Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ନେସନାଲ ଇନଷ୍ଟିଟ୍ୟୁଟ ଅଫ ଡିଜାଇନ (ଏନଆଇଡି) ଆଇନ, 2014ରେ ସଂଶୋଧନକୁ କ୍ୟାବିନେଟ ମଞ୍ଜୁରି


 

ନେସନାଲ ଇନଷ୍ଟିଟ୍ୟୁଟ ଅଫ ଡିଜାଇନ (ଏନଆଇଡି) ଆଇନ, 2014 ଅଧୀନକୁ ଚାରିଟି ପ୍ରତିଷ୍ଠାନ- ନେସନାଲ ଇନଷ୍ଟିଟ୍ୟୁଟ ଅଫ ଡିଜାଇନ, ଅମରାବତୀ/ବିଜୟୱାଡ଼ା; ଆନ୍ଧ୍ରପ୍ରଦେଶ, ନେସନାଲ ଇନଷ୍ଟିଟ୍ୟୁଟ ଅଫ ଡିଜାଇନ, ଭୋପାଳ, ମଧ୍ୟପ୍ରଦେଶ; ନେସନାଲ ଇନଷ୍ଟିଟ୍ୟୁଟ ଅଫ ଡିଜାଇନ ଜୋରହାଟ, ଆସାମ ଏବଂ ନେସନାଲ ଇନଷ୍ଟିଟ୍ୟୁଟ ଅଫ ଡିଜାଇନ, କୁରକ୍ଷେତ୍ର, ହରିୟାଣାକୁ ଅଣାଯିବ । ଏଥିସହିତ ଏଗୁଡ଼ିକୁ ନେସନାଲ ଇନଷ୍ଟିଟ୍ୟୁଟ ଅଫ ଡିଜାଇନ, ଅହମ୍ମଦାବାଦ ଭଳି ଇନଷ୍ଟିଟ୍ୟୁଟ ଅଫ ନେସନାଲ ଇମ୍ପୋର୍ଟାନ୍ସ (ଆଇଏନଆଇ) ଅର୍ଥାତ ଜାତୀୟ ମହତ୍ୱ ବହନ କରୁଥିବା ଅନୁଷ୍ଠାନ ଭାବେ ଘୋଷଣା କରିବା ଲାଗି ଏନଆଇଡି ଆଇନ 2014ରେ ସଂଶୋଧନ କରାଯିବ । ଏଥିପାଇଁ ସଂସଦରେ ଏକ ବିଲ ଅଣାଯିବ । ଆଜି ଏ ସଂକ୍ରାନ୍ତ ଏକ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି । ଉପରୋକ୍ତ ଆଇନ ଲାଗି ପ୍ରସ୍ତାବିତ ସଂଶୋଧନରେ ଏନଆଇଡି ବିଜୟୱାଡ଼ାର ନାମ ବଦଳାଇ ଏନଆଇଡି ଅମରାବତୀ କରାଯିବାର ପ୍ରସ୍ତାବ ରହିଛି । ଏଥିସହିତ, ଏହି ବିଲରେ ପ୍ରିନ୍ସିପାଲ ଡିଜାଇନର ପଦବୀକୁ ପ୍ରଫେସରଙ୍କ ସମକକ୍ଷ କରିବାର ମଧ୍ୟ ପ୍ରସ୍ତାବ ରହିଛି ।

ଦେଶର ବିଭିନ୍ନ କ୍ଷେତ୍ରରେ ନୂଆ ନେସନାଲ ଇନଷ୍ଟିଟ୍ୟୁଟ ଅଫ ଡିଜାଇନ ପ୍ରତିଷ୍ଠା ଇନଷ୍ଟିଟ୍ୟୁଟ ଅଫ ନେସନାଲ ଇମ୍ପୋର୍ଟାନ୍ସ ଭଳି କରାଯିବା ଦ୍ୱାରା ଡିଜାଇନ କ୍ଷେତ୍ରରେ ଅତ୍ୟଧିକ କୁଶଳୀ ଶ୍ରମଶକ୍ତି ପ୍ରସ୍ତୁତ କରିବାରେ ସହାୟତା ମିଳିପାରିବ । ଏହାଦ୍ୱାରା ଶିଳ୍ପ, ହସ୍ତଶିଳ୍ପ, ଗ୍ରାମୀଣ କୌଶଳଲଘୁ ମଧ୍ୟମ ଏବଂ ବୃହତ ଉଦ୍ୟୋଗ ଲାଗି ସ୍ଥାୟୀ ଡିଜାଇନ ସମ୍ବଳ ଉପଲବ୍ଧ କରାଯିବା ସମ୍ଭବ ହେବ । ଏହା ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଏହାଦ୍ୱାରା କ୍ଷମତା, ଦକ୍ଷତା ଏବଂ ପ୍ରତିଷ୍ଠାନ ନିର୍ମାଣ ଲାଗି ବିଭିନ୍ନ କାର୍ଯ୍ୟକ୍ରମକୁ ମଧ୍ୟ ବଳ ମିଳିପାରିବ ।