେଶକୁ ଏକ ନୂତନ ଶୀର୍ଷରେ ପହଞ୍ଚାଇବ । ସେ କହିଲେ ଯେ ଜି-20 ଏବଂ ମିଳିତ ଜାତିସଂଘ ଭଳି ଆନ୍ତର୍ଜାତିକ ପ୍ଲାଟଫର୍ମରେ ଭାରତ ଏଭଳି ପ୍ରସଙ୍ଗମାନ ଉପସ୍ଥାପନ କରିଆସୁଛି ଯାହା ଦ୍ୱାରା ସମଗ୍ର ବିଶ୍ୱ ପ୍ରଭାବିତ ହୋଇଛନ୍ତି । ସେଭଳି ସମସ୍ୟାର ସମାଧାନ ଦ୍ୱାରା ସମଗ୍ର ବିଶ୍ୱ ଉପକୃତ ହୋଇପାରିବ । ସେସବୁ ମଧ୍ୟରୁ ଆତଙ୍କବାଦ, କଳା ଟଙ୍କା ଏବଂ ଦୁର୍ନୀତି ଅନ୍ୟତମ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଆର୍ଥିକ ଦିଗରେ ଗତ ତିନିରୁ ଚାରି ବର୍ଷ ମଧ୍ୟରେ, ଭାରତ ବିଶ୍ୱ ଆର୍ଥିକ ବିକାଶ ପାଇଁ ଶକ୍ତି ଯୋଗାଇଛି । ମାକ୍ରୋ-ଇକୋନୋମିକ ସୂଚକାଂକରେ ଭାରତର ସାଫଲ୍ୟ ବେଶ୍‌ ଉଲ୍ଲେଖନୀୟ । ତେଣୁ ରେଟିଂ ଏଜେନ୍ସିମାନେ India ସଂପର୍କରେ ସେମାନଙ୍କର ରେଟିଂ ଆକଳନରୁ ବାରମ୍ବାର ଆଗକୁ ଘୁଞ୍ଚାଇ ଉଚ୍ଚ ସ୍ତରକୁ ନେଇ ଚାଲିଛନ୍ତି ।

ପ୍ରଧାନମନ୍ତ୍ରୀ କହିଲେ ଯେ ସରକାର ଗରିବ, ନିମ୍ନ ମଧ୍ୟବିତ୍ତ ଏବଂ ମଧ୍ୟବର୍ଗଙ୍କ ଆଶା ଆକାଂକ୍ଷା ପୂରଣ କରିବା ଲକ୍ଷ୍ୟ ନେଇ ସାମଗ୍ରିକ ଭାବେ ବିକାଶ ଯୋଜନାମାନ କାର୍ଯ୍ୟକାରୀ କରୁଛନ୍ତି । ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଯୁବକ ଏବଂ ମହିଳାମାନଙ୍କୁ ସଶକ୍ତ କରିବା ଦିଗରେ ଏକ ସଫଳ ସାଧନରେ ପରିଣତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ବ୍ୟକ୍ତ କରିଥିଲେ ।

****