ପିଏମଇଣ୍ଡିଆ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାରାଣସୀରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସହ ଦୀନଦୟାଲ ଉପାଧ୍ୟାୟ ସ୍ମାରକୀକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶର ତିନୋଟି ଜ୍ୟୋତିର୍ଲିଙ୍ଗ ତୀର୍ଥସ୍ଥଳୀ- ବାରାଣସୀ, ଉଜ୍ଜୟିନୀ ଏବଂ ଓଁକାରେଶ୍ୱରକୁ ସଂଯୋଗ କରୁଥିବା ତୃତୀୟ ସମନ୍ୱୟ ଟ୍ରେନ ମହାକାଳ ଏକ୍ସପେସର ଶୁଭାରମ୍ଭ କରିଛନ୍ତି । ବାରାଣସୀ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ସେଠାରେ 36ଟି ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି ଯାହା ମଧ୍ୟରେ 430 ଶଯ୍ୟା ବିଶିଷ୍ଟ ସୁପର ସ୍ପେଶାଲିଟି ସରକାରୀ ହସପିଟାଲ ଅନ୍ତର୍ଭୁକ୍ତ । ସେହିଭଳି ସେ ଅନ୍ୟ 14ଟି ବିକାଶମୂଳକ କାର୍ଯ୍ୟକ୍ରମର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ।
ବାରାଣସୀର ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ସ୍ମାରକୀ ଠାରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଆଜି ଏହି ପବିତ୍ର ଭୂମି ତାର ନାମ ‘ପାଡ଼ବ’କୁ ଆହୁରି ସାର୍ଥକ କରିଛି ଏବଂ ତାହା ଆହୁରି ସୁଦୃଢ଼ ହୋଇପାରିଛି । ଏହା ସମୟକ୍ରମେ ଏପରି ଏକ ପର୍ଯ୍ୟାୟରେ ବିକଶିତ ହେବ ଯେତେବେଳେ ସେବା, ତ୍ୟାଗ, ନ୍ୟାୟ ଏବଂ ଜନସ୍ୱାର୍ଥ ଏକୀଭୂତ ହେବ । ଏଠାରେ ଏବେ ଏଭଳି ଏକ ସ୍ମାରକ ପୀଠ ଏବଂ ଉଦ୍ୟାନର ବିକାଶ ଘଟିବା ପରେ, ତଥା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଜୀଙ୍କର ଏକ ବିଶାଳ ପ୍ରତିମୂର୍ତ୍ତି ପ୍ରତିଷ୍ଠିତ ହେବାଦ୍ୱାରା ତାହା ତାଙ୍କର ଚିନ୍ତାଧାରା ଏବଂ ଆଦର୍ଶକୁ ପିଢ଼ି ପିଢ଼ି ଲାଗି ପ୍ରେରଣା ଯୋଗାଇବ ବୋଲି ପ୍ରଧାନମନ୍ତ୍ରୀ ମତ ପୋଷଣ କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଲେ ଯେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଜୀ ଆମକୁ ଅନ୍ତ୍ୟୋଦୟର ମାର୍ଗ ପ୍ରଦର୍ଶନ କରିଛନ୍ତି ଯାହା ହେଉଛି ସମାଜର ଶେଷତମ ବ୍ୟକ୍ତିକୁ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ଉପରକୁ ଉଠାଇବା । ପ୍ରଧାନମନ୍ତ୍ରୀ କହିଲେ ଯେ ଏହାଦ୍ୱାରା ଅନୁପ୍ରାଣୀତ ହୋଇ ଏକବିଂଶ ଶତାବ୍ଦୀର ଭାରତବର୍ଷ ଅନ୍ତ୍ୟୋଦୟ ଦିଗରେ କାର୍ଯ୍ୟ କରୁଛି । ଆଜିର ଏହି ପବିତ୍ର ଅବସରରେ, ପ୍ରାୟ 1250 କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରାଯାଉଛି ଯାହାକି ପୂର୍ବାଞ୍ଚଳର ସମଗ୍ର କ୍ଷେତ୍ର ପାଇଁ ଉପକାରସିଦ୍ଧ ହୋଇପାରିବ ଏବଂ ସେଥିରେ ବାରାଣସୀ ମଧ୍ୟ ସାମିଲ । ଏହି ସମସ୍ତ ପ୍ରକଳ୍ପ ହେଉଛି କାଶୀ ସମେତ ସମଗ୍ର ପୂର୍ବାଞ୍ଚଳ କ୍ଷେତ୍ରର ପୁନର୍ଜାଗରଣ ସକାଶେ ଆମେ ଗ୍ରହଣ କରିଥିବା ସଂକଳ୍ପର ଅଂଶବିଶେଷ ଯାହାକି ଗତ ପାଞ୍ଚ ବର୍ଷରେ ସାକାର ହୋଇପାରିଛି । ଏହି ବର୍ଷମାନଙ୍କରେ, କେବଳ ବାରାଣସୀ ଜିଲ୍ଲାରେ ପ୍ରାୟ 25 ହଜାର କୋଟି ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ସଂପାଦନ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ କହିଲେ ଯେ ତାଙ୍କ ସରକାର ସଡ଼କ, ଜାତୀୟ ରାଜମାର୍ଗ, ଜଳପଥ, ରେଳପଥ, ବିଶେଷ କରି ଭିତ୍ତିଭୂମିର ବିକାଶ ଉପରେ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରନ୍ତି । ଏହିସବୁ ବିକାଶମୂଳକ ଯୋଜନା କେବଳ ଦେଶକୁ ଆଗକୁ ଆଗେଇ ନେଉନାହିଁ, ଅପରନ୍ତୁ ଅନେକଙ୍କ ପାଇଁ କର୍ମନିଯୁକ୍ତିର ସୁଯୋଗ ସୃଷ୍ଟି କରିଛି । ବିଶେଷ କରି ପର୍ଯ୍ୟଟନ ଭିତ୍ତିକ ନିଯୁକ୍ତି ଯାହାକି କାଶୀ ଭଳି ନଗରୀ ଓ ତା’ର ଆଖପାଖ କ୍ଷେତ୍ର ପାଇଁ ବିଶେଷ ମାନ୍ୟତା ବହନ କରେ ସେ ଦିଗରେ ସହାୟକ ହୋଇପାରିଛି । ପ୍ରାଧାନମନ୍ତ୍ରୀ ଆହୁରି କହିଲେ ଯେ କିଛି ଦିନ ପୂର୍ବେ ଶ୍ରୀଲଙ୍କାର ରାଷ୍ଟ୍ରପତି ଏହି ଭୂମିର ପବିତ୍ର ପରିବେଶକୁ ଉପଭୋଗ କରିବା ସକାଶେ ଏଠାକୁ ଗସ୍ତ କରିଥିଲେ ।
ପ୍ରଧାନମନ୍ତ୍ରୀ କହିଲେ ଯେ ଏହି ପବିତ୍ର ଅବସରରେ କାଶୀ- ମହାକାଳ ଏକ୍ସପ୍ରେସ ଯାହାକି ବାବା ବିଶ୍ୱନାଥଙ୍କ ନଗରୀକୁ ଓଁକାରେଶ୍ୱର ଓ ମହାକାଳେଶ୍ୱର ସହ ସଂଯୋଗ କରୁଛି ତାହାର ଚଳାଚଳର ଶୁଭାରମ୍ଭ କରାଯାଇଛି । ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ପରିସରରେ ଏକ ସୁପର ସ୍ପେଶାଲିଟି ହସପିଟାଲର ଶିଳାନ୍ୟାସ 2016 ମସିହା ଦ୍ୱିତୀୟାର୍ଦ୍ଧରେ କରାଯାଇଥିଲା ଏବଂ ଆଜି ତାହା ଉଦଘାଟିତ ହୋଇଛି । ‘ମାତ୍ର 21 ମାସ ମଧ୍ୟରେ, ଏହି 430 ଶଯ୍ୟାବିଶିଷ୍ଟ ହସପିଟାଲ ଏବେ କାଶୀ ଓ ପୂର୍ବାଞ୍ଚଳର ଲୋକମାନଙ୍କ ସେବା ପାଇଁ ନିଜକୁ ପ୍ରସ୍ତୁତ କରିପାରିଛି’ ବୋଲି ସେ ସୂଚାଇଥିଲେ । ଦୀନଦୟାଲ ଜୀଙ୍କ ଚିନ୍ତନରେ ଉଦବୁଦ୍ଧ ହୋଇ ଯାହାକି ଆତ୍ମନିର୍ଭରଶୀଳତା ଏବଂ ସ୍ୱୟଂସହାୟତା ପ୍ରତ୍ୟେକ ଯୋଜନାର ମୂଳ ଆଧାର ହେବା ଉଚିତ, ତାହାକୁ ସାକାର କରିବା ସକାଶେ, ପ୍ରଧାନମନ୍ତ୍ରୀ କହିଲେ ଯେ ସରକାରଙ୍କ ପ୍ରତ୍ୟେକ ଯୋଜନାରେ ଏବଂ କାର୍ଯ୍ୟ ସଂସ୍କୃତିରେ ଏହି ଆଦର୍ଶକୁ ପ୍ରତିଫଳିତ କରିବା ଲାଗି ପ୍ରୟାସ ଜାରି ରହିଛି ।
ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରି କହିଲେ ଯେ ସରକାର ସମାଜର ସର୍ବଶେଷ ବ୍ୟକ୍ତି ନିକଟରେ ପହଞ୍ଚିବା ସକାଶେ ନିରବଚ୍ଛିନ୍ନ ଭାବେ ତାଙ୍କର ପ୍ରୟାସ ଜାରି ରଖିଛନ୍ତି, ଯଦ୍ୱାରା ବିକାଶ ଯୋଜନାର ସୁଫଳ ସେହି ବ୍ୟକ୍ତିକୁ ପ୍ରାପ୍ତ ହୋଇପାରିବ । ‘ଏବେ ପରିସ୍ଥିତିରେ ପରିବର୍ତ୍ତନ ଘଟିଚାଲିଛି ଏବଂ ଅଧୁନା ସମାଜର ଶେଷତମ ବ୍ୟକ୍ତିକୁ ସରକାର ପ୍ରାଧାନ୍ୟ ଦେଉଛନ୍ତି’ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
Inaugurated an iconic statue of Pandit Deen Dayal Upadhyaya Ji in Kashi. pic.twitter.com/9ofEvtqJhs
— Narendra Modi (@narendramodi) February 16, 2020
दीनदयाल उपाध्याय जी ने हमें अंत्योदय का मार्ग दिखाया था। यानि जो समाज की आखिरी पंक्ति में हैं, उनका उदय। 21वीं सदी का भारत इसी विचार से प्रेरणा लेते हुए अंत्योदय के लिए काम कर रहा है। जो विकास के आखिरी पायदान पर है, उसे विकास के पहले पायदान पर लाने के लिए काम हो रहा है। pic.twitter.com/kCZUnuPJcX
— Narendra Modi (@narendramodi) February 16, 2020
देशभर में आस्था और अध्यात्म से जुड़े तमाम बड़े केंद्रों को विकसित करने के साथ श्रद्धालुओं और पर्यटकों के लिए उन्हें सुविधाजनक भी बनाया जा रहा है। इसी कड़ी में आज बाबा विश्वनाथ की नगरी को ओंकारेश्वर और महाकालेश्वर से जोड़ने वाली काशी-महाकाल एक्सप्रेस को भी हरी झंडी दिखाई गई है। pic.twitter.com/4AoEXZsZKd
— Narendra Modi (@narendramodi) February 16, 2020
आज वाराणसी, पूर्वांचल का बहुत बड़ा मेडिकल हब बनकर उभर रहा है। यहां कैंसर जैसी गंभीर बीमारियों के आधुनिक इलाज के लिए कई अस्पताल तैयार हो चुके हैं। पहले जिन बीमारियों के इलाज के लिए दिल्ली और मुंबई जैसे बड़े शहरों में जाना पड़ता था, उनका इलाज यहीं पर मिल रहा है। pic.twitter.com/OfnfsZZPtV
— Narendra Modi (@narendramodi) February 16, 2020
दीनदयाल जी कहते थे- आत्मनिर्भरता और स्वयंसहायता सभी योजनाओं के केंद्र में होनी चाहिए। इन विचारों को सरकार की योजनाओं और कार्यसंस्कृति में निरंतर लाने का प्रयास किया जा रहा है। pic.twitter.com/Z4cAkDSyBX
— Narendra Modi (@narendramodi) February 16, 2020