ପିଏମଇଣ୍ଡିଆ
ମହାମହିମ, ପ୍ରଧାନମନ୍ତ୍ରୀ ଜନ କୀ,
ପ୍ରତିନିଧିଦଳର ସଦସ୍ୟବୃନ୍ଦ,
ଗଣମାଧ୍ୟମର ପ୍ରତିନିଧି,
ମହାମହିମ ଜନ କୀ ଙ୍କୁ ଭାରତରେ ସ୍ଵାଗତ କରି ମୁଁ ବେଶ୍ ଆନନ୍ଦିତ । ମହାମହିମ ମୁଁ ଜାଣିବାକୁ ପାଇଲି ଯେ ନ୍ୟୁଜିଲାଣ୍ଡ ସଂସଦରେ ଦୀପାବଳୀର ପର୍ବ ପାଳନ କରିବା ଏବେ ଏକ ନିୟମିତ ପ୍ରଥାରେ ପରିଣତ ହୋଇଛି । ଆପଣ ମଧ୍ୟ ଏଭଳି ଅନେକ ଦୀପାବଳୀରେ ଅଂଶଗ୍ରହଣ କରିଛନ୍ତି । ତେଣୁ ଏବେ ଭାରତରେ ଦୀପାବଳୀର ପାର୍ବଣ ଋତୁରେ ଆପଣଙ୍କୁ ସ୍ଵାଗତ କରିଥିବାରୁ ଆମେ ଖୁବ୍ ଆନନ୍ଦିତ ।
ବନ୍ଧୁଗଣ,
ପ୍ରଧାନମନ୍ତ୍ରୀ କୀ ଏବଂ ମୁଁ ଅତୀତରେ ଅନେକ ବହୁପକ୍ଷୀୟ ବିଭିନ୍ନ ଅବସରରେ ଅନେକବାର ପରସ୍ପରକୁ ଭେଟିଛୁ । ଆଜି କୀନ୍ତୁ ଦ୍ଵିପାକ୍ଷୀକ ଗସ୍ତ ଅବସରରେ ମହାମହିମ କୀ ଙ୍କୁ ଏଠାରେ ସ୍ଵାଗତ କରିବା ଆମପାଇଁ ସୌଭାଗ୍ୟ ।
ଆଉ କିଛି ସମୟ ପରେ ଆମ ଦୁଇ ରାଷ୍ଟ୍ରର କ୍ରିକେଟ ଦଳ ରାଂଚିରେ କ୍ରୀଡା ମଇଦାନକୁ ଓହ୍ଲାଇବେ ଏବଂ ଚତୁର୍ଥ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ ଖେଳିବେ । ଅନେକ ଦିଗରୁ ଦେଖିବାକୁ ଗଲେ ଆମ ଦ୍ଵିପାକ୍ଷୀକ ବନ୍ଧୁତା ଓ ସହେଯାଗର ସୂତ୍ରକୁ କ୍ରିକେଟ ମଜବୁତ୍ କରି ରଖିଛି । ଆମ ସଂପର୍କର ଯାତ୍ରାରେ ଆମେ ଲଙ୍ଗ ଅଫରୁ ଫିଲ୍ଡ ଛାଡି ବ୍ୟାଟିଂ ପିଚରେ ନୂଆକରି ବ୍ୟାଟିଂ କରିବା ଲାଗି ଗାର୍ଡ ନେଉଛେ । ଏବେ ରକ୍ଷଣାତ୍ମକ ଖେଳ ବଦଳରେ ଆକ୍ରମଣାତ୍ମକ ବ୍ୟାଟିଂ ଦେଖିବାକୁ ମିଳୁଛି ।
ବନ୍ଧୁଗଣ,
ପ୍ରଧାନମନ୍ତ୍ରୀ କୀ ଏବଂ ମୁଁ ଦ୍ଵିପାକ୍ଷୀକ ଏବଂ ବହୁ ପାକ୍ଷିକ ସହେଯାଗର ବିଭିନ୍ନ ଦିଗ ଉପରେ ଆଜି ଆମେ ବିସ୍ତୃତ ଭାବେ ସକାରାତ୍ମକ ଓ ଫଳପ୍ରଦ ଆଲୋଚନା କରିଛୁ ।
ଆମ ଆଲୋଚନା କାଳରେ ବାଣିଜ୍ୟ ଓ ପୁଞ୍ଜି ନିବେଶ ସମ୍ବନ୍ଧକୁ ପ୍ରାଥମିକତା ଦିଆଯାଇଥିଲା । ବିଶ୍ଵର ଆର୍ଥିକ ମାନ୍ଦାବସ୍ଥା ଓ କ୍ରମ ବର୍ଦ୍ଧିଷ୍ଣୁ ଅନିଶ୍ଚିତତାର ପ୍ରେକ୍ଷାପଟରେ ବିଭିନ୍ନ ଆର୍ଥିକ ଆହ୍ଵାନର ମୁକାବିଲା ପାଇଁ ଦୁଇ ରାଷ୍ଟ୍ର ଅଧିକରୁ ଅଧିକ ଆର୍ଥିକ ସହେଯାଗକୁ ପରିବ୍ୟାପ୍ତ କରିବାର ଆବଶ୍ୟକତାକୁ ଜୋର ଦେଇଛୁ । ଆମ ସହଭାଗୀତାରେ ବେପାର ଓ ବଣିଜର ସଂପ୍ରସାରଣକୁ ଅଗ୍ର ପ୍ରାଧାନ୍ୟ ଦେବା ଜାରୀ ରଖିବାକୁ ଦୁଇ ରାଷ୍ଟ୍ର ସହମତ ହୋଇଛୁ । ମୁଁ ସ୍ଥିର ନିଶ୍ଚିତ ଯେ ପ୍ରଧାନମନ୍ତ୍ରୀ ଜନ କୀ ଙ୍କ ସହିତ ଆସିଥିବା ନ୍ୟୁଜିଲାଣ୍ଡର ବ୍ୟବସାୟୀ ପ୍ରତିନିଧି ଦଳ ଭାରତର ସାଂପ୍ରତିକ ଅଭିବୃଦ୍ଧି ଓ ପୁଞ୍ଜି ନିବେଶର ଅନୁକୂଳ ବାତାବରଣ ସଂପର୍କରେ ସମ୍ୟକ ସୂଚନା ପାଇବେ । ଏହି ଗସ୍ତ କାଳରେ ପାରସ୍ପରିକ ମତ ବିନିମୟ ଦୁଇ ଦେଶ ମଧ୍ୟରେ ନୂତନ ବ୍ୟବସାୟିକ ଭାଗିଦାରୀକୁ ଗଢି ତୋଳିବାରେ ତଥା ଏହାକୁ ବୃହତ ରୂପ ଦେବାରେ ସହାୟକ ହେବ । ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ, ଖାଦ୍ୟ ପ୍ରକ୍ରିୟାକରଣ, ଦୁଗ୍ଧ ଉତ୍ପାଦନ, କୃଷି ଏବଂ ଆନୁସଂଗିକ କ୍ଷେତ୍ରକୁ ନେଇ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଅଧିକ ବ୍ୟାପକ ସୁଯୋଗ ରହିଛି । ଏହିସବୁ କ୍ଷେତ୍ରରେ ଭାରତର ଉନ୍ନତ ଟେକ୍ନୋଲୋଜି ଆମର ଭାଗିଦାରୀତାକୁ ବଳ ଦେବା ସହ ଦୁଇ ଦେଶ ପାଇଁ ଉପକାରସିଦ୍ଧ ସାବ୍ୟସ୍ତ ହେବ ।
ଦୁଇ ଦେଶ ମଧ୍ୟରେ ଅଧିକରୁ ଅଧିକ ବ୍ୟବସାୟିକ ଯୋଗସୂତ୍ର ସ୍ଥାପନ, ଦକ୍ଷ ପେଶାଦାର ମାନବ ସମ୍ବଳର ଆଦାନ ପ୍ରଦାନ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଆମେ ସହମତ ହୋଇଛୁ । ଏ ଦିଗରେ ଦୁଇ ରାଷ୍ଟ୍ର ଆହୁରି ନିକଟତର ହୋଇ କାର୍ଯ୍ୟ କରିବା ଏବଂ ଦୁଇ ପକ୍ଷକୁ ଅଧିକ ସୁହାଇବା ଭଳି ପାରସ୍ପରିକ ସହମତିରେ ଏକ ସମତୁଲ ଓ ସୁପରିକଳ୍ପିତ ଆର୍ଥିକ ସହଯୋଗ ରାଜିନାମା ସ୍ଵାକ୍ଷର ଦିଗରେ ଅଗ୍ରସର ହେବାକୁ ରାଜି ହୋଇଛୁ ।
ବନ୍ଧୁଗଣ,
ବ୍ୟାପକ ଦ୍ଵିପାକ୍ଷୀକ ଆଲୋଚନା ଅବସରରେ ଅନେକ ବୈଶ୍ଵିକ ପ୍ରସଙ୍ଗ ନେଇ ମଧ୍ୟ ଆମମାନଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଛି । ଆଂଚଳିକ ପ୍ରସଙ୍ଗ ବାବଦରେ ପୂର୍ବ ଏସିଆ ଶିଖର ବୈଠକର ପ୍ରକ୍ରିୟା ସହିତ ଦ୍ଵିପାକ୍ଷୀକ ସହେଯାଗ ସଂପ୍ରସାରିତ କରିବାକୁ ଆମେ ରାଜି ହୋଇଛୁ । ଆନ୍ତର୍ଜାତିକ ପ୍ରଶାସନିକ ସଂସ୍ଥାଗୁଡିକରେ ସଂସ୍କାରକୁ ଆମ ଆଲୋଚନା କାଳରେ ଗୁରୁତ୍ଵ ଦିଆଯାଇଥିଲା । ଏକ ସଂପ୍ରସାରିତ ଜାତିସଂଘ ନିରାପତ୍ତା ପରିଷଦରେ ସ୍ଥାୟୀ ସଦସ୍ୟ ରୂପେ ଯୋଗ ଦେବା ଲାଗି ଭାରତର ଦାବିକୁ ନ୍ୟୁଜିଲାଣ୍ଡ ସମର୍ଥନ କରୁଥିବାରୁ ଆମେ ଅଶେଷ ଧନ୍ୟବାଦ ଅର୍ପଣ କରୁଛୁ । ପ୍ରଶାନ୍ତ ମହାସାଗର କ୍ଷେତ୍ରର ଦ୍ଵୀପ ରାଷ୍ଟ୍ରମାନଙ୍କରେ ବିକାଶ ପ୍ରକ୍ରିୟା ଓ ଉଦ୍ୟମରେ ଆମର ସହେଯାଗ ବଢାଇବା ପାଇଁ ଭାରତ ଓ ନ୍ୟୁଜିଲାଣ୍ଡ ପରସ୍ପର ମଧ୍ୟରେ ଅତ୍ୟନ୍ତ ନିକଟତର ହୋଇ ପରସ୍ପରକୁ ସାହାଯ୍ୟ-ସହେଯାଗ କରିବେ । ପରମାଣୁ ଯୋଗାଣକାରୀ ରାଷ୍ଟ୍ର ଗୋଷ୍ଠି (ଏନଏସଜି) ରେ ଭାରତର ସଦସ୍ୟତାକୁ ନେଇ ଚାଲିଥିବା ବିଚାର ମନ୍ଥନରେ ନ୍ୟୁଜିଲାଣ୍ଡର ଗଠନାତ୍ମକ ଆଭିମୁଖ୍ୟ ହେତୁ ମୁଁ ପ୍ରଧାନମନ୍ତ୍ରୀ ଜନ୍ କୀ ଙ୍କୁ ଧନ୍ୟବାଦ ଅର୍ପଣ କରୁଛି ।
ବନ୍ଧୁଗଣ,
ବିଶ୍ଵରେ ଶାନ୍ତି ଓ ସୁରକ୍ଷା ଲାଗି ଏବେ ଆତଙ୍କବାଦ ଏବେ ବଡ ବିପଦ ଓ ଆହ୍ଵାନ ଭାବେ ଉଭା ହୋଇଛି । ଆତଙ୍କବାଦର ଆର୍ଥିକ, ସଂରଚନାଗତ ଏବଂ ସୂଚନା ନେଟୱାର୍କର କାୟା ସାରା ବିଶ୍ଵରେ ବ୍ୟାପିବାକୁ ଲାଗିଛି । ଭୂଗୋଳର ପ୍ରତିବନ୍ଧ ମଧ୍ୟ ଆତଙ୍କବାଦର କାୟା ବିସ୍ତାରକୁ ରୋକିବାରେ ସମର୍ଥ ହୋଇନାହିଁ । ମାନବିକତାରେ ବିଶ୍ଵାସ ରଖିଥିବା ରାଷ୍ଟ୍ରମାନେ ଏ ପ୍ରକାର ଗମ୍ଭୀର ବିପଦର ମୁକାବିଲା ପାଇଁ ସେମାନଙ୍କର ନୀତି ଏବଂ କାର୍ଯ୍ୟକ୍ରମକୁ ସମ୍ମିଳୀତ ଭାବେ ସମନ୍ଵିତ କରିବାର ବେଳ ଆସିଛି ।
ପ୍ରଧାନମନ୍ତ୍ରୀ କୀ ଏବଂ ମୁଁ ଆଜିର ଆଲୋଚନା କାଳରେ ସାଇବର ନିରାପତ୍ତା ସହିତ ଆତଙ୍କବାଦ ଓ ମୌଳବାଦ ବିରୁଦ୍ଧରେ ସୁରକ୍ଷା ଓ ଗୁଇନ୍ଦା ସହଯୋଗ ସୁଦୃଢ କରିବାକୁ ସହମତ ହୋଇଛୁ ।
ମହାମହିମ,
ନ୍ୟୁଜିଲାଣ୍ଡର ଜନସାଧାରଣ ଆପଣଙ୍କ ନେତୃତ୍ଵ ଉପରେ ପୁଣିଥରେ ଆସ୍ଥା ପ୍ରକଟ କରିଛନ୍ତି ଯାହାକୁ କି ମୁଁ ସ୍ଵଚ୍ଛ ଭାବେ ଦେଖିପାରୁଛି ।
ଆମ ଦୁଇ ରାଷ୍ଟ୍ର ମଧ୍ୟରେ ପାରସ୍ପରିକ ସହଭାଗୀତାକୁ ଆଗକୁ ନେବା ଦିଗରେ ଆପଣଙ୍କ ବ୍ୟକ୍ତିଗତ ପ୍ରତିବଦ୍ଧତା ହେତୁ ମୁଁ ମହାମହିମଙ୍କୁ ଧନ୍ୟବାଦ ଦେଉଛି । ଆମ ଦୁଇ ଦେଶର ଜନଗଣଙ୍କ ମଧ୍ୟରେ ସିଧାସଳଖ ସଂପର୍କ ବୃଦ୍ଧିକୁ ମଜବୁତ କରିବା ଦିଗରେ ଆପଣଙ୍କ ଉଦ୍ୟମ ମଧ୍ୟ ପ୍ରଶଂସାଯୋଗ୍ୟ ।
ପୁଣିଥରେ ମୁଁ ଆପଣଙ୍କୁ ଏବଂ ଆପଣଙ୍କ ପ୍ରତିନିଧି ଦଳକୁ ଭବ୍ୟ ସ୍ଵାଗତ ଜଣାଉଛି ଏବଂ ଭାରତୀୟ ଗସ୍ତ ଫଳପ୍ରଦ ଓ ସଫଳତାପୂର୍ଣ୍ଣ ହେବ ବୋଲି ଦୃଢ ଆଶା ପୋଷଣ କରୁଛି ।
ଧନ୍ୟବାଦ ।
ବହୁତ ବହୁତ ଧନ୍ୟବାଦ ।
Prime Minister Key & I have had detailed & productive discussions on all aspects of our bilateral engagement & multilateral cooperation: PM
— PMO India (@PMOIndia) October 26, 2016
We both recognized need for greater economic engagement in order to effectively respond to the growing uncertainties in global economy: PM
— PMO India (@PMOIndia) October 26, 2016
Food processing, dairy & agriculture & related areas in their supply chain are some of the areas of particular potential for cooperation: PM
— PMO India (@PMOIndia) October 26, 2016
PM Key & I agreed to strengthen security & intelligence cooperation against terror & radicalization including in cyber security: PM
— PMO India (@PMOIndia) October 26, 2016